ଓଡ଼ିଶା କଂଗ୍ରେସର ଦୁଇ ଆନନ୍ଦିତ ପୁରୁଖା: ସୁର ରାଉତରାୟ ଓ ସନ୍ଧ୍ୟା ମହାପାତ୍ର

ଭୁବନେଶ୍ୱର, (ଓଟି): ଓଡ଼ିଶା ପ୍ରଦେଶ କଂଗ୍ରେସରେ ଉଭୟ ପୁରୁଖା ଓ ଯୁବ ନେତାମାନେ ନିଜ ଭବିଷ୍ୟତକୁ ନେଇ ଚିନ୍ତିତ ଥିବା ବେଳେ ପିସିସିର ସମ୍ମୁଖକୁ ବଞ୍ଚାଇଛନ୍ତି ଦୁଇ ପୁରୁଖା ନେତା । ସେଥିରୁ ଜଣେ ହେଲେ ପୂର୍ବତନ ମନ୍ତ୍ରୀ ତଥା ପିସିସି ମୁଖିଆ ପ୍ରସାଦ ହରିଚନ୍ଦନଙ୍କ ଶ୍ୱଶୁର ସୁରେଶ କୁମାର ରାଉତରାୟ ଏବଂ ଅନ୍ୟଜଣେ ହେଉଛନ୍ତି ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ଧ୍ୟା ମହାପାତ୍ର । ନିକଟରେ ଏ ଦୁଇଜଣଙ୍କ ଏକ ଆନନ୍ଦ ମୁହୂର୍ତ୍ତର ଫଟୋ ସୋଶାଲ୍ ମିଡିଆରେ ଘୂରି ବୁଲୁଛି । ତାକୁ ଯିଏ ଦେଖୁଛି ସେ କହୁଛି ଏମାନଙ୍କର ଯାଏ ଆସେ କ’ଣ?

ଏହି ଫଟୋଟି ରାହୁଲ୍ ଗାନ୍ଧିଙ୍କ ସଭାପତିତ୍ୱ ଗ୍ରହଣ ପରେ ଆୟୋଜିତ ଉତ୍ସବ ବେଳର ଫଟୋ ବୋଲି କିଛି ବିଜ୍ଞ ଲୋକ କହୁଛନ୍ତି । ସେମାନଙ୍କ ମତରେ ଏହି ଦୁଇ ନେତାଙ୍କ ଭବିଷ୍ୟତ ଆଉ କିଛି ନାହିଁ । ଏମାନେ ବର୍ତ୍ତମାନ ସଭାପତିଙ୍କ ଦୁଇଟି ମାତ୍ର ପ୍ରଶଂସା କରୁଥିବା ବ୍ୟକ୍ତି ।

ସନ୍ଧ୍ୟା ମହାପାତ୍ର ହେଉଛନ୍ତି ସେଇ ବ୍ୟକ୍ତି ଯିଏ ନିଜ ପାଇଁ ଭୋଟ୍ ସଂଗ୍ରହ କରିବାରେ ଦିନେ ଅସମର୍ଥ ହୋଇଥିଲେ । ସେ ଦଳର ସଭାପତି କେତେଦିନ ରହିବେ ନ ରହିବେ ବିଷୟରେ ଗଣମାଧ୍ୟମକୁ ବୟାନ ଦେବା ନେଇ ନିକଟରେ ଚର୍ଚ୍ଚା ମଧ୍ୟ ଉପୁଜିଥିଲା । ଏବେ ଏହି ଫଟୋ ଦେଖି ଅନେକ ଆଲୋଚନା ସୋଶାଳଇ ମିଡିଆରେ ଦେଖିବାକୁ ମିଳୁଛି । ତେବେ ଆଶଙ୍କା ଉପୁଜୁଛି ଯେ, ଏହି ମଉଜ ଏବଂ ଉତ୍ସବ ମନାଇବାର ପରମ୍ପରା ଭିତରେ ପିସିସି ଓଡ଼ିଶାରୁ ନିଶ୍ଚିହ୍ନ ହୋଇ ନଯାଉ ।

About admin

Check Also

ପେଟ୍ରୋଲ ଓ ଡିଜେଲ ଉପରୁ ଶୁଳ୍କ ହ୍ରାସ ପାଇବନି : ଜେଟଲି

ଭୁବନେଶ୍ୱର,(ଓଟି): ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କରେ ହ୍ରାସ କରାଯିବାର ସମ୍ଭାବନା ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ …

Leave a Reply