ଆଇଓସିଏଲ ଭାଟ ଦେଉନି: ରାଜ୍ୟର ୨୪,୮୦୦ କୋଟି କ୍ଷତି

0
183
advertisement

[dropcap]ଆ[/dropcap]ଇଓସିଏଲ ତାର ପ୍ରକଳ୍ପ କାମ ଶେଷ କରିବା ପାଇଁ ୧୧ ବର୍ଷରୁ ଅଧିକ ସମୟ ନେଇଛି । କେବଳ ଯେ ପ୍ରକଳ୍ପ କାମ ବିଳମ୍ୱ କରିଛି ତାହା ନୁହେଁ ରାଜ୍ୟ ସରକାରଙ୍କୁ ଆଇଓସିଏଲ କୌଣସି ସୂଚନା ନ ଦେଇ ମନୋମୁଖୀ ଭାବେ ତାର ବାର୍ଷିକ ଉତ୍ପାଦନ କ୍ଷମତା ୯୦ ଲକ୍ଷ ମେଟ୍ରିକ ଟନରୁ ୧୫୦ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କରିଛି । ଏହି ପ୍ରକଳ୍ପରେ ଆଇଓସିଏଲ ୨୫,୬୦୦ କୋଟି ଟଙ୍କା ପୁଞ୍ଜି ଖଟାଇଥିବାବେଳେ ଏବେ ଟିକସ ଦେବାକୁ ଇଛା ପ୍ରକାଶ କରୁନାହିଁ ।

 

ଭୁବନେଶ୍ୱର,(ଓଟି): ଭାରତୀୟ ତୈଳ ନିଗମ (ଆଇଓସିଏଲ) ଓଡ଼ିଶାରେ ପ୍ରକଳ୍ପ କରିଥିଲେ ହେଁ ତାର ଉତ୍ପାଦ ଉପରେ ଭାଟ ଦେବାକୁ ଆଗ୍ରହ ପ୍ରକାଶ କରୁନାହିଁ । ଯାହା ଫଳରେ ରାଜ୍ୟର ଟିକସ ବାବଦକୁ କ୍ଷତି ପରିମାଣ ୨୪,୮୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଲାଣି । ଆଇଓସିଏଲର ଏଭଳି ମନୋବୃତ୍ତି ବିରୋଧରେ ରାଜ୍ୟ ସରକାର ଖୁବ ଶୀଘ୍ର କଡ଼ା ପଦକ୍ଷେପ ନେବାକୁ ବିଚାର ବିମର୍ଷ କରୁଥିବା ଜଣାପଡ଼ିଛି ।

ଆଇଓସିଏଲ ୨୦୦୪ରେ ରାଜ୍ୟ ସରକାରଙ୍କ ସହିତ ଯେଉଁ ବୁଝାମଣା କରିଥିଲା ସେହି ଅନୁସାରେ ଏହାର ପ୍ରକଳ୍ପ କାମ ୨୦୦୯-୧୦ରେ ସମ୍ପୁର୍ଣ୍ଣ ହେବା କଥା । ଏହି ସମୟ ମଧ୍ୟରେ ଟିକସ ବାବଦକୁ ରାଜ୍ୟ ସରକାର ୬୬୬୬କୋଟି ଟଙ୍କା ହରାଇଥାନ୍ତେ ।

କିନ୍ତୁ ଆଇଓସିଏଲ ତାର ପ୍ରକଳ୍ପ କାମ ଶେଷ କରିବା ପାଇଁ ୧୧ ବର୍ଷରୁ ଅଧିକ ସମୟ ନେଇଛି । କେବଳ ଯେ ପ୍ରକଳ୍ପ କାମ ବିଳମ୍ୱ କରିଛି ତାହା ନୁହେଁ ରାଜ୍ୟ ସରକାରଙ୍କୁ ଆଇଓସିଏଲ କୌଣସି ସୂଚନା ନ ଦେଇ ମନୋମୁଖୀ ଭାବେ ତାର ବାର୍ଷିକ ଉତ୍ପାଦନ କ୍ଷମତା ୯୦ ଲକ୍ଷ ମେଟ୍ରିକ ଟନରୁ ୧୫୦ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କରିଛି । ଏହି ପ୍ରକଳ୍ପରେ ଆଇଓସିଏଲ ୨୫,୬୦୦ କୋଟି ଟଙ୍କା ପୁଞ୍ଜି ଖଟାଇଥିବାବେଳେ ଏବେ ଟିକସ ଦେବାକୁ ଇଛା ପ୍ରକାଶ କରୁନାହିଁ ।

ଆଇଓସିଏଲର ଏପରି ମନୋମୁଖୀ କାର୍ଯ୍ୟ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ପରେ କେନ୍ଦ୍ର ପେଟ୍ରୋଲିୟମ ସଚିବଙ୍କ ଅଧ୍ୟକ୍ଷତାରେ ଗତ ଜୁଲାଇ ୨୮ ତାରିଖରେ ଏକ ଉଚ୍ଚ ସ୍ତରୀୟ ବୈଠକ ହୋଇଥିଲା । ବୈଠକରେ ଆଇଓସିଏଲ ଓ ଓଡିଶା ସରକାର ଅପୋଷ ବୁଝାମଣା କରି ସମସ୍ୟାର ସମାଧାନ କରିବାକୁ କୁହାଯାଇଥିଲା । ଏହି ବୈଠକ ପରେ ସମସ୍ୟାର ସମାଧାନ ପାଇଁ ଆଇଓସିଏଲ କର୍ତ୍ତୃପକ୍ଷ ଏବେ ଧରାଛୁଆଁ ଦେଉନାହାନ୍ତି । ଏପରିକି ରାଜ୍ୟ ସରକାର ମାଗୁଥିବା ତଥ୍ୟ ମଧ୍ୟ ଦେବାକୁ ଉଚିତ ମନେ କରୁନାହାନ୍ତି ।

ପୂର୍ବରୁ ଯେଉଁ ବୁଝାମଣା ପତ୍ର ସ୍ୱାକ୍ଷର କରାଯାଇଥିଲା ତାହାର କାର୍ଯ୍ୟକାଳ ଇତି ମଧ୍ୟରେ ଶେଷ ହୋଇଯାଇଛି । ତେଣୁ ଆଇଓସିଏଲ-ଓଡ଼ିଶା ସରକାର ମଧ୍ୟରେ ନୂତନ ବୁଝାମଣା ପତ୍ର ସ୍ୱାକ୍ଷର ହେବା ଦରକାର । ଆଇନ ଦୃଷ୍ଟିରୁ ଏହା ମଧ୍ୟ ଜରୁରୀ । କିନ୍ତୁ ଆଇଓସିଏଲ କତ୍ତୃର୍ପକ୍ଷଙ୍କ ଅସହଯୋଗ ଯୋଗୁଁ ନୂଆ ବୁଝାମଣା ପତ୍ର ସ୍ୱାକ୍ଷର ହୋଇପାରୁନାହିଁ ।

ଅପର ପକ୍ଷରେ ଆଇଓସିଏଲ ଗତ ଡ଼ିସେମ୍ୱରରୁ ଜୁନ ପର୍ଯ୍ୟନ୍ତ ଭାଟ ବାବଦକୁ ଦେବାକୁ ଥିବା ୫୮୫ କୋଟି ଟଙ୍କା ପଇଠ କରୁନାହିଁ । ଏ ସମ୍ପର୍କରେ କେନ୍ଦ୍ର ସରକାର ମଧ୍ୟ କୌଣସି ସ୍ପଷ୍ଟ ନିଷ୍ପତ୍ତି ନେଉନାହାନ୍ତି ।

ଆଥିର୍କ ଦୃଷ୍ଟିରୁ ଓଡ଼ିଶା ପଛୁଆ ରାଜ୍ୟ ଓ ଅନଗ୍ରସର ରାଜ୍ୟ । ପୂର୍ବର ବୁଝାମଣା ଅନୁଯାୟୀ ପ୍ରକଳ୍ପ ପ୍ରତିଷ୍ଠାରେ ରାଜ୍ୟ ସରକାର ସବୁ ପ୍ରକାରର ସହଯୋଗ କରିବା ପରେ ମଧ୍ୟ ଆଇଓସିଏଲ ଟିକସ ନ ଦେବା ଏକ ଖରାପ ପରମ୍ପରା ସୃଷ୍ଟି କରୁଛି । ଯାହାଫଳରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ସମ୍ପର୍କ ମଧ୍ୟ ଖରାପ ହେଉଛି । ଆଇଓସିଏଲ ଠିକଣା ଭାବରେ ଟିକସ ନ ଦେଇ ଦୃଢ଼ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କୁ ବାଧ୍ୟ କରୁଛି ବୋଲି ଆଲୋଚନା ହେଉଛି ।