BIGtheme.net http://bigtheme.net/ecommerce/opencart OpenCart Templates

୯୦୦ବର୍ଷର ମରୁଡିରୁ ସିନ୍ଧୁ ସଭ୍ୟତା ଲୋପ

ଭୁବନେଶ୍ୱର,(ଓଟି):ସିନ୍ଧୁ ଉପତ୍ୟକାରେ ଥିବା ୪୩୦୦ବର୍ଷ ତଳର ସିନ୍ଧୁ ସଭ୍ୟତା ସମ୍ପର୍କରେ ଜାଣିବା ପାଇଁ ଏବେ ବି ପ୍ରତ୍ନତତ୍ତ୍ୱବିଦ‍୍‌ ଓ ବୈଜ୍ଞାନିକମାନେ ଅନୁସନ୍ଧାନ ଚଳାଇଛନ୍ତି। ଭାରତର ଏହି ପ୍ରାଚୀନ ସଭ୍ୟତା ସମ୍ପର୍କର ଖଗଡପୁର ଆଇଆଇଟିର ବୈଜ୍ଞାନିକମାନେ ଏକ ନୂଆ ତଥ୍ୟ ପ୍ରକାଶ କରିଛନ୍ତି। ସେମାନଙ୍କ ଅନୁସନ୍ଧାନ ଅନୁସାରେ ୨୦୦ ବର୍ଷର ଅନାବୃ୍ଯେି ନୂହେଁ ଦୀର୍ଘ ୯୦୦ ବର୍ଷ ଲଗାତର ଅନାବୃଷ୍ଟି ଯୋଗୁଁ ୪୩୦୦ବର୍ଷ ତଳେ ସିନ୍ଧୁ ସଭ୍ୟତା ଲୋପପାଇଯାଇଥିଲା। ଏହା ପୂର୍ବରୁ ବେଢଜ୍ଞାନିକମାନେ ୨୦୦ ବର୍ଷର ଅନାବୃଷ୍ଟିଯୋଗୁଁ ସିନ୍ଧୁ ସଭ୍ୟତା ଲୋପପାଇଥିଲା ବୋଲି ତଥ୍ୟ ପ୍ରକାଶ ପାଇଥିଲା, ଏହାକୁ ବୈଜ୍ଞାନିକମାନେ ଖଣ୍ଡନ କରିଛନ୍ତି। ଏହି ନୂତନ ଅଧ୍ୟୟନ ଏଲସିଭାୟର ଦ୍ୱାରା ଏ ମାସରେ ସମ୍ମାନଜନକ କ୍ୱାଟରନେରୀ ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇବ।

ଜିଓଲୋଜି ଏବଂ ଜିଓଫିଜିକ୍‌ସ୍‌ ବିଭାଗର ଗବେଷକମାନେ ୫୦୦୦ ହଜାର ବର୍ଷ ଅତୀତର ମୌସୁମୀ ଅନିୟମିତତା ଅଧ୍ୟୟନ କରି ଜାଣିବାକୁ ପାଇଛନ୍ତି ଯେ ଉତ୍ତରପଶ୍ଚିମ ହିମାଳୟରେ ୯୦୦ ବର୍ଷ ଧରି ବୃଷ୍ଟିପାତ ନ ହେବାରୁ ସଭ୍ୟତାକୁ ପୁଷ୍ଟ କରୁଥିବା ନଦୀର ଉତ୍ସ ଶୁଖି ଯାଇଥିଲା। ଫଳରେ ବର୍ଷା ପରିସ୍ଥିତି ଉତ୍ତମ ଥିବା ସିନ୍ଧୁ ସଭ୍ୟତାବାସୀ ବାଧ୍ୟ ହୋଇ ପୂର୍ବ ଏବଂ ଦକ୍ଷିଣ ଆଡ଼କୁ ଉଠି ଯାଇଥିଲେ।

ଆଇଆଇଟି- ଖଡ଼ଗପୁର ଟିମ୍ଲେହ-ଲଦାଖସ୍ଥିତ ସୋ ମୋରିରି ଦ୍ରଦରରେ ମୌସୁମି ବର୍ଷାର ଅନିୟମିତତା ବିବରଣୀ ରେକର୍ଡ କରିଥିଲେ। ଜମାଟ ବାନ୍ଧିଥିବା ତୁଷାର ସ୍ରୋତ ସୂତ୍ରରୁ ସେମାନେ ଏହି ତଥ୍ୟ ଯୋଗାଡ଼ କରିଥିଲେ। ଏଥିରୁ ସେମାନେ କେବେ ଭଲ, କେବେ ସ୍ୱଳ୍ପ ଏବଂ କେବେ ଆଦୌ ମୌସୁମି ବର୍ଷା ହୋଇ ନ ଥିଲା ତାହା ଅନୁଧ୍ୟାନ କରିଥିଲେ।

ଅଧ୍ୟୟନରୁ ପ୍ରକାଶ ଯେ ୪, ୩୫୦ ବର୍ଷ ତଳେ ଅର୍ଥାତ୍‌ ଖ୍ରୀଷ୍ଟପୂର୍ବ ୨, ୩୫୦ ରୁ ଖ୍ରୀଷ୍ଟପୂର୍ବ ୧, ୪୫୦ ଯାଏଁ ଉନ୍ନତ ସିନ୍ଧୁ ସଭ୍ୟତା ଥିବା ଅଞ୍ଚଳରେ ମୌସୁମି ବର୍ଷାର ଦୁର୍ବଳ ପ୍ରଭାବ ଥିଲା। ଫଳତଃ ମରୁଡ଼ି ପରିସ୍ଥିତି ଉପୁଜିଥିଲା। ଫଳରେ ବାସିନ୍ଦାମାନେ ସବୁଜ ଚାରଣଭୂମି ଅନ୍ୱେଷଣରେ ସେ ସ୍ଥାନ ତ୍ୟାଗ କରି ଚାଲିଯିବାକୁ ବାଧ୍ୟ ହୋଇଥିଲେ। ଏକଥା କହିଛନ୍ତି ଗବେଷଣାର ନେତୃତ୍ୱ ନେଇଥିବା ତଥା ଜିଓଲୋଜି ବରିଷ୍ଠ ଅଧ୍ୟାପକ ଅନୀଲ କୁମାର ଗୁପ୍ତ। ଏଥିପାଇଁ ଲୋକେ ଧୀରେ ଧୀରେ ଗଙ୍ଗା-ଯମୁନା ଉପତ୍ୟକାରେ ଥିବା ପୂର୍ବ ଏବଂ କେନ୍ଦ୍ରୀୟ ଉତ୍ତର ପ୍ରଦେଶ, ପୂର୍ବରେ ବିହାର ଏବଂ ବଙ୍ଗ, ମଧ୍ୟପ୍ରଦେଶ, ଦକ୍ଷିଣରେ ବିନ୍ଧ୍ୟାଞ୍ଚଳର ଏବଂ ଦକ୍ଷିଣ ଗୁଜରାଟ ଆଡ଼କୁ ଉଠିଯାଇଥିଲେ ବୋଲି ଗୁପ୍ତ କହିଛନ୍ତି।

About admin

Check Also

ଶ୍ରୀମନ୍ଦିରର ସଂସ୍କାର କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବ ବିଚାରାଧିନ

ଭୁବନେଶ୍ୱର,(ଓଟି): ପୁରୀ ଶ୍ରୀମନ୍ଦିରର ସଂସ୍କାର ପାଇଁ ସରକାରଙ୍କୁ ସୁପାରିଶ କରିବାକୁ ବସାଯାଇଥିବା କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ସଂକ୍ରାନ୍ତୀୟ ବିଷୟରେ ସରକାରଙ୍କର ସକ୍ରିୟ ...

Leave a Reply