Tag Archives: Jajpur News

ଦୁର୍ନୀତି ସ୍ୱୀକାର କଲେ ମୁଖ୍ୟଯନ୍ତ୍ରୀ

ଯାଜପୁର,(ଓଟି): ବିଞ୍ଝାରପୁର ଡ୍ରେନେଜ୍ ବିଭାଗରେ ମହାଦୁର୍ନୀତିକୁ ନେଇ ଏବେ ଠିକାଦାର ଓ ଯନ୍ତ୍ରୀ ହରଡ଼ଘଣାରେ । ବିଞ୍ଝାରପୁର ବ୍ଲକରେ ଚାଷୀଙ୍କୁ ଜଳ ଯୋଗାଇ ଦେବାପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନାଳ ସଫେଇ କାର୍ଯ୍ୟ ଚାଲିଛି । ହେଲେ ଠିକାଦାରମାନେ ଯନ୍ତ୍ରୀଙ୍କ ସହ ସଲାସୁତୁରାରେ ନିମ୍ନମାନର କାର୍ଯ୍ୟ କରୁଥିବା ନେଇ ବାରମ୍ବାର ଅଭିଯୋଗ କରୁଥିଲେ। ଏପରିକି ଡ୍ରେନେଜ୍ ବିଭାଗ ଅଧୀନରେ ସେତୁ ନିର୍ମାଣ ନକରି ବିଲ୍ କରିନେବା, ଏଷ୍ଟିମେଟ ଅନୁଯାଇ …

Read More »

ଶ୍ରେଣୀଗୃହ ପାଲଟିଛି ନିର୍ମାଣ ଶ୍ରମିକଙ୍କ ଶିବିର

ଯାଜପୁର ,(ଓଟି): ଯାଜପୁର ଜିଲ୍ଲା ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ଅନ୍ତର୍ଗତ ଧର୍ମଶାଳା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧିନ ସାରୋଇ ସରକାରୀ ପ୍ରାଥମିକ ବିଦ୍ୟାଳୟ ସଂପ୍ରତି ରାସ୍ତା ନିର୍ମାଣ କରୁଥିବା ଶ୍ରମିକଙ୍କ ଶିବିର ପାଲଟିଛି । ବିଦ୍ୟାଳୟ କର୍ତ୍ତୃପକ୍ଷ ଗତ ୮ଦିନ ହେଲା ପିଲାଙ୍କର ପାଠପଢ଼ାକୁ ବନ୍ଦ କରିବା ପୂର୍ବକ ଛୁଟି କରିଦେଇ ନିକଟସ୍ଥ ଚୁଡ଼ଖିଆ-ହରିଦାସପୁର ରାସ୍ତା ନିର୍ମାଣ କରୁଥିବା ଠିକାଦାରଙ୍କୁ ଶ୍ରମିକଙ୍କ କ୍ୟାମ୍ପ କରିବା ପାଇଁ ଛାଡ଼ି ଦେଇଛନ୍ତି । ପାଣିକୋଇଲି …

Read More »

ବାଲି ଗାଡ଼ି ଛାଡ଼ି ମାଫିଆ ଚମ୍ପଟ

ବାଲିଘାଟରେ ଜିଲ୍ଲାପାଳ ଓ  ଏସପିଙ୍କ ରାତିଅଧିଆ ଚଢ଼ଉ ଯାଜପୁର,(ଓଟି):  ରାତି ଅଧରେ ଜିଲ୍ଲାପାଳ ଓ ଏସ୍ପି ବାଲିଘାଟରେ ଚଢ଼ଉ କରିଥିବା ବେଳେ ଗାଡ଼ି ଛାଡି ବାଲି ମାଫିଆମାନେ ଚମ୍ପଟ ମାରିଛନ୍ତି । ଗତ କିଛିଦିନ ହେବ ଲଘୁ ଖଣିଜ ଦ୍ରବ୍ୟ ଚୋରୀ ରୋକିବାକୁ ଜିଲ୍ଲା ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ଜିଲ୍ଲାର ବିଭିନ୍ନ ତହସିଲ ପକ୍ଷରୁ ଧରପଗଡ଼ କରଯାଇ ଜୋରିମାନା ସହ ଗାଡି ଜବତ କରାଯାଉଛି । …

Read More »

ବ୍ଲକରେ ବସିବାକୁ ଚୌକି ଦିଆଯାଉନି!

ଯାଜପୁର,(ଓଟି): ପଞ୍ଚାୟତ ନିର୍ବାଚନରେ ସରପଞ୍ଚଙ୍କ ଭଳି ସମିତି ମେମ୍ବରମାନଙ୍କୁ ସ୍ଥାନୀୟ ମତଦାତା ପ୍ରଶାସନ ନିକଟରେ ସେମାନଙ୍କ ଦାବି ଉପସ୍ଥାପନ କରିବାକୁ ଭୋଟ୍ ଦେଇ ନିର୍ବାଚିତ କରିଛନ୍ତି । ହେଲେ କୌଣସି ସରକାରୀ ଯୋଜନା ପ୍ରସ୍ତୁତି କିମ୍ବା ଏହାର କାର୍ଯ୍ୟକାରିତା ସମ୍ବନ୍ଧରେ ବ୍ଲକ୍ ପ୍ରଶାସନ ସମିତି ମେମ୍ବରମାନଙ୍କୁ ପଚାରୁନାହାନ୍ତି । ଏପରିକି ବାର୍ଦ୍ଧକ୍ୟଭତ୍ତା ଠାରୁ ଆରମ୍ଭ କରି ପାଇଖାନା ନିର୍ମାଣ, ପକ୍କାଘର ଯୋଜନା, ମହାତ୍ମା ଗାନ୍ଧି କର୍ମନିଯୁକ୍ତି ଯୋଜନା କିମ୍ବା ପଞ୍ଚାୟତରେ …

Read More »

୭ଠ ପରିବାର, ୨ଠ ପାଇଖାନା

ଦଶରଥପୁର ,(ଓଟି): ପାଇଖାନା ନଥାଇ ରାଷ୍ଟ୍ରପତି ପୁରସ୍କାର ହାତେଇଥିବା ଦଶରଥପୁର ବ୍ଲକ ଅସନପୁର ପଞ୍ଚାୟତରେ ତଦନ୍ତ ଆରମ୍ଭ ହୋଇଛି । ପଞ୍ଚାୟତର ମୋଟ ୫ଟି ରାଜସ୍ୱ ଗ୍ରାମ ତଥା ୧୯ଟି ୱାର୍ଡରେ ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ୩ ଦିନ ଧରି ଚାଲିବାକୁ ଥିବା ବେଳେ ପ୍ରଥମ ଦିନରେ ସତ ପଦାକୁ ଆସିଛି । ଅସନପୁର ପଞ୍ଚାୟତର କେରୁଣା, ଛତ୍ରପଡ଼ା, ରଙ୍ଗସ, ଅସନପୁର ଓ ପଞ୍ଚୁପୁର ରାଜସ୍ୱ ଗ୍ରାମର …

Read More »

୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଚଳୁକଲେ ଠିକାଦାର

ଯାଜପୁର-ମଙ୍ଗଳପୁର ମୁଖ୍ୟରାସ୍ତା ମରଣଯନ୍ତା ଦଶରଥପୁର ,(ଓଟି): ଯାଜପୁର-ମଙ୍ଗଳପୁର ମୁଖ୍ୟରାସ୍ତା ମରଣାଯନ୍ତା ପାଲଟିଥିବା ଅଭିଯୋଗ ହେଉଛି । ରାଜ୍ୟ ରାଜପଥର ରାସ୍ତା ଥିବାବେଳେ ପୂର୍ତ୍ତ ବିଭାଗ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲା । ଏବେ ଉକ୍ତ ରାସ୍ତା ଜାତୀୟ ରାଜପଥ ହୋଇଥିବାବେଳେ ରାସ୍ତାବସ୍ଥା କହିଲେ ନସରେ । ରାସ୍ତାସାରା କୋଡ଼ିଏରୁ ଉର୍ଦ୍ଧ୍ୱ କଲଭର୍ଟ ପଏଣ୍ଟଗୁଡ଼ିକ ଦୁଇପଟେ ଦବି ଗାଢ଼ ହୋଇଛି । ସେଥିରେ ପଡ଼ି ଗତ ୧୫ଦିନ ମଧ୍ୟରେ ପ୍ରାୟ ୧୦ରୁ ଅଧିକ …

Read More »

ଶତାଧିକ ଭୂତ ଚାଷୀଙ୍କୁ ଋଣ: ପିଅନ ନଲମ୍ୱିତ

ବ୍ୟାସନଗର,(ଓଟି): କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଯାଜପୁର ରୋଡ ଶାଖା ଅଧିନରେ କୋରେଇ ବ୍ଲକର ୧୮ଟି ସମବାୟ ସମିତି ରହିଛି। ଏହି ୧୮ ଟି ସମବାୟ ସମିତିରେ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ଏବେ ପଦାକୁ ଆସିଛି। ଗୁରୁବାର କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସଂପାଦକ ଯାଜପୁର ରୋଡ ଶାଖାର ପରିଚାଳକ ଜିତେନ୍ଦ୍ର କୁମାର ସାମନ୍ତରାୟଙ୍କୁ ବଦଳି କରବା ସହିତ ଆଥିର୍କ ଅନିୟମିତତା ଅଭିଯୋଗରେ ପିଅନ ହରେକୃଷ୍ଣ ରଥଙ୍କୁ ଚାକିରିରୁ …

Read More »