ଦର୍ଶକ ରେଟିଂରେ କନକ ନ୍ୟୁଜ୍‌ ଯାଉଛି ତଳକୁ, ନ୍ୟୁଜ୍‌ୱର୍ଲଡ ଓଡ଼ିଶାର ବୃଦ୍ଧି ପ୍ରୟାସ

7
127
କନକ ନ୍ୟୁଜ୍‌ ସମ୍ପାଦକ ମନୋରଞ୍ଜନ ମିଶ୍ର ଓ ନ୍ୟୁଜ୍‌ୱର୍ଲଡ ଓଡ଼ିଶା ସମ୍ପାଦକ ସନ୍ଦୀପ ମିଶ୍ର
advertisement
  • ଟିଆର‍୍‌ପି ହରାଉଛି କନକ ନ୍ୟୁଜ୍‌, ତିନିସପ୍ତାହରେ ୯ ପଏଣ୍ଟ ହ୍ରାସ

  •  ନିଜସ୍ୱ ବିଜ୍‌ନେସ‍୍‌ ମଡେଲ‍୍‌କୁ ଚରିତାର୍ଥ କରିବାକୁ ବ୍ୟଗ୍ର ସମ୍ପାଦକ ମନୋରଞ୍ଜନ ମିଶ୍ର

  •  ଦୁଇଟି ନୂଆ କାର୍ଯ୍ୟକ୍ରମ ଯୋଡ଼ି ନ୍ୟୁଜ୍‌ୱର୍ଲଡର ୩ ପଏଣ୍ଟ ଲାଭ

ଭୁବନେଶ୍ୱର, (ଓଟି): ଟେଲିଭିଜନ‍୍‌ ନ୍ୟୁଜ୍‌ ଚ୍ୟାନେଲ‍୍‌ଗୁଡ଼ିକ ବୌଦ୍ଧିକ ବିକାଶର ମାଧ୍ୟମ ନୁହେଁ ବରଂ ସ୍ୱତନ୍ତ୍ର ବିଜ୍‌ନେସ‍୍‌ ମଡେଲ‍୍‌ ଅର୍ଥାତ୍ ଅର୍ଥ ରୋଜଗାରର ମାଧ୍ୟମ ବୋଲି ଦାବି କରୁଥିବା କନକନ୍ୟୁଜର ସମ୍ପାଦକ ଦିନକୁ ଦିନ ଭଲ କଣ୍ଟେଣ୍ଟ୍ (ବିଷୟବସ୍ତୁ)ଠୁ ଦୂରେଇ ଯାଉଥିବା ଲକ୍ଷ୍ୟ କରାଯାଇଛି। ଏଣୁ ଲଗାତାର ତିନିସପ୍ତାହ ହେଲା ଏହି ଚ୍ୟାନେଲଠୁ ଲୋକ ମୁହଁ ବୁଲାଇବାରେ ଲାଗିଛନ୍ତି। ବାର୍କ ରେଟିଂରୁ ଏହା ସ୍ପଷ୍ଟ ବାରି ହେଉଛି। ଅପରପକ୍ଷେ ଗଲା ତିନି ସପ୍ତାହ ଭିତରେ ନିଜର କଣ୍ଟେଣ୍ଟ୍ଉନ୍ନତି ଆଣି ନ୍ୟୁଜ୍‌ୱର୍ଲଡ ଓଡ଼ିଶା କିଛି ଦର୍ଶକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଛି।

advertisement

 

ଏବର୍ଷର ୩୧ ତମ ସପ୍ତାହ ଅର୍ଥାତ୍ ଜୁଲାଇ୨୯ରୁ ଅଗଷ୍ଟ ୪ ତାରିଖ ଭିତରେ ବାର୍କ ପ୍ୟାନେଲ‍ରେ ଥିବା ଓଡ଼ିଶାର ନ୍ୟୁଜ୍‌ ଟିଭି ଚ୍ୟାନେଲ‍୍‌ଗୁଡ଼ିକ ଭିତରେ କନକ ନ୍ୟୁଜ୍‌ର ରେଟିଂ ରହିଛି ୨୮। ଏହା ପୂର୍ବ (୩୦ତମ) ସପ୍ତାହରେ କନକ ନ୍ୟୁଜ୍‌୩୨ ରେଟିଂ ପଏଣ୍ଟ ହାସଲ କରିଥିଲା। ଠିକ୍ ସେହିପରି ୨୯ତମ ସପ୍ତାହ ଅର୍ଥାତ୍ ଜୁଲାଇ୨୨ରୁ ୨୮ ମଧ୍ୟରେ କନକ ନ୍ୟୁଜ୍‌ର ରେଟିଂ ପଏଣ୍ଟ ଥିଲା ୩୭। ଅର୍ଥାତ୍ ତିନି ସପ୍ତାହ ଭିତରେ ଚ୍ୟାନେଲ‍୍‌ ୯ ପଏଣ୍ଟ ହାନି କରିଛି।
ଏହି ତିନି ସପ୍ତାହର ରେଟିଂ ପଏଣ୍ଟକୁ ନିରୀକ୍ଷଣ କଲେ ଦର୍ଶକ ଏହି ଚ୍ୟାନେଲ‍୍‌ରୁ ମୁହଁ ମୋଡ଼ୁଥିବା ସ୍ପଷ୍ଟ। ଅର୍ଥାତ୍ ଲୋକଙ୍କ ରୁଚିର ବିଷୟକୁ ଚ୍ୟାନେଲ‍୍‌ର ଏଡିଟୋରିଆଲ‍୍‌ ଟିମ‍୍‌ ନିର୍ଦ୍ଧାରଣ କରିପାରୁ ନାହିଁ ବା ଆକଳନ କରିପାରୁନାହିଁ।

ଏହି ଚ୍ୟାନେଲ‍୍‌ର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ହେଉଛି ନ୍ୟୁଜ୍‌ ସେଭେନ‍୍‌’। ପାରଳା ଗଣ ଆତ୍ମହତ୍ୟା ଘଟଣାରେ ଏହି ଦୁଇ ଚ୍ୟାନେଲ‍୍‌ର ମୁଖ୍ୟ ସମ୍ପାଦକ ପରସ୍ପର ପ୍ରତି ବ୍ୟକ୍ତିଗତ ଆକ୍ଷେପ କରିବାକୁ ମଧ୍ୟ ପଛାଇ ନଥିଲେ। ରାଜ୍ୟର ଦୁଇନମ୍ୱର ନ୍ୟୁଜ୍‌ ଚ୍ୟାନେଲ‍୍‌ ହେବା ପାଇଁ ଏହି ଦୁଇ ଚ୍ୟାନେଲ‍୍‌ ଭିତରେ ସବୁବେଳେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି। ଅବଶ୍ୟ ଗଲା କିଛିମାସ ଭିତରେ ନ୍ୟୁଜ୍‌ସେଭେନ‍୍‌ର ରେଟିଂ ବୃଦ୍ଧି ଓ ହ୍ରାସରେ ଅନେକ ଫରକ ଦେଖା ଦେଇଛି। କିନ୍ତୁ ଏହି ନିର୍ଦ୍ଦିଷ୍ଟ ତିନି ସପ୍ତାହରେ ନ୍ୟୁଜ୍‌ସେଭେନ ନିଜ ସ୍ଥାନକୁ ସମାନ ସ୍ଥାନରେ ବଜାୟ ରଖିଛି। ୩୧ତମ ସପ୍ତାହରେ ଏହାର ରେଟିଂ ୩୭ ଥିବା ବେଳେ ପୂର୍ବ ସପ୍ତାହରେ ମଧ୍ୟ ସମାନ ୩୭ ପଏଣ୍ଟ ହାସଲ କରିଥିଲା। ଏହାପୂର୍ବ ସପ୍ତାହରେ ଚ୍ୟାନେଲ‍୍‌ର ରେଟିଂ ୩୬ ଥିଲା। ଅର୍ଥାତ୍ ୧ ପଏଣ୍ଟ ବୃଦ୍ଧି ପାଇଛି। ଏହି ଏକ ପଏଣ୍ଟ ପ୍ରତିଦ୍ୱନ୍ଦ୍ୱିତା ଓ ବଜାର କ୍ଷେତ୍ରରେ ଅନେକ କିଛି ପ୍ରଭାବ ପକାଇଥାଏ।

 

ବରିଷ୍ଠ ସାମ୍ୱାଦିକଙ୍କ ଫେସ‍୍‌ବୁକ୍ରେ ଖଟି ସିଧାପ୍ରସାରଣର ଏକ ଛବି
ବରିଷ୍ଠ ସାମ୍ୱାଦିକଙ୍କ ଫେସ‍୍‌ବୁକ୍ରେ ଖଟି ସିଧାପ୍ରସାରଣର ଏକ ଛବି

ନ୍ୟୁଜ୍‌ ସେଭେନ‍୍‌କୁ ଅତିକ୍ରମ କରିବାଲାଗି କନକ ନ୍ୟୁଜ୍‌ର ଏଡିଟୋରିଆଲ‍୍‌ ଓ ବିଜ୍ଞାପନ ବିଭାଗ ଅନେକ ଚେଷ୍ଟା କରିଛନ୍ତି। ବାର୍କରେଟିଂକୁ ନେଇ ମଧ୍ୟ ଆପତ୍ତି ଜଣାଇଛନ୍ତି। କିନ୍ତୁ ମୂଳ କାରଣଯେ, କଣ୍ଟେଣ୍ଟ୍ ଓ ବିଶ୍ୱସନୀୟତାର ଅଭାବ ତାହାକୁ ସ୍ୱୀକାର କରିବାରେ ଏହାର ମୁଖ୍ୟ ନାରାଜ। ଏପରିକି ଏହି ନିର୍ଦ୍ଦିଷ୍ଟ ନ୍ୟୁଜ୍‌ ଚ୍ୟାନେଲ‍୍‌ର ସମ୍ପାଦକୀୟ ମୂଲ୍ୟବୋଧରେ ହାନି ଆସିଛି ବୋଲି ଭୁବନେଶ୍ୱରର ପୁରୁଣା ବସ‍୍‌ଷ୍ଟାଣ୍ଡ ସାମ୍ୱାଦିକ ଖଟି ( ଅଣଆନୁଷ୍ଠାନିକ ବିତର୍କ)ରେ ଆସିଥିବା ଅଭିଯୋଗକୁ ମଧ୍ୟ ଚ୍ୟାନେଲ‍୍‌ର ମୁଖ୍ୟ ସମ୍ପାଦକ ମନୋରଞ୍ଜନ ମିଶ୍ର ସ୍ୱୀକାର କରିନାହାନ୍ତି। ସେ ଏକ ନିର୍ଦ୍ଦିଷ୍ଟ ବିଜ୍‌ନେସ‍୍‌ ମଡେଲ‍୍‌ରେ ଚ୍ୟାନେଲ‍୍‌କୁ ପରିଚାଳିତ କରିବା ପାଇଁ ଚାହାନ୍ତି ଏବଂ ଏହାଦ୍ୱାରା ଚ୍ୟାନେଲ‍୍‌ର ଅସ୍ତିତ୍ୱ ବଜାୟ ରହିବ ବୋଲି ବିଶ୍ୱାସ କରନ୍ତି ବୋଲି ପ୍ରକାଶ କରିଛନ୍ତି। ଏହାକୁ ସେହି ଖଟିରେ ଉପସ୍ଥିତ ଅନ୍ୟ ସାମ୍ୱାଦିକ ସତ୍ୟପ୍ରକାଶ ନାୟକ, ପ୍ରିୟରଞ୍ଜନ ସାହୁ, କେଦାର ମିଶ୍ର, ଲମ୍ୱୋଦର ଦାଶ ପ୍ରମୁଖ ସ୍ୱୀକାର କରିପାରିନାହାନ୍ତି। ସ୍ତମ୍ଭକାର କେଦାର ମିଶ୍ରଙ୍କ ଦ୍ୱାରା ଫେସ‍୍‌ବୁକରେ ସିଧାସଳଖ ପ୍ରସାରଣ କରାଯାଇଥିବା ପାଖାପାଖି ୨୫ ମିନିଟ‍୍‌ ସମୟର ଭିଡିଓ ମନୋରଞ୍ଜନଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି।

ଏପରି କ୍ଷେତ୍ରରେ ପ୍ରଶ୍ନ ଉଠିଛ. ବିଜ୍‌ନେସ‍୍‌ ମଡେଲ‍୍‌କୁ ଚରିତାର୍ଥ କରିବା ଦୌଡ଼ରେ ଯଦି ନିଜ କାନ୍ଧରେ ନିର୍ଭରକରି ରହିଥିବା ନ୍ୟୁଜ୍‌ ଚ୍ୟାନେଲ‍୍‌ର ଦର୍ଶକ ସଂଖ୍ୟା ଓ ବାର୍କ ରେଟିଂ କମେ ତେବେ ତାହା କିପରି ଭାବେ ବ୍ୟବସାୟ ହାସଲ କରିବ? ଏହା ବଜାର ଓ ବିଜ୍ଞାପନ ଦାୟିତ୍ୱରେ ଥିବା ପ୍ରଫେସନାଲ‍୍‌ଙ୍କ ପାଇଁ ଆଉ ଏକ ବୋଝ ନୁହେଁ କି? ତା’ଛଡ଼ା ସେହି ଚ୍ୟାନେଲ‍୍‌ରେ ଜଣେ ପ୍ରତିଷ୍ଠିତ ଓ ଦକ୍ଷ ବିଜ୍ଞାପନ ପ୍ରଫେସନାଲ‍୍‌ ଥାଉ ଥାଉ ସମ୍ପାଦକୀୟ ବିଭାଗକୁ ନେତୃତ୍ୱ ଦେଉଥିବା ଜଣେ ପାରଦର୍ଶୀ ସାମ୍ୱାଦିକ ଏପରି ମାନସିକତାରେ ରହିବା ଭବିଷ୍ୟତ ପାଇଁ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁନାହିଁକି? ଏହି ଦୃଷ୍ଟି ଭଙ୍ଗୀ ଯୋଗୁ ଯେତେବେଳେ ଓଡ଼ିଶା ଆସୁଥିବା ଜାତୀୟସ୍ତରର ଚ୍ୟାନେଲ‍୍‌ଗୁଡ଼ିକ ନିଜର ଅସ୍ତିତ୍ୱ ନେଇ ପ୍ରମାଦ ଗଣୁଛନ୍ତି ସେତେବେଳେ ମନୋରଞ୍ଜନଙ୍କ ଏପରି ଆଭିମୁଖ୍ୟ କାହାକୁ ପ୍ରଭାବିତ କରିବା ପାଇଁ?

ବୌଦ୍ଧିକ ବିକାଶ ଓ ବିଜ୍‌ନେସ‍୍‌ ମଡେଲ‍୍‌ ଭିତରେ ଚାଲିଥିବା ଏ ତର୍କ ଭିତରେ କିନ୍ତୁ ନୂଆ କଣ୍ଟେଣ୍ଟ ସଂଯୋଗ କରି ନ୍ୟୁଜ୍‌ ୱର୍ଲଡ ଓଡ଼ିଶା କିଛି ଦର୍ଶକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିପାରିଛି। ଏହି ନିର୍ଦ୍ଦିଷ୍ଟ ୩ ସପ୍ତାହ ଭିତରେ ଏହାର ବାର୍କ ରେଟିଂ ୪ରୁ ବଢ଼ି ୭ରେ ପହଞ୍ଚିଛି। ନିକଟରେ ଚ୍ୟାନେଲ‍୍‌ ପକ୍ଷରୁ “ନାରାୟଣ ନାରାୟଣ’ ପ୍ରସାରଣ ଆରମ୍ଭ ହୋଇଛି। ପ୍ରତି ଶନିବାର ରାତି ସାଢ଼େ ନଟାରେ ଏହି କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଏହା ଚ୍ୟାନେଲ‍୍‌ର ସ୍ୱତନ୍ତ୍ର ଅଭିନବ କାର୍ଯ୍ୟକ୍ରମ ବୋଲି ଦାବି କରାଯାଇଛି। ଠିକ୍ ସେହିପରି ଓଟିଭିରେ ପ୍ରସାରିତ ପଲିଟିକାଲ‍୍‌ ସର୍କସ‍୍‌ କାର୍ଯ୍ୟକ୍ରମର ଲୋକ୍ରପିୟତାକୁ ଆଖିରେ ରଖି ଚ୍ୟାନେଲ‍୍‌ ପକ୍ଷରୁ “ବୋବାଲ‍୍‌ ପଲିଟିକ୍ସ’ କାର୍ଯ୍ୟକ୍ରମ ଖୁବ‍୍‌ ଶୀଘ୍ର ଆରମ୍ଭ ହେବ। ଏହାଦ୍ୱାରା ଆଉ କିଛି ଦର୍ଶକକୁ ଚ୍ୟାନେଲ‍୍‌ ନିଜଆଡ଼କୁ ଆଣିବାରେ ସହାୟକ ହେବ ବୋଲି ଚ୍ୟାନେଲ‍୍‌ର ଜଣେ ପ୍ରଡ୍ୟୁସର କହିଛନ୍ତି।

ନ୍ୟୁଜ୍‌ୱର୍ଲଡ ଓଡ଼ିଶାରେ ନୂଆକରି ସାମିଲ‍୍‌ ହୋଇଥିବା "ନାରାୟଣ ନାରାୟଣ'ର ଏକ ସ୍ଥିର ଚିତ୍ର
ନ୍ୟୁଜ୍‌ୱର୍ଲଡ ଓଡ଼ିଶାରେ ନୂଆକରି ସାମିଲ‍୍‌ ହୋଇଥିବା “ନାରାୟଣ ନାରାୟଣ’ର ଏକ ସ୍ଥିର ଚିତ୍ର

ଏଭିତରେ ଚ୍ୟାନେଲକୁ କେବଲ‍୍‌ ନେଟ‍୍‌ୱର୍କ ସଂସ୍ଥା ଅର‍୍‌ଟେଲ‍୍‌ ନିଜ ପ୍ରସାରଣ ତାଲିକାରୁ ବାଦ‍୍‌ ଦେଇଛି। କିନ୍ତୁ ଟାଟା ସ୍କାଏ ଏବଂ ଏୟାର‍୍‌ଟେଲ‍୍‌ରେ ଏହି ଚ୍ୟାନେଲ‍୍‌ କିଛି ଦର୍ଶକଙ୍କୁ  ସିଧାସଳଖ ଆକୃଷ୍ଟ କରିବାରେ ସମର୍ଥ ହେବ ବୋଲି ଆଲୋଚନା ହେଉଛି।

7 COMMENTS

  1. I don’t like to comment on Kanak news,because I never seen that channel. It may be my psychological problem. But news world odisha maintain its quality.

  2. ମାତ୍ର ୩ ସପ୍ତାହ ର ରେଟିଂ କୁ କୁହାଯାଉଛି ଅର୍ଥ କିଛି ଉଦ୍ଦେଶ୍ୟ ମୂଳକ ପ୍ରଚାର।

  3. Don’t calculate only 3week rating calculate at least 1 year rating. News World Odisha what are doing in last in last 2 year. Any cases solve by u or any scam enclosed by you ? You are just pulling leg to go in front.

  4. Don’t calculate only 3week rating calculate at least 1 year rating. News World Odisha what are doing in last in last 2 year. Any cases solve by u or any scam enclosed by you ? You are just pulling leg to go in front.

Comments are closed.