କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ଦିଲ୍ଲୀ ଉଠିବାକୁ ପ୍ରସ୍ତୁତ ହେଉଛି ଜୀ କଳିଙ୍ଗ: କର୍ମଚାରୀ ମିଳୁନାହାନ୍ତି

ଭୁବନେଶ୍ୱର(ଓଟି): ଚର୍ଚ୍ଚାରେ ଥିବା ଜୀ କଳିଙ୍ଗରେ ସାମ୍ୱାଦିକତା କରିବା ପାଇଁ ବରିଷ୍ଠ ସାମ୍ୱାଦିକମାନେ ରାଜି ହେଉନାହାନ୍ତି । ବିଶେଷକରି ନିକଟ ଭବିଷ୍ୟତରେ ଚ୍ୟାନେଲର ଡେସ୍କ୍ ଦିଲ୍ଲୀ ଉଠିଯିବ ଶୁଣିଲା ପରେ ଅନେକ କର୍ମକର୍ତ୍ତା ଓଡ଼ିଶାରେ ନିଜର “ରୋଜିରୋଟି’ ଖୋଜିବା ଆରମ୍ଭ କରିଦେଇଛନ୍ତି। ଅପରପକ୍ଷେ ସମ୍ଭାବ୍ୟ ଅସୁବିଧାକୁ ସମ୍ମୁଖୀନ ହେବା ଲାଗି ଯେଉଁ ବରିଷ୍ଠ ସାମ୍ୱାଦିକଙ୍କୁ ଇଣ୍ଟରଭ୍ୟୁ କରି ଚ୍ୟାନେଲ‍୍‌ କର୍ତ୍ତୃପକ୍ଷ ଅଫର‍୍‌ ଦେଉଛନ୍ତି ସେମାନେ ଯେତେ ଆଥିର୍କ ଲାଭ ପାଇଲେ ମଧ୍ୟ ସେହି ଅଫର‍୍‌କୁ ଗ୍ରହଣ କରିବାକୁ ରାଜି ହେଉ ନାହାନ୍ତି। ଏହା ଆସନ୍ତା ଦିନଗୁଡ଼ିକରେ ଚ୍ୟାନେଲ‍୍‌ ପାଇଁ ନକାରାତ୍ମକ ପରିବେଶ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।

 
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ କମ୍ପାନୀ କର୍ତ୍ତୃପକ୍ଷ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକଙ୍କୁ ଜୀ ପକ୍ଷରୁ ଉଚ୍ଚ ବେତନରେ ଡେପ୍ୟୁଟି ଏଡିଟର‍୍‌ ପଦବୀ ଅଫର‍୍‌ କରାଯାଇଥିଲା। ଦୁଇ ଦୁଇଥା ତାଙ୍କ ଅଫର‍୍‌କୁ ମଧ୍ୟ ବଦଳାଯାଇଥିଲା। ତଥାପି ସେ ସେଥିରେ ସନ୍ତେୁଷ୍ଟ ହୋଇ ନଥିଲେ। ଦିଲ୍ଲୀ ଯାଇ ସେ କାମ କରିବାକୁ ପ୍ରସ୍ତୁତ ନାହାନ୍ତି ବୋଲି ରୋକ୍ଠୋକ୍ ଜଣାଇଥିଲେ। ସେହିପରି ହାଇଦ୍ରାବାଦ‍୍‌ରେ ଡେସ୍କ ରଖିଥିବା ଏକ ଚ୍ୟାନେଲ‍୍‌ର ପୁରୁଣା କର୍ମକର୍ତ୍ତା ତଥା ଡେସ୍କ ମୁଖ୍ୟଙ୍କୁ ମଧ୍ୟ ସମାନ ଅଫର‍୍‌ ଦିଆଯାଇଥିଲା। ସେହି ଗ୍ରୁପ‍୍‌ର ଓଡ଼ିଶା ଶାଖାରେ ସର୍ବୋଚ୍ଚ ପଦବୀରେ ତାଙ୍କର ଜଣେ ପୂର୍ବତନ ସହଯୋଗୀଙ୍କୁ ଅବସ୍ଥାପିତ କରାଯାଇଥିବାରୁ ସେ ଦୁହିଙ୍କ ମଧ୍ୟରେ ବିବାଦ ରହିଛି ବୋଲି କମ୍ପାନୀ କର୍ତ୍ତୃପକ୍ଷ ଆଶଙ୍କା କରି ଏହି ଅଫର‍୍‌ ଦେଇଥିବା ସୂଚନା ମିଳିଛି।

 
ପୂର୍ବରୁ ଡେପ୍ୟୁଟି ଏଡିଟର ଶାରଦା ଲାହାଙ୍ଗୀର ଜୀ କଳିଙ୍ଗର ଡେପ୍ୟୁଟି ଏଡିଟର ପଦବୀରୁ ଇସ୍ତଫା ଦେବା ପରେ ଚ୍ୟାନେଲ‍୍‌ରେ ବିବାଦ ଘନୀଭୂତ ହୋଇଥିଲା। ତୁରନ୍ତ ଓଡ଼ିଶା ଚ୍ୟାନେଲ‍୍‌ରେ ଚାଲିଥିବା ବିବାଦକୁ ସମାଧାନ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ଏ ଭିତରେ ନେଟ‍୍‌ୱର୍କର ବରିଷ୍ଠ କର୍ମକର୍ତ୍ତାମାନେ ଡେସ୍କକୁ ନିଜ ନିୟନ୍ତ୍ରଣକୁ ନେଇ ବରିଷ୍ଠ କର୍ମକର୍ତ୍ତାଙ୍କୁ ନିଜ ରାସ୍ତା ଖୋଜିବାକୁ ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି। ଏପରିକି ବୁଲେଟିନ‍୍‌ ପ୍ରସ୍ତୁତ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବେଳେ ବେଳେ ସେମାନଙ୍କୁ ପଚରାଯାଉ ନଥିବା ଅଭିଯୋଗ ହୋଇଛି। ଏପରିକି କିଛି ଅଣ ଓଡ଼ିଆ ପ୍ରଫେସନାଲ‍୍‌ ଓଡ଼ିଶାର ରିପୋର୍ଟରମାନଙ୍କଠାରୁ ନ୍ୟୁଜ୍‌ ସଂଗ୍ରହ ଏବଂ ସଂଗୃହୀତ ନ୍ୟୁଜ୍‌କୁ ପରିବେଷଣ କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଏହି କାର୍ଯ୍ୟରେ ନିଜକୁ ଅସୁରକ୍ଷିତ ଭାବି ପୂର୍ବରୁ ଚର୍ଚ୍ଚିତ “ବାପା’ ଗୋଷ୍ଠୀର କ୍ୟାପ୍ଟେନ‍୍‌ ତଥା ଚ୍ୟାନେଲ‍୍‌ର ସମ୍ପାଦକ ବିଭୁ ପଟ୍ଟନାୟକଙ୍କ ସମେତ ଅନ୍ୟ ୪ଜଣ ଇସ୍ତଫା ଦେଇଛନ୍ତି। ଏହାଦ୍ୱାରା ଆଭ୍ୟନ୍ତରୀଣ ଗଣ୍ଡଗୋଳର ପରିସମାପ୍ତି ଘଟିଥିବା କୁହାଯାଉଛି।

 
ଏହି ଚାରିଜଣଙ୍କ ବିରୋଧରେ ଚ୍ୟାନେଲ‍୍‌ର କର୍ମକର୍ତ୍ତାମାନେ ବରିଷ୍ଠ କର୍ମକର୍ତ୍ତାଙ୍କୁ ଜଣାଇବା ସହ ସେମାନଙ୍କୁ ବହିଷ୍କାର ପାଇଁ ମଧ୍ୟ ଦାବି କରିଥିଲେ। ଏହାଙ୍କ ଯୋଗୁ ସମସ୍ତ ଅସୁବିଧା ସୃଷ୍ଟି ହେଉଥିବା ମଧ୍ୟ ଆଲୋଚନା ହୋଇଥିଲା। ସେତେବେଳେ ସମ୍ପୂର୍ଣ୍ଣ ଖବର ଓଡ଼ିଶାଟାଇମଡଟକମରେ ପ୍ରକାଶ ପାଇଥିଲା। ତେବେ ନିଜର ଇସ୍ତଫାକୁ ବିହାରୀ ଗୋଷ୍ଠୀଙ୍କ ହସ୍ତକ୍ଷେପର ପ୍ରତିଫଳନ ବୋଲି ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଥିଲେ।

 
ଏବେ ବିବାଦୀୟ ଗୋଷ୍ଠୀଙ୍କ ପଳାୟନ ପରେ ଜୀ କଳିଙ୍ଗର ଡେସ୍କ କାହିଁକି ଉଠାଯାଉଛି ବୋଲି ଅନେକ କର୍ମଚାରୀ ପ୍ରଶ୍ନ କରିଛନ୍ତି। ଏପରିକି ଏହାଦ୍ୱାରା ଅନେକ ନିଜର କର୍ମନିଯୁକ୍ତି ହରାଇବେ ବୋଲି ମଧ୍ୟ ଆଶଙ୍କା କରିଛନ୍ତି।

About admin

Check Also

ଚାଷୀ ଆତ୍ମହତ୍ୟା ସମାଲୋଚନାରୁ ବଞ୍ଚିବା ପାଇଁ ବିଜେଡିର ଆଗୁଆ ଯୋଜନା!

ଭୁବନେଶ୍ୱର,(ଓଟି): ବରଗଡ ଜିଲ୍ଲା କଳାପାଣି ଗାଁର ଚାଷୀ ବୃନ୍ଦାବନ ସାହୁ ଆତ୍ମହତ୍ୟା ଘଟଣାରେ ଶାସକ ବିଜେଡିକୁ ବିଧାନସଭାରେ ଘେରିବା ଲାଗି ...

Leave a Reply

Your email address will not be published. Required fields are marked *

   Update :