କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ବୃନ୍ଦା ସାହୁ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀ ସୁଶାନ୍ତଙ୍କ ପ୍ରମାଣ କୁଆଡେ ଗଲା ?

ଭୁବନେଶ୍ୱର,(ଓଟି):  ବରଗଡ ଜିଲ୍ଲାର ଚାଷୀ ବୃନ୍ଦା ସାହୁର ଆତ୍ମହତ୍ୟା ରିପୋର୍ଟକୁ ନେଇ ସରକାର ହରଡଘଣାରେ ପଡିଥିବାବେଳେ ମୃତ୍ୟୁ ସଂକ୍ରାନ୍ତରେ ଠୋସ‍୍‌ ପ୍ରମାଣ ପାଇଥିବା ରାଜ୍ୟ ଶ୍ରମ ଓ ଇଏସ‍୍‌ଆଇ ମନ୍ତ୍ରୀ ସୁଶାନ୍ତ ସିଂହ ଆଉ ଦେଖା ଦେଉନାହାନ୍ତି। ବୃନ୍ଦାଙ୍କ ମୃତ୍ୟୁ ପଛରେ ବିଜେପି କର୍ମୀଙ୍କ ହାତ ଅଛି ଓ ଏ ସଂକ୍ରାନ୍ତରେ ତାଙ୍କ ନିକଟରେ ଭିଡିଓ ରହିଛି ବୋଲି ଗଣମାଧ୍ୟମରେ ବାରମ୍ୱାର କହୁଥିବା ମନ୍ତ୍ରୀ ଆଉ ଏ ନେଇ ମୁହଁ ଖୋଲୁ ବି ନାହାନ୍ତି।

ରାଜ୍ୟରେ ଏବେ ଯେଉଁ କଥାଟି ସରକାରଙ୍କୁ ଅକଳରେ ପକାଇଛି ତାହା ହେଉଛି ବୃନ୍ଦା ସାହୁଙ୍କ ଆତ୍ମହତ୍ୟା ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ଦେଇଥିବା ରିପୋର୍ଟ। ଜିଲ୍ଲା ପ୍ରଶାସନ ସରଜମିନ ତଦନ୍ତ କରି ସରକାରଙ୍କୁ ଯେଉଁ ରିପୋର୍ଟ ଦେଇଛନ୍ତି ସେଥିରେ ଦର୍ଶାଇଛନ୍ତି ଯେ ବୃନ୍ଦାଙ୍କର ନିଜସ୍ୱ ଜମି ନଥିଲା। ସେ ପ୍ରାୟ ୧୬ ଏକର ଜମି ଭାଗରେ ଆଣି ଚାଷ କରିଥିବାବେଳେ ସେଥିରୁ ଦେଢ ଏକର ଜମିରେ ଚକଡାପୋକ ଲାଗିଥିଲେ ଓ ସେ ଅଳ୍ପକିଛି ଜମିରେ ନିଆଁ ଲଗାଇଥିଲେ। ବୃନ୍ଦା କୌଣସି ବ୍ୟାଙ୍କ୍ରୁ ଋଣ ଆଣିନଥିଲେ। ହାତ ଉଧାରି କିଛି କରିଥିଲେ। ହେଲେ କାହାଠାରୁ କଣ ଆଣିଥିଲେ ତାହା ପରିବାର ଲୋକେ କହିପାରୁ ନାହାନ୍ତି। ତେଣୁ ବୃନ୍ଦା କାହିଁକି ଆତ୍ମହତ୍ୟା କଲେ କୁହାଯାଇ ପାରିବନାହିଁ।

ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଏହି ଆତ୍ମରକ୍ଷା ରିପୋର୍ଟକୁ କୃଷି ମନ୍ତ୍ରୀ ସ୍ପଷ୍ଟଭାବେ କହିବାପରେ ରାଜ୍ୟରେ ଘୋର ପ୍ରତିକ୍ରିୟା ଦେଖାଦେଇଛି। ବିରୋଧିମାନେ ଏହାକୁ ବିଧାନସଭାରେ ପ୍ରସଙ୍ଗ କରିବେ ବୋଲି ଏବେ ଠାରୁ ଚେତାବନୀ ଦେଲେଣି। ହେଲେ ଏହି ଘଟଣାରେ ସରକାରଙ୍କୁ ରକ୍ଷାପାଇଁ ଆଗକୁ ବାହାରିଥିବା ବରଗଡ ଜିଲ୍ଲାର ମନ୍ତ୍ରୀ ସୁଶାନ୍ତ ସିଂହଙ୍କର ଆଉ ଦେଖାଦର୍ଶନ ନାହିଁ। ବୃନ୍ଦା ସାହୁ ଆତ୍ମହତ୍ୟା ଘଟଣା ପରେ ପରେ ମନ୍ତ୍ରୀ କହିଥିଲେ ଯେ ତାଙ୍କୁ ଆତ୍ମହତ୍ୟା ପାଇଁ ବିଜେପି କର୍ମୀ ଉସ‍୍‌କାଇଛନ୍ତି। ଏହାର ସ୍ପଷ୍ଟ ଭିଡିଓ ତାଙ୍କ ପାଖରେ ରହିଛି ଓ ସେ ଏହାକୁ ଥାନାରେ ଦାଖଲ କରିବେ। ଥାନାରେ ଦାଖଲ ପରେ ପୁଲିସ‍୍‌ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସମସ୍ତେ ଭାବିଥିଲେ। କାରଣ ଜଣେ ମନ୍ତ୍ରୀ ଯେହେତୁ ଏତେ ଦୃଢତାର ସହ କହୁଛନ୍ତି ସେଥିରେ କିଛି ଥିବ।

ହେଲେ ଏବେ ଆଉ ମନ୍ତ୍ରୀଙ୍କ ଭିଡିଓର ଦେଖାଦର୍ଶନ ନାହିଁ। ଯଦି ଏହି ଘଟଣାରେ କୌଣସି ବିଜେପି କର୍ମୀଙ୍କୁ ଠୋସ‍୍‌ ପ୍ରମାଣ ଆଧାରରେ ଗିରଫ କରାଯାଇଥାନ୍ତା ତେବେ ବୃନ୍ଦାଙ୍କ ଆତ୍ମହତ୍ୟା ଘଟଣାରେ ସରକାର ଆଉ ହରଡଘଣାରେ ପଡିନଥାନ୍ତେ  ଓ ଦୋଷ ବିଜେପି ମୁଣ୍ଡରେ ଯାଇଥାନ୍ତା ବୋଲି ବିଜେଡିର କିଛି ନେତା ଖୋଲାଖୋଲି ଭାବେ କହୁଛନ୍ତି। ମନ୍ତ୍ରୀ ପ୍ରଥମେ ଜୋର ଦେଇ କହିବାପରେ ତାଙ୍କ କଥାରେ ବିଶ୍ୱାସକରି ଦଳ ଓ ସରକାର ତାଙ୍କ ପଛରେ ଛିଡା ହୋଇଥିଲା। ହେଲେ ଏବେ ସୁଶାନ୍ତ ସେହି ଭିଡିଓ ଦେଖାଇ ନପାରିବାରୁ ସମସ୍ତେ ଏଥିରୁ ମୁହଁ ଫେରାଇ ନେଇଛନ୍ତି। ଏଭଳି ଘଟଣାରେ ମନ୍ତ୍ରୀଙ୍କ ସମେତ ଖୋଦ‍୍‌ ବିଜେଡି ବେଶ‍୍‌ ଅପମାନିତ ହେବା ସହିତ ବୃନ୍ଦା ସାହୁ ଘଟଣାରେ ଏବେ ଅକଳରେ ପଡିଯାଇଛି। ବିଧାନସଭାରେ ଘଟଣା ଅଧିକ ଜଟିଳ ହେବ ସୁଶାନ୍ତ ମଧ୍ୟ ଫସିବେ ବୋଲି ଆଶଙ୍କା କରାଯାଉଛି।

About admin

Check Also

କେମିତି ହେଲା ‘କ୍ରୀସମାସ’ଶବ୍ଦର ଉତ୍ପତ୍ତି

ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ସାରା ବିଶ୍ୱରେ କ୍ରୀସ୍ମାସ୍ ଡେ’ ଭାବେ ପାଳନ କରାଯାଉଛି । ଦୁଇଟି ଭିନ୍ନ ଶବ୍ଦ ‘କ୍ରୀସ୍’ ...

Leave a Reply

Your email address will not be published. Required fields are marked *

   Update :