ସରିଲା ଦୁଆର ବେଢ଼ା

ପୁରୀ,(ଓଟି):  ପାଖେଇ ଆସୁଛି ରଥଯାତ୍ରା । ରଥଖଳାରେ ରଥନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ରଥ ନିର୍ମାଣରେ ମହାରଣା ସେବାୟତଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାବେଳେ ସେମାନଙ୍କୁ ସହଯୋଗ କରୁଛନ୍ତି ଭୋଇ, ରୂପକାର, ଚିତ୍ରକର ଓ କମାର ସେବାୟତ । ରବିବାର ତିନି ରଥର ଦୁଆର ବେଢା କାର୍ଯ୍ୟ ଆରମ୍ଭ ହୋଇ ସୋମବାର ଶେଷ ହୋଇଛି । ପ୍ରତ୍ୟେକ ରଥରେ ଚରୋଟି ଲେଖାଏଁ ଦୁଆର ବେଢା ଲାଗିଛି । ସେହପରି ତିନି ରଥରେ ଚାରପରସା ଉପରେ କତରା ଲଗାଯାଇଛି । ପ୍ରତ୍ୟେକ ରଥର ଚାରୋଟି ଲେଖାଏଁ ଅର୍ଥାତ୍ ଆଗରେ ଦୁଇଟି ଓ ପଛରେ ଦୁଇଟି କତରା ଲଗାଯାଇଛି ।

ପୂର୍ବରୁ ମୂଳଭୁଇଁ କଇଁଚି ବାଡିଆ ଯାଇଥିଲା ବେଳେ ଏବେ ଅଗଭୁଇଁ, କଇଁଜି ବାଡିଆ କାର୍ଯ୍ୟ ଶେଷ ହୋଇଛି । ରଥଖଳାରେ ରୂପକାର ସେବକ ଖୋଦେଇ ଓ ଚିତ୍ରକର ତିନି ରଥରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି । ନନ୍ଦିଘୋଷର ରଥରେ ରଙ୍ଗ କାର୍ଯ୍ୟ ଶେଷ ହୋଇଥିବାବେଳେ ତାଳଧ୍ୱଜ ଓ ଦର୍ପଦଳନ ରଥର ରଙ୍ଗ କାର୍ଯ୍ୟ ଚାଲିଛି । ରଥଚକ,ଅଣଗୁଜ ମଧ୍ୟ ରଙ୍ଗ ଦିଆଯାଉଛି । ସେହିପରି ପାରା ଭାଡିେରେ ପାରା ଚିତ୍ର ଅଙ୍କନ କରୁଛନ୍ତି ।

ଚିତ୍ରକର ସେବକ ସେପଟେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ପାଶ୍ୱଦେବାଦେବୀ ଶିଖର ଡମ୍ବରୁ, ଅଁଳାବେଢା ସହିତ ଶୁଆରେ ମଧ୍ୟ ରଙ୍ଗ ଦିଆ ସରିଛି । ସେହିପରି ତିନି ରଥ ପାଇଁ ଦରଜୀ ସେବକନ ଶ୍ରୀଜୀଉଙ୍କ ରଥ ପାଇଁ ଭିନ୍ନ ଭିନ୍ନ ପ୍ରକାରର କପଡ଼ାରେ ତିଆରି ଚାଲିଛି ରଥ କପଡ଼ା । ବହୁ ପୁରାତନ କାଳରୁ ଆମର ପୂର୍ବପୁରୁଷ ଏହି କାର୍ଯ୍ୟ କରୁଥିଲେ । ଆମ୍ଭେ ମଧ୍ୟ କରୁଛୁ । ଭଗବାନଙ୍କ କାମ କଲେ ଆତ୍ମାକୁ ଶାନ୍ତି ମିଳୁଛି ବୋଲି କହିଛନ୍ତି ଜଣେ ସେବାୟତ ।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply