ଅଳସେଇ ସନ୍ନି ଲିଓନି, ଶୋଉଛନ୍ତି ଦିନସାରା
ମୁମ୍ବାଇ(ଓଟି): ଅଭିନେତ୍ରୀ ସନ୍ନି ଲିଓନି ବଡ଼ ଅଳସେଇ। ଦିନ ସାରା ଖାଲି ଶୋଉଛନ୍ତି। ଏକଥା ସନ୍ନିଙ୍କ ପ୍ରଶଂସକ ସହଜେ ବିଶ୍ଵାସ କରିନପାରନ୍ତି। କିନ୍ତୁ ଏମିତି ତଥ୍ୟ ରହିଛି ଯାହାକି ଅବିଶ୍ଵାସ ବି କରିହେବନି। ସନ୍ନିଙ୍କ ସ୍ଵାମୀ ଡାନିୟଲ ୱେବର ହିଁ ଏଭଳି କଥା ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ ଲକ୍ଡାଉନ୍ ସମୟରେ ସନ୍ନି-ଡାନିୟଲ୍ ଏକାଠି ସମୟ ବିତାଉଛନ୍ତି। ଏଭଳି ସମୟରେ ସନ୍ନି ସନି ସୋସିଆଲ ମିଡିଆରେ ଲାଇଭ୍ ଆସିବା ସହ ଫ୍ୟାନ୍ମାନଙ୍କ ସହ କଥାବାର୍ତ୍ତା ହେଉଛନ୍ତି। ତେବେ ଡାନିୟଲଙ୍କ ଏକ ଭିଡିଓ ସେୟାର୍ କରିଛନ୍ତି ସନ୍ନି। ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ସେୟାର ହୋଇଥିବା ଉକ୍ତ ଭିଡିଓରେ ଡାନିୟଲ ପ୍ଲାକାର୍ଡ ଧରିଛନ୍ତି। ସେଥିରେ ଲେଖାଅଛି ଯେ- ସି ଇଜ୍ ଭେରି ଲେଜି ଏବଂ ସି ସ୍ଲିପ୍ସ ଅଲ୍ ଡେ। ଅର୍ଥାତ୍ ସନ୍ନି ବଡ଼ ଅଳସେଇ ଆଉ ଦିନସାରା ଶୋଉଛନ୍ତି। ସେହିପରି ଡାନିୟଲ୍ ପତ୍ନୀଙ୍କ ପ୍ରଶଂସା ମଧ୍ୟ କରିଛନ୍ତି। କହିଛନ୍ତି ଯେ ସନ୍ନି ସକାଳେ ଉଠି ବହୁତ ଭଲ ଖାଦ୍ୟ ବନାନ୍ତି ଏବଂ ସବୁବେଳେ ଭଲ ଡ୍ରେସ୍ ପିନ୍ଧନ୍ତି। ତେବେ ମଜାର କଥାହେଲା ଡାନିୟଲ୍ କହୁଥିବା ଓ ଧରିଥିବା ପ୍ଲାକାର୍ଡ ସୂଚନା ସମ୍ପୂର୍ଣ୍ଣ ବିପରୀତ ଭାବବୋଧକ। ବାସ୍ ଏଥିପାଇଁ ସନ୍ନିଙ୍କ ଫ୍ୟାନ୍ମାନେ ହସିହସି ବେଦମ୍ ହୋଇଥିବା ରିଆକ୍ସନ୍ରୁ ଜଣାପଡ଼ିଛି।
ପରେ ଭିଡିଓ ସେୟାର କରି ସନ୍ନି କହିଛନ୍ତି ଯେ ଡାନିୟଲଙ୍କୁ ସେ ନିଶ୍ଚିତ ମଜା ଚଖାଇବେ। ଏବେ ପ୍ରତିଶୋଧ ନେବାର ବାରି ବୋଲି ମଜାରେ ମଜାରେ ସେ କହୁଥିବା ଦେଖିବାକୁ ମିଳିଛି।