BIGtheme.net http://bigtheme.net/ecommerce/opencart OpenCart Templates

ସନାଙ୍କ ପଛରେ କିଏ?

ଭୁବନେଶ୍ୱର,(ଓଟି) : ଚମ୍ପୁଆର ସ୍ୱାଧୀନ ବିଧାୟକ ସନାତନ ମହାକୁଡଙ୍କ ନୂଆ ରାଜନୈତିକ ଦଳ ‘ଜନ ସମୃଦ୍ଧ ପାର୍ଟି’ କେନ୍ଦୁଝରରେ ବିଜେଡିର ଗଡ଼ ଭାଙ୍ଗିବ। ସନାଙ୍କ ନୂଆ ରାଜନେତିକ ପରିକଳ୍ପନାକୁ ନେଇ ଏବେ ଏମିତି ଏକ ସନ୍ଦେହ ସୃଷ୍ଟି ହୋଇଛି। ୧୯୯୦ ମସିହାରେ କେନ୍ଦୁଝରରେ କଂଗ୍ରେସର ଗଡ ଭାଙ୍ଗି ଜିଲ୍ଲା ରାଜନୀତିକୁ ଆଗକୁ ନେଇଥିବା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କୁ ସଙ୍କୁଚିତ କରିବା ପାଇଁ ଏହା ଆଉ ଏକ ଚାଲ‌୍‍ ବୋଲି ମଧ୍ୟ କୁହାଯାଉଛି।

୧୯୮୦-୯୦ ମସିହା ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲା ରାଜନୀତି ମୁଖ୍ୟତଃ କଂଗ୍ରେସ ହାତରେ ରହିଥିଲା। ୧୯୯୦ରେ ରାମଚନ୍ଦ୍ରପୁର ବିଧାନସଭା ଆସନରୁ ଜନତା ଦଳ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବଦ୍ରି ପାତ୍ର କଂଗ୍ରେସର ହେଭିେୱଟ‌୍‍ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ଧରାଶାୟୀ କରିଥିଲେ। ତା’ ପରଠାରୁ ଧୀରେ ଧୀରେ ବଦ୍ରି କେନ୍ଦୁଝର ରାଜନୀତିକୁ ନିଜ ଦଖଲକୁ ନେଇଥିଲେ। ଯଦିଓ ଏ ଭିତରେ ସେ ୧୯୯୫ରେ ହାରିଯାଇଥିଲେ, ୨୦୦୦ ମସିହାରେ କିନ୍ତୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିତି ପୁଣି ଥରେ ଜିଲ୍ଲା ରାଜନୀତିରେ ଆଗକୁ ଆସିଥିଲେ। ବଦ୍ରି ପାତ୍ର ଯେବେଠାରୁ କେନ୍ଦୁଝର ଜିଲ୍ଲା ରାଜନୀତିକୁ ସମ୍ଭାଳିବା ଆରମ୍ଭ କରିଛନ୍ତି ସେବେଠାରୁ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ବିଧାନସଭା ମାଡି ପାରିନାହାଁନ୍ତି। ଏପରିକି ୨୦୦୯ରେ ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ମଧ୍ୟ ବିଜେପିକୁ ଚେକ‌୍‍ ଦେଇଥିଲେ ବଦ୍ରି।

ଚର୍ଚ୍ଚା ହେଉଛି ଚମ୍ପୁଆର ସ୍ୱାଧୀନ ବିଧାୟକ ହୋଇଥିଲେ ମଧ୍ୟ ସନାତନ ମହାକୁଡ କେନ୍ଦୁଝରରେ ବିଜେଡିର ବି’ ଟିମ‌୍‍। କିନ୍ତୁ ବିଜେଡିର ବି’ ଟିମ‌୍‍ ହୋଇ ବି କେମିତି ଦଳ ଗଠନ କରି ବିଜେଡି ସହ ଟକ୍କର ଦେବାକୁ ଯୋଜନା କରୁଛନ୍ତି ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସନାତନଙ୍କ ଏହି ରାଜନୈତିକ ଅଭିପସା ପଛରେ କାହାର ହାତ ରହିଛି, ଏଥିସହ କେନ୍ଦୁଝର ବିଜେଡି ରାଜନୀତିରୁ ବଦ୍ରିଙ୍କୁ କଣଠେସା କରିବା ପାଇଁ ଏହା ଆଉ ଏକ ଚକ୍ରାନ୍ତ କି ବୋଲି ମଧ୍ୟ ପ୍ରଶ୍ନ ଉଠୁଛି। ତେବେ ବଦ୍ରିଙ୍କୁ କଣଠେସା କଲେ ଏବେ ରାଜନୈତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିବା ବିଜେପିର ଅଭିବୃଦ୍ଧିକୁ କେନ୍ଦୁଝରରେ ଚେକ‌୍‍ ଦେବାକୁ ସନାତନ ସକ୍ଷମ ହେବେ କି?। ନିର୍ବିବାଦୀୟ ମନ୍ତ୍ରୀ ଭାବେ ଜଣାଶୁଣା ବଦ୍ରି ପାତ୍ରଙ୍କୁ କେନ୍ଦୁଝର ବିଜେଡିରୁ କାହିଁକି ଦୂରେଇବାକୁ ଚେଷ୍ଟା କରାଯାଉଛି ସେ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଥିବାବେଳେ ଏ ଚକ୍ରାନ୍ତ ପଛରେ କିଛି ବିଜେଡି ନେତାଙ୍କ ପ୍ରଚ୍ଛଦ ହାତ ଥିବା ସନ୍ଦେହ ହେଉଛି।

About admin

Check Also

ବରଗଡ଼ ଗୁଳିମାଡ଼; କାହା ଦେହରେ ବାଜିନି ଗୁଳି : ଡାକ୍ତର

ବରଗଡ଼,(ଓଟି): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରା ଠାରେ ଗତକାଲି ବିଳମ୍ବିତ ରାତିରେ  ଦୁବୃର୍ତ୍ତଙ୍କ ଦ୍ୱାରା ଆକ୍ରମଣର ଶୀକାର ହୋଇଥିବା ...

Leave a Reply