ନବୀନଙ୍କ ପ୍ରଚାରରେ ଜୀ କଳିଙ୍ଗ

0
4
ପ୍ରକଳ୍ପ ଶୁଭାରମ୍ଭ ଦିନ ପ୍ରସାରିତ ଛବିର ସ୍କ୍ରିନଶଟ୍‍

ଭୁବନେଶ୍ୱର, (ଓଟି): କିଛିଦିନ ତଳେ ନିଜର ନ୍ୟୁଜ୍‍ ଡେସ୍କକୁ ଭୁବନେଶ୍ୱରରୁ ଦିଲ୍ଲୀ ଉଠାଇ ନେଇଥିବା ଜୀ -କଳିଙ୍ଗ ନ୍ୟୁଜ୍‍ ଚ୍ୟାନେଲ୍‍ ଏବେ ଓଡ଼ିଶା ସରକାରଙ୍କ ପ୍ରଚାର ପତ୍ର ପାଲଟିଥିବା ମନେ ହେଉଛି । ଏପରିକି ନିଜ ଉପରେ ଥିବା ବିଜେପି ଛାପକୁ ଦୂର କରି ନବୀନଙ୍କ ଏକାନ୍ତ ନିଜର ବୋଲି ନିଜକୁ ପ୍ରତିଷ୍ଠିତ କରିବାକୁ ଚାହୁଁଥିବା ଆଲୋଚନା ହେଉଛି । ନିକଟରେ ଚ୍ୟାନେଲ୍‍ ଆରମ୍ଭ କରିôଥବା ଏକ କାର୍ଯ୍ୟକ୍ରମରୁ ଏହା ସ୍ପଷ୍ଟ ପାରି ହୋଇପଡ଼ୁଛି । ଯଦିଓ ଏହି କାର୍ଯ୍ୟକ୍ରମ କମ୍ପାନୀର ବ୍ୟବସାୟିକ ଫାଇଦା ପାଇଁ ଉଦ୍ଦିଷ୍ଟ କିନ୍ତୁ ଏହାଦ୍ୱାରା ଚ୍ୟାନେଲ୍‍ ଉପରେ ଯାହା ବି କିଛି ଆସ୍ଥା ରହିଛି ତାହା ଅପସରି ଯିବ ବୋଲି ବୋଲି ଚର୍ଚ୍ଚା ହେଉଛି ।
ନ୍ୟୁଜ୍‍ ପ୍ରସାରଣ ଅପେକ୍ଷା ଓଡ଼ିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ସୁସଜ୍ଜିତ ଗାଡ଼ିରେ ପ୍ରଚାର କରିବାକୁ ଗୁରୁତ୍ୱପୂର୍ଣ୍ଣ ମନେ କରିଛନ୍ତି ଏହାର ପରିଚାଳନା କର୍ତ୍ତୃପକ୍ଷ । ସେଥିପାଇଁ ଏକ ପ୍ରଚାର ଗାଡ଼ିରେ ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ ଯୋଜନାକୁ ଉଲ୍ଲେଖ କରି ସହର ସହର ଘୁରି ବୁଲୁଛନ୍ତି ଏହାର ନିର୍ଦ୍ଦିଷ୍ଟ ଟିମ୍‍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ।
କିଛିଦିନ ପୂର୍ବରୁ ଜୀ କଳିଙ୍ଗ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କିଛି କର୍ମୀଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ ପରିଚାଳିତ ହେଉଥିବା ଚର୍ଚ୍ଚା ହୋଇଥିଲା । ଏପରିକି ଚ୍ୟାନେଲ୍‍ର ସମସ୍ତ ନିଯୁକ୍ତି ଓ କଣ୍ଟେଣ୍ଟକୁ ସେମାନେ ନିୟନ୍ତ୍ରଣ କରୁôଥଲେ ବୋଲି ମଧ୍ୟ ଆଲୋଚନା ମଧ୍ୟ ହୋଇଛି । କିନ୍ତୁ ଏବେ ସେ ପରିସ୍ଥିତି ୟୁଟର୍ନ ନେଇଛି । ବିଜେପିଠୁ ମୁହଁ ଫେରାଇ ବିଜେଡି ଆଡ଼କୁ ଢଳିଛି ଜୀ-କଳିଙ୍ଗର ମନୋବୃତ୍ତି । ଏହିକ୍ରମରେ ଚ୍ୟାନେଲ୍‍ ପରିଚାଳନା ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଛି ।
ସୋମବାର ଦିନ ସକାଳୁ ନବୀନ ନିବାସଠାରେ ଏକ ସ୍ୱତନ୍ତ୍ର କାର୍ଯ୍ରକ୍ରମ ଆୟୋଜନ କରାଯାଇଥିଲା । ଯେଉଁଥିରେ ଚ୍ୟାନେଲ୍‍ର ଉଚ୍ଚ କର୍ତ୍ତୃପକ୍ଷ ମୁଖ୍ୟମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏହାପରେ ଏହି ଗାଡ଼ି ବିଭିନ୍ନ ଜିଲ୍ଲା ବୁଲି ପ୍ରଚାର କାର୍ଯ୍ୟ ଜାରି ରଖିଛି । ମଙ୍ଗଳବାର ଏହା ପୁରୀ ଗସ୍ତରେ ଯାଇଛି ।
ଉଦ୍‍ଘାଟନୀ ଉତ୍ସବରେ ଶୁଭାରମ୍ଭ ପାଇଁ ଉଦ୍ଦିଷ୍ଟ ସବୁଜ ପତାକାଟି ଖସିପଡ଼ିବାରୁ ଚ୍ୟାନେଲ୍‍ର ସିଇଓ ତଳୁ ଗୋଟାଇ ତାକୁ ସନ୍ତର୍ପଣର ସହ ମୁଖ୍ୟମନ୍ତ୍ରୀଙ୍କ୍‍ୁ ଧରାଇ ଦେଇଥିଲେ । ଲାଗୁଥିଲା ଯେମିତି ସେ ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ତଳେ ପଡ଼ିଛନ୍ତି ।
ନ୍ୟୁଜ୍‍ ସଂସ୍ଥାବୁ ରାଜନୀତିକ ପ୍ରୋତ୍ସାହନ ପାଇବା କିଛି ନୂଆ କଥା ନୁହେଁ କିନ୍ତୁ ଯେଉଁଭଳି ଭାବେ ଗୋଡ଼ାଣିଆ ଭାବ ପ୍ରଦର୍ଶନ କରୁଛନ୍ତି ତାହା ନିରପେକ୍ଷ ନ୍ୟୁଜ୍‍ ପ୍ରସାରଣରୁ ତାଙ୍କୁ ନିହାତି ବିରତ ରଖୁଥିବ ତାହା ନିଶ୍ଚିତ । ଅପରପକ୍ଷେ ଜୀ ଗ୍ରୁପ୍‍ର ଏକ ବଡ଼ ପ୍ରକଳ୍ପ ରାଜ୍ୟ ସରକାରଙ୍କ ସବୁ ସଙ୍କେତ ପାଇପାରୁ ନଥିବାରୁ ଆଗେଇ ପାରୁ ନାହିଁ । ଏଣୁ ଏହି କାର୍ଯ୍ୟକ୍ରମ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କୁ ଖୋସାମତ କରି ପ୍ରକଳ୍ପ ଅନୁମୋଦନ ପ୍ରାପ୍ତିର ଲକ୍ଷ୍ୟ ରହିଥିବା ଆଲୋଚନା ହେଉଛି ।