କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ସୁନ୍ଦରଗଡ଼ରେ ଜିଲ୍ଲାପାଳ ଦେଖାଇଲେ ଈଟିଭି ସାମ୍ୱାଦିକଙ୍କୁ ନିଜ “ଔକାତ୍’: ନ୍ୟୁଜ୍‌ ମୁଖ୍ୟ ଡରି ରିପୋର୍ଟଙ୍କୁ କଲେ ବହିଷ୍କାର

– ଜିଲ୍ଲାପାଳଙ୍କ ଚିଠି ଉପରେ ସାମ୍ୱାଦିକଙ୍କ ଚାକିରି
– ନିମ୍ନମାନର ସ୍କୁଲଗୃହ ନିର୍ମାଣ, ମଧ୍ୟାହ୍ନ ଭୋଜନରେ ଅନିୟମିତତା, ଘରୋଇ ଗାଡ଼ିକୁ ଟ୍ୟାକ୍ସି ବୋଲି କହି ଜିଲ୍ଲାପାଳଙ୍କ ବ୍ୟବହାର ପ୍ରଭୃତି ରିପୋର୍ଟ ହେଲା ମହଙ୍ଗା
– ଓଡ଼ିଶାରେ ମିଡିଆର ନିରପେକ୍ଷ ଓ ନିର୍ଭିକତାକୁ ନେଇ ପ୍ରଶ୍ନ
– ତୃଣମୂଳ ସ୍ତରରେ ମିଡିଆକୁ ଧ୍ରୁବୀକରଣ ଉଦ୍ୟମ

 
ଭୁବନେଶ୍ୱର, (ଓଟି): ଓଡ଼ିଶାରେ ସାମ୍ୱାଦିକତା ଯେ ନିରପେକ୍ଷ ଓ ନିର୍ଭୀକ ନୁହେଁ ତାହା ଆଉ କାହାକୁ ବୁଝାଇବା ଆବଶ୍ୟକ ନାହିଁ। ପୂର୍ବରୁ ଏମିତି ଅନେକ ଘଟଣା ଏହାର ସାକ୍ଷୀ ରହିଛି। କିନ୍ତୁ ପାଠକେ ଭାବୁଥିବେ ଏହା ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ବା ତାଙ୍କ ନିକଟ ସମ୍ପର୍କୀୟଙ୍କ ଦ୍ୱାରା ହିଁ ନିୟନ୍ତ୍ରିତ ହେଉଥିବ। ହେଲେ ସଚିବ ଓ ଜିଲ୍ଲାପାଳମାନେ ବି ଏଥିରୁ ବାଦ‍୍‌ ପଡ଼ି ନାହାନ୍ତି। ନିକଟରେ ସୁନ୍ଦରଗଡ଼ ଜିଲ୍ଲାପାଳ ଜଣେ ସାମ୍ୱାଦିକଙ୍କ ବିରୋଧରେ ନିଜ ହାତ କାଟି ଚିଠି ଲେଖିବା ଘଟଣା ଓ ତାହାକୁ କେନ୍ଦ୍ର କରି ସମ୍ପୃକ୍ତ ଟିଭି ଚ୍ୟାନେଲ‍୍‌ରୁ ସାମ୍ୱାଦିକଙ୍କୁ ତଡ଼ି ଦେବା କାଣ୍ଡ ଏହାର ଉଦାହରଣ।
୨୫ ଅଗଷ୍ଟରେ ସୁନ୍ଦରଗଡ଼ ଜିଲ୍ଲାପାଳ ବିନୀତ ଭରଦ୍ୱାଜ୍‌ଙ୍କ ଏକ ଚିଠିକୁ ଭିତ୍ତିକରି ବିନା କୌଣସି ତଦନ୍ତ ଏବଂ ପ୍ରତିବାଦରେ ଈଟିଭି ନ୍ୟୁଜ୍‌ କର୍ତ୍ତୃପକ୍ଷ ନିଜ ଦ୍ୱାରା ନିଯୁକ୍ତ ସାମ୍ୱାଦିକ ହରିହର ଦାସମହାପାତ୍ରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ଈଟିଭିର ଜଣେ ରିପୋର୍ଟର ଏ ବିଷୟକୁ ସୋଶାଲ‍୍‌ ମିଡିଆରେ ସ୍ପଷ୍ଟ କରିଛନ୍ତି। ଅଭିଯୁକ୍ତ ରିପୋର୍ଟରଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଅଭିଯୋଗ ହେଉଛି ସେ ଜିଲ୍ଲାପାଳଙ୍କ ନାଁରେ ବିଜୁଳି ଖମାଣ ପ୍ରୋଜେକ୍ଟ ଉପ୍ରା ସ୍କୁଲ‍୍‌ ହେଡ୍ମାଷ୍ଟର‍୍‌ଙ୍କୁ “ବଟି’ ମାଗିଥିଲେ। ଏକ କଳା କାର‍୍‌ରେ ସେ ଆସିଥିଲେ। ଆଉ ଦିନ ୧୧ଟା ବେଳେ ହେଡ୍ ମାଷ୍ଟରଙ୍କୁ ଧମକାଇଥିଲେ। “ବଟି’ର ମୂଲ୍ୟ ହେଉଛି ୧୦ ହଜାର ଟଙ୍କା। ଏଠି ୧୦ ହଜାର ଟଙ୍କା ଗୁରୁତ୍ୱପୂର୍ଣ୍ଣ ନୁହେଁ କି ବଟି; ବରଂ ଗୁରୁତ୍ୱପୂର୍ଣ୍ଣ ହେଉଛି ଜିଲ୍ଲାପାଳଙ୍କ ନାଁକୁ ସେଥିରେ ସମ୍ପୃକ୍ତ କରାଯାଇଛି। ଅଭିଯୋଗ ହେଉଛି କିଛି ତଳସ୍ତରର ଶିକ୍ଷାବିଭାଗ ଅିଧକାରୀଙ୍କ ଚକ୍ରାନ୍ତରେ ସମ୍ପୃକ୍ତ ରିପୋର୍ଟରଙ୍କୁ ପାନେ ଦେବା ଲାଗି ଘଟଣାର ତିନିଦିନ ପରେ ସମ୍ପୃକ୍ତ ହେଉଡ୍ମାଷ୍ଟର‍୍‌ଙ୍କୁ ମୋହରା ବନାଇ ଏହି ଏଫ୍ଆଇଆର‍୍‌ ହୋଇଛି। ଯେଉଁଥିରେ ଜିଲ୍ଲାପାଳଙ୍କ ନାଁକୁ ସାମିଲ‍୍‌ କରାଯାଇଛି। ଜିଲ୍ଲାପାଳ ସେହି ଏଫ୍ଆଇଆର‍୍‌କୁ ଭିତ୍ତିକରି ସଙ୍ଗେ ସଙ୍ଗେ ଈଟିଭି ନ୍ୟୁଜ୍‌ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ମାତ୍ର ଗୋଟିଏ ଦିନରେ ଏ ସମୁଦାୟ କାଣ୍ଡ ଶେଷ ହୋଇଛି। ଯେତେବେଳେ ସବୁ ସରକାରୀ ଫାଇଲ‍୍‌ ଜିଲ୍ଲାପାଳଙ୍କ ଅଫିସରେ ଅଳନ୍ଧୁ ଦେଖେ, ନିରୀହ ଲୋକଟିଏ ଏଫ୍ଆଇଆର‍୍‌ ଦାଖଲ ପାଇଁ ଥାନା ବାରଣ୍ଡାରେ ଗାମୁଛା ପାରି ଶୋଇବାକୁ ବାଧ୍ୟ ହୁଏ- ସେତେବେଳେ ଜଣେ ସାମ୍ୱାଦିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଖୋଦ‍୍‌ ଜିଲ୍ଲାପାଳଙ୍କ ଏ ତତ୍ପରତା ନିଶ୍ଚିତ ଭାବେ ତାଙ୍କ ମନରେ ଥିବା ଭୟକୁ ସ୍ପଷ୍ଟ ବ୍ୟକ୍ତ କରୁଛି।
ପୂର୍ବରୁ ସୁନ୍ଦରଗଡ଼ର ଶିକ୍ଷା ବ୍ୟବସ୍ଥାକୁ ନେଇ ଖବରକାଗଜ ଓ ଟିଭିରେ ଅନେକ ରିପୋର୍ଟ ପ୍ରାକଶ ପାଇଛି। ଯେମିତି ଅଲେଇଲୋ ଆଶ୍ରମ ସ୍କୁଲ‍୍‌ରେ ଛାତ୍ରୀଙ୍କୁ ନିର୍ଯାତନା ଓ ତାଙ୍କ ଆତ୍ମହତ୍ୟା ଉଦ୍ୟମ, ପଇସା ଦେଇ ପରୀକ୍ଷା କେନ୍ଦ୍ର ନିର୍ଦ୍ଧାରଣ ଅଭିଯୋଗ, ସମ୍ପୃକ୍ତ ପ୍ରକଳ୍ପ ସ୍କୁଲ‍୍‌ର ନିର୍ମାଣାଧୀନ ହଷ୍ଟେଲ‍୍‌ରେ ନିମ୍ନମାନର ଉପକରଣ ବ୍ୟବହାର ପ୍ରଭୃତି। ଏପରିକି ଜିଲ୍ଲାପାଳ ମଧ୍ୟ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିର ପ୍ରାଇଭେଟ‍୍‌ କାର‍୍‌କୁ ଭଡ଼ା କାର‍୍‌ ବୋଲି ଦର୍ଶାଇ ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏସବୁ ଭିତରେ ଜିଲ୍ଲାପାଳ, ଶିକ୍ଷାଧିକାରୀ ଏବଂ ସାମ୍ୱାଦିକଙ୍କ ଭିତରେ ଏକ ଶୀତଳଯୁଦ୍ଧ ଚାଲିଥିଲା। ଯେଉଁ ସାମ୍ୱାଦିକଙ୍କ ନାଁରେ ଅଭିଯୋଗ ଆସିଛି ସେ ୨୧ ତାରିଖ ଦିନ ଅର୍ଥାତ୍ ଏଫ୍ଆଇଆର‍୍‌ ଦାୟରର ୩ ଦିନ ପୂର୍ବରୁ ସମ୍ପୃକ୍ତ ସ୍କୁଲ‍୍‌କୁ ଯାଇଥିଲେ। ସେଠାରେ ପିଲାମାନେ ବାରଣ୍ଡା ବଦଳରେ ମାଟିରେ ବସି ମଧ୍ୟାହ୍ନ ଭୋଜନ ଖାଉଥିବା ବିଷୟକୁ ରେକର୍ଡ଼ିଂ କରିିଥଲେ। ନିମ୍ନ ମାନର ହଷ୍ଟେଲ‍୍‌ କାମକୁ ମଧ୍ୟ ଭିଡିଓ କରିଥିଲେ ତାହାକୁ ପ୍ରସାରଣ କରିବା ପାଇଁ। ହେଲେ ସେଥିପ୍ରତି କେହି ଦୃଷ୍ଟି ଦେଲେ ନାହିଁ। ବରଂ କୌଣସି ପ୍ରରୋଚନାରେ ଦାୟର ହୋଇଥିବା ଏତଲାକୁ ଦେଖି ତାଙ୍କ ଚାକିରି ଓ ସରକାରୀ କ୍ୱାର୍ଟର ଛଡ଼ାଇ ନେବାକୁ ଯେଉଁ ଜାଲ ବିଛାଗଲା ତାହା ଫଳପ୍ରଦ ହେଲା।

ଏଠି ପ୍ରଶ୍ନ ଉଠିବା ସ୍ୱଭାବିକ ଜଣେ ଆଇଏଏସ‍୍‌ଙ୍କୁ ଏକ ପ୍ରତିଷ୍ଠିତ ମିଡିଆ ହାଉସ‍୍‌ ଡରିବାର କାରଣ କ’ଣ? ଦ୍ୱିତୀୟ ପ୍ରଶ୍ନ ହେଉଛି: ଜିଲ୍ଲା ସ୍ତରରେ ଯେଉଁ ସାମ୍ୱାଦିକ ନିଯୁକ୍ତି ଦିଆଯାଉଛି ସେ ସବୁଥିରେ ସ୍ୱଚ୍ଛତା ରକ୍ଷା କରାଯାଉଛି କି?

କେବଳ ଈଟିଭି ନ୍ୟୁଜ୍‌ କ୍ଷେତ୍ରରେ ଯେ ଏପରି ଘଟଣା ଘଟିଛି ତାହା ନୁହେଁ। ଏମିତି ଅଫିସରଙ୍କ ଚକ୍ରାନ୍ତ ଯୋଗୁ ନିଜର ଜୀବୀକା ଚଳାଉଥିବା ଅନେକ ସାମ୍ୱାଦିକ ଆଜି ଚାକିରିଶୂନ୍ୟ ହୋଇଛନ୍ତି। ସେମାନେ ଏହାକୁ ନିଜର ନିର୍ଭୀକତାର ସମ୍ମାନ ବୋଲି କହୁଛନ୍ତି। ତଥାପି ବିନା ପାରିଶ୍ରମିକରେ କାମ କରିବାକୁ ସାମ୍ୱାଦିକ ତିଆରି ହେଉଛନ୍ତି, ଯେମିତି ରାଜ୍ୟରେ ମିଡିଆ ସଂସ୍ଥାମାନଙ୍କ ସଂଖ୍ୟା ବଢ଼ୁଛି, ଠିକ୍ ସେମିତି।
ଯଦି ଜଣେ ସାମ୍ୱାଦିକଙ୍କୁ କୌଣସି ପାରିଶ୍ରମିକ ଦିଆ ନଯାଇ ତାକୁ ସବୁଦିନିଆ ନ୍ୟୁଜ୍‌ ଚାପ ଭିତରେ ରଖାଯାଏ ତେବେ ସେ ତାର ବେଉସା ଚଳାଇବ କିପରି? ଆମେ ଏଠାରେ “ବଟି’ ପ୍ରଥାକୁ ସମର୍ଥନ କରୁନାହୁଁ କି ସାମ୍ୱାଦିକତାରେ ଅପରାଧିଙ୍କୁ ସୁଯୋଗ ଦେବାକୁ ଯୁକ୍ତି ବାଢ଼ୁ ନାହୁଁ, କିନ୍ତୁ ସମ୍ପୃକ୍ତ ରିପୋର୍ଟରଙ୍କୁ ତାଙ୍କୁ ପକ୍ଷ ରଖିବାକୁ ସୁଯୋଗ ମିଳିବା ଉଚିତ ବୋଲି ଯୁକ୍ତି ବାଢ଼ୁଛୁ। ଦ୍ୱିତୀୟ କଥା ଯଦି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥି ନେଇ କୌଣସି ଭିଡିଓ ପ୍ରମାଣ ଦିଆଯାଉଛି ତାହାର ସତ୍ୟାସତ୍ୟ ଓ ପୁଷ୍ଠଭୂମି ଯାଞ୍ଚ ହୋଇଛି କି?

ଜିଲ୍ଲାପାଳ ଏଠାରେ ସ୍ପଷ୍ଟ କରିବେ କି ସୁନ୍ଦରଗଡ଼ରେ ଯଦି କୌଣସି ଅଧିକାରୀଙ୍କ ବିରୋଧରେ ଏମିତି ଏକ ଭିଡିଓ ପ୍ରମାଣ ଅଭିଯୋଗ ଆସିବ ଆପଣ ତାହାଙ୍କୁ ଚାକିରିରୁ ବହିଷ୍କାର କରିପାରିବେ? ପିସି ନାଁରେ ଯେଉଁ ସରକାରୀ ଅଧିକାରୀମାନେ ଉପରିସ୍ଥ ଅଧିକାରୀଙ୍କ ପାଇଁ ଦଲାଲି କରୁଛନ୍ତି ତାହାକୁ ଆପଣ ସମର୍ଥନ କରିବେ କି? ଯଦି ନା ତେବେ ଗରିବ/ବିଚରା ସାମ୍ୱାଦିକ ଉପରେ ଦାଉ କାହିଁକି?

ଏସବୁ ଘଟଣାକୁ ଅନୁଶୀଳନ କଲେ ଏହା ସ୍ପଷ୍ଟ, ଯଦି ଜିଲ୍ଲାପାଳଙ୍କ ଚିଠି ଉପରେ ସାମ୍ୱାଦିକଙ୍କ ଚାକିରି ନିର୍ଭର କରିବ ତେବେ ସେଠାରେ ସେ ମିଡିଆ ହାଉସ‍୍‌ ରାଜ୍ୟବାସୀଙ୍କ ଦୁଃଖ ଉପସ୍ଥାପନ କରିବ କେମିତି? ତାକୁ ନିର୍ଭୀକ, ନିରପେକ୍ଷ କହିବା ଅନୁଚିତ। ଯଦି ମିଡିଆ ହାଉସ‍୍‌ର ନ୍ୟୁଜ୍‌ ମୁଖ୍ୟ ରିପୋର୍ଟରଙ୍କୁ ସୁରକ୍ଷା ଦେଇ ପାରିବ ନାହିଁ ତେବେ ତାଠାରୁ ବଳି ଅପରାଧ ଆଉ ନଥାଇପାରେ। ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ।
————–
ଅଭିଯୁକ୍ତ ରିପୋର୍ଟଙ୍କର ସହ “ଓଡ଼ିଶାଟାଇମ‍୍‌’ର କୌଣସି ସମ୍ପର୍କ ନାହିଁ। ଆମେ ତାଙ୍କ ସହ କୌଣସି ଯୋଗାଯୋଗ ମଧ୍ୟ କରି ନାହୁଁ। ଯାହାବି ଏଠାରେ ଅନୁଶୀଳନ କରାଯାଇଛି ତାହା ସମ୍ପୃକ୍ତ ଜିଲ୍ଲାପାଳଙ୍କ ଚିଠି ଓ ଆମ ସାମ୍ୱାଦିକମାନଙ୍କ ତଥାକଥିତ ଐକ୍ୟକୁ ବିଚାର କରି ହୋଇଛି। ଯଦି ଜିଲ୍ଲାପାଳମାନେ ଖୋଲାଖୋଲି ଏମିତି ଜିଲ୍ଲାସ୍ତରର ରିପୋର୍ଟରଙ୍କୁ ଧମକାଇବେ ତେବେ ମିଡିଆର ଧ୍ରୁବୀକରଣ ଆଉ କେତେ ଦିନ? ତୃଣମୂଳସ୍ତରରେ ଯଦି ମିଡିଆ ଏପରି ଅସହାୟ ହେବ ତେବେ ରାଜ୍ୟର ଗତି କୁଆଡେ଼ ଯିବ ତାହା ଆମେ ରାଜ୍ୟସ୍ତରର ବୁଦ୍ଧିଜୀବୀ, ନେତା ଓ ପ୍ରତିଷ୍ଠିତ ସାମ୍ୱାଦିକଙ୍କୁ ପଚାରୁଛୁ। ଆଶା କୌଣସି ଉତ୍ତର ଆସିବ ନାହିଁ।

About admin

Check Also

ଦେଢମାସ ହେଲା ସରକାରଙ୍କୁ ମିଳୁନାହାନ୍ତି ନୂଆ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଂକେତ ପରେ ଅକ୍ଟୋବର ୩ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ...

One comment

  1. Debidatta Kabi

    Bbsr re basi ki news Lekhi ba re kichi bahaba miliba nahin. Ghatana ra satyata sehi jaga ku gale jana pade. Harihar d. Mohapatra is a very corrupted journalist. Thare Sundargarh asi ki jahu ku pacharile apana jani paribe. Collector tanka nija kama karichanti.

Leave a Reply

Your email address will not be published. Required fields are marked *

   Update :