ଜେଏସପିଏଲକୁ ଶ୍ରେଷ୍ଠ ସିଏସଆର ପୁରସ୍କାର

0
113
advertisement

ଭୁବନେଶ୍ୱର,(ଓଟି): ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିଃ(ଜେଏସପିଏଲ)କୁ ସିଏସଆର ଫୋରମ ତରଫରୁ ସାମାଜିକ ଦାୟିତ୍ୱ ବୋଧ(ସିଏସଆର) କାମ ପାଇଁ ପୁରସ୍କୃତ କରାଯାଇଛି । ଭୁବନେଶ୍ୱରରେ ଏକ ଉତ୍ସବରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଏହି ପୁରସ୍କାର ଜେଏସପିଏଲର ଏଜକ୍ୟୁଟିଭ ଭାଇସପ୍ରେସିଡେଣ୍ଟ ପ୍ରଶାନ୍ତ କୁମାର ହୋତା ଓ କମ୍ପାନୀର ସିଏସଆର ମୁଖ୍ୟ ବି.ପି ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ଏହି ଅବସରରେ ଜେଏସପିଏଲର ଏଜକ୍ୟୁଟିଭ ନିଦ୍ଦେର୍ଶକ ଦିନେଶ ସରାଓଗି ଖୁସି ବ୍ୟକ୍ତ କରିବା ସହିତ କହିଛନ୍ତି ଯେ ଜେଏସପିଏଲ ଲୋକମାନଙ୍କର ଜୀବନ ଧାରଣ ମାନ ବୃଦ୍ଧି ପାଇଁ ଜେଏସପିଏଲ ଫାଉଣ୍ଡେସନର ଅଧକ୍ଷା ଶାଲୁ ଜିନ୍ଦଲଙ୍କ ନିଦ୍ଦେର୍ଶରେ ଅନେକ ଜନହିତକର କାମ ହାତକୁ ନେଇଛି । ଜେଏସପିଏଲର ଅନ୍ୟତମ ଏଜକ୍ୟୁଟିଭ ନିଦ୍ଦେର୍ଶକ ତଥା କର୍ପୋରେଟ ଆଫେୟାର ମୁଖ୍ୟ ମନିଶ ଖରବନ୍ଦା ଏହି ପୁରସ୍କାରକୁ ଜେଏସପିଏଲର ଚେୟାରମ୍ୟାନଙ୍କ ଦେଶ ନିର୍ମାଣ ସ୍ୱପକନକୁ ସାକାର କରିବା ପାଇଁ କାମ କରୁଥିବା କମ୍ପାନୀର ସିଏସଆର ଟିମକୁ ଉତ୍ସର୍ଗ କରିଛନ୍ତି ।