ଜଣେ ରାଣୀଥିଲେ: ପୁରୀର ସୂର୍ଯ୍ୟମଣି ପାଟ୍ଟମହାଦେଇ

0
91
imaginary portrait. not to be claimed

[author title=”Harihar Panda” image=”https://pbs.twimg.com/profile_images/3342912387/3f4b201989de3c274647e14feb4f7b9b.jpeg”][/author]

 

 

[toggle title=”intro” state=”close”]ପୁରୀ ରାଜ ଉଆସରେ ଦ୍ୱିତୀୟ ବୀରକିଶୋର ଦେବଙ୍କ ମୃତ୍ୟୁ ପରେ ଯଦି କିଏ ଗଜପତି ରାଜବଂଶର ମର୍ଯ୍ୟାଦାକୁ ସୁରକ୍ଷିତ କରିପାରିଥିଲେ ସେ ହେଉଛନ୍ତି ମହାରାଣୀ ସୂର୍ଯ୍ୟମଣୀ ପାଟ ମାହାଦେଈ। ଓଡ଼ିଶା ରାଜ ଇତିହାସ ସମ୍ପର୍କରେ ରୁଚି ରଖୁଥିବା ପ୍ରତିଟି ବ୍ୟକ୍ତି ତାଙ୍କ ନାଁକୁ ଚିହ୍ନନ୍ତି। ରାଜଗାଦିରେ ନବସିଥିଲେ ମଧ୍ୟ ସେ ୩୭ ବର୍ଷ ସମୟ ଧରି ପୁରୀ ଜମିଦାରୀ ଓ ଶ୍ରୀମନ୍ଦିରର ପ୍ରତ୍ୟକ୍ଷ ପରିଚାଳନା କରିଥିଲେ। ଯଦିଓ ମଝିରେ ୪ ବର୍ଷ ପୋଷ୍ୟପୁତ୍ର ଦିବ୍ୟସିଂହ ଦେବଙ୍କ ହାତରେ ଶାସନ ନ୍ୟସ୍ତ ହୋଇଥିଲା କିନ୍ତୁ ପ୍ରକୃତରେ ସେହିଁ ପୁରୀ ରାଜବଂଶର ରକ୍ଷାକର୍ତ୍ତୀ ଥିଲେ। ଚତୁର ଇଂରେଜମାନଙ୍କୁ ନିଜ ବୁଦ୍ଧିମତ୍ତା ଓ ନିଷ୍ଠା ବଳରେ ସେହିଁ ଜିତିପାରିଥିଲେ। ନହେଲେ ଆଜି ପୁରୀ ଶ୍ରୀମନ୍ଦିରରେ ଗଜପତିଙ୍କ କିଛି ଭୂମିକା ନଥା’ନ୍ତା। ଅନ୍ୟ ରାଜ ବଂଶର ଦାୟଦଙ୍କ ଭଳି ସେ ମଧ୍ୟ ନିଜ ପରିଚୟ ଖୋଜି ବୁଲୁଥା’ନ୍ତେ…।[/toggle]
—–

 

PURI LOGOସୂର୍ଯ୍ୟମଣୀ ପାଟ୍ଟମାହାଦେଇ ହେଉଛନ୍ତି ସୋନପୁରର ରାଜଜେମା। ମହାରାଜା ଦୈତାରୀ ସିଂହଙ୍କ ଝିଅ ଏବଂ ୧୮୧୮ ମସିହାରେ ତାଙ୍କ ଜନ୍ମ। ପିଲାବେଳୁ ସେ ନିଜର ସାହସିକତା ଓ ଦୃଢ଼ ଭାବନା ପାଇଁ ସୋନପୁରରେ ପରିଚତ ଥିଲେ। ଧନୁର୍ବିଦ୍ୟାରେ ପାରଙ୍ଗମ ଥିଲେ। ପୁରୀ ଆସିବା ପଛରେ ତାଙ୍କର ଏକ ଭଲ ଲୋକ କଥା ରହିଛି। ତାଙ୍କୁ ଯେତେବେଳେ ୧୨ ବର୍ଷ ବୟସ ହୋିଥିଲା ଅର୍ଥାତ୍ ୧୮୩୦ ମସିହାରେ ସେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୁରୀ ଆସିଥିଲେ। ସେତେବେଳେ ରାଜା ମହାରାଜାମାନେ ପୁରୀ ଆସିଲେ ପୁରୀ ମହାରାଜାଙ୍କ ପକ୍ଷରୁ ବେଶ‍୍‌ ଖତିରଦାରି କରାଯାଉଥିଲା। ଯେହେତୁ ପୁରୀରେ ଅବସ୍ଥାପିତ ଖୋର୍ଦ୍ଧା ମହାରାଜାଙ୍କୁ ପୁରୀ ଶ୍ରୀମନ୍ଦିରର ଅଧୀକ୍ଷକଭାବେ ଇଂରେଜମାନେ କ୍ଷମତାପନ୍ନ କରିଥିଲେ ଏଣୁ ତାଙ୍କ ମାଧ୍ୟମରେ ସେବାୟତମାନେ ରାଜକୀୟ ଅତିଥିଙ୍କ ସତ୍କାର ବେଶ‍୍‌ ଯତ୍ନର ସହ ସମ୍ପନ୍ନ କରୁଥିଲେ। ସେମାନଙ୍କ ପାଇଁ ରହିବା ଓ ଖାଇବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଥିଲା। ସେଦିନ ମହାରାଜା ଦୈତାରୀ ସିଂହ ରହୁଥିବା ସ୍ଥାନରେ ଏକ ବନ୍ୟଯନ୍ତୁ ପ୍ରବେଶ କରିବାରୁ ମହାରାଜକୁମାରୀ ତାକୁ ଧନୁ ତୀର ସାହାଯ୍ୟରେ ମୁକାବିଲା କଲେ। ଏ ଖବର ନିମିଷକ ମଧ୍ୟରେ ଗଜପତି ମହାରାଜା ରାମଚନ୍ଦ୍ର ଦେବଙ୍କ ପାଖରେ ପହଞ୍ଚିଲା। ଆଉ ମହାରାଜା ତାଙ୍କୁ ଉତ୍ସାହିତ କଲେ। ପରେ ତାଙ୍କ ସହ ଜେନାମଣିଙ୍କ ବିବାହ ପାଇଁ ସ୍ଥିର କଲେ। ଏ ପ୍ରସ୍ତାବରେ ଦୈତାରି ସିଂହ ମଧ୍ୟ ରାଜି ହେବାରୁ ସୋନପୁରର ମହାରାଜକୁମାରୀ ପାଲଟିଲେ ପୁରୀର ଯୁବରାଣୀ।
୧୮୫୪ ମସିହାରେ ଗଜପତି ମହାରାଜା ତୃତୀୟ ରାମଚନ୍ଦ୍ର ଦେବଙ୍କ ମୃତ୍ୟୁ ପରେ ପୁରୀ ରାଜପରିବାରରେ ଏକ ବିରାଟ ପରିବର୍ତ୍ତନ ଆସିଲା। ଯଦିଓ ତାଙ୍କ ପୁଅ ବଂଶପରମ୍ପରା ଅନୁସାରେ ରାଜଗାଦି ହାସଲ କରି ନିଜକୁ ଗଜପତି ଦ୍ୱିତୀୟ ବୀରକିଶୋର ଦେବ ଭାବେ ପରିଚିତ କଲେ କିନ୍ତୁ ସ୍ୱାସ୍ଥ୍ୟହାନୀଯୋଗୁ ସେ ଏକ ବଳିଷ୍ଠ ନେତୃତ୍ୱରେ ଶ୍ରୀମନ୍ଦିର ପ୍ରଶାସନକୁ ବାନ୍ଧି ପାରିଲେ ନାହିଁ। ପୁଣି ସେ ବର୍ଷ ରଥଯାତ୍ରା ସମୟରେ ଅର୍ଥାତ୍ ୧୫ ଜୁଲାଇ ୧୮୫୫ ମସିହାରେ ସିଂହଦ୍ୱାର ସମ୍ମୁଖରେ ଏକ ଦୁର୍ଘଟଣା ଘଟିଲା। ୪ ଜଣ ମହିଳାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଲା। ସେ ବର୍ଷ ନବକଳେବର ପଡ଼ିଥିଲା। ଶ୍ରୀଜୀଉଙ୍କ ନବକଳେବର ଦେଖିବା ଲାଗି ଭିଡ଼ ଏତେ ହୋଇଥିଲାଯେ, ଇଂରେଜ ସରକାର ତାହାକୁ କାବୁ କରିପାରି ନଥିଲେ। ଘଟଣା ଘଟିବାର ତିନିଦିନ ପରେ ଅର୍ଥାତ୍ ୧୮ ଜୁଲାଇ ୧୮୫୫ରେ ତତ୍କାଳୀନ ଜିଲା ମାଜିଷ୍ଟ୍ରେଟ‍୍‌ ଏ.ଏସ‍୍‌ ଆନନ୍ଦ ଏନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଚିଠି ଲେଖିଲେ। ନିଜ ଅଧୀନରେ ଥିବା ୧୮୦୦ ବେଙ୍ଗଲୀ ସିପାହୀ ମୁତ୍ତୟନ ଥିଲେ ମଧ୍ୟ ସିଂହଦ୍ୱାର ଖୋଲିବା ପରେ ଭକ୍ତଙ୍କୁ ନିୟନ୍ତ୍ରଣ କରିପାରି ନଥିଲେ। ଅପର ପକ୍ଷରେ ଏହାକୁ ରାଜାଙ୍କ ଦୋଷ ବୋଲି ପରୋକ୍ଷରେ ବ୍ରିଟିଶ‍୍‌ ସରକାର ମନେ କଲେ। ଆଉ ସିଂହଦ୍ୱାର ସମ୍ମୁଖରେ ଏକ ଥାନା ପ୍ରତିଷ୍ଠା କରି ତାର ଖର୍ଚ୍ଚ ଭରଣା କରିବାକୁ ରାଜାଙ୍କୁ ନିଦ୍ଦେର୍ଶ ଦିଆଗଲା।
ଏପଟେ କୌଣସି ସନ୍ତାନ ନଥିବାରୁ ବେଶ‍୍‌ ବିଷାଦ ଭିତରେ ମହାରାଜା କାଳାତିପାତ କରୁଥାନ୍ତି। ଗୋଟିଏ ପଟେ ମନ୍ଦିରରେ ଲାଗି ରହୁଥିବା ବିବାଦ, ବ୍ରିଟିଶ‍୍‌ ସରକାରଙ୍କ ଜୁଲମ‍୍‌ ଆଉ ଅନ୍ୟ ପଟରେ ନିଜର ରୋଗାଗ୍ରସ୍ତ ଶରୀର ତାଙ୍କୁ ଦୁଃଖ ଦେଇ ଚାଲିଥିଲା। ଚାରି ବର୍ଷ ଏମିତି ଶଯ୍ୟାଶାୟୀ ରହିବା ପରେ ବୀରକେଶରୀଙ୍କ ମୃତ୍ୟୁ ଘଟିଲା। ମୃତ୍ୟୁର କିଛି ସମୟ ପୂର୍ବରୁ ସେ ଖେମୁଣ୍ଡିର ରାଜପୁତ୍ରଙ୍କୁ ପୋଷ୍ୟଭାବେ ଗ୍ରହଣ କରିଥିଲେ ବୀରକେଶରୀ। କିଛି ଦିନ ପୂର୍ବରୁ ଯଦିଓ ପାଟ ମହାଦେଈ ଖେମଣ୍ଡି ରାଜପୁତ୍ରଙ୍କୁ ନିଜ ପୁତ୍ର ଭାବେ ଗ୍ରହଣ କରିବାକୁ ସୂର୍ଯ୍ୟମଣି ଅନିଚ୍ଛା ପ୍ରକାଶ କରୁଥିଲେ ମାତ୍ର ଯେତେବେଳେ ସେ ଜାଣିଲେ ବୀରକେଶରୀଙ୍କ ପରେ ଯଦି କେହି ଦାୟାଦ ନରହନ୍ତି ତେବେ ମନ୍ଦିର ବି ତାଙ୍କ ହାତରୁ ଚାଲିଯିବ। ଏଣୁ ନିଜ ହୃଦୟକୁ କଠୋର କରି ପାଟ ମହାଦେଈ ବୀରକେଶରୀଙ୍କ କଥା ମାନିଲେ। କିନ୍ତୁ ତା’ ପୂର୍ବରୁ ଖେମୁଣ୍ଡିର ଖଳ ଆଚରଣକୁ କାବୁ କରିବାକୁ ଯାଇ ଏକ ବସିୟତ୍ନାମା ପ୍ରସ୍ତୁତ କରାଗଲା। ସେଥିରେ ଉଲ୍ଲେଖ କରହିଲା ଯେଯାଏଁ ଜେନାମଣି ସାବାଳକ ନ ହୋଇଥାନ୍ତି ତେବେ ମନ୍ଦିର ଓ ଜମି ଜମା ମାମଲାର ରକ୍ଷକ ହେବେ ପାଟ ମହାଦେଈ। ଏହି ଡକ୍ୟୁମେଣ୍ଟ ହିଁ ପରବର୍ତ୍ତୀ ସମୟରେ ନିଶାଖୋର ଜେନାମଣି ତଥା ପରବର୍ତ୍ତୀ ସମୟରେ ରାଜଗାଦି ଅଳଂକୃତ କରିଥିବା ରାଜା ଦିବ୍ୟସିଂହ ଦେବଙ୍କ କବଳରୁ ପୁରୀକୁ ରକ୍ଷା କରିବାରେ ସାହାଯ୍ୟ କରିଥିଲା।
୧୮୫୯ରେ ବିରକେଶରୀ ଦେବଙ୍କ ମୃତ୍ୟୁ ପରେ ପୁରୀ ମନ୍ଦିର ଓ ଜମିଦାରୀର ପ୍ରକୃତ ରକ୍ଷାକର୍ତ୍ତୀ ଥିଲେ ସୂର୍ଯ୍ୟମଣି। କିନ୍ତୁ ଶାସନ ଚାଲିଥିଲା ତୃତୀୟ ଦିବ୍ୟସିଂହ ଦେବଙ୍କ ନାମରେ। ପୁରୀର ପରମ୍ପରା ଅନୁସାରେ ପ୍ରତିବର୍ଷ ସୁନିଆଁରେ ତାଙ୍କରି ନାଁରେ ଅଙ୍କ କଟାଯାଉଥିଲା। ହେଲେ ପାଟମହାଦେଈ ଥିଲେ ଜମିଦାରୀର ସର୍ବସ୍ୱ। ଦିନେ ହେଲେ ରାଜଗାଦିରେ ବସି ନାହାନ୍ତି। ଅର୍ଥାତ୍ ପୁରୀରେ କେବେ ରାଣୀ ଶାସନ ହୋଇ ନାହିଁ। ଏହି ସମୟରେ ଇଂରେଜ ଅଧିକାରୀ ତଥା ତତ୍କାଳୀନ ପୁରୀ ଜିଲାପାଳ ଜିଏନ‍୍‌ ବାର୍ଲଙ୍କ ସହ ଚୁକ୍ତିବଦ୍ଧ ହୋଇଥିଲେ। ମାର୍ଚ୍ଚ ୩୦ ତାରିଖ ୧୮୬୩ ମସିହାର ଏହି ଚୁକ୍ତି ଅନୁସାରେ ଖୋର୍ଦ୍ଧାରାଜାଙ୍କୁ ମନ୍ଦିରର ଅଧୀକ୍ଷକଭାବେ ଇଂରେଜମାନେ ସ୍ୱୀକୃତ ଦେଇଥିଲେ। ତାଙ୍କ ଶାସନ ସମୟରେ ୧୮୬୬ର ନଅ ଅଙ୍କ ଦୁର୍ଭିକ୍ଷ ସାରା ଉତ୍କଳ ପାଇଁ କରାଳ ସୃଷ୍ଟି କରିଥିଲା। ହେଲେ ସୂର୍ଯ୍ୟମଣି ଏହାକୁ ବେଶ‍୍‌ ଦକ୍ଷତାର ସହ ମୁକାବିଲା କରିଥିଲେ। ରାଜକୋଷରେ ଅର୍ଥ ନଥିଲେ ବି ସୂର୍ଯ୍ୟମଣି ପ୍ରଜା ଓ ଆଗନ୍ତୁକ ମାନଙ୍କୁ ମହାପ୍ରସାଦ ବାଣ୍ଟି ନିଜ ଶାସନର ପ୍ରତିବଦ୍ଧତା ପ୍ରମାଣିତ କରିଥିଲେ। ଏହା ନେଇ ଇଂରେଜମାନେ ବେଶ‍୍‌ ପ୍ରସନ୍ନ ମଧ୍ୟ ହୋଇଥିଲେ। ଏହି ପରି ଭାବେ ୧୬ ବର୍ଷ ବିତି ଯାଇଥିଲା। ଯେତେବେଳେ ଦିବ୍ୟସିଂହ ଦେବ ସାବାଳକ ହେଲେ ଅର୍ଥାତ୍ ୧୮୭୫ ମସିହାରେ ସେ ଜମିଦାରୀ ଓ ଶ୍ରୀଜଗନ୍ନାଥଙ୍କ ଭାର ଦିବ୍ୟସିଂହଙ୍କୁ ଅର୍ପଣ କଲେ।
କିନ୍ତୁ ଦିବ୍ୟସିଂହଙ୍କ ବିଷୟରେ ଯେଉଁ ସନ୍ଦେହ ତାଙ୍କ ପିଲାଦିନେ ଉଇଁଥିଲା ତାହା ଏବେ ଉତ୍କଟ ହେଲା। ରାଜ୍ୟଭାର ପାଇବା ପରେ ସେ କିଛି ଦୁଷ୍ଟ ଲୋକଙ୍କୁ ନିଜର ଏକାନ୍ତ କଲେ। ମହାରାଣୀ ତଥା ରାଜମାତାଙ୍କୁ ଆଉ ପଚାରିଲେ ନାହିଁ। ଏମିତିକି ଯେଉଁମାନେ ସୂର୍ଯ୍ୟମଣିଙ୍କ ଖାସ‍୍‌ ମଣିଷ ଭାବେ ଗଣାଯାଉଥିଲେ ସେମାନଙ୍କୁ ଦଣ୍ଡିତ କରିବା ଆରମ୍ଭ କଲେ। ଅଣ ସେବକଙ୍କୁ ଦେଉଳ ଭିତରେ ପୁରାଇ ସେବକଙ୍କ ପାଉଣା ବନ୍ଦ କଲେ। ସେବକମାନଙ୍କୁ ଅନେକ ନିର୍ଯାତନା ଦେଲେ । ସେମାନେ ରାଜାଙ୍କ ବିରୋଧରେ ଜିଲାପାଳଙ୍କ ଆଗରେ ଗୁହାରି କଲେ। ଏହିସବୁ ଅଭିଯୋଗ ଭିତରେ ୧୮୭୭ ମସିହା ଗୋବିନ୍ଦ ଦ୍ୱାଦଶୀ ଦିନ ଏକ ଅଘଟଣା ଘଟିଲା। ସେଦିନ ୧୧ ଜଣ ଭକ୍ତଙ୍କ ଦଳା ଚକଟାରେ ଜୀବନଗଲା। ଏହାକୁ ରାଜାଙ୍କ ସମ୍ପୂର୍ଣ୍ଣ ଦୋଷ ବୋଲି ବିଚାର କରି ଇଂରେଜମାନେ ରାୟ ଦେଲେ। ତଥାପି ରାଜାଙ୍କ ଅକଥନୀୟ ଅତ୍ୟାଚାରର ଅନ୍ତ ହେଲା ନାହିଁ। ଦିନକୁ ଦିନ ଭୟଙ୍କର ଷଡ଼ଯନ୍ତ୍ରରେ ଭରି ଉଠୁଥିବା ପୁରୀ ରାଜା ନଅରରେ ସେଦିନ ଏକ ଅଘଟଣା ଘଟିଗଲା। ନଅର ଭିତରେ କୌଣସି ଲୋକର ଦେହ ଖରାପ କହି ଫେବୃୟାରୀ ୨୩ ୧୮୭୮ ମସିହାରେ ରାଜବୈଦ୍ୟ ତଥା ସାଧୁ ଶିବ ଦାସଙ୍କୁ ରାଜା ନଅର ଆସିବାକୁ ଆଦେଶଦେଲେ। ସାଧୁ ପୂର୍ବରୁ ଅନେକ ଥର ରାଜା ନଅର ଆସିଛନ୍ତି। ସେ ଦାମୋଦରପୁର ଶାସନରେ ଏକ ମଠରେ ଅବସ୍ଥାନ କରୁଥିଲେ। ସନ୍ଧ୍ୟା ବେଳେ ରାଜା ନଅରରେ ସେ ନିଜର କିଛି ସହଚରଙ୍କ ସହ ପହଞ୍ଚିବା ପରେ ନଅର ପକ୍ଷରୁ କେବଳ ତାଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା। ଦୀର୍ଘ ସମୟ ଧରି ସେ ରାଜା ନଅରରେ ରହିଥିଲେ ମଧ୍ଞ ଶିଷ୍ୟମାନଙ୍କୁ କୌଣସି ସୂଚନା ଦିଆଯାଉ ନଥିଲା। ମଧ୍ୟରାତ୍ରିରେ ତାଙ୍କୁ ରାସ୍ତାକଡ଼କୁ ଫୋପାଡ଼ି ଦିଆଗଲା। ଗୁରୁତର ଆହତ ଥିବା ସାଧୁ ଶିବଦାସଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ମାର୍ଚ୍ଚ ୧୦ ତାରିଖରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାକୁ ଭିତ୍ତି କରି ଇଂରେଜ ଅଧିକାରୀମାନେ ତାଙ୍କୁ ଗିରଫ କଲେ। ଆଉ ଦଣ୍ଡସ୍ୱରୂପ କଳାପାଣି ପଠାଇଦେଲେ। ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିବା କେହି କେହି କହନ୍ତି। କିନ୍ତୁ ଅନେକଙ୍କ ଅନୁସାରେ ସେ ଆଣ୍ଡାମାନ ଜେଲ‍୍‌ରୁ ଖସି ଆସି କୁଜଙ୍ଗରେ ସାଧୁ ଭାବେ ଜୀବନ ଅତିବାହିତ କରିଥିଲେ।
ମହାରାଜା ବଦିବ୍ୟସିଂହ ଦେବ କଳାପାଣି ଗଲା ପରେ ପୁଣିଥରେ ପୁରୀ ଜମିଦାରୀର ଦାୟିତ୍ୱ ସୂର୍ଯ୍ୟମଣିଙ୍କ ଉପରେ ନ୍ୟସ୍ତ ହେଲା। ଦିବ୍ୟସିଂହ ଦେବଙ୍କ ପୁତ୍ର ଜଗନ୍ନାଥ ଜେନାମଣିଙ୍କ ତରଫରୁ ସେ ଶାସନ କାର୍ଯ୍ୟ ଚଳାଇଲେ। ଆଇନ ପରାମର୍ଶ ପାଇଁ ସେ ମଧୁସୂଦନ ଦାସଙ୍କ ସହାୟତା ଲୋଡ଼ି ବିଭିନ୍ନ କାଗଜପତ୍ରକୁ ପୁରୀ ରାଜ ପରିବାରର ସପକ୍ଷରେ କରାଇଲେ। ଅନ୍ୟପକ୍ଷରେ ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା ନେଇ ବ୍ରିଟିଶ‍୍‌ ଶାସନର ଚକ୍ରାନ୍ତକୁ ଅବରୋଧ କରିବାରେ ସକ୍ଷମ ହେଲେ। ୧୮୯୭ ମସିହାରେ ଜଗନ୍ନାଥ ଜେନାମଣି ଯେତେବେଳେ ସାବାଳକ ହେଲେ ତାଙ୍କୁ ମୁକୁନ୍ଦ ଦେବ ଭାବେ ରାଜଗାଦିରେ ଅଭିଷିକ୍ତ କରାଗଲା। ଆଉ ତାଙ୍କ ହସ୍ତରେ ସୂର୍ଯ୍ୟମଣି ରାଜମାତା ରାଜ୍ୟଭାର ଅର୍ପଣ କଲେ। ଯାହାଫଳରେ ମନ୍ଦିର ପରିଚାଳନା ରାଜପରିବାର ହାତରେ ହିଁ ରହିପାରିଲା । ଏହି କାରଣରୁ ପୁରୀର ମର୍ଯ୍ୟାଦା ଆହୁରି ବଢ଼ିଲା। ଯାହା ଆଜି ଯାଏଁ ପ୍ରଚଳିତ ରହିଛି।

Loading...