କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ଜୀ କଳିଙ୍ଗରେ କର୍ମଚାରୀ ଅସନ୍ତୋଷ : ବାଧ୍ୟତାମୂଳକ ଇସ୍ତଫା

ଭୁବନେଶ୍ୱର, (ଓଟି): ଓଡ଼ିଆ ଭାଷାରେ ନ୍ୟୁଜ୍‌ ପ୍ରସାରଣ କରୁଥିବା ଜୀ ନେଟ‍୍‌ୱର୍କର ଅନ୍ୟତମ ଟିଭି ଚ୍ୟାନେଲ‍୍‌ ଜୀ-କଳିଙ୍ଗରୁ ଅଧିକାଂଶ କର୍ମଚାରୀ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ଚ୍ୟାନେଲ‍୍‌ର ପ୍ରସାରଣ ବ୍ୟବସ୍ଥା ଦିଲ୍ଲୀ ସ୍ଥାନାନ୍ତର ହେଲାପରେ ଏଠାରେ ନିଯୁକ୍ତ ୫୦ରୁ ଅଧିକ କର୍ମଚାରୀଙ୍କୁ ତୁରନ୍ତ ଚାକିରି ଛାଡ଼ିବା ପାଇଁ ସୋମବାରଦିନ ବାଧ୍ୟ କରାଯାଇଥିବା ସୂଚନା ମିଳିଛି। ଏହି ଅନୁସାରେ ପାଖାପାଖି ୫୦ ଜଣ କର୍ମଚାରୀ ଉଭୟ ସାମ୍ୱାଦିକ ଓ ଅଣ ସାମ୍ୱାଦିକ ଦିଲ୍ଲୀ ଯିବାକୁ ଅରାଜି ପ୍ରକାଶ କରି ଇସ୍ତଫା ଦେଇଛନ୍ତି। “ପୂର୍ବରୁ କମ୍ପାନୀ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନଥିଲା ଏବଂ ଏବେ ହଠାତ୍ ଆମକୁ ଏକ ମାସର ଦରମା ଦିଆଯିବାର ଆଶ୍ୱାସନା ଦିଆଯାଇ ଅନ୍ୟତ୍ର ଚାକିରି ଖୋଜିବାକୁ କାହୁଯାଇଛି’ବୋଲି ଇସ୍ତଫା ଦେଇଥିବା ଜଣେ କର୍ମଚାରୀ ପ୍ରକାଶ କରିଛନ୍ତି।

ଦୀର୍ଘ ୧ ବର୍ଷ ହେଲା ସ୍ଥାନୀୟ ଜୀ କଳିଙ୍ଗରେ ପରିଚାଳନା ବ୍ୟବସ୍ଥାକୁ ନେଇ ଅସ୍ଥିରାବସ୍ଥା ଲାଗି ରହିଛି। ନେଟ୍ୱୱର୍କ ପକ୍ଷରୁ ଅନେକ ପରୀକ୍ଷା ନିରୀକ୍ଷା କରାଯାଇଥିଲେ ମଧ୍ୟ ଚ୍ୟାନେଲ‍୍‌ର ଦର୍ଶକ ଓ ରାଜସ୍ୱ ବୃଦ୍ଧି ହୋଇପାରି ନାହିଁ। ଫଳରେ ଖର୍ଚ୍ଚ କାଟ କରିବା ଲାଗି ଜୀ-ଗ୍ରୁପ‍୍‌ ପକ୍ଷରୁ ଚ୍ୟାନେଲ‍୍‌କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି। ଏଠାରେ ନିଯୁକ୍ତ କର୍ମଚାରୀମାନଙ୍କ ଭିତରୁ ଅନେକ ଦିଲ୍ଲୀ ଯାଇ କାମ କରିବାକୁ ଅରାଜି ପ୍ରକାଶ କରିବାରୁ ସେମାନଙ୍କ ବିକଳ୍ପରେ ନୂଆ କର୍ମଚାରୀଙ୍କୁ ଦିଲ୍ଲୀ ପାଇଁ ନିଯୁକ୍ତ କରାଯାଇଛି। ପୂର୍ବରୁ କିଛି କର୍ମଚାରୀଙ୍କୁ ମଧ୍ୟ ଚାକିରି ଛାଡ଼ିବା ପାଇଁ କୁହାଯାଇ ସେମାନଙ୍କ ଇସ୍ତଫା ଆହ୍ୱାନ କରାଯାଇଥିଲା। ଏହିକ୍ରମରେ ପୂର୍ବତନ ସମ୍ପାଦକ ମଧ୍ୟ ଇସ୍ତଫା ଦେଇଥିଲେ।

ସମ୍ପୃକ୍ତ ସମ୍ପାଦକୀୟ ମଣ୍ଡଳୀରେ କିଛି ବିହାରୀ କର୍ମଚାରୀଙ୍କ ରାଜ୍‌ ଚାଲିଛି ବୋଲି ସେ ଅଭିଯୋଗ କରିଥିଲେ। ଅନ୍ୟ କର୍ମଚାରୀଙ୍କୁ ଦକ୍ଷତା ଭିତ୍ତିରେ ଥଇଥାନ କରାଯିବ ବୋଲି କୁହାଯାଇ ସେମାନଙ୍କୁ ଅଧିକ କାମ ପାଇଁ ମଧ୍ୟ କୁହାଯାଇଥିବା ଅଭିଯୋଗ ହୋଇଥିଲା। ଏବେ ସେମାନଙ୍କୁ ମଧ୍ୟ ଚାକିରିରୁ ବାହାରିଯିବାକୁ କୁହାଯିବାରୁ କର୍ମଚାରୀଙ୍କ ଅସନ୍ତୋଷ ଚରମସୀମାରେ ପହଞ୍ଚିଥିଲେ।

ସୋମବାର ଦିନ ସମ୍ପାଦକୀୟ ମଣ୍ଡଳୀର ଜଣେ ବରିଷ୍ଠ ସଦସ୍ୟ ଓ ମାନବସମ୍ୱଳ ବିଭାଗ ସଦସ୍ୟଙ୍କ ଉପସ୍ଥିତିରେ କିଛି କର୍ମଚାରୀ ଟୋକନ‍୍‌ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଥିଲେ। ହେଲେ ତାହା ପ୍ରଭାବ ପକାଇ ପାରି ନଥିଲା। ଅନେକ କାନ୍ଦି କାନ୍ଦି ଭାବୁକ ହୋଇ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିବା ଜଣାପଡ଼ିଛି।
ଏବେ ଯେଉଁ କିଛି ହାତ ଗଣତି କର୍ମଚାରୀ ରହିଲେ ସେମାନେ ମଧ୍ୟ ନିଜର ଭବିଷ୍ୟତ ନେଇ ଆଶଙ୍କାରେ ରହିଛନ୍ତି। ଦିଲ୍ଲୀ ସ୍ଥାନାନ୍ତର ପରେ ଜୀ କଳିଙ୍ଗରେ ପାଖାପାଖି ୭୧ ଜଣ ଭୁବନେଶ୍ୱର ଅଫିସରେ ନିଯୁକ୍ତ ଥିଲେ।

୨୦୧୭ ଜୁନ‍୍‌ ମାସରୁ ଜୀ କଳିଙ୍ଗରେ ହଲ‍୍‌ଚଲ ଆରମ୍ଭ ହୋଇଯାଇଥିଲା। ବରିଷ୍ଠ ପ୍ରଶାସକ ଜଗଦୀଶ ଚନ୍ଦ୍ରଙ୍କ ଦାୟିତ୍ୱ ଅପସାରଣ ପରେ ଡେପ୍ୟୁଟି ଏଡିଟର ସାରଦା ଲାହାଙ୍ଗୀର ଇସ୍ତଫା ଦେଇଥିଲେ। ଏହାପରେ ନେଟ‍୍‌ୱର୍କର ଡେପ୍ୟୁଟି ସିଇଓ ପୁରୁଷୋତ୍ତମ ବୈଷ୍ଣବଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଜୁଲାଇ ମାସରେ ସେ ଭୁବନେଶ୍ୱରରେ ଏକଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇ ସବୁ କର୍ମଚାରୀଙ୍କୁ ଚରମ ବାଣୀ ଦେଇଥିଳେ। ଚ୍ୟାନେଲ‍୍‌ର ସଂସ୍କାର ଓ ଦର୍ଶକ ସଂଖ୍ୟା ବଢ଼ିବା ଉପରେ ଗୁରୁତ୍ୱ ଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ସେ ବିହାର ଢାଞ୍ଚାରେ ଓଡ଼ିଶାର ପରିଚାଳନା ମଧ୍ୟ ଦିଲ୍ଲୀରୁ ହେବ ବୋଲି ନିଷ୍ପତ୍ତି ନେଇ ଚ୍ୟାନେଲ‍୍‌କୁ ଦିଲ୍ଲୀ ଉଠାଇବା ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହିକ୍ରମରେ ଅନେକ କର୍ମଚାରୀ ଇସ୍ତଫା ଦେଇଥିବାରୁ ଦିଲ୍ଲୀ ଏବଂ ବିହାର ନେଟ‍୍‌ୱର୍କରୁ କିଛି କର୍ମଚାରୀଙ୍କୁ ଅଣାଯାଇ ଚ୍ୟାାନେଲ‍୍‌ର ପ୍ରସାରଣ ଅବ୍ୟାହତ କରାଯାଇଥିଲା। ଦୁର୍ଗାପୂଜା ପରେ ଚ୍ୟାନେଲ‍୍‌କୁ ନୋଇଡ଼ା ଷ୍ଟୁଡିଓରୁ ପ୍ରସାରଣ କରାଯାଇଥିଲା।

About admin

Check Also

କେମିତି ହେଲା ‘କ୍ରୀସମାସ’ଶବ୍ଦର ଉତ୍ପତ୍ତି

ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ସାରା ବିଶ୍ୱରେ କ୍ରୀସ୍ମାସ୍ ଡେ’ ଭାବେ ପାଳନ କରାଯାଉଛି । ଦୁଇଟି ଭିନ୍ନ ଶବ୍ଦ ‘କ୍ରୀସ୍’ ...

One comment

  1. Dibyasingh kar

    The zee group cheeting in his worker.

Leave a Reply

Your email address will not be published. Required fields are marked *

   Update :