ନାଗାଲ୍ୟାଣ୍ଡରେ ନିର୍ବାଚନରେ ହାରିଗଲେ ଓଡିଶା ରାଜ୍ୟପାଳଙ୍କ ପୁଅ

0
4

କୋହିମା : ଓଡ଼ିଶା ରାଜ୍ୟପାଳ ଡକ୍ଟର ଏସସି ଜମିଙ୍କ ପୁଅ ନିର୍ବାଚନରେ ହାରି ଯାଇଛନ୍ତି  । ତାଙ୍କ ପୁଅ ସି. ଆପୋକ ଜମିର ମୋକକଚୁଙ୍ଗ ଟାଉନ ଆସନରୁ ନିର୍ବାଚନ ଲଢ଼ୁଥିଲେ  । ଆପୋକ ଗତ ଦୁଇଟି ନିର୍ବାଚନରେ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ  । ତେବେ ଏଥର ସେ ନାଗା ପିପୁଲସ ଫ୍ରଣ୍ଟ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା  କରୁଥିଲେ  । ଆପୋକ ତାଙ୍କ ପ୍ରତିପକ୍ଷ ତଥା ନାସନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟିର ମେତସୁବୋ ଜମିରଙ୍କ ଠାରୁ ୧୦୦୪ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି  । ମେତସୁବୋଙ୍କୁ ୨୯୬୪ ଆସନ ମିଳିଥିବାବେଳେ ଆପୋକଙ୍କୁ ୧୯୬୦ ଖଣ୍ଡ ଭୋଟ ମିଳିଥିଲା  ।