ନିଜ ଇଚ୍ଛାରେ ଅଭିନୟ କ୍ଷେତ୍ରରୁ ଦୂରେଇ ଥିଲି: ବବି ମିଶ୍ର

0
233
advertisement

ସେ କେବେ ପରଦାକୁ ଆସିଛନ୍ତି ନାୟକ ରୂପରେ ତ ପୁଣି କେବେ ଆବିର୍ଭାବ ହୋଇଛନ୍ତି ଖଳନାୟକ ଭୂମିକାରେ। ପୁଣି କେବେ ସହନାୟକ ତ ପୁଣି ହାସ୍ୟ ନାୟକ ଭାବେ ବି କମାଲ କରିଛନ୍ତି ସେ। ଏହି ବହୁମୁଖୀ ପ୍ରତିଭା ସଂପନ୍ନ ଅଭିନେତା ବବି ମିଶ୍ରଙ୍କ ସହ ଅଳ୍ପ ଆଳାପ…

ପ୍ରଶ୍ନ:- ଆପଣଙ୍କୁ ପ୍ରାୟ ଦୁଇ ବର୍ଷ ହେବ ପରଦାରେ ଦେଖିବାକୁ ମିଳୁନଥିଲା। ଏମିତି କାହିଁକି?

ଉ:- ମୁଁ ନିଜ ବ୍ୟବସାୟରେ ବ୍ୟସ୍ତ ଥିଲି। ତା’ଛଡା ନିଜକୁ ପ୍ରତିଷ୍ଠିତ ତ କରିବାକୁ ହେବ। ଏଇୟା ମନେ କରି ମୁଁ ମୂଳରୁ ବ୍ୟବସାୟରେ ରହି ଆସିଥିଲି।

ପ୍ରଶ୍ନ:- ଏବେ ପୁଣି ଅଭିନୟକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। କେମିତି ଏହା ସମ୍ଭବ ହେଲା?

ଉ:- ଦେଖନ୍ତୁ, ମୁଁ େସ୍ୱଚ୍ଛାରେ ଅଭିନୟରୁ ଦୂରେଇ ଯାଇଥିଲି, ହେଲେ ପ୍ରଯୋଜକ, ନିଦ୍ଦେର୍ଶକ ଓ କଳାକାରମାନେ ମୋତେ ସବୁବେଳେ ଫେରି ଆସିବାକୁ ଅନୁରୋଧ କରୁଥିଲେ। ପ୍ରକାରନ୍ତରେ କହିବାକୁ ଗଲେ ମୋତେ ଜବରଦସ୍ତି ପ୍ରତ୍ୟାବର୍ତ୍ତନ କରିବାକୁ
କୁହାଯାଇଛି। ଆଉ ମୁଁ ପୁଣି ଅଭିନୟକୁ ଏନ‍୍‌ଜୟ କରୁଛି।

ପ୍ରଶ୍ନ:- ଆପଣଙ୍କ ଅଭିନୀତ ‘ଦେଲେ ଧରା କଥା ସରେ’ ଏବେ ରିଲିଜ୍‌ ଅପେକ୍ଷାରେ ରହିଛି। ଏଥିରେ ଆପଣଙ୍କ ଭୂମିକାଟି ସଂପର୍କରେ କ’ଣ କହିବେ?

ଉ:- ଏଥିରେ ମୋତେ ଦର୍ଶକ ଜଣେ ଆଣ୍ଟିହିରୋ ଭୂମିକାରେ ଦେଖିବାକୁ ପାଇବେ। ଏହି ସିନେମାରେ ମୁଁ ବିଶିଷ୍ଟ ଅଭିନେତ୍ରୀ ମହାଶ୍ୱେତାଙ୍କ ପୁଅ ଚରିତ୍ରରେ ଅଛି। ନାୟକ ଓ ମୋ ଭିତରେ ନାୟିକାଙ୍କୁ ନେଇ ଛକାପପ୍ତା ଲାଗିଛି କାହାଣୀରେ।

ପ୍ରଶ୍ନ:- ଆପଣଙ୍କ କ୍ୟାରିୟରକୁ ମୋଡ ଦେଇଥିବା ସିନେମା କେଉଁଟି?

ଉ:- ବ୍ରଜରାଜ ମୁଭିଜ୍‌ସ ‘ମୁଁ ତତେ ଲଭ କରୁଚି’।

ପ୍ରଶ୍ନ:- ଆପଣ ସବୁ ପ୍ରକାରର ଚରିତ୍ର ନିଭାଇଛନ୍ତି ପରଦାରେ। କେଉଁଥିରୁ ସବୁଠୁଁ ବେଶୀ ଆମିସନ୍ତୋଷ ପାଇଛନ୍ତି।

ଉ:- ସବୁଥିରୁ ପାଇଛି। ଯେଉଁ ପ୍ରକାରର ଚରିତ୍ର ମିଳିଲେ, ତାକୁ ମୁଁ ଶତ ପ୍ରତିଶତ ନିଷ୍ଠାର ସହ ନିଭାଇଥାଏ।

ପ୍ରଶ୍ନ:- ଆପଣଙ୍କ ଅନ୍ୟ ଅଗାମୀ ସିନେମା ଗୁଡିକ ସଂପର୍କରେ କିଛି ସୂଚନା ଦେବେ?

ଉ:- ଏବେ ଅକ୍ଷୟ ପରିଜାଙ୍କ ‘ସୁରଦାସ’, ମାନସ ବେହେରାଙ୍କ ରାୱନ‍୍‌ ଓ ଅରୁଣ ଦାସଙ୍କ ‘ବାବୁ ଦ ଡ୍ୟାନ‍୍‌ସର ବୟ’ରେ ଅଭିନୟ କରିବାକୁ ଯାଉଛି।