ସୁରତରେ ନାବାଳିକା ବଳାତ୍କାର ଓ ହତ୍ୟା ପୀଡ଼ିତା ଓଡ଼ିଆ ଝିଅ

ଭୁବନେଶ୍ୱର,(ଓଟି): ଗୁଜୁରାତ ସୁରତରେ ଜଣେ ଏଗାର ବର୍ଷର ନାବାଳିକାକୁ ଧର୍ଷଣ ଓ ପରେ ହତ୍ୟା କରାଯିବ ଘଟଣାକୁ ନେଇ ଆନ୍ଦୋଳନ ଜୋର ଧରିଛି । ସେପଟେ ଗୁଜୁରାତ ରାଜ୍ୟ ଗୃହ ମନ୍ତ୍ରୀ ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ଧର୍ଷଣର ଶୀକାର ହୋଇଥିବା ନାବାଳିକା ଓଡ଼ିଶାର ବୋଲି ସନ୍ଦେହ କରାଯାଉଥିବା ନେଇ ଗୃହ ମନ୍ତ୍ରୀ ପ୍ରଦୀପ ସିଂ ଜାଡ଼େଜା ସୂଚନା ଦେଇଛନ୍ତି । ଏ ନେଇ ଓଡ଼ିଶା ପୋଲିସ ଡିଜିଙ୍କ ସହିତ ସଂପର୍କ କରାଯାଇଥିବା ମଧ୍ୟ ସେ କହିଛନ୍ତି ।

ସୁରତର ପାଣ୍ଡେସର ଭେସ୍ଥାନ ଅଂଚଳରୁ ଏକ କ୍ରିକେଟ ଖେଳ ପଡିଆ ପାଖରେ ନାବାଳିକାର ମୃତ ଦେହ ଉଦ୍ଧାର କରାଯାଇଥିଲା ।  ବହୁ ଚର୍ଚ୍ଚିତ ନିର୍ଭୟା, ଉନ୍ନାଉ ଓ କଠୁଆ ମାମଲା ଠାରୁ ମଧ୍ୟ ଏହା ଅତ୍ୟନ୍ତ ସମ୍ବେଦନଶୀଳ  । ନାବାଳିକାକୁ କୁକର୍ମ କରି କାଠ ହତିଆର ସାହାଯ୍ୟରେ ଶାରୀରିକ ନିର୍ଯ୍ୟାତନା ଦିଆଯାଇଥିଲା  । ଏପରିକି ହତ୍ୟା କରିବା ପୂର୍ବରୁ ଯୁବତୀ ଜଣଙ୍କୁ ୮ ଦିନ କାଳ ନିର୍ଯ୍ୟାତନା ଦିଆଯାଇଥିବା ଜାଣିବାକୁ ମିଳିଛି  । ଶବ ବ୍ୟବଚ୍ଛେଦ ପରେ ତାକୁ ପ୍ରଥମେ ଧର୍ଷଣ ଓ ପରେ ହତ୍ୟା କରାଯାଇଛି ବୋଲି ଜଣାପଡ଼ିଛି । ତେବେ ପାଣ୍ଡେସର ଏକ ଓଡ଼ିଆ ବହୁଳ ଅଂଚଳ । ସେଠାକାର ଅଧିକାଂଶ ବାସିନ୍ଦା ଓଡ଼ିଶାର । ତେଣୁ ନାବାଳିକାଟି ଓଡ଼ିଶାର ହୋଇଥିବା ସନ୍ଦେହ କରାଯାଉଛି ବୋଲି ଗୃହ ମନ୍ତ୍ରୀ ପି.ଏସ୍‌ ଜାଡ଼େଜା କହିଛନ୍ତି । ଏ ନେଇ ଓଡ଼ିଶା ପୋଲିସ ଡିଜିଙ୍କ ସହିତ ସଂପର୍କ କରାଯାଇଥିବା ମଧ୍ୟ ସେ କହିଛନ୍ତି ।

ଅନ୍ୟପକ୍ଷରେ ଏହି ମାମଲାରେ କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ ହୋଇଥିବା ବେଳେ ୨୦ ଟିମ୍‌ ତଦନ୍ତରେ ସାମିଲ ହୋଇଛନ୍ତି । ନାବାଳିକାର ଚିହ୍ନଟ ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ଜାରି କରାଯାଇଛି । ନିଖୋଜ ଥିବା ଆଠ ହଜାର ନାବାଳିକାଙ୍କ ଫଟୋ ସହିତ ମେଳ କରାଯାଉଛି । ପାଣ୍ଡେସର ଅଂଚଳରେ ଥିବା ବିଭିନ୍ନ ସିସିଟିଭି ଫୁଟେଜ୍‌କୁ ମଧ୍ୟ ଯାଂଚ କରାଯିବା ସହ ଫୋନ୍‌ କଲ ରେକର୍ଡ ମଧ୍ୟ ଯାଂଚ ହେଉଛି । ନାବାଳିକାର ପରିଚୟ ଜାଣିବା ପାଇଁ ଗୁଜୁରାତ ପୋଲିସ ୨୦,୦୦୦ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି । ଏହା ସହିତ ସ୍ଥାନୀୟ ଉନ୍ନୟନ ଅଧିକାରୀ ତୁଷାର ଘେଲାନୀ ଅଭିଯୁକ୍ତଙ୍କ ବିରୋଧରେ ସୂଚନା ଦେବାକୁ ୫ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ରଖିଛନ୍ତି ।

About admin

Check Also

ବର୍ଷା ଆସିଲେ ଡ୍ରେନ୍‍ ଚିନ୍ତା: ବିଡିଏ କହିଲା ତଳିଆ ଅଞ୍ଚଳରେ ଏଣିକି କୋଠା ଅନୁମତିରେ ହେବ କଟକଣା

ଭୁବନେଶ୍ୱର, (ଓଟି): ସହର ଜବର ଦଖଲ ଓ ବିଲ୍‍ଡରଙ୍କ ପ୍ରତି ଗୋଡ଼ାଣିଆ ଥିବା ଭୁବନେଶ୍ୱର ଉନ୍ନୟନ ନିଗମ ( ବିଡିଏ)ର …

Leave a Reply