BIGtheme.net http://bigtheme.net/ecommerce/opencart OpenCart Templates

ପୁସ୍ତକରେ ପ୍ରକାଶ ପାଇଲା ଶ୍ରୀମନ୍ଦିର ଭିତର ଫଟୋ

ଭୁବନେଶ୍ୱର,(ଓଟି): ଯେତେ ଚେଷ୍ଟା କଲେ ବି ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ ହେବାକୁ ରୋକାଯାଇପାରୁନି। ଏଥର କିନ୍ତୁ କୌଣସି ସୋସିଆଲ ମିଡିଆରେ ନୁହେଁ ବରଂ ପୁସ୍ତକରେ ଶ୍ରୀମନ୍ଦିର ଦେବଦେବୀଙ୍କ ଫଟୋ ଛପା ହୋଇଛି । ଏହି ଫଟୋକୁ ବହି ଆକାରରେ ଛପାଇଛନ୍ତି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ଅବସରପ୍ରାପ୍ତ ଅଧିକାରୀ ଡଃ ରବି ନାରାୟଣ ଦାଶ ।

ଶ୍ରୀମନ୍ଦିରର ନୀଳଚକ୍ର ଠାରୁ ଆରମ୍ଭ କରି ପାର୍ଶ୍ବ ଦେବାଦେବୀ ମୁର୍ତ୍ତି , ଗରୁଡ ସ୍ତମ୍ଭ ଆଦିର ଫଟୋକୁ ନେଇ ସେ ଏକ ପୁସ୍ତକ ଲେଖିଛନ୍ତି । ଜଗନ୍ନାଥ ଇନ ହିଷ୍ଟୋରିକାଲ ପ୍ରସପେକ୍ଟିଭ ନାଁରେ ପ୍ରକାଶିତ ଏହି ବହିଟି ୨୦୦୮ ମସିହାରେ ଛପା ଯାଇଛି  । ୨୮୮ ପୃଷ୍ଟା ସମ୍ବଳିତ ଏହି ବହିରେ ୯୭ଟି ଶ୍ରୀମନ୍ଦିର ସଂପର୍କିତ କଳାଧଳା ଓ ରଙ୍ଗୀନ ଫଟୋ ରହିଛି  ।  ବହିର ମୁଲ୍ୟ ୨୫ଶହ ଟଙ୍କା ରହିଥିବା ବେଳେ ଏହା ଦେଶ ବିଦେଶରେ ମଧ୍ୟ ବିକ୍ରି ହୋଇସାରିଛି ।

ନିୟମ ଅନୁସାରେ ଏଏସଆଇ ଶ୍ରୀମନ୍ଦିରର ଫଟୋକୁ ଡକୁମେଣ୍ଟେସନ ପାଇଁ ରଖିପାରିବ । ହେଲେ ତାହାକୁ ଭାଇରାଲ କରିବା ବା ପବ୍ଲିସ କରିପାରିବ ନାହିଁ । ତେବେ ଡଃ ଦାଶ ଏହାକୁ କିଭଳି ଛାପି ଏକ ବହି କଲେ । କାହା ଅନୁମତିରେ ଏହି ବହି ଛାପିଲେ ତାହା ଏବେ ଏକ ବଡ ପ୍ରଶ୍ନ । ସେ ମଧ୍ୟ ରାଜ୍ୟ ସଂଗ୍ରହାଳୟର ୧୯୯୪ ମସିହାରେ ସୁପରିଟେଣ୍ଡେଣ୍ଟ ରହିଛନ୍ତି । ତାଙ୍କର ଏହି ବହିଟିକୁ ଭୋପାଳର ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟରେ ରଖିଯାଇଛି । ଏହାକୁ ଜଣେ ସେବାୟତ ଜାଣିବା ପରେ ତାହାର ଫଟୋ ଉତ୍ତୋଳନ କରି ଆଣିଛନ୍ତି । ଆଉ ଏହାକୁ ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନଜରକୁ ମଧ୍ୟ ଆଣିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି । ଖାଲି ସେତିକି ନୁହେଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେହି ବହିର ଲେଖକ ତଥା ପୂର୍ବତନ ଏଏସଆଇ ଅଧିକାରୀ ଡଃ ରବି ନାରାୟଣ ଦାଶଙ୍କୁ ନୋଟିସ ଜାରୀ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ସଂପୃକ୍ତ ସେବାୟତ ।

About admin

Check Also

ବରଗଡ଼ ଗୁଳିମାଡ଼; କାହା ଦେହରେ ବାଜିନି ଗୁଳି : ଡାକ୍ତର

ବରଗଡ଼,(ଓଟି): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରା ଠାରେ ଗତକାଲି ବିଳମ୍ବିତ ରାତିରେ  ଦୁବୃର୍ତ୍ତଙ୍କ ଦ୍ୱାରା ଆକ୍ରମଣର ଶୀକାର ହୋଇଥିବା ...

Leave a Reply