ଶ୍ରୀମନ୍ଦିର ସଂସ୍କାର ପାଇଁ ଜନଶୁଣାଣି

ପୁରୀ,(ଓଟି): ଶ୍ରୀମନ୍ଦିର ପରିଚାଳନା ସଂସ୍କାର ସମ୍ୱନ୍ଧରେ ସୁପ୍ରିମକୋର୍ଟ ଜୁନ‌୍‍ ୮ ତାରିଖରେ ଜାରି କରିଥିବା ପ୍ରସ୍ତାବକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ତିନି ଜଣିଆ ସଂସ୍କାର କମିଟି ଜନଶୁଣାଣି ଆରମ୍ଭ କରିଛନ୍ତି। ବରିଷ୍ଠ ପ୍ରଶାସକ ସୁରେଶ ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ପରିଚାଳନା କମିଟି ସଦସ୍ୟ ମହିମୋହନ ତ୍ରିପାଠୀ ସଦସ୍ୟ ଅଛନ୍ତି। ଏହି କମିଟି ଆଗରେ ସାଧାରଣ ଲୋକ ନିଜର ମତାମତ ରଖୁଛନ୍ତି। ହେଲେ ଏହି ପ୍ରକାର ବ୍ୟବସ୍ଥା ଠିକଣା ଭାବେ ହେଉ ନାହିଁ ବୋଲି କିଛି ସେବାୟତ ଆପତ୍ତି ଉଠାଇଛନ୍ତି। ଏହିକ୍ରମରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply