ଗଜମରା ଏନଟିପିସି ନେଇ ଚୁକ୍ତି ସ୍ୱାକ୍ଷରିତ

0
155
advertisement

ଢ଼େଙ୍କାନାଳ,(ଓଟି): ଢ଼େଙ୍କନାଳ ଜିଲ୍ଲା ସଦର ବ୍ଲକର ଗଜମରାଠାରେ ଦୀର୍ଘ ଦିନର ପ୍ରସ୍ତାବିତ ଗଜମରା-ଏନ‌୍‍ଟିପି ପାୱାର ପ୍ଲାଣ୍ଟ ହେବାନେଇ ଶୁକ୍ରବାର ଦିନ ନୂଆଦିଲ୍ଲୀଠାରେ ନାଲ‌୍‍କୋ ଓ ଏନ‌୍‍ଟିପିସି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ପ୍ରାୟ ୨୪୦୦ ମେଗାୱାଟ‌୍‍ ପାୱାର ପ୍ଲାଣ୍ଟର ପ୍ରସ୍ତାବ ରହିଛି। ଏହି ଚୁକ୍ତି ସ୍ୱାକ୍ଷରିତ ସମୟରେ କେନ୍ଦ୍ର ଶକ୍ତିମନ୍ତ୍ରୀ ପିୟୁଷ ଗୋଏଲ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଖଣି, ଇସ୍ପାତ ଓ ଶ୍ରମମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଢ଼େଙ୍କାନାଳ- ଅନୁଗୋଳ ଲୋକସଭା ସାଂସଦ ତଥାଗତ ଶତପଥୀ, ନାଲକୋର ମୁଖ୍ୟ ପରିଚାଳନା ନିଦ୍ଦେର୍ଶକ ତପନ କୁମାର ଚାନ୍ଦ, ଏନଟିପିସିର ଅଧ୍ୟକ୍ଷ ଗୁରୁଦ୍ୱୀପ ସିଂ ପ୍ରମୁଖ ଯୋଗଦେଇଥିଲେ। ଏହି ଚୁକ୍ତିନାମା ସ୍ୱାକ୍ଷରିତ ସମୟରେ ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି, ଜମିହରାପ୍ରଜା ରମେଶ ଚନ୍ଦ୍ର ସାମଲ, ମନୋଜ କୁମାର ପଟ୍ଟନାୟକ, ପୂର୍ବତନ ସରପଞ୍ଚ ପ୍ରକାଶ ଚନ୍ଦ୍ର ମଲ୍ଲିକ, ହେମନ୍ତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।