କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
Bibhu Patnaik_Zee

ଜୀ କଳିଙ୍ଗରୁ “ବାପା’ କ୍ୟାପ୍ଟେନ‍୍‌ ବିଭୁ ପଟ୍ଟନାୟକଙ୍କ ଇସ୍ତଫା: କହିଲେ ଓଡ଼ିଆ ଚ୍ୟାନେଲ‍୍‌ରେ ଚାଲିଛି ବିହାରୀ ରାଜ୍‌

ଭୁବନେଶ୍ୱର, (ଓଟି): ଓଡ଼ିଆ ଭାଷାରେ ନ୍ୟୁଜ୍‌ ପରିବେଷଣ କରୁଥିବା ଜୀ-ନେଟ‍୍‌ୱର୍କର ଜୀ-କଳିଙ୍ଗ ନ୍ୟୁଜ୍‌ ଚ୍ୟାନେଲ‍୍‌ର ସମ୍ପାଦକ ବିଭୁ ପଟ୍ଟନାୟକ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ମାତ୍ର ଏକ ବର୍ଷର କାର୍ଯ୍ୟକାଳ ଭିତରେ ସେ ଜୀ-କଳିଙ୍ଗ ପରିଚାଳନାରେ ଅସନ୍ତୁଷ୍ଟ ହୋଇ ନିଜ ପଦବୀରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ତେବେ କମ୍ପାନୀ ନେଟ‍୍‌ୱର୍କରେ ଥିବା ବିହାରୀ ସାମ୍ୱାଦିକ ଓ ଅଣ ସାମ୍ୱାଦିକଙ୍କ ଅଯଥା ହସ୍ତକ୍ଷେପ ଯୋଗୁ ସେ ପଦବୀରୁ ଇସ୍ତଫା ଦେବା ଉଚିତ ମଣିଛନ୍ତି ବୋଲି କହିଛନ୍ତି। କିଛିଦିନ ହେଲା ଏହି ହସ୍ତକ୍ଷେପ ଯଥେଷ୍ଟ ହୋଇଥିବାରୁ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି।

 
ପୂର୍ବରୁ ଜୀ କଳିଙ୍ଗରେ ଚାରିଜଣ ବରିଷ୍ଠ କର୍ମକର୍ତ୍ତାଙ୍କୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିବା ବିଷୟ ଓଡ଼ିଶା ଟାଇମ‍୍‌ରେ ଉଲ୍ଲେଖ କରାଯାଇଥିଲା। ଏହି ଚାରିଜଣଙ୍କ ନାମର ପ୍ରଥମ ଅକ୍ଷର ଇଂରାଜୀ ଆଲ‍୍‌ଫାବେଟ‍୍‌ ବି, ଏ, ପି, ଏ ରୁ ଆରମ୍ଭ ହେଇଥିବାରୁ ସେମାନଙ୍କୁ ଓଡ଼ିଆରେ “ବାପା’ କୋଡ୍ ୱର୍ଡ଼ରେ ଜୀ-କଳିଙ୍ଗର କର୍ମଚାରୀମାନେ ଇଙ୍ଗିତ କରୁଥିଲେ। ସେହି ଗୋଷ୍ଠୀରୁ ଦୁଇଜଣଙ୍କୁ କମ୍ପାନୀ ଇସ୍ତଫା ଦେବା ପାଇଁ ଚାପ ପକାଇଥିଲା। ଏବେ ସେମାନେ ନିଜ ଚାକିରି ଛାଡ଼ିଛନ୍ତି ବା ତାଙ୍କୁ ବହିଷ୍କାର କରାଯାଇଛି ସେ ବିଷୟରେ ଆମେ ସ୍ପଷ୍ଟ ନୋହୁଁ। କିନ୍ତୁ ସେମାନେ ଆଉ ଚ୍ୟାନେଲ‍୍‌ରେ ନାହାନ୍ତି। ଏହି ଗୋଷ୍ଠୀର ନେତୃତ୍ୱ ‘ବି’ ଅକ୍ଷରଧାରୀ ବିଭୁ ପଟ୍ଟନାୟକ ନେଉଥିଲେ ବୋଲି ଚର୍ଚ୍ଚା ଚାଲିଥିଲା। ଏଣୁ ବିଭୁଙ୍କ ଇସ୍ତଫା ପରେ “ବାପା’ ଗୋଷ୍ଠୀର କ୍ୟାପ୍ଟେନ‍୍‌ଙ୍କ ୱିକେଟ‍୍‌ ପଡ଼ିଲା ବୋଲି ଚର୍ଚ୍ଚା ହେଉଛି।

 
ଗତବର୍ଷ ଅଗଷ୍ଟ ମାସରେ ବିଭୁ ଜୀ-କଳିଙ୍ଗରେ ଯୋଗ ଦେଇଥିଲେ। ଜାତୀୟ ତଥା ଭାରତ ବାହାରେ ବିଭିନ୍ନ ନେଟ‍୍‌ୱର୍କରେ ତାଙ୍କର ଥିବା ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଚ୍ୟାନେଲ‍୍‌ କର୍ତ୍ତୃପକ୍ଷ ତାଙ୍କୁ ସମ୍ପାଦକ ପଦବୀରେ ନିଯୁକ୍ତ କରିଥିଲେ। ହେଲେ ତାଙ୍କର ସରଳ ସ୍ୱଭାବର ସୁଯୋଗ ନେଇ କିଛି ସାମ୍ୱାଦିକ ତାଙ୍କୁ ବାଟବଣା କରିଥିବାର ଅଭିଯୋଗ ହୋଇଥିଲା। ଏପରିକି ତାଙ୍କ କାର୍ଯ୍ୟକାଳ ସମୟରେ ଚ୍ୟାନେଲ‍୍‌ର ଦର୍ଶକ ସଂଖ୍ୟା ବୃଦ୍ଧି ପାଇଁ ଯେତେ ବି ନୂଆ କାର୍ଯ୍ୟକ୍ରମ ଯୋଡ଼ା ଯାଇଥିଲା ସେସବୁ ଫ୍ଲପ‍୍‌ ହୋଇଥିଲା। ଅପରପକ୍ଷେ ସେ ସୁରକ୍ଷା ଦେଉଥିବା କିଛି ହାତ ଗଣତି କର୍ମଚାରୀଙ୍କ ଯୋଗୁ ସମ୍ପୂର୍ଣ୍ଣ ଚ୍ୟାନେଲ‍୍‌ରେ କର୍ମଚାରୀ ଅସନ୍ତୋଷ ସୃଷ୍ଟି ହୋଇଥିଲା। ତାଙ୍କ ପରେ କାର୍ଯ୍ୟରେ ଯୋଗ ଦେଇଥିବା ଡେପ୍ୟୁଟି ଏଡିଟର ପଦବୀରୁ ପ୍ରତିଷ୍ଠିତ ସାମ୍ୱାଦିକ ସାରଦା ଲାହାଙ୍ଗୀର ମଧ୍ୟ ଇସ୍ତଫା ଦେଇଥିଲେ। ଚ୍ୟାନେଲ‍୍‌ର କିଛି କର୍ମଚାରୀ ସାରଦାଙ୍କ ବିରୋଧରେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ତାଙ୍କ ବିରୋଧରେ କର୍ମଚାରୀ ଅସନ୍ତୁଷ୍ଟ ଥିବା ଉଲ୍ଲେଖ କରିଥିଲେ। ପୂର୍ବରୁ ସାରଦା ଚ୍ୟାନେଲ‍୍‌ରେ ଚାଲିଥିବା ଅନୈତିକ ଅର୍ଥ ନେଣ ଦେଣ କାରବାରକୁ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିଥିଲେ। ଏହାକୁ ଦବାଇବା ଲାଗି ସମ୍ପୃକ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିବା ଅଭିଯୋଗ ହୋଇଥିଲା।

 
ଓଡ଼ିଶା ପ୍ରଦେଶ କଂଗ୍ରେସରେ ଚାଲିଥିବା ସଭାପତି ବିବାଦ ଭଳି ଜୀ କଳିଙ୍ଗରେ ଦିନକୁ ଦିନ ବିବାଦ ଓ ଗୋଷ୍ଠୀ କନ୍ଦଳ ବଢୁଥିବାରୁ ଚ୍ୟାନେଲ‍୍‌ କର୍ତ୍ତୃପକ୍ଷ ଓଡ଼ିଶା ଦାୟିତ୍ୱରେ ଥିବା ଅିଧକାରୀଙ୍କୁ ବଦଳାଇଥିଲେ। କିଛିଦିନ ପୂର୍ବେ ଓଡ଼ିଶା ଦାୟିତ୍ୱ ଦେଇଥିବା ଜଗଦୀଶ ଚନ୍ଦ୍ରାଙ୍କ ହାତରୁ ଚ୍ୟାନେଲ‍୍‌ ଦାୟିତ୍ୱ କାଢ଼ିନିଆଯାଇ ନେଟ୍ୱୱର୍କର ଡେପ୍ୟୁଟି ସିଇଓ ପୁରୁଷୋତ୍ତମ ବୈଷ୍ଣବଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଦାୟିତ୍ୱ ନେବାର ପ୍ରଥମ ବୈଠକରେ ସେ ଓଡ଼ିଶା ଚ୍ୟାନେଲ‍୍‌ରେ ଅଦଳବଦଳ ଚାହୁଁଥିବା ସ୍ପଷ୍ଟ ହୋଇଥିଲା। ପ୍ରଥମ ବୈଠକରେ ସେ ଏଥିନେଇ ଇଙ୍ଗିତ ଦେଇଥିବା ନେଇ ଆମକୁ ସୂଚନା ମିଳିଥିଲା। ଓଡ଼ିଶା ମୁଖ୍ୟଙ୍କୁ ଏଥିରେ ଟାର୍ଗେଟ‍୍‌ କରାଯାଇଥିବା ଓଡ଼ିଶାଟାଇମ‍୍‌ଡଟ‍୍‌କମ‍୍‌ରେ ପ୍ରକାଶ ପାଇଥିଲା। ହେଲେ ଏବାବଦରେ ସବିଶେଷ ତଥ୍ୟ ଯୋଗାଡ଼ କରିବା ପରେ ତାଙ୍କ ସହଯୋଗୀଙ୍କୁ ପ୍ରଥମେ ହଟାଯିବାର ବ୍ୟବସ୍ଥା ହୋଇଥିଲା। ପରେ ଚ୍ୟାନେଲ‍୍‌ରୁ ଅଳିଆ ସଫା କରାଯାଇ ଚ୍ୟାନେଲ‍୍‌କୁ ଦିଲ୍ଲୀ ଉଠାଇ ନେବାକୁ ଯୋଜନା ହୋଇଥିଲା। ଏହିକ୍ରମରେ ଦୁଇଜଣ ସାମ୍ୱାଦିକଙ୍କୁ ଚ୍ୟାନେଲ‍୍‌ରୁ ହଟାଇ ଦିଆଯାଇଛି। ଚ୍ୟାନେଲ‍୍‌କୁ ଦିଲ୍ଲୀ ଉଠାଇ ନେବା ପାଇଁ ନୂଆକର୍ମର୍କର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ଚ୍ୟାନେଲ‍୍‌କୁ ଚଳାଇ ରଖିବା ଲାଗି କିଛି ଅଣ ଓଡ଼ିଆ ସାମ୍ୱାଦିକ ଓ ଅଣ ସାମ୍ୱାଦିକଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ହସ୍ତକ୍ଷେପକୁ କାରଣ ଦର୍ଶାଇ ବିଭୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

 
(ଏଡିଟୋରିଆଲ‍୍‌ କମେଣ୍ଟ: ଏକ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ‍୍‌ରେ ଅଣ ଓଡ଼ିଆଙ୍କ ଦୌରାତ୍ମ୍ୟ ବଢ଼ିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। ଯଦି ଏହି କାରଣରୁ ବିଭୁ ଇସ୍ତଫା ଦେଇଛନ୍ତି ତେବେ ତାଙ୍କ ନିଷ୍ପତ୍ତିକୁ ଆମେ ସ୍ୱାଗତ ଜଣାଉଛୁ। ଓଡ଼ିଶାର ଲୋକେ ଚ୍ୟାନେଲ‍୍‌ର ଏହି ବ୍ୟବସାୟିକ ମନୋବୃତ୍ତିକୁ ଗ୍ରହଣ କରିବେ ନାହିଁ ବୋଲି ଆମର ଆଶା)

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

Leave a Reply

Your email address will not be published. Required fields are marked *