BIGtheme.net http://bigtheme.net/ecommerce/opencart OpenCart Templates

ଷ୍ଟେଟ୍‍ବ୍ୟାଙ୍କ ସୁଧହାର ବୃଦ୍ଧି ଘୋଷଣା: ୧ କୋଟି ଟଙ୍କା ଉପର ଜମା ପାଇଁ ଲାଗୁ

ଭୁବନେଶ୍ୱର, (ଓଟି): ଭାରତୀୟ ଷ୍ଟେଟ୍‍ବ୍ୟାଙ୍କ ପକ୍ଷରୁ ସୁଧହାର ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି । ଏକକୋଟି ଟଙ୍କାରୁ ଉର୍ଦ୍ଧ ଜମା ଉପରେ ଏହା ସଙ୍ଗେ ସଙ୍ଗେ ଲାଗୁ ହୋଇଥିବା ବ୍ୟାଙ୍କ୍‍ ପକ୍ଷରୁ ସୂଚନା ମିଳିଛି । ଏହି ଘୋଷଣା ଦ୍ୱାରା ସ୍ୱଳ୍ପକାଳୀନ ବା ଏକ ବର୍ଷରୁ ୨ ବର୍ଷ ପାଇଁ ମିଆଦ ଜମା କ୍ଷେତ୍ରରେ ୧ କୋଟିରୁ ଉଦ୍ଧ୍ୱର୍ ପୁଞ୍ଜି ଉପରେ ବ୍ୟାଙ୍କ୍‍ ୬.୨୫ ପ୍ରତିଶତ ସୁଧ ଦେବ । ଏହା ଏବେ ପୂର୍ବରୁ ୫.୨୫ ପ୍ରତିଶତ ଥିଲା । ଏକ କୋଟିରୁ କମ୍‍ ରାଶିଉପରେ ସୁଧା ହାର ପୂର୍ବବତ୍‍ ବଳବତ୍ତର ରହିବ ।

୧୦ ବର୍ଷରୁ ଅଧିକ ସମୟ ଜମା ହେଲେ ଏହି ରାଶିଉପରେ ୬ ପ୍ରତିଶତ ବର୍ଷକୁ ସୁଧ ମିଳିବ । ଏହ ପୂର୍ବରୁ ୫.୨୫ ପ୍ରତିଶତ ଥିଲା । ୪୬ରୁ ୧୭୯ ଦିନ ବା ୧୮୦ରୁ ୨୧୦ ଦିନ ଯାଏ ଟର୍ମ ଡିପୋଜିଟ୍‍ ଅବା ସ୍ୱଳ୍ପକାଳୀନ ଟର୍ମ ଡିପୋଜିଟ୍‍ ଉପରେ ମଧ୍ୟ ଏହି ବର୍ଦ୍ଧିତ ସୁଧ ହାର ଲାଗୁ ହୋଇଛି । ଏବେ ଏହି ଜମା ଉପରେ ବାର୍ଷିକ ୬.୨୫ ପ୍ରତିଶତ ସୁଧ ମିଳିବ, ଯାହା ପୂର୍ବରୁ ମାତ୍ର ୪.୮୫ ପ୍ରତିଶତ ରହିଥିଲା ।

About admin

Check Also

ବରଗଡ଼ ଗୁଳିମାଡ଼; କାହା ଦେହରେ ବାଜିନି ଗୁଳି : ଡାକ୍ତର

ବରଗଡ଼,(ଓଟି): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରା ଠାରେ ଗତକାଲି ବିଳମ୍ବିତ ରାତିରେ  ଦୁବୃର୍ତ୍ତଙ୍କ ଦ୍ୱାରା ଆକ୍ରମଣର ଶୀକାର ହୋଇଥିବା ...

Leave a Reply