୧୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର,(ଓଟି): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି । ସୋମବାର ୧୫ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ବିଶେଷ କରି ରାଜଧାନୀ ଭୁବନେଶ୍ୱରେ ନିଆଁ ବର୍ଷା ହେଉଛି । ଗତକାଲି ଭଳି ସୋମବାର ମଧ୍ୟ ଭୁବନେଶ୍ୱରର ତାପମାତ୍ରା ରେକର୍ଡ ଛୁଇଁଛି । ସୋମବାର ଦିନ ଭୁବନେଶ୍ୱରରରେ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଗତକାଲି ମଧ୍ୟ ଭୁବନେଶ୍ୱର ସର୍ବାଧିକ ୪୨.୩ ଡିଗ୍ରୀ ସହ ରାଜ୍ୟର ସବୁଠାରୁ ଉତପ୍ତ ସହର ପାଲଟିଥିଲା ।

ସୋମବାର ବାରିପଦାର ତାପମାତ୍ରା ମଧ୍ୟ ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ତାଳଚେର ୪୨ , ଅନୁଗୁଳ ୪୧.୯ , ଚାନ୍ଦବାଲି ୪୧ .୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ ୪୧.୫ ଡିଗ୍ରୀ , ବାଲେଶ୍ୱର ୪୧. ୨, ବଲାଙ୍ଗୀର ୪୦ .୮ , ଢେଙ୍କାନାଳ ୪୦.୫ , କଟକ ୪୦.୬ , ସୋନପୁର ୪୦.୨ ସମ୍ବଲପୁର ୪୦.୨,ପାରାଦ୍ୱୀପ ୪୦.୧ ଓ ଝାରସୁଗୁଡାରେ ୪୦.୧ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି ।

ଗତ କିଛି ଦିନ ଭଳି ସୋମବାର ମଧ୍ୟ ସକାଳୁ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଥିଲା ଅଗ୍ନି ବର୍ଷା । ଟାଣ ଖରାସହ ତତଲା ଧାଁସ ମୁହଁ, ଦେହ ସିଝେଇ ଦେଉଥିଲା । ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇଯାଇଥିଲା । ପ୍ରାୟ ଦିନ ୧୧ ଟା ପରେ ଭୁବନେଶ୍ୱର ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନ ଗୁଡିକ ଖାଁ ଖାଁ ଲାଗୁଥିଲା । ଦୋକାନ ବଜାର ମଧ୍ୟ ମଧ୍ୟାହ୍ନରେ ବନ୍ଦ ହୋଇଯାଉଥିଲା । ଅନ୍ୟପକ୍ଷରେ ଆହୁରି ଦୁଇରୁ ଚାରି ଦିନ ଏପରି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply