ସୋନିଆଙ୍କ ଉପରେ ପ୍ରତିଶୋଧ ପାଇଁ ସଂଘ କାର୍ଯ୍ୟାଳୟ ଯାଇଥିଲେ ପ୍ରଣବ!

ଭୁବନେଶ୍ୱର,(ଓଟି): ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସଂଘ କାର୍ଯ୍ୟାଳୟକୁ ଯିବାର ୧୦ ଦିନ ବିତିଯାଇଥିଲେ ହେଁ ଏହାକୁ ନେଇ ନେଇ ରାଜନୈତିକ ବୟାନବାଜୀ ଥମିବାର ନାଁ ଧରୁନାହିଁ। ଏହି ଗସ୍ତ ପରେ ଶ୍ରୀ ମୁଖାର୍ଜୀ ଆରଏସଏସର ସମର୍ଥକ ହୋଇଗଲେ ବୋଲି ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଏପରିକି ଖୁବ‍୍‌ ଶୀଘ୍ର ଶ୍ରୀ ମୁଖାର୍ଜୀ ରାଜନୀତିରେ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିବେ।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସଂଘ କାର୍ଯ୍ୟାଳୟ ଯିବା ପଛରେ ସୋଶାଲ ମିଡିଆରେ ଆଉ ଏକ ମାରାତ୍ମକ ଫଟୋ ସମ୍ୱଳିତ ତଥ୍ୟ ଉପସ୍ଥାପନ କରାଯାଉଛି। ଏହି ଫଟୋରେ ପ୍ରଣବ ମୁଖାର୍ଜୀ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାଜ୍ୟସଭା ସାଂସଦ ଗୁଲାମନବୀ ଆଜାଦ, ପାର୍ଟିର ବରିଷ୍ଠ ନେତା ମଣିଶଙ୍କର ଆୟାର(ବର୍ତ୍ତମାନ ଦଳରୁ ନିଲମ୍ୱିତ) ଅଛନ୍ତି। ଏହି ଫଟୋରେ ଗୁଲାମନବୀ ଆଜାଦ ଓ ମଣିଶଙ୍କର ଆୟାର ନମସ୍କାର କରି ତତ୍କଳୀନ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରୁଥିବାବେଳେ ସୋନିଆ ଗାନ୍ଧୀ ନମସ୍କାର କରୁନାହାଁନ୍ତି।

ଏହି ଫଟୋ ନେଇ ଘଟଣା ସମ୍ପର୍କରେ ପ୍ରଣବ ମୁଖାର୍ଜୀ ତାଙ୍କ ପୁସ୍ତକରେ ବର୍ଣ୍ଣନା କରିଛନ୍ତି। କୁହାଯାଉଛି ଯେଉଁ ଦିନ ଏହି ଘଟଣା ଘଟିଲା ସେହି ଦିନରୁ କଂଗ୍ରେସରୁ ମୁକ୍ତ ହେବା ପାଇଁ ସ୍ଥିର କରିନେଇଥିଲେ। ଏହି କାରଣରୁ ପ୍ରଣବ ମୁଖାର୍ଜୀ ଆରଏସଏସ କାର୍ଯ୍ୟାଳୟକୁ ଯାଇଥିଲେ। ଫେସବୁକରେ ପୋଷ୍ଟ କରାଯାଇଥିବା ଏହି ଫଟୋକୁ ହଜାର ହଜାର ଲୋକ ପସନ୍ଦ କରିବା ସହିତ ସେୟାର ମଧ୍ୟ କରିଛନ୍ତି। କେବଳ ଫେସବୁକ ନୁହେଁ ହ୍ୱାଟସ ଆପରେ ମଧ୍ୟ ଫଟୋ ସମ୍ୱଳିତ ଯୁକ୍ତ ଘୁରି ବୁଲୁଛି।

ପ୍ରଣବ ମୁଖାର୍ଜୀ ତାଙ୍କ ପୁସ୍ତକରେ ଲେଖିଛନ୍ତି, ମୋଦି ସରକାରର ଏକ ବର୍ଷ ପୂର୍ତ୍ତିରେ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲି। ସେବେଠାରୁ ସୋନିଆ ଗାନ୍ଧୀ ମୋ ଉପରେ ଅସନ୍ତୁଷ୍ଟ ହୋଇଥିଲେ। ଥରେ ସଂସଦରେ ରାଷ୍ଟ୍ରପତି ଅଭିଭାଷଣ ପରେ ମୋର ସୋନିଆଙ୍କ ସହିତ ସାମ୍ନା ସାମ୍ନୀ ଦେଖାହେଲା। ସୋନିଆଙ୍କ ସାଙ୍ଗରେ ଥିବା ଗୁଲାମନବୀ ଆଜାଦ ଓ ମଣିଶଙ୍କର ଆୟାର ମୋତେ ନମସ୍କାର କରିଥିଲେ। ସୋନିଆ ଚାହୁଁଥିଲେ ମୁଁ ତାଙ୍କୁ ପ୍ରଥମେ ନମସ୍କାର କରେ। କିନ୍ତୁ ସୋନିଆ ଗାନ୍ଧୀ ଭୂଲି ଯାଇଥିଲେ ଯେ ପ୍ରଣବ ମୁଖାର୍ଜୀ ନୁହେଁ, ସେ ଭାରତର ରାଷ୍ଟ୍ରପତିଙ୍କ ସମ୍ମୁଖରେ ଅଛନ୍ତି। ମୋତେ ଏହି କଥା ବହୁତ କଷ୍ଟ ଦେଇଛି କି ଯେଉଁ ବ୍ୟକ୍ତି ଭାରତର ପ୍ରଥମ ନାଗରିକକୁ ସମ୍ମାନ କରୁନାହିଁ ତାଙ୍କୁ ଗୋଲାମ ପସନ୍ଦ। ମୁଁ ଏହି ଗୋଲାମୀରୁ ମୁକ୍ତି ହେବାକୁ ଚାହୁଁଥିଲି।

ଏହି ଘଟଣା ପରଠାରୁ ପ୍ରଣବ ମୁଖାର୍ଜୀ କଂଗ୍ରେସ ଦଳ ସହିତ ଦୂରତା ବଢାଇବା ସହିତ ଆରଏସଏସ ନେତୃତ୍ୱ ସହିତ ସମ୍ପର୍କ ବୃଦ୍ଧି କରିଥିଲେ। କଂଗ୍ରେସ ନେତାଙ୍କୁ ଅପଦସ୍ତ କରିବା ସହିତ ସେମାନଙ୍କଠାରୁ ସମ୍ପର୍କ ଛିନ୍ନ କରିବା ପାଇଁ ପ୍ରଣବ ମୁଖାର୍ଜୀ ସଂଘ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ବୋଲି ଏହି ପୋଷ୍ଟରେ ଉଲ୍ଲେଖ କରାଯାଇଛି। ଏବେ ପ୍ରଶ୍ନ ଉଠୁଛି, ଏହି ଫଟୋ କେତେଦୂର ଠିକ। କାରଣ ଗୁଗୁଲ ସର୍ଚ୍ଚରେ ଅନେକ ଫଟୋ ମିଳୁଛି ଯେଉଁଥିରେ ସୋନିଆ ଗାନ୍ଧୀ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ନମସ୍କାର କରୁଛନ୍ତି।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply