ପ୍ରାଥମିକ ଶିକ୍ଷା ବଜେଟ‍୍‌ ହ୍ରାସ: ପାଠପଢା ବାଧାପ୍ରାପ୍ତ

0
7

ଭୁବନେଶ୍ୱର,(ଓଟି): ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବ ଶିକ୍ଷା ଅଭିଯାନ ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ୧,୧୫,୬୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏତେ ଟଙ୍କା ଖର୍ଚ୍ଚ ହେବା ପରେ ବି ଦେଶର ଶିକ୍ଷାର ମାନ ଦିନକୁ ଦିନ ରସାତଳଗାମୀ ହେବାରେ ଲାଗିଛି।

୨୦୧୪ର ବାର୍ଷିକ ରିପୋର୍ଟ ଅନୁସାରେ ତୃତୀୟ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ଏକ ତୃତୀୟାଂଶ ସେମାନଙ୍କ ପାଠ୍ୟପୁସ୍ତକ ଠିକରେ ପଢିପାରିବେ। କିନ୍ତୁ ଗତ ୫ବର୍ଷ ମଧ୍ୟରେ ଏହି ହାର ଆହୁରୀ ବୃଦ୍ଧି ପାଇଛି। ଅର୍ଥାତ୍ ଅଧାରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କ ପାଇଁ ଉଦ୍ଦିଷ୍ଟ
ପାଠ୍ୟପୁସ୍ତକ ଅକ୍ଷର ଚିହ୍ନିପାରୁନାହାନ୍ତି। ଏଥିରେ ଦେଶର ଭବିଷ୍ୟତ କୁହାଯାଉଥିବା ଶିଶୁମାନଙ୍କର ବୌଦ୍ଧିକ ବିକାଶ କିପରି ହୋଇପାରିବ ବୋଲି ପ୍ରଶ୍ନ ଉଠିଲାଣି।

ଚଳିତ ବଜେଟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସର୍ବଶିକ୍ଷା ଅଭିଯାନ ପାଇଁ ଅଧାରୁଅଧିକ ରାଶି ୫୨ପ୍ରତିଶତ ଆବଣ୍ଟିତ କରିଛନ୍ତି। କିନ୍ତୁ ଗତ ୫ବର୍ଷରେ ସର୍ବଶିକ୍ଷା ଅଭିଯାନ ବଜେଟରେ ୬ପ୍ରତିଶତ ହ୍ରାସ ପାଇଛି। ୨୦୧୨-୧୩ରେ ଏହି ଯୋଜନାରେ ୨୩,୮୭୩କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବାବେଳେ ୨୦୧୬-୧୭ରେ ଏହା ୨୨,୫୦୦ କୋଟିକୁ ହ୍ରାସ ପାଇଛି।

ଏିକ୍ଷା ବ୍ୟବସ୍ଥା ମୁଖ୍ୟ ରୂପରେ ରାଜ୍ୟର ବିଷୟ। ସର୍ବଶିକ୍ଷା ଅଭିଯାନ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥର ୬୦ ପ୍ରତିଶତ କେନ୍ଦ୍ର ସରକାରେ ବହନ କରିଥାନ୍ତି। ଦେଶର ୬୬ ପ୍ରତିଶତ ପ୍ରାଥମିକ ବିଦ୍ୟାଳୟ ଛାତ୍ର ସରକାରୀ ସ୍କୁଲରେ ପଢିଥାନ୍ତି। ବାକି ୩୪ ପ୍ରତିଶତ ଛାତ୍ରଛାତ୍ରୀ ଘରୋଇ ସ୍କୁଲରେ ପଢିଥାନ୍ତି। ଏକାଉଣ୍ଟବିଲିଟ ଇନସିଏଟିଭ ରିପୋର୍ଟ ଅନୁସାରେ ୨୦୧୫-୧୬ରେ ସର୍ବଶିକ୍ଷା ଅଭିଯାନ ପାଇଁ ବ୍ୟୟ ବରାଦ ହୋଇଥିବା ଅର୍ଥରୁ କେବଳ ୫୭ ପ୍ରତିଶତ ସେପ୍ଟେମ୍ୱର ମାସରେ ରାଜ୍ୟମାନଙ୍କୁ ଦିଆଯାଇଥିଲା। କେନ୍ଦ୍ରର ଏଭଳି ମନୋଭାବ ରହିଲେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ କିପାର ଗଠନ ହୋଇପାରିବ ବୋଲି ପ୍ରଶ୍ନ ଉଠିବାରେ ଲାଗିଛି।

୨୦୧୩ରେ ସରକାରୀ ସ୍କୁଲରେ ଶିକ୍ଷାର ସ୍ତର ଅଚାନକ ୪୧.୧ ପ୍ରତିଶତ ନିମ୍ନଗାମୀ ହୋଇଥିଲା। କିନ୍ତୁ ୨୦୧୪ରେ ଏହି ହାର ୪୨.୨ ପ୍ରତିଶତକୁ ବୃଦ୍ଧି ହୋଇଥିଲା। ଗଣିତ ସହିତ ୩ୟ ଶ୍ରେଣୀର ପଡୁଥିବା ଛାତ୍ରଛାତ୍ରୀମାନେ ଗଣିତର ୧୦ରୁ ୯୯ ମଧ୍ୟରେ ଥିବା ସଂଖ୍ୟା ଚିହ୍ନି ପାରୁନଥିଲେ।

Loading...