କାଲି ନିଳାଦ୍ରୀବିଜେ

0
49
advt
< a href= "#">

ପୁରୀ,(ଓଟି): ମହାପ୍ରଭୁଙ୍କ ରଥଯାତ୍ରାର ଶେଷ ପର୍ଯ୍ୟାୟ ନୀଳାଦ୍ରୀ ବିଜେ ଆସନ୍ତା କାଲି ସନ୍ଧ୍ୟା ୬.୩୦ରେ ଆରମ୍ଭ ହେବ। ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଗୋଟି ପହଣ୍ଡିରେ ନିଆଯାଇ ରତ୍ନ ସିଂହାସନରେ ବିଭୂଷିତ କରାଯିବ। ନୀଳାଦ୍ରୀ ବିଜେ ଦିନ ରଥ ଉପରେ ଠାକୁର ମାନଙ୍କର ସନ୍ଧ୍ୟା ଧୂପ ସରିବା ପରେ ଚାରମାଳ ବନ୍ଧାଯିବ। ବିଜେ କାହାଳି ବାଜିବା ପରେ ବନ୍ଦାପନା ଓ ଡୋରୀ ଲାଗିହେବ। ପ୍ରଥମେ ମଦନ ମୋହନ ପରେ ପରେ ରାମକୃଷ୍ଣଙ୍କୁ ମହାଜନସେବକମାନେ ହାତରେ ଧରି ଦକ୍ଷିଣୀ ଘରକୁ ବିଜେ କରିବେ। ପରେ ପରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର ଓ ମା ସୁଭଦ୍ରାଙ୍କୁ ପହଣ୍ଡି କରାଯାଇ ଗମ୍ଭିରିକୁ ଯିବେ। ଶେଷରେ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି ଆରମ୍ଭ ହେଲାମାତ୍ରେ ମା ଲକ୍ଷ୍ମୀ ଭେଟ ମଣ୍ଡପକୁ ଆସି ପ୍ରଭୁଙ୍କୁ ଭେଟ ହେବେ।
ଲକ୍ଷ୍ମୀଙ୍କ ତରଫରୁ ଭିତରଚ୍ଛୁ ସେବାୟତମାନେ ଶ୍ରଜଗନ୍ନାଥଙ୍କୁ ବନ୍ଦାପାନ କରିବେ। ପହଣ୍ଡି ହୋଇ ସିହଦ୍ୱାରକୁ ଯିବା ମାତ୍ରେ ମା ଲକ୍ଷ୍ମୀ ଦ୍ୱାର ବନ୍ଦ କରିଦେବେ। ପୁଣି ଜୟ ବିଜୟ ଦ୍ୱାର ପାଖରେ କବାଟ ବନ୍ଦ ହେବ। ସେଠାରେ ଲକ୍ଷ୍ମୀ ନାରାୟଣ କଳି ଲାଗିବ। ପ୍ରଭୁଙ୍କ ତରଫରୁ ରସଗୋଲା ଦେଇ ପ୍ରଭୁଙ୍କ ମାନଭଞ୍ଜନ କରାଯିବା ପରେ ରୁଙ୍କୁଣୀ ବିବାହର ଗଇଁଠାଳ ଫିଟାଯିବ। ପରେ ପରେ ପ୍ରଭୁ ରତ୍ନ ସିଂହାସନକୁ ବିଜେ କରିବେ।

advt
< a href= "#">