କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା: ଜାତୀୟ ଅନୁସୂଚିତ ଜାତି କମିଶନଙ୍କ ସିବିଆଇ ତଦନ୍ତ ସୁପାରିଶ

0
1

ଭୁବନେଶ୍ୱର,(ଓଟି):  କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ତଦନ୍ତ କରୁଥିବା ଜାତୀୟ ଅନୁସୂଚିତ ଜାତି କମିଶନ ସଦସ୍ୟ ଯୋଗେନ୍ଦ୍ର ପାଶୱାନ ତାଙ୍କ  ରିପୋର୍ଟ କମିଶସନ ଅଧ୍ୟକ୍ଷଙ୍କୁ ପ୍ରଦାନ କରିଛନ୍ତି । ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯିବାକୁ ପାଶୱାନ ନିଜ ସୁପାରିସରେ ଯୋଡ଼ିଛନ୍ତି ।

ଅନୁସୂଚିତ ଜାତି କମିଶନ ସଦସ୍ୟ ପାଶୱାନଙ୍କ ରିପୋର୍ଟ ଆଧାରରେ କମିଶନ ଅଧ୍ୟକ୍ଷ ଖୁବ୍ ଶିଘ୍ର ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ରିପୋର୍ଟ ମାଗିବେ । କୁନ୍ଦୁଲି ପୀଡ଼ିତା ବାରମ୍ବାର ଅଭିଯୋଗ କରି ପୁଲିସ ପ୍ରଶାସନଙ୍କୁ ଦାୟୀ କରିଥିଲେ ହେଁ ରାଜ୍ୟ ସରକାର ଏହାକୁ ଅଣଦେଖା କରିଥିଲେ ।

ପୁଲିସ ଅଧିକାରୀମାନେ ପୀଡ଼ିତା ମୁହଁରେ ଏହି ଘଟଣା ମିଛ ବୋଲି ପ୍ରକାଶ କରିବା ପାଇଁ ମୋଟା ଅଙ୍କର ଅର୍ଥ ମଧ୍ୟ ଯାଚିଥିବା ନେଇ ପୀଡ଼ିତା ଅଭିଯୋଗ କରିଥିଲେ । ଚାରିଆଡ଼ୁ ନିରାଶ ହୋଇଥିବା ପୀଡ଼ିତାଙ୍କୁ  କଟକ ବଡ଼ ଡ଼ାକ୍ତରଖାନାରେ ମାନସିକ ରୋଗ ର ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ପୂର୍ବରୁ ପୀଡ଼ିତାଙ୍କ ପରିବାର ଏହାକୁ ବିରୋଧ କରି ଘରକୁ ଫେରାଇ ଆଣିଥିଲେ ଓ ସରସ୍ୱତୀ ପୂଜା ଦିନ ନବମ ଶ୍ରେଣୀର ଏହି ପୀଡ଼ିତା ଛାତ୍ରୀଟି ନିଜ ଓଢଣୀରେ ଝୁଲି ପଡ଼ିଥିଲା । ଜାତୀୟ ଅନୁସୂଚିତ ଜାତି କମିଶନଙ୍କ ପଦକ୍ଷେପ ଉପରେ ଏବେ ସାରା ଓଡ଼ିଶାରେ ନଜର ।