କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ଶିଶୁ ଦିବସରେ ଶହୀଦ ବାଜି ରାଉତଙ୍କୁ ମନେ ପକାଇଲେ କ୍ରିକେଟ ତାରକା ବିରେନ୍ଦ୍ର ସେହୱାଗ

ଭୁୁବନେଶ୍ୱର,(ଓଟି): ଶିଶୁ ଦିବସରେ ଭାରତର ସ୍ୱାଧୀନତା ସଂଗ୍ରାମର ସବୁଠାରୁ କମ ବୟସର ବାଳୁତ ଶହୀଦ ବାଜି ରାଉତଙ୍କୁ ଶ୍ରଦ୍ଧାଂଜଳି ଦେଇଛନ୍ତି ବିଶିଷ୍ଟ କ୍ରିକେଟ ତାରକା ବିରେନ୍ଦ୍ର ସେହୱାଗ।

ଶିଶୁ ଦିବସରେ ଓଡିଶାର ନୀଳକଣ୍ଠପୁରର ବାଜି ରାଉତଙ୍କ ବିଷୟରେ ସମସ୍ତେ ଜାଣିବା ଉଚିତ ବୋଲି ତାଙ୍କ ଟ୍ୱିଟରେ ଲେଖିଛନ୍ତି ସେହୱାଗ। ୧୨ ବର୍ଷର ଏହି ବାଳକ ଦେଶୀ ଡଙ୍ଗାରେ ଥିବା ବେଳେ ବ୍ରିଟିଶ ମାନେ ତାଙ୍କୁ ବ୍ରାହ୍ମଣୀ ନଈ ପାର କରିବାକୁ କହିବା ପରେ ସେ ପାର କରିବାକୁ ମନା କରି ଦେଇଥିଲେ। ବ୍ରିଟିଶ ସୈନିକଙ୍କ ଧମକକୁ ନ ଡରି ନଈ ପାର କରାଇବାର ଆଦେଶକୁ ଭୃକ୍ଷେପ ନ କରିବାରୁ ବ୍ରିଟିଶ ସୈନିକ ତାଙ୍କ ମୁଣ୍ଡକୁ ଗୁଳି କରିଥିଲେ। ଏଥିରେ ବାଜି ଟଳି ପଡିଥିଲେ ବୋଲି ସେହୱାଗ ତାଙ୍କ ଟ୍ୱିଟରେ ଲେଖିଛନ୍ତି।

ଗୁଳିରେ ଆହତ ହେବା ପରେ ମଧ୍ୟ ଚିତ୍କାର କରି ବ୍ରିଟିଶ ସୈନିକଙ୍କୁ ନଦୀ ପାର କରି ନ ଦେବା କଥା କହିଥିବା ବୀରେନ୍ଦ୍ର ସେହୱାଗ ତାଙ୍କ ଟ୍ୱିଟରେ ଲେଖିଛନ୍ତି। ସେହବାଗ ଏହି ଟ୍ୱିଟରେ ଲକ୍ଷ୍ମଣ ମଲ୍ଲିକ, ଫଗୁ ସାହୁ, ହୃଷି ପ୍ରଧାନ ଓ ନଟ ମଲ୍ଲିକ ପୋଲିସ ଗୁଳିରେ ମୃତ୍ୟୁ ବରଣ କରିଥିବା ଲେଖିଛନ୍ତି।

ଭାରତର ମୁକ୍ତି ସଂଗ୍ରାମର ସର୍ବ କନିଷ୍ଠ ଶହୀଦଙ୍କୁ ଆହୁରି ଅଧିକ ସ୍ୱୀକୃତିର ଆବଶ୍ୟକତା ଅଛି ବୋଲି କହିବା ସହ ଏହି ମହାନ ବାଳକଙ୍କୁ ସେ ସଲାମ କରୁଛନ୍ତି ବୋଲି ଟ୍ୱିଟରେ କହିଛନ୍ତି ସେହୱାଗ।

About admin

Check Also

ଦେଢମାସ ହେଲା ସରକାରଙ୍କୁ ମିଳୁନାହାନ୍ତି ନୂଆ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଂକେତ ପରେ ଅକ୍ଟୋବର ୩ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ...

Leave a Reply

Your email address will not be published. Required fields are marked *

   Update :