କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ଭାଷାରେ ଭଲ ନମ୍ବର ରଖିଲେ ୫ ହଜାର ଟଙ୍କା ପୁରସ୍କାର ମିଳିବ

ଚଳିତ ବର୍ଷ ଠାରୁ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମର ଶୁଭାରମ୍ଭ

୧୦ ଶ୍ରେଣୀ ପରୀକ୍ଷାର ୪୦ହଜାର ଛାତ୍ରଛାତ୍ରୀଙ୍କୁ ଆଗାମୀ ବର୍ଷ ଠାରୁ ମୁଖ୍ୟମନ୍ତ୍ରୀ ମେଧା ବୃତ୍ତିି ପ୍ରଦାନ କରାଯିବ

 

ଭୁବନେଶ୍ୱର,(ଓଟି): ଆଜି ପ୍ରଥମ ଥର ପାଇଁ  ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାର ଦୀର୍ଘ ୧୭ ବର୍ଷ ପରେ ଶିଶୁ ଦିବସ ଅବସରରେ ପିଲାମାନଙ୍କ ଆଗରେ ତାଙ୍କ ମନର କଥା କହିଛନ୍ତି। କ୍ୟାପିଟାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଉଧ୍‌ବୋଧନ ଦେଇ କହିଥିଲେ ଯେ ଭାଷା ହେଉଛି ଆମ ଗୌରବ। ଓଡ଼ିଆ ଭାଷା ପ୍ରତି ଆଦର ବୃଦ୍ଧି ଆମର ଲକ୍ଷ୍ୟ। ତେଣୁ ଯେଉଁ ପିଲା ୧୦ ଶ୍ରେଣୀ ପରୀକ୍ଷାରେ (ବ୍ଲକ୍‌ ସ୍ତରରେ) ଓଡ଼ିଆରେ ସବୁଠାରୁ ଅଧିକ ନମ୍ବର ରଖିଥିବେ,ତାଙ୍କୁ ୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ସେହିପରି ସେହି ବିଦ୍ୟାଳୟର ଶିକ୍ଷକ ଓ ସମ୍ପକ୍ତ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣାକରିଛନ୍ତି।  ଚଳିତ ବର୍ଷ ଠାରୁ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ୧ଶହ କୋଟି ଟଙ୍କାର କର୍ପସ ଫଣ୍ଡ ଘୋଷଣା କରିବା ସହିତ ପିଲାମାନେ ସେମାନଙ୍କ ସ୍କୁଲରୁ ଯାହା ପାଇଛନ୍ତିି, ତାର ପ୍ରତିଦାନରେ ସ୍କୁଲକୁ କିଛି ଫେରାଇ ଦେବା ପାଇଁ ଆହ୍ଵାନ ଦେଇଛନ୍ତି। ସେହିପରି ୧୦ ଶ୍ରେଣୀ ପରୀକ୍ଷାର ୪୦ହଜାର ଛାତ୍ରଛାତ୍ରୀଙ୍କୁ ଆଗାମୀ ବର୍ଷ ଠାରୁ ମୁଖ୍ୟମନ୍ତ୍ରୀ ମେଧା ବୃତ୍ତିି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି। ପ୍ରତି ବ୍ଲକ ଓ ପୌରାଞ୍ଚଳର ପିଲା ଏହି ପୁରସ୍କାର ପାଇବେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଉତ୍କଳ ଗୌରବ ମଧୁସୁଦନ ଦାସ ଓଡ଼ିଆ ସ୍ୱାଭିମାନର ବାର୍ତ୍ତା ବାଣ୍ଟିଥିଲେ। ପିଲାଏ ତୁମେ ବିଜୁ ବାବୁଙ୍କ ସାହସ ସମ୍ପର୍କରେ ମଧ୍ୟ ଜାଣିଛ। ତୁମ ମାନଙ୍କ ମଧ୍ୟରେ ଭରପୂର ପ୍ରତିଭା ଅଛି। ତାର ବିକାଶ କରିବା ଆବଶ୍ୟକ ହେଉଛି । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ ଦେଇ କହିଥିଲେ ଯେ ପିଲାଏ ତୁମମାନଙ୍କର ତିନୋଟି ଦାୟିତ୍ୱ ରହିଛି। ପ୍ରଥମ ଦାୟିତ୍ୱ ଭଲ ପାଠ ପଢ଼ିବା, ନିଜ ସ୍ୱପ୍ନକୁ ସାକାର କରିବା। ଦ୍ୱିତୀୟ ଦାୟିତ୍ୱ ହେଉଛିି ନିଜ ପିତାମାତାଙ୍କ ପ୍ରତି ଥିବା ଦାୟିତ୍ୱ ପ୍ରତି ଧ୍ୟାନ ଦେବା। ତୃତୀୟ ଦାୟିତ୍ୱ ହେଉଛି, ଯେଉଁ ସମାଜରେ ଆମେ ଜନ୍ମ ନେଇଛନ୍ତି ସେହି ସମାଜ, ସେହି ମାଟି ମାଆ ପାଇଁ କିଛି କାର୍ଯ୍ୟ କରିବା। ତେଣୁ ମୋ ରାଜ୍ୟର ପିଲାଏ ଭଲ ପଢ଼ନ୍ତୁ, ଦେଶରେ ମୋ ମାଟିର ଗୌରବ ବଢ଼ାନ୍ତୁ ଏହା ମୁଁ ଚାହେଁ। ପିଲାଏ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ସମ୍ପର୍କରେ ଜ୍ଞାନ ହାସଲ କରନ୍ତୁ, ସେମାନଙ୍କ ପ୍ରତିଭାର ବିକାଶ କରନ୍ତୁ।

ଆମେ ଯେଉଁ ସ୍କୁଲରୁ ପାଠ ପଢ଼ିଛନ୍ତି, ସେହି ସ୍କୁଲ ପ୍ରତି ଆମର ମଧ୍ୟ କିଛି କର୍ତ୍ତବ୍ୟ ଅଛି। ତେଣୁ ସ୍ୱେଚ୍ଛାସେବୀ ଭାବେ ଆମେ ଆମ ସ୍କୁଲ ପାଇଁ ଦାନ କରିବା। ଯେଉଁ ସ୍କୁଲର ପୂରାତନ ଛାତ୍ରଛାତ୍ରୀ ଯେତିକି ଟଙ୍କା ବିଦ୍ୟାଳୟ ପାଇଁ ସଂଗ୍ରହ କରିବେ, ସମପରିମାଣର ଅର୍ଥ ରାଜ୍ୟ ସରକାର ସେହି ସ୍କୁଲର ବିକଶ ପାଇଁ ପ୍ରଦାନ କରିବେ। ଏହି ଅଭିଯାନକୁ ‘ମୋ ସ୍କୁଲ ଅଭିଯାନ’ ରୂପେ କାର୍ଯ୍ୟ କରାଯିବ। ଏଥିପାଇଁ ରାଜ୍ୟ ସରକାର ଏକ ଶହ କୋଟି ଟଙ୍କାର କର୍ପସ ଫଣ୍ଡ୍‌ ପ୍ରସ୍ତୁତ କରିଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଶେଷର ମୁଖ୍ୟମନ୍ତ୍ରୀ କହିଥିଲେ ପିଲାଏ ତୁମ ମାନଙ୍କ ଉପରେ ମୋର ଭରସା ଅଛି। ସଙ୍କଳ୍ପ ସହିତ ଆଗକୁ ବଢ଼ିଚାଲ, ମା ମାଟିର ଗୌରବ ବୃଦ୍ଧିି କର। ଏହି ଅବସରରେ ବିଦ୍ୟାଳୟ, ଭାଷା ଓ ଓଡ଼ିଶାର ବିକଶା ପାଇଁ ଛାତ୍ରଛାତ୍ରୀମାନେ ସଙ୍କଳ୍ପ ନେଇଥିଲେ।

About admin

Check Also

ଦେଢମାସ ହେଲା ସରକାରଙ୍କୁ ମିଳୁନାହାନ୍ତି ନୂଆ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଂକେତ ପରେ ଅକ୍ଟୋବର ୩ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ...

Leave a Reply

Your email address will not be published. Required fields are marked *

   Update :