ଗୁଡନ୍ୟୁଜ୍ ଦେଲେ ପିସି

ଦେଶୀଗାର୍ଲରୁ ଗ୍ଲୋବାଲ୍ ଷ୍ଟାର୍ ଭାବେ ଚମକୁଥିବା ପ୍ରିୟଙ୍କା ଚୋପ୍ରା ଏବେ ପ୍ରଶଂସକଙ୍କୁ ଆଉ ଏକ ଗୁଡନ୍ୟୁଜ୍ ଦେଇଛନ୍ତି । ବଲିଉଡ୍ ଭଳି ହଲିଉଡରେ ମଧ୍ୟ ଗୋଟିଏ ପରେ ଗୋଟିଏ ସଫଳତା ହାତେଇ ଚାଲିଥିବା ପିସିଙ୍କଠାରୁ ମିଳିଥିବା ଖୁସି ଖବର ହେଉଛି ତାଙ୍କୁ ଆଉ ଏକ ହଲିଉଡ୍ ଫିଲ୍ମର ଅଫର୍ ଆସିଛି । ଏହି ଫିଲ୍ମରେ ତାଙ୍କ ଭୂମିକା ବେଶ୍ ନିଆରା ଓ ସେ ହଲିଉଡ୍ ଅଭିନେତ୍ରୀ ମିଣ୍ଡି କୋଲିଙ୍ଗଙ୍କ ସହିତ ଲିଡ୍ ରୋଲ୍ରେ ନଜର ଆସିବେ । ୟୁନିଭର୍ସାଲ୍ ପିକଚର୍ସ ବ୍ୟାନର୍ ପକ୍ଷରୁ ନିର୍ମିତ ଏହି ଫିଲ୍ମ ୱେଡିଙ୍ଗ୍ କମେଡ଼ି ଭାବେ ଦର୍ଶକଙ୍କ ସାମନାକୁ ଆସିବ । ଏହା ପିସିଙ୍କର ୪ର୍ଥ ହଲିଉଡ୍ ଫିଲ୍ମ ଏବଂ ଏହାକୁ ନେଇ ପିସି ଖୁବ୍ ଉତ୍ସାହିତ ଜଣାପଡ଼ୁଛନ୍ତି । ମିଣ୍ଡି ହେନ୍ ଗୌର୍ ଏହାର କାହାଣୀ ଲେଖିଛନ୍ତି ଏବଂ ଏହାର ନିର୍ଦ୍ଦେଶନା ମଧ୍ୟ ଦେଇପାରନ୍ତି ବୋଲି ସୂଚନା ମିଳିଛି । ଏ ପର୍ଯ୍ୟନ୍ତ ଫିଲ୍ମର ନାଁ ଜଣାପଡ଼ିନାହିଁ । ପିସିଙ୍କ ପୂର୍ବ ୩ଟି ହଲିଉଡ୍ ଫିଲ୍ମ ସଫଳ ହୋଇଥିବାବେଳେ ଆଗାମୀ ଫିଲ୍ମ ମଧ୍ୟ ପିସିଙ୍କ ପାଇଁ ଅନେକ ସଫଳତା ନେଇଆସୁ ବୋଲି ପ୍ରଶଂସକ ଶୁଭ ମନାସିଛନ୍ତି ।

Leave a Reply

Your email address will not be published.