କଂଗ୍ରେସରେ ଯୋଗ ଦେଲେ ସାମ୍ବାଦିକ ସତ୍ୟପ୍ରକାଶ ନାୟକ

0
14

ହିଞ୍ଜିଳିରୁ ଲଢିବେ ସତ୍ୟପ୍ରକାଶ

ଭୁବନେଶ୍ୱର,(ଓଟି): ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ସଭାପତି ନିରଂଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣରେ ସତ୍ୟପ୍ରକାଶ ନାୟକଙ୍କ ସହ ବିଭିନ୍ନ ଜିଲ୍ଲାରୁ ଅନ୍ୟ ଦଳର କିଛି କର୍ମୀ ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି ।

ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଦିନ ୧୧ ଘଟିକା ସମୟରେ ଶତାଧିକ ସମର୍ଥକଙ୍କ ଗହଣରେ ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ପହଞ୍ଚିଥିଲେ। କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଶ୍ରୀ ନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ କଂଗ୍ରେସ ଦଳକୁ ବିଧିବଦ୍ଧ ଭାବେ ସ୍ୱାଗତ କରିଥିଲେ ।

ଶ୍ରୀ ନାୟକଙ୍କ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ଅଭିଜ୍ଞତା ଦ୍ୱାରା କଂଗ୍ରେସ ଦଳ ଲାଭାନ୍ୱିତ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ ମତପୋଷଣ କରିଥିଲେ । ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । କଂଗ୍ରେସ ଦଳ କେବଳ ଓଡ଼ିଶାର ସ୍ୱାର୍ଥକୁ ରକ୍ଷା କରିବା ସହ ରାଜ୍ୟର ପ୍ରଗତୀ ହିଁ କରିପାରିବ  ।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ବିରୋଧରେ କଂଗ୍ରେସରୁ ନିର୍ବାଚନ ଲଢିବେ ସତ୍ୟପ୍ରକାଶ ନାୟକ।  ଦଳ ତରଫରୁ ସବୁଜ ସଂଙ୍କେତ ମିଳିବା ପରେ ସେ ଆଜି ବିଧିବଧ ଭାବେ ଦଳରେ ଯୋଗଦାନ କରିଥିବା ନେଇ ଚର୍ଚ୍ଚା ହେଉଛି।

Loading...