“ଗୁଣ୍ଡା’ରିଲିଜ୍‌ ପାଇଁ ପ୍ରସ୍ତୁତ

0
81

ପ୍ରଯୋଜକ ରୂପେଶ କୁମାର ନାୟକ ଏବଂ ନିଦ୍ଦେର୍ଶକ ଶୁଭାଶିଷ ପତି ଏବେ ସେମାନଙ୍କ ଓଡ଼ିଆ ଫିଲ୍ମ “ଗୁଣ୍ଡା’ର ରିଲିଜ୍‌ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଶୁଭାଶିଷଙ୍କ ସୂଚନା ଅନୁଯାୟୀ ଫିଲ୍ମର ପୋଷ୍ଟ୍ ପ୍ରଡକସନ‍୍‌ କାମ ସରିଛି। ସେ ଆହୁରି ମଧ୍ୟ କହିଛନ୍ତି “ଗୁଣ୍ଡା’ ଏଇ ମାସରେ ରିଲିଜ୍‌ ହେବ। ଏହି ଓଡ଼ିଆ ସିନେମାର ମୁଖ୍ୟ କଳାକାରମାନେ ହେଲେ ସିଦ୍ଧାନ୍ତ, ନବାଗତା ହିମିକା, ନିକିତା, ଝାନସୀ, ମିହିର ଦାସ, ବାପି ରାୟ ଏବଂ ମାମୁନି ମିଶ୍ର ପ୍ରମୁଖ। ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ମଧ୍ୟ ଲେଖିଛନ୍ତି ନିଜେ ଶୁଭାଶିଷ ପତି। ଲୋକପ୍ରିୟ ସଙ୍ଗୀତ ନିଦ୍ଦେର୍ଶକ ଦୀପକ କୁମାର ଏହି ଫିଲ୍ମରେ ସଙ୍ଗୀତ ନିଦ୍ଦେର୍ଶନା ଦେଇଛନ୍ତି। ବାପୁ ଗୋସ୍ୱାମୀ, ନିଜାମ‍୍‌ ଓ ରୋହିତ ଚକ୍ରବର୍ତୀ ଏଥିରେ ଗୀତ ଲେଖିଛନ୍ତି। ଗୁଣ୍ଡା ଏକ ଆକ୍ସନ ଧର୍ମୀ ସିନେମା।