୨୦୧୮-୧୯ ପ୍ରଥମ ତ୍ରୈୟମାସିକ ରାଜସ୍ୱ ପ୍ରଦର୍ଶନରେ ଅଭିବୃଦ୍ଧି

ରାଜସ୍ୱ ସଂଗ୍ରହରେ ୨୯% ଓ ବଜେଟ‌୍‍ ବିନିଯୋଗରେ ୧୯%ବୃଦ୍ଧି

ଅଗଷ୍ଟ ମାସ ଠାରୁ ଅନ‌୍‍ଲାଇନ‌୍‍ ପେନ‌୍‍ସନ‌୍‍ ଓ ମଞ୍ଜୁରୀ ବାଧ୍ୟତାମୂଳକ

ଜିଲ୍ଲା ଖଣିଜ ପାଣ୍ଠି ଅନ୍ତର୍ଗତ ପ୍ରକଳ୍ପ ଗୁଡିକର ତ୍ୱରିତ ମଞ୍ଜୁରୀ ଓ କାର୍ଯ୍ୟାୟନ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର,(ଓଟି): ଚଳିତ ଆଥିର୍କ (୨୦୧୮-୧୯) ପ୍ରଥମ ତ୍ରୈମାସିକ ରାଜସ୍ୱ ପ୍ରଦର୍ଶନରେ ଉତ୍ସାହଜନକ ଅବିବୃଦ୍ଧି ଘଟିଛି । ବୁଧବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରୁ ଏହା ଜଣାପଡିଛି ବିଭିନ୍ନ ବିଭାଗର ପ୍ରଥମ ତ୍ରୈମାସିକ ରାଜସ୍ୱ କାର୍ଯ୍ୟ ସଂପାଦନ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଜିଲ୍ଲା ଖଣିଜ ପାଣ୍ଠି ଅନ୍ତର୍ଗତ ପ୍ରକଳ୍ପ ଗୁଡିକର ମଞ୍ଜୁରୀ ଏବଂ କାର୍ଯ୍ୟାନ୍ୱୟନ ଉପରେ ଦେବା ପାଇଁ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସଂପୃକ୍ତ ବିଭାଗମାନେ ଅଗ୍ରାଧିକାର କ୍ଷେତ୍ରରେ ନୂଆ ଆବଶ୍ୟକତା ଭିତିକ ପ୍ରକଳ୍ପ ପ୍ରସ୍ତାବ ଦାଖଲ କରିବା ପାଇଁ ମଧ୍ୟ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ବଜେଟ‌୍‍ ଅନ୍ତର୍ଗତ ପ୍ରକଳ୍ପ ଓ ଯୋଜନା ଗୁଡିକ ପରି ଜିଲ୍ଲା ଖଣିଜ ପାଣ୍ଠି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଓ ପରିଚାଳନା କରିବା ନିମନ୍ତେ ଉନ୍ନୟନ କମିଶନର ଶ୍ରୀ ଆର‌୍‍.ବାଲାକ୍ରିଷ୍ଣନ‌୍‍ ପରାମର୍ଶ ଦେଇଥିଲେ ।

ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ ଚଳିତ ଆଥିର୍କ ବର୍ଷ ପ୍ରଥମ ତୈମାସିକ ରାଜସ୍ୱ ସ୍ଥିତି ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ସମୀକ୍ଷାରୁ ଜଣାପଡିଥିଲା ୨୦୧୮-୧୯ ଆଥିର୍କ ବର୍ଷ ଜୁନ‌୍‍ ମାସ ଶେଷସୁଦ୍ଧା ବଜେଟଭୁକ୍ତ ବିଭିନ୍ନ ଯୋଜନା ଓ ପ୍ରକଳ୍ପ ବାବଦ ଅର୍ଥ ବିନିଯୋଗରେ ପୂର୍ବ ବର୍ଷ (୨୦୧୭-୧୮) ଅପେକ୍ଷା ୧୯% ଭାଗ ବୃଦ୍ଧି ହୋଇଛି ଗତ ବର୍ଷ ଜୁନ‌୍‍ ମାସ ସୁଦ୍ଧା ସମୁଦାୟ ୧୧,୪୦୯ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ଚଳିତ ବର୍ଷ ଏହା ୧୩,୫୯୧ କୋଟିକୁ ବୃଦ୍ଧି ପାଇଛି ।

ସାମାଜିକ ବିକାଶ କ୍ଷେତ୍ରରେ ପୂର୍ବ ଅପେକ୍ଷା ୬୫% ଅଧିକ ଅର୍ଥ ବିନିଯୋଗ ହୋଇଛି । ଚଳିତ ବର୍ଷ ଏହି କ୍ଷେତ୍ରରେ ବିନିଯୋଗ ପରିମାଣ ୬୬୭୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି କୃଷି ଓ ଆନୁସଂଗିକ କ୍ଷେତ୍ରରେ ଏବଂ ଭିତ୍ତିଭୂମୀ ବିକାଶ କ୍ଷେତ୍ରରେ ୨୮୪୦ କୋଟି ଟଙ୍କାର ବଜେଟ‌୍‍ ଅର୍ଥ ବିନିଯୋଗ କରାଯାଇଛି। ଅନୁରୂପ ଭାବେ ଚଳିତ ଆଥିର୍କ ବର୍ଷ ପ୍ରଥମ ତିନିମାସରେ ରାଜସ୍ୱ ସଂଗ୍ରହରେ ମଧ୍ୟ ଉତ୍ସାହଜନକ ୨୯ଞ୍ଝ ଅବିବୃଦ୍ଧ ହୋଇଛି । ଜୁନ‌୍‍ ମାସ ଶେଷସୁଦ୍ଧା ସମୁଦାୟ ୮୯୨୮ କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଛି । ପୂର୍ବ ବର୍ଷ ଏହି ସମୟ ମଧ୍ୟରେ ୬୯୩୬ କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଥିଲା। ରାଜସ୍ୱ ମଧ୍ୟରେ ୬,୪୪୫.୫୨ କୋଟି ଟଙ୍କା ନିଜସ୍ୱ- ଟିକସ ଏବଂ ୨୪୮୨.୩୪ କୋଟି ଟଙ୍କା ଅଣ-ଟିକସ ରାଜସ୍ୱ ରହିଛି । ଖଣି ଓ ଇସ୍ପାତ‌୍‍ ବିଭାଗ ମାଧ୍ୟମରେ ସଂଗୃହୀତ ଖଣିଜ ରାଜସ୍ୱରେ ସର୍ବାଧିକ ଅବିବୃଦ୍ଧି ଘଟିଛି । ପୂର୍ବ ବର୍ଷ ଜୁନ‌୍‍ ମାସ ଶେଷସୁଦ୍ଧା ୧୨୭୬ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଚଳିତ ବର୍ଷର ଅ ଦାୟ ୨୧୫୭ କୋଟିରେ ପହଞ୍ଚିଛି ।

୨୦୧୮ ମସିହା ଅଗଷ୍ଟ ପେନ‌୍‍ସନ‌୍‍ ଦରଖାସ୍ତ ଦାଖଲ, ପ୍ରକ୍ରିୟାକରଣ ଏବଂ ମଞ୍ଜୁରୀକୁ ସଂପୂର୍ଣ୍ଣ ଭାବେ ଅନ‌୍‍ଲାଇନ‌୍‍ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ବର୍ତ୍ତମାନ ଉଭୟ ଅନ‌୍‍ଲାଇନ‌୍‍ ଏବଂ ଅଫ‌୍‍-ଲାଇନ‌୍‍ ବ୍ୟବସ୍ଥା ଚାଲୁରହିଛି । ସୁଦ୍ଧା ୬୬୭ ଜଣ ଅବସର ପ୍ରାପ୍ତ କର୍ମଚାରୀ ଅନ‌୍‍ଲାଇନ‌୍‍ରେ ପେନ‌୍‍ସନ‌୍‍ ଦରଖାସ୍ତ ଦାଖଲ କରିଛନ୍ତି ।

ପରବର୍ତ୍ତୀ ପର୍ଯ୍ୟାୟରେ ୨୦୧୯ ଜାନୁଆରୀ ସୁଦ୍ଧା ଏହି ଅନ‌୍‍ଲାଇନ‌୍‍ ମଞ୍ଜୁରୀ ପ୍ରକ୍ରିୟାକୁ ଏ.ଜି ଅଫିସ‌୍‍ ସହ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଣ୍ଡେ କହିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଅନୁଦାନ ଏବଂ ସ୍ୱତନ୍ତ୍ର ପ୍ରକଳ୍ପ ଗୁଡିକ ବାବଦରେ ବିନିଯୋଗ ପ୍ରମାଣ ପତ୍ର (ୟୁ.ସି) ଦାଖଲକୁ ଚଳିତ ବର୍ଷ ନଭେମ୍ୱର ମାସ ଠାରୁ ପୂର୍ଣ୍ଣଭାବେ ଅନ‌୍‍ଲାଇନ‌୍‍ କରାଯିବ ।

ଜିଲ୍ଲା ଖଣିଜ ପାଣ୍ଠି (ଡ଼ି.ଏମ‌୍‍.ଏଫ‌୍‍)ରେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଜିଲ୍ଲାର ସମୁଦାୟ ୭୯୮୨ଟି ପ୍ରକଳ୍ପ ମଞ୍ଜୁର ହୋଇଥିବା ସମୀକ୍ଷାରୁ ଜଣାପଡିଛି। ଏହିସବୁ ପ୍ରକଳ୍ପ ବାବଦରେ ପ୍ରାୟ ୨୯୩୪ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏହି ପାଣ୍ଠିରେ ଅନ୍ତଭୁର୍କ୍ତ କରିବା ପାଇଁ ଅଧିକ ନୂଆ ପ୍ରକଳ୍ପ ପ୍ରସ୍ତାବ ଦାଖଲ କରିବା ନିମନ୍ତେ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ଆର‌୍‍.ବାଲାକ୍ରିଷ୍ଣନ, କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚନ୍ଦ୍ର ମହାପାତ୍ର, ଅସୀତ କୁମାର ତ୍ରିପାଠୀ ଓ ଲକ୍ଷ୍ମୀନାରାୟଣ ଗୁପ୍ତା, ତୁହିନକାନ୍ତ ପାଣ୍ଡେଙ୍କ ସମେତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଏବଂ ସ୍ୱତନ୍ତ୍ର ସଚିବ।ନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply