ମାଲକାନଗିରିରେ  ଅଜଣାଜ୍ୱର: ଜାପାନିଜ୍‌ ଏନ‍୍‌ସେଫାଲାଇଟିସ‍୍‌ ସମ୍ପର୍କରେ ଜାଣିବା କଥା

0
336
advertisement

 

[dropcap]ସ[/dropcap]ମ୍ପ୍ରତି ମାଲକାନଗିରିରେ ମୃତ୍ୟୁର ତାଣ୍ଡବଲୀଳା ଚଳାଇଛି ଏକ ଅଜଣା ଜ୍ୱର ଯାହା ଜାପାନୀ ଜ୍ୱର ଭାବେ ଜଣାଶୁଣା । ଏହାକୁ ଡାକ୍ତରୀ ଭାଷାରେ ଜାପାନିଜ୍‌ ଏନ‍୍‌ସେଫାଲାଇଟିସ‍୍‌। ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ମଶା କ୍ୟୁଲେକ୍ସ ଦ୍ୱାରା ଏହା ବ୍ୟାପିଥାଏ। ଯାହାର ଉପଶମ ପାଇଁ ପ୍ରତିକାର ସହ ତୁରନ୍ତ ଡାକ୍ତରୀ ପରାମର୍ଶ ଆବଶ୍ୟକ। ସେହି ଜାପାନିଜ୍‌ ଏନ୍ସେେଫାଲାଇସ‍୍‌ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ।

 

 

what-japanese-encephalitisମଶାମାନଙ୍କ ଯୋଗୁଁ ବ୍ୟାପୁଥିବା ଭୂତାଣୁ ଜନିତ ରୋଗକୁ ଜାପାନୀଜ୍‌ ଜ୍ୱର ବା ଜାପାନୀଜ୍‌ ଏନସେଫାଲାଇଟିସ‍୍‌ କୁହାଯାଏ । ଆରବୋ ଭାଇରସ ‘ବି’ ଭୂତାଣୁ ଯୋଗୁ ଏହି ଜ୍ୱର ହୋଇଥାଏ । ଏହି ଭୂତାଣୁରେ ସଂକ୍ରମିତ କ୍ୟୁଲେକ୍ସ ମଶା କାମୁଡିବା ଦ୍ୱାରା ଜାପାନୀଜ୍‌ ଏନସେଫାଲାଇଟିସ‍୍‌ ଜ୍ୱର ହୋଇଥାଏ । ବିଶେଷ କରି କ୍ୟୁଲେକ୍ସ ପରିବାରର ଟ୍ରାଇଟିଓରିଙ୍କସ‍୍‌, ବିଷ୍ଣୁଇ ଓ ସୁଡୋବିଷ୍ଣୁଇ ମଶା ଦ୍ୱାରା ବ୍ୟାପିଥାଏ । ଏହା ଛଡା ଅନ୍ୟ କେତେକ ମଶାଙ୍କ ଯୋଗୁ ଏହି ରୋଗ ସଂକ୍ରମିତ ହୋଇଥାଏ ।

ବର୍ତ୍ତମାନ ଓଡିଶାରେ ଏହି ମଶା ଓ ଏହା ଦେହରେ ଥିବା ଭୂତାଣୁ ଚିହ୍ନଟ କରାଯାଇଛି । ଯେ କୌଣସି ସମୟରେ ଏହା ମହାମାରୀ ରୂପ ନେଇପାରେ । ଉପଯୁକ୍ତ ସୂଚନା, ପରାମର୍ଶ ବିଶେଷ କରି ମଶା କାମୁଡାଠାରୁ ଦୂରେଇ ରହିଲେ ଏହି ଜାପାନୀଜ୍‌ ଏନସେଫାଲାଇଟିସ‍୍‌ ରୋଗଠାରୁ ରକ୍ଷା ମିଳିବ । ଜାପାନୀଜ୍‌ ଏନସେଫାଲାଇଟିସ‍୍‌ ବିଶେଷ କରି ପଶୁପକ୍ଷୀଙ୍କୁ ବେଶୀ ପରିମାଣରେ ସଂକ୍ରମିତ ହୋଇଥାଏ । ଘୁଷୁରୀ ଶରୀରରୁ ଏହି ଭୂତାଣୁ ସହରେ କ୍ୟୁଲେକ୍ସ ମଶା ଗ୍ରହଣ କରି ମଣିଷକୁ ସଂକ୍ରମିତ କରିଥାଏ ।

 

image3ରୋଗରେ ପୀଡିତ ମଣିଷଠାରୁ କ୍ୟୁଲେକ୍ସ ମଶା ଭୂତାଣୁ ସଂଗ୍ରହ କରିନଥାଏ । ଏହି କ୍ୟୁଲେକ୍ସ ମଶା ଛୋଟ ନାଳ, ଗଡିଆ, ପାଣି ଜମି ରହୁଥିବା ସ୍ଥାନ ଜଳସେଚିତ ଆଦି ଜମିରେ ବଂଶ ବୃଦ୍ଧି କରିଥାଏ ।

ଅନ୍ୟ ମଶାମାନଙ୍କ ପରି କ୍ୟୁଲେକ୍ସ ମଶାର ଜୀବନ ଚକ୍ର ୪ଟି ପର୍ଯ୍ୟାୟ ଦେଇ ଗତି କରିଥାଏ । ଅଣ୍ଡାରୁ – ଲାର୍ଭା, ଲାର୍ଭାରୁ- ପ୍ୟୁପା ଓ ପ୍ୟୁପାରୁ- ପୂର୍ଣ୍ଣାଙ୍ଗ ମଶା ହୋଇଥାଏ । କ୍ୟୁଲେକ୍ସ ମଶା ସାଧାରଣତଃ ଛାଇ ଓ ଥଣ୍ଡା ସ୍ଥାନରେ ଘର ବାହାରେ ବିଶ୍ରାମ ନେଇଥା’ନ୍ତି । ଗ୍ରୀଷ୍ମ ସମୟରେ ଅତ୍ୟଧିକ ଗରମ ଯୋଗୁ ସେମାନେ ଘର ଭିତରକୁ ଆସି ବିଶ୍ରାମ ନେଇଥା’ନ୍ତି । କ୍ୟୁଲେକ୍ସ ମଶା ଅଧିକାଂଶ ସମୟ ଘର ବାହାରେ ରହୁଥିବାରୁ ଘର ଭିତରେ ମଶା ମରା ଔଷଧ ପକାଇଲେ କିଛି ସୁଫଳ ମିଳିପାରେ ନାହିଁ ।

ଲକ୍ଷଣ

japanese-encephalitisଭୂତାଣୁ ଦ୍ୱାରା ସଂକ୍ରମିତ ମଶା କାମୁଡିବାର ୫ରୁ ୧୫ ଦିନ ମଧ୍ୟରେ ଜାପାନୀଜ୍‌ ଏନସେଫାଲାଇଟିସ‍୍‌ ରୋଗର ଲକ୍ଷଣ ରୋଗୀ ଦେହରେ ଦେଖାଦେଇଥାଏ । ଅନ୍ୟ ଭୂତାଣୁ ଜନିତ ରୋଗ ପରି ଏଥିରେ ମଧ୍ୟ ରୋଗୀ ଦେହରେ ଜ୍ୱର ଲାଗି ରୁହେ । ଏହି ଭୂତାଣୁ ମଣିଷର ସ୍ନାୟୁ ଗୁଡିକୁ ସଂକ୍ରମିତ ହେଉଥିବାରୁ ରୋଗୀ ଚେତାଶୂନ୍ୟ ହୋଇପଡେ । ଏପରିକି ଶରୀର ଅବଶ ଲାଗିବା ସହିତ କୌଣସି କାମ କରିବାକୁ ଇଛା ହୁଏନାହିଁ । ରୋଗୀ ଦୁର୍ବଳ ହେବା ସହିତ କ୍ଳାନ୍ତ ଅନୁଭବ କରେ । ଅନେକ ସମୟରେ ବାନ୍ତି ସହିତ ଝାଡା ମଧ୍ୟ ଲାଗି ରୁହେ ।

ଏହି ଲକ୍ଷଣଗୁଡିକ ମଧ୍ୟରୁ ଦୁଇଟି କିମ୍ୱା ସମସ୍ତ ଲକ୍ଷଣ ପ୍ରକାଶ ପାଇପାରେ । ଏହି ସବୁ ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ତୁରନ୍ତ ଚିକିତ୍ସା କରାଇଲେ ରୋଗରୁ ରକ୍ଷା ମିଳିଥାଏ ।

ଜାପାନୀଜ୍‌ ଏନସେଫାଲାଇଟିସ‍୍‌ ରୋଗ ସବୁ ବର୍ଗ ଓ ବୟସର ଲୋକଙ୍କୁ ଆକ୍ରମଣ କରୁଥିଲେ ମଧ୍ୟ ୧୫ ବର୍ଷରୁ କମ‍୍‌ ପିଲାମାନଙ୍କୁ ଅଧିକ ହୋଇଥାଏ । ଏହି ରୋଗର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ । ଉପଯୁକ୍ତ ସେବା ଓ ଯତ୍ନ ନେଲେ ଅନେକ ପରିମାଣରେ ସୁସ୍ଥ ଅନୁଭବ କରେ । ତେବେ ଅତ୍ୟଧିକ ସଂକ୍ରମିତ ଥିବା ଅଞ୍ଚଳରେ ଏହି ଜାପାନୀଜ୍‌ ଏନସେଫାଲାଇଟିସ‍୍‌ ରୋଗର ପ୍ରତିଶେଧକ ଟୀକା ଦେବାର ବ୍ୟବସ୍ଥା ହୋଇଥାଏ ।

ନିରାକରଣ

-: ମଶା ଦାଉରୁ ରକ୍ଷା ପାଇବା ପାଇଁ ନିୟମିତ ଔଷଧ ଦ୍ୱରା ବିଶୋଧିତ ମଶାରୀ ଟାଙ୍ଗି ଶୋଇବା ଉଚିତ୍ ।

-: ୧୫ବର୍ଷରୁ କମ‍୍‌ ପିଲା ଓ ଗର୍ଭବତୀ ମହିଲା ଦିନବେଳା ଶୋଇଲାବେଳେ ମଶାରୀ ଟାଙ୍ଗି ଶୋଇବା ଉଚିତ୍ ।

-: ନିୟମିତ ବ୍ୟବଧାନରେ ଘର ଭିତରେ ଓ ବାହାରେ କୀଟନାଶକ ଔଷଧ ସିଞ୍ଚନ କରିବା ଆବଶ୍ୟକ।

-: ଘର ଚାରିପାଖରେ ଥିବା ଅନାବନା ଗଛ ଓ ଘାସକୁ ସଫା କରିଦିଅନ୍ତୁ ।

-: ମଶା ଅଣ୍ଡା ଦେଉଥିବା ସ୍ଥାନକୁ ଚିହ୍ନଟ କରି ସେଥିରେ ମଶା ଲାର୍ଭା ଖାଉଥିବା ଗମ୍ୱୁସିଆ ମାଛ ଛାଡନ୍ତୁ ।

-: ଘୁଷୁରୀଠାରୁ ଏହି ମଶା ବ୍ୟାପୁଥିବାରୁ ଘୁଷୁରୀ ଗୁହାଳରେ ମଶା ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରନ୍ତୁ ।

-: ମଶା କାମୁଡାରୁ ରକ୍ଷା ପାଇବା ପାଇଁ ଫୁଲ ପ୍ୟାଣ୍ଟ ଓ ଫୁଲ ସାର୍ଟ ପିନ୍ଧନ୍ତୁ ।