କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
vedant

ବାହୁବଳୀ ବିଧାୟକଙ୍କ ବଳରେ ବଳୀୟାନ ବେଦାନ୍ତ: ଆସପଣ୍ଡ ଭାଙ୍ଗିବା ଘଟଣାରେ ପରିବେଶ ମନ୍ତ୍ରୀଙ୍କୁ ବେଖାତିର

ଭୁବନେଶ୍ୱର,(ଓଟି): ରାଜ୍ୟରେ ଏବେ ବାହୁବଳୀ ବିଧାୟକଙ୍କର ପ୍ରଭାବ ବେଶୀ । ଏହାଙ୍କ ପ୍ରଭାବରେ ଝାରସୁଗୁଡାରେ ଥିବା ବେଦାନ୍ତ କମ୍ପାନୀ ଏବେ ବଳୀୟାନ ହୋଇଛି । ବେଦାନ୍ତ କମ୍ପାନୀର ଆସପଣ୍ଡ ଅଗଷ୍ଟ ୨୮ ତାରିଖରେ ଭାଙ୍ଗି ଭେଡେନ ନଈ ଓ ଚାଷଜମି ନଷ୍ଟ କରିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଚିଠିର ଉତ୍ତର ନ ଦେଇ ବାହୁବଳୀ ବିଧାୟକଙ୍କ ବଳରେ ବଳୀୟାନ ବେଦାନ୍ତ କମ୍ପାନୀ ବେଖାତିର କରିବାରେ ଲାଗିଛି ।

ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ବୋଲି କୁହାଯାଉଥିବା କଟକ ଜିଲ୍ଲାର ଏହି ଠିକାଦାର ବିଧାୟକଙ୍କ ପାରିବାରିକ ଠିକା ସଂସ୍ଥା ଝାରସୁଗୁଡାରେ ଥିବା ବେଦାନ୍ତ କମ୍ପାନୀ ପାଇଁ ସମସ୍ତ ବେଆଇନ କାମର ଠିକା ନେଇଛନ୍ତି । ୨୦ବର୍ଷ ତଳେ ଏହି ଠିକା ସଂସ୍ଥା ଗରିବ ଆଦିବାସୀଙ୍କୁ ଡରାଇ ଧମକାଇ ବେଦାନ୍ତ କମ୍ପାନୀ ପାଇଁ ଅନୈତିକ ଉପାୟରେ ଜମି ଅଧିଗ୍ରହଣ କରିବା ପରେ କମ୍ପାନୀ ଆସପଣ୍ଡ ନିର୍ମାଣ କରିଥିଲା । ଏହି ଆସପଣ୍ଡ ନିର୍ମାଣରେ ସମସ୍ତ ନିୟମକାନୁନକୁ ଜଳାଞ୍ଜଳୀ ଦିଆଯାଇ ନିର୍ମାଣ କରାଯାଇଥିିବାରୁ ଗତ ମାସ ୨୮ ତାରିଖରେ ଭାଙ୍ଗିଯାଇ ୪୨,୨୪,୦୦ଟନ ପାଉଁଶ ବୋହିଯାଇ ଭେଡେନ ନଈ ପାଣିରେ ମିଶିଯାଇଥିଲା । ଏହି ପାଉଁଶରେ ଚାଷବାସ ବି ନଷ୍ଟ ହୋଇଯାଇଛି । ଏହି ଘଟଣା ଘଟିବାର ଦୁଇ ସପ୍ତାହ ବିତିଯାଇଥିଲେ ମଧ୍ୟ ବାହୁବଳୀ ବିଧାୟକଙ୍କ ବଳରେ ବଳୀୟାନ ବେଦାନ୍ତ କମ୍ପାନୀ ବିରୋଧରେ ସରକାର କୌଣସି ପଦକ୍ଷେପ ନେବାରେ ସମର୍ଥ ହୋଇପାରିନାହାନ୍ତି ।

ନିୟମ ଅନୁସାରେ କୌଣସି ନଦୀ ନିକଟରେ ଆସପଣ୍ଡ ନିର୍ମାଣ କରାଯାଇପାରିବ ନାହିଁ । କିନ୍ତୁ ଏହି ବାହୁବଳୀ ବିଧାୟକ ନିଜ ପ୍ରଭାବ ବିସ୍ତାର କରି ବେଦାନ୍ତ କମ୍ପାନୀ ପାଇଁ ବେଦାନ୍ତ କମ୍ପାନୀର ଆସପଣ୍ଡ ନଦୀ କୂଳରେ ନିର୍ମାଣ କରିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ଅନୁମତି ନେଇଥିଲେ । ବିଧାୟକଙ୍କ ଚାପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆସପଣ୍ଡ ନିର୍ମାଣ ପରେ ଏହାକୁ ପରିଦର୍ଶନ ନକରି ବ୍ୟବହାର ପାଇଁ ଅନୁମତି ଦେଇଥିଲେ ।

ଏତେବଡ ଦୁର୍ଘଟଣା ଘଟିଯିବା ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ନିଦୋଁକ୍ରମେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ଯାଞ୍ଚକାରୀ ଦଳ ଝାରସୁଗୁଡାର କଟିକେଲା ଯାଇଥିଲେ । ଆସପଣ୍ଡ ନିର୍ମାଣରେ ତ୍ରୁଟି ଥିବା ସମସ୍ତେ ସ୍ୱୀକାର କରିବା ପରେ ବି ମନ୍ତ୍ରୀଙ୍କ ନିକଟକୁ ରିପୋର୍ଟ ଆସୁନାହିଁ କି ଆସିବାର ସମ୍ଭାବନା ମଧ୍ୟ ନାହିଁ । କେବଳ ଅଳ୍ପ କିଛି ଚାଷୀମାନଙ୍କୁ ସାମାନ୍ୟ କ୍ଷତିପୂରଣ ଦେଇ ଦୋେ ଉପରେ ପରଦା ପକାଇବାର ଚେଷ୍ଠା ଚାଲିଛି । କାରଣ ଏହି ଆସପଣ୍ଡଟିକୁ ଶାସକ ଦଳର ସେହି ବାହୁବଳୀ ବିଧାୟକଙ୍କ ପାରିବାରିକ ଠିକା ସଂସ୍ଥା ନିର୍ମାଣ କରିଛି । ଏହି ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଭୟ କରୁଥିବା ସ୍ପଷ୍ଟ ହୋଇଯାଇଛି ।

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

Leave a Reply

Your email address will not be published. Required fields are marked *