ଉଚ୍ଚାରଣ ଓ ଆଚରଣ ଭିତରେ ଯୋଜନ ମାଇଲ ତଫାତ ନରହୁ

0
131
advertisement

ବିଗତ ୧୯୮୮ ମସିହାରେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ଗସ୍ତ କାର୍ଯ୍ୟକ୍ରମ ହେଲା କେନ୍ଦୁଝର ଜିଲ୍ଲାକୁ। କେଉଁଝର ଜିଲ୍ଲାର ମୁଖ୍ୟ ଦପ୍ତରରେ ସାଧାରଣ ସଭା ସାରି ସକ‌ର୍ିଟ‍୍‌ ହାଉସରେ ରହିଲେ। ସକାଳବେଳା ଦଳୀୟ କର୍ମୀମାନଙ୍କ ସହିତ ବିଭିନ୍ନ ସମସ୍ୟା ଏବଂ ନିର୍ବାଚନ ସଂକ୍ରାନ୍ତୀୟ ଆଲୋଚନା କଲେ। ମଧ୍ୟାହ୍ନ ଭୋଜନ ସାରି ଅପରାହ୍ନ ପ୍ରାୟ ୩ଟା ବେଳକୁ ପାଟଣାଠାରେ ସଭା ପାଇଁ ବାହାରିଲେ। ଜଙ୍ଗଲ ରାସ୍ତା। ଗାଡି ଚାଲିଲେ ଧୁଳି ଉଡୁଥାଏ। ୧୯୫୯ ମସିହାର ସେହି ଷ୍ଟେସନ‍୍‌ ୱାଗନ‍୍‌ ଗାଡିରେ ସିଏ ଆଗରେ ବସିଥାନ୍ତି, ଠିକ‍୍‌ ତାଙ୍କ ପଛକୁ ମୁଁ ବସିଥାଏ। କିଛି ବାଟ ଗଲା ପରେ ଦେଖିଲୁ ଦଳେ ଆଦିବାସୀ ପୁରୁଷ ଲୋକ ଓ ସ୍ତ୍ରୀଲୋକ ଗାଡି ଦେଖି ଦୌଡିଲେ। ତାଙ୍କୁ ଗାଡି ଟପି ଗଲା ପରେ ହଠାତ‍୍‌ ଗାଡି ଅଟକାଇ ପଛରେ ଆସୁଥିବା ଲୋକମାନଙ୍କୁ ହାତଠାରି ଅଟକାଇଲେ। ସେମାନେ ସମସ୍ତେ ଅଟକିଲେ। ବିଜୁବାବୁ ଗାଡି ଭିତରେ ଥାଇ ପଚାରିଲେ “ତମେ ସବୁ କୁଆଡେ ଯାଉଛ?’ ସମ୍ମିଳିତ ଭାବରେ ସେମାନେ ଉତ୍ତର ଦେଲେ “ଆମେ ବିଜୁ ପଟ ସଭାକୁ ଯାଉଛୁ।’ ତାଙ୍କର ପ୍ରଶ୍ନ ଥିଲା କେଉଁଠି କି ଯିବ ବିଜୁ ପଟର ସଭାକୁ। କେତେ ବାଟ ଏଠିକୁ। ଉତ୍ତର ଆସିଲା -ଏଇ ଦୁଇକୋଶ ଦୂରରେ ପାଟଣାରେ ସଭା ହେବ। ବିଜୁବାବୁ ଗାଡିରୁ ଓହ୍ଲାଇପଡିଲେ। ଛିଡା ହୋଇ ପଡିଲେ। ପଂଜାବୀ ଝାଡି ଦେଇ କହିଲେ ମୁଁ ତୁମର ବିଜୁ ପଟ୍ଟ। ସମସ୍ତେ ମୁଣ୍ଡ ଲଗାଇ ଓଳଗି ହେଲେ। ଆଦିବାସୀ ସ୍ତ୍ରୀ ଲୋକଟିଏ। ବୟସ ୨୫/୩୦ ହେବ, ୭/୮ ବର୍ଷର ପୁଅଟିଏ। ଉଲଗ୍ନ ଅବସ୍ଥାରେ ମା’ର ହାତ ଧରି ଠିଆ ହେଇଛି। ୪/୬ ମାସର ଛୁଆଟିଏ ପଣତକାନିରେ ରଖି ଛାତିରେ ଜଡାଇ ଧରିଛି ମା’। ସେ ନଇଁପଡି ଓଳକି ହେବାକୁ ଗଲାବେଳକୁ ବିଜୁବାବୁ ତା’ ମୁଣ୍ଡକୁ ଧରି ଛିଡା କରାଇଦେଲେ। “ପିଲାଟି ପଡିଯିବ। ଓଳଗି କାହିଁକି ହେଉଛୁ?’ କହି ସାରି ପଚାରିଲେଦ୍ଧ”ଆରେ ଝିଅ ତୋ ମରଦ କ’ଣ କରୁଛି?’ ନିରୀହ ଆଦିବାସୀ ମହିଳାଟି ଉତ୍ତର ଦେଲା-“ବାବୁ ମୋ ମରଦ କାମ କରିବାକୁ ଗଲା ଯେ ୪ ମାସ ହେଲାଣି ଘରକୁ ଆସୁନି କି ପଇସପାତ୍ର ପଠାଉନି।’ ତା’ ପାଟିରୁ କଥା ନ ସରୁଣୁ ବିଜୁବାବୁ ପଚାରିଲେଦ୍ଧ”ତୁ ଚଳୁଛୁ କେମିତି?’ ମହିଳାଟି କରୁଣ କଣ୍ଠରେ କହିଲାଦ୍ଧ”ବାବୁ ମୁଁ ସକାଳୁ ସାହୁକାର ଘରେ କାମକୁ ଯାଉଛି, ସଂଜକୁ ଆସୁଛି। ୪ ଟଙ୍କା ମଜୁରୀ ଦେଉଛି। ଚାଉଳ କିଲୋ ୪ ଟଙ୍କା  ଆଠଣା। ମୁଁ, ଆଉ ଦୁଇଟା ପିଲା ଚଳିବୁ କେମିତି?’ ବିଜୁବାବୁ ଟିକେ ଗମ୍ଭୀର ହୋଇଗଲେ। ଆଉ କିଛି ନକହି ଗାଡିରେ ବସିଲେ। ଗାଡି ଚାଲିଲା। ପ୍ରାୟ ମାଇଲଟିଏ ବାଟ ଗଲା ପରେ ସେମିତି ଆଗକୁ ଚାହିଁ ମତେ ପଚାରିଲେ-“ଆରେ ଦାମ! ଏହାର କ’ଣ କିଛି ପ୍ରତିକାର ନାହିଁ?’ ବୋଧହୁଏ ସେତେବେଳ ଯାଏ ସେହି ଆଦିବାସୀ ନିରୀହର କଥା ତାଙ୍କ ମନ ଭିତରେ ଥିଲା। ମୁଁ ଉତ୍ତର ଦେଲି”ସରକାରରେ ଆସନ୍ତୁ, ଯାହା କିଛି କରିବେ।’ ସେ ପୁଣି ପଚାରିଲେ ସରକାର ନ ଆସିଲେ କିଛି କରିହେବ ନାହିଁ। ମୁଁ କହିଲିଦ୍ଧ-“ବ୍ୟକ୍ତିଗତ ଭାବରେ ଆପଣ ଜଣେ ଦୁଇଜଣ କି ୫୦/୧୦୦ ଜଣକୁ ସାହାଯ୍ୟ କରିପାରିବେ, କିନ୍ତୁ ଏ ଅହେତୁକ ଦରଦାମ ବୃଦ୍ଧିରେ ଘାରି ହେଉଥିବା ରାଜ୍ୟର ସବୁଲୋକଙ୍କୁ କଅଣ ସାହାଯ୍ୟ କରିପାରିବେ। ସରକାରରେ ଆସିଲେ ସିନା କିଛି ନୂଆ ନୀତି ପ୍ରଣୟନ ଜରିଆରେ ସମସ୍ୟାର ସମାଧାନ କରିପାରିବେ। ବିଜୁବାବୁ ଆଉ କିଛି କହିଲେ ନାହିଁ। ଗମ୍ଭୀର ଭାବରେ ହୁଁ ଟିଏ ମାରି ବସିଲେ। ପାଟଣାରେ ବେଶ‍୍‌ ଏକ ଆଖିଦୃଶିଆ ସାଧାରଣ ସଭାରେ ଭାଷଣ ଦେଇ ଭୁବନେଶ୍ବର ଫେରି ଆସିଲେ।

 
ତାର କିଛି ମାସ ପରେ ଗସ୍ତ କାର୍ଯ୍ୟକ୍ରମ ହେଲା ବରଗଡ ଜିଲ୍ଲାରୋ ସେ ସଭାରେ ଜଣେ ବୟସ୍କା ମହିଳା କାନ୍ଧରେ ହାତ ଦେଇ ପଚାରିଲେଦ୍ଧ”ମା ତୁମ ପାଖକୁ ଆସିଛି। ତୁମର ସୁବିଧା ଅସୁବିଧା କୁହ ମୁଁ କଅଣ ପାରିବି?’ (ଆଦିବାସୀ ଜିଲ୍ଲାମାନ ଗସ୍ତ କଲାବେଳେ ପ୍ରାୟତଃ ବିଜୁବାବୁ ଆଦିବାସୀ ମହିଳାମାନଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରୁଥିଲେ।) ସେଦିନ ସେ ମହିଳାଟି ଉତ୍ତର ଦେଇଥିଲା”ଦରଦାମ ତ ଆକାଶ ଛୁଆଁ ହେଲାଣି। ଆମେ ଗରିବ ଲୋକ ଚଳିବୁ କେମିତି? ଦିନ ଦିନ ଆମ ଚୁଲି ଜଳୁନି। ତୁ ଆମ ମଜୁରୀ ବଢାଇ ଦେଉନୁ। ନହେଲେ ଚାଉଳ ଦର ୨ ଟଙ୍କା କରିଦେଉନୁ।’
ନବେ ମସିହା ପ୍ରାରମ୍ଭରେ ନିର୍ବାଚନ ହେଲା। ଲୋକେ ଜନତାଦଳକୁ ଭୋଟ ଦେଲେ ଏବଂ ୧୪୭ ବିଧାନସଭାରେ ୧୨୩ ଆସନରୁ ଆମର ଜନତା ଦଳ ପ୍ରାର୍ଥୀ ଜିତିଲେ ଏବଂ ବିଜୁବାବୁ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହେଲେ। ପୂର୍ବ କଥା ମନେ ଥିଲା। ହଠାତ‍୍‌ ଦିନେ ବିଧାନସଭାର ଅପରାହ୍ନ ଅଧିବେଶନରେ ଆସି ପହଞ୍ଚିଲେ। ଗୃହର ସଭ୍ୟମାନଙ୍କୁ ଆଶ୍ଚର୍ଯ୍ୟଚକିତ କରି ବାଚସ୍ପତିଙ୍କ ଅନୁମତି ନେଇ ଘୋଷଣା କଲେଦ୍ଧ”ଆଜିଠାରୁ ମୋ ରାଜ୍ୟରେ ସର୍ବନିମ୍ନ ମଜୁରୀ ୧୧ ଟଙ୍କାରୁ ୨୫ ଟଙ୍କା ହେଲା।’ ଉଭୟ ବିରୋଧୀ ଦଳ ଓ ସରକାରୀ ଦଳ ସଦସ୍ୟମାନେ କିଛି ବୁଝି ପାରିଲେ ନାହିଁ। ପରସ୍ପର ମଧ୍ୟରେ  କଥାବାର୍ତ୍ତା ହେଲେ। ବୁଢା ପାଗଳ ହୋଇଗଲାଣି। ସର୍ବନିମ୍ନ ମଜୁରୀ ଏକାଥରକେ ୧୧ ଟଙ୍କାରୁ ୨୫ ଟଙ୍କା। ଟଙ୍କା ଆସିବ କେଉଁଠୁ? ଅର୍ଥନୀତି ଭୁଷୁଡି ପଡିବ। ଉନ୍ନୟନ କାମ ଠପ‍୍‌ ହୋଇଯିବ।

 
ତା’ ପରଦିନ। ବିରୋଧୀ ଦଳର ନେତା ଦାୟିତ୍ବରେ ଥାଆନ୍ତି ଜୟପୁରର ସଭ୍ୟ ରଘୁନାଥ ପଟ୍ଟନାୟକ। ଏବଂ ବିଜୁବାବୁଙ୍କ ଅହେତୁକ ସର୍ବନିମ୍ନ ମଜୁରୀ ବୃଦ୍ଧିକୁ ନେଇ ମୁଲତବୀ ପ୍ରସ୍ତାବ ଆଗତ କଲେ। ବିରୋଧୀ ଦଳର ସଭ୍ୟମାନେ ବିଜୁବାବୁଙ୍କୁ କଟୁ ସମାଲୋଚନା କରୁଥାଆନ୍ତି। ବିଜୁବାବୁ ବିଧାନସଭା ମୁଖ୍ୟମନ୍ତ୍ରୀଙ୍କ କୋଠରୀରେ ବସିଥା’ନ୍ତି। ମତେ ଡାକି ପଠାଇଲେ। ନମସ୍କାର କଲି। ବିଜୁବାବୁ ପଚାରିଲେ “ଆରେ ସେମାନେ କାହିଁକି ପାଟି କରୁଛନ୍ତି?’ ମୁଁ କହିଲିଦ୍ଧ”ସାର‍୍‌ ଆପଣ ସର୍ବନିମ୍ନ ମଜୁରୀକୁ ହଠାତ‍୍‌ ୧୧ରୁ ୨୫ ଟଙ୍କା କରିଦେଲେ। ସେମାନେ ତା’ର ସମାଲୋଚନା କରୁଛନ୍ତି।’ ବିଜୁବାବୁ କହିଲେଦ୍ଧ”ମୁଁ ତ ମଜୁରୀ ବଢାଇଲି। ସେମାନେ କାହିଁକି ପାଟି କରୁଛନ୍ତି? ତୁ କହିଲୁ ଓଡ଼ିଶାର ଲୋକସଂଖ୍ୟା କେତେ?’ ଉତ୍ତର ଦେଲିଦ୍ଧ”ଏବର ଜନଗଣନା ଅନୁସାରେ ଆମର ଲୋକସଂଖ୍ୟା ୩ କୋଟି ୧୯ ଲକ୍ଷ।’ ତତ‍୍‌କ୍ଷଣାତ‍୍‌ ସେ କହିଲେ ଦ୍ଧ”ହଁ ଏହି ୩ କୋଟି ୧୯ ଲକ୍ଷ ଲୋକଙ୍କ ମଧ୍ୟରୁ କୋଟିଏ ୯ ଲକ୍ଷ ସପୂର୍ଣ୍ଣ ଭାବେ ଦିନ ମଜୁରୀ ଉପରେ ନିର୍ଭର କରି ସଂସାର ଚଳାନ୍ତି। ଏହା ଜନସଂଖ୍ୟାର ଏକ ତୃତୀୟାଂଶରୁ ଅଧିକ। ସେମାନଙ୍କ ପାଇଁ ନକରି କଅଣ ଧୋବଧୋବଳିଆଙ୍କ ପାଇଁ କରିବି? ତୁ ଯା ସେମାନଙ୍କୁ ଜବାବ‍୍‌ ଦେ।’ ତା’ର ପ୍ରାୟ ୩ ମାସ ପରେ ବୌଦ୍ଧ ଜିଲ୍ଲାର ତରଭା ଯିବା ପାଇଁ ଏକ କାର୍ଯ୍ୟକ୍ରମ ହେଲା। ଖୋର୍ଦ୍ଧାଦ୍ଧବଲାଙ୍ଗୀର ରାସ୍ତାର ପୁରୁଣା କଟକ ପରେ ପରେ ଏକ ପାହାଡିଆ ନଈ, ଲକ୍ଷ୍ମୀନାଳ। ତା’ ଉପରେ ତିଆରି ହୋଇଥାଏ ଏକ ହାଇଦ୍ଧଲେବୁଲ‍୍‌ ପୋଲ‍୍‌। ପୋଲ କାମ ସରିଥାଏ। ଆପ୍ରୋଚ‍୍‌ ରୋଡ‍୍‌ କାମ ହେଉଥାଏ। ପୋଲତଳକୁ ଅସ୍ଥାୟୀ ରାସ୍ତାକୁ ଗାଡି ଗଡିଲା। ଏବଂ ଠିକ‍୍‌ ମଝିରେ ଡ୍ରାଇଭର ପ୍ରଫୁଲ୍ଲକୁ କହିଲେ ଗାଡି ରଖ। ଆଦିବାସୀ ପୁରୁଷ ଏବଂ ମହିଳା ଶ୍ରମିକ ମାଟି ବୋହି ରାସ୍ତା ପୋତୁଥା’ନ୍ତି। ଗାଡି ଭିତରେ ବସି ହାତ ଠାରି ଏକ ଶ୍ରମିକକୁ ଡାକିଲେ। ପଚାରିଲେଦ୍ଧ”ଠିକାଦାର କେତେ ଟଙ୍କା ମଜୁରୀ ଦେଉଛି।’ ଶ୍ରମିକଟି ଡରି ଡରି ଉତ୍ତର ଦେଲାଦ୍ଧ”ବାବୁ ମୁଁ ୧୬ ଟଙ୍କା ମଜୁରୀ ପାଉଛି।’ ଜଣେ ମହିଳା ଶ୍ରମିକକୁ ଡାକି ପଚାରିଲେଦ୍ଧ” ତୁ ମା’ କେତେ ଟଙ୍କା ମଜୁରୀ ପାଉଛୁ।’ ସେ କହିଲାଦ୍ଧ”ବାବୁ ମୁଁ ୧୪ ଟଙ୍କା ପାଉଛି।’ ମତେ କହିଲେଦ୍ଧ”ଦାମ ତୋ ପାଖରେ କାଗଜ ଅଛି। ଏ ସମସ୍ତଙ୍କ ନାଁ ଟିପି ରଖ।’ ଏ ୧୫/୧୬ ଜଣ ମହିଳା ଓ ପୁରୁଷ ଶ୍ରମିକମାନଙ୍କ ନାଁ ମୁଁ ଟିପିଲି ଓ ସଭାକୁ ଗଲୁ। ସଭା ସାରି ବିଳମ୍ବିତ ରାତିରେ ଭୁବନେଶ୍ବର ଫେରିଲୁ। ତା’ ପରଦିନ ୧୦ଟା ବେଳକୁ ସଚିବାଳୟରେ ପହଞ୍ଚି ବିଭାଗୀୟ ମୁଖ୍ୟଯନ୍ତ୍ରୀ ଓ ଶାସନ ସଚିବଙ୍କୁ ଡାକିଲେ ଏବଂ ନିଦ୍ଦେର୍ଶ ଦେଲେଦ୍ଧ”ତମେ ଯାଅ, ସେ ଲକ୍ଷ୍ମୀନାଳ ପୋଲ ହେବା ଦିନରୁ ଠିକାଦାର ଯଦି ୨୫ ଟଙ୍କା ଲେଖାଏଁ ମଜୁରୀ ଦେଇନାହିଁ ତେବେ ୪୮ ଘଣ୍ଟା ଭିତରେ ୨୫ ଟଙ୍କା ହିସାବରେ ସେ ମଜୁରିଆମାନଙ୍କୁ ମଜୁରୀ ଦେଉ ନହେଲେ ତାକୁ ଜେଲକୁ ପଠାଅ ଏବଂ ସେଠାରେ ଦାୟିତ୍ବରେ ଥିବା ଇଂଜିନିୟରକୁ ସସ‍୍‌ପେଣ୍ଡ କର। କ’ଣ କଲ ୪୮ ଘଣ୍ଟା ପରେ ମତେ ସବିଶେଷ ବିବରଣୀ ଦିଅ।’ ଏବଂ ତାହା ହିଁ ହେଲା। ବାଟରେ ଗଲାବେଳେ ବାଉଁଶୁଣୀ ପଞ୍ଚାୟତ ଯାଇ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଜାଣିବାକୁ ପାଇଲେ, ଗାଁ ଗୋଟାକଯାକ ଲୋକ ମଜୁରୀ ପାଇଁ ବୃକ୍ଷରେପାଣ କରିଛନ୍ତି। ମାତ୍ର ଜଙ୍ଗଲ ବିଭାଗ ଅଧିକାରୀ ଏ ପର୍ଯ୍ୟନ୍ତ ତାଙ୍କୁ ମଜୁରୀ ଦେଇନାହାନ୍ତି। ପୁଣି ଦିନକୁ ୨୫ ଟଙ୍କା ମଜୁରୀ ଦେବା ପାଇଁ ରାଜି ହେଉନାହାନ୍ତି।

 

ଆଗାମୀ ୪୮ ଘଣ୍ଟା ଭିତରେ ଗାଁ ଲୋକମାନେ ଦିନକୁ ୨୫ ଟଙ୍କା ହିସାବରେ ସେମାନେ ଯେମିତି ମଜୁରୀ ପାଇବେ ସେଥିପାଇଁ ବ୍ୟବସ୍ଥା କରିବା ପାଇଁ ବୌଦ୍ଧ ଜିଲ୍ଲାପାଳଙ୍କୁ କଠୋର ନିଦ୍ଦେର୍ଶ ଦେଇଥିଲେ। ସେହିପରି ଭାବରେ ପୂର୍ବରୁ ଲେଖିଥିଲି କୋରପାୁଟ ଜିଲ୍ଲାର ଗୁଡାରିିଠାରେ ଆଦିବାସୀ ମହିଳାମାନଙ୍କୁ ମଦ ପିଇ ପୁରୁଷମାନେ ତାଙ୍କ ଉପରେ ଯେଉଁ ଅତ୍ୟାଚାର କରୁଥିଲେ ତା’ର କାହାଣୀ। ତାକୁ ଶୁଣିଲା ପରେ ଯେଭଳି ଆଦିବାସୀ ଜିଲ୍ଲାମାନଙ୍କରେ ଦେଶୀ ରନ୍ଧା ମଦ ସଂପୂର୍ଣ୍ଣ ବନ୍ଦ କରାଯାଇଥିଲା। ମେଳିବାନ୍ଧି ମଦଭାଟି ଭାଙ୍ଗିବା ପାଇର୍ ନିଦ୍ଦେର୍ଶ ଦେଇ ଏବଂ ୭ ଜଣିଆ ଆଦିବାସୀ ମହିଳାଙ୍କୁ ନେଇ ପରାମର୍ଶଦାତା କମିଟି ଗଠନ କରିଥିଲେ। ଏଠି ସେହିଭଳି ତାଙ୍କର ଘୋଷିତ ମଜୁରୀ ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଯେପରି କଠୋର ପଦକ୍ଷେପ ନେଇଥିଲେ ସେଥିରେ ସେ ସ୍ପଷ୍ଟ କରିଦେଇଥିଲେ ଯେ ଉଚ୍ଚାରଣ ଓ ଆଚରଣ ଭିତରେ ଯୋଜନ ମାଇଲ ତଫାତ‍୍‌ ରହିଲେ ପ୍ରକୃତ ଉଦ୍ଦେଶ୍ୟ କେବେ ସାଧିତ ହୁଏ ନାହିଁ। ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଏବଂ ଲୋକହିତ ପାଇଁ ନୂଆ କାର୍ଯ୍ୟକ୍ରମ ଘୋଷଣା କରି ତା’ର ବାସ୍ତବ କାର୍ଯ୍ୟକାରିତାକୁ ଯଦି ଦୃଷ୍ଟି ନଦେବ ତା’ହେଲେ ଦାରିଦ୍ର୍ୟ ହଟିବ ନାହିଁ କି ବିକାଶ ଘଟିବ ନାହିଁ। ବିଜୁବାବୁଙ୍କର ଏହି ଭାବନା ଆମେ କେତେ ଦୂର ଅନୁସରଣ କରୁଛୁ, ସେ ଆଜିର ପ୍ରଶ୍ନ। ସେଥିପାଇଁ ତ ଓଡ଼ିଶା ଜାତି ସମ୍ମୁଖରେ ସେ ପ୍ରବାଦପୁରୁଷ ହୋଇଯାଇଛନ୍ତି। ଓଡ଼ିଶା ଜାତିର ସ୍ବାଭିମାନ ଓ ଓଡ଼ିଶାର ସ୍ବାର୍ଥକୁ ଦୃଷ୍ଟିରେ ରଖି ଜୀବନବ୍ୟପାି ଅର୍ଦ୍ଧଶତାବ୍ଦୀରୁ  ଅଧିକ କାଳ ଓଡ଼ିଶାର କୋଣ ଅନୁକୋଣ ବୁଲିଲାବେଳେ ସବୁବର୍ଗର ଲୋକଙ୍କ ମନକଥା ବୁଝିଛନ୍ତି। ତାଙ୍କ ପିଢିର ଯୁବକଯୁବତୀମାନଙ୍କୁ ଓଡ଼ିଆ ଜାତିର ଗୌରବଦୀପ୍ତ ବୁନିୟାଦ‍୍‌କୁ ସ୍ମରଣ କରାଇଛନ୍ତି। ସାହସୀ ହୁଅ, ସ୍ପଷ୍ଟବାଦୀ ହୁଅ, ମାଟି ମା’ର ବେଦନାକୁ ବୁଝ ଏବଂ ପରେ ସାଧାରଣ ଜୀବନକୁ ବ୍ରତ କରି ପାର୍ଟିରେ ଯୋଗଦିଅ। ଆଜି ବି ତାଙ୍କର କଥା ଓ ଭାବନା, ତାଙ୍କର ଅନୁଭବ ସବୁ ମନକୁ ଆନ୍ଦୋଳିତ କରୁଛି।

 

ଡା. ଦାମୋଦର ରାଉତ