କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ରସଗୋଲା ଲଢ଼େଇ ଯୁଦ୍ଧରେ ଜିତିଲା ପଶ୍ଚିମବଙ୍ଗ: ହାର ମାନିଲା ଓଡ଼ିଶା

ଭୁବନେଶ୍ୱର,(ଓଟି): ରସଗୋଲା ଯୁଦ୍ଧରେ ବାଜି ମାରିଛି ପଶ୍ଚିମବଙ୍ଗ । ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଅନେକ ଦିନ ଧରି ଚାଲିଥିବା ରସଗୋଲା ଯୁଦ୍ଧରେ ଜିତିଛି ପଶ୍ଚିମବଙ୍ଗ । ବହୁ ଦିନର ବାଦ ବିବାଦ ପରେ ପଶ୍ଚିମବଙ୍ଗକୁ ମିଳିଛି ରସଗୋଲା  ‘ଜିଆଇ ଟ୍ୟାଗ’ । ଓଡିଶା ପଶ୍ଚିମବଙ୍ଗ ମଧ୍ୟରେ ରସଗୋଲାକୁ ନେଇ ଏକ ପ୍ରକାର ଯୁଦ୍ଧ ଚାଲିଥିଲା । କିନ୍ତୁ ପରିଶେଷର ହାର ମାନିଛି ଓଡ଼ିଶା ।

ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଦୁଇବର୍ଷ ତଳେ ଲଢ଼େଇ ଆରମ୍ଭ ହୋଇଥିଲା । ପଶ୍ଚିମବଙ୍ଗ ସରକାର ସ୍ଥାନୀୟ ରସଗୋଲାକୁ ଜିଆଇର ମାନ୍ୟତା ଦେବା ପାଇଁ ଚେନ୍ନାଇସ୍ଥିତ ଭାରତୀୟ ଭୌତ୍ତିକ ସଂପତ୍ତି କାର୍ଯ୍ୟାଳୟରେ ଆବେଦନ କରିଥିଲା । ଆବେଦନ ଫର୍ମରେ କୁହାଯାଇଥିଲା ତାଙ୍କ ରାଜ୍ୟରେ ଯେପରି ମିଠା ତଆର ହେଉଛି ଅନ୍ୟ ରାଜ୍ୟରେ ସେପରି ହେଉନି ।

ପଶ୍ଚମବଙ୍ଗକୁ ରସଗୋଲା ଭୈଗୋଳିକ ପରିଚୟ ପ୍ରମାଣ ପତ୍ର ମିଳିବା ପରେ ଓଡ଼ିଶାବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ରସଗୋଲା ୬୦୦ ବର୍ଷ ତଳୁ ଓଡ଼ିଶାରୁ ଆରମ୍ଭ ହୋଇଥିବା ରାଜ୍ୟ ସରକାର କହିଥିଲେ । ରସଗୋଲା ଓଡ଼ିଶାର ଏନେଇ ଅନେକ ପ୍ରମାଣ ରହିବା ପରେ ମଧ୍ୟ ପଶ୍ଚମବଙ୍ଗକୁ ଜିଆଇ ଟ୍ୟାଗ ମିଳିବା ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି ।

୨୦୧୫ରେ ଓଡିଶା-ପଶ୍ଚିମବଙ୍ଗ ମଧ୍ୟରେ ରସଗୋଲା ବିବାଦ ଆରମ୍ଭ ହୋଇଥିଲା । ରସଗୋଲାକୁ ନିଜର ବୋଲି ଦାବି କରିବା ସହ ଜିଆଇ ଟ୍ୟାଗ ହାସଲ ପାଇଁ ପଶ୍ଚିମବଙ୍ଗ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ କରିବା ପରେ ଓଡିଶା ସରକାରଙ୍କ ନିଦ ଭାଙ୍ଗିଥିଲା । ଆଉ ଏହାକୁ ନେଇ ଗଠନ ହୋଇଥିଲା କମିଟି । ଏଥିସହ ପାହାଳଠାରେ ଏକ ରସଗୋଲା କ୍ଲଷ୍ଟର ପ୍ରତିଷ୍ଠା କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ଏହି କମିଟି ରସଗୋଲା ସଂପର୍କିତ ତଥ୍ୟ ରଖିବା ନେଇ ଏକ ପ୍ରକାର ବିଫଳ ହୋଇଥିଲା । ସେହିପରି ପଶ୍ଚିମବଙ୍ଗ ସରକାର ସ୍ଥାନୀୟ ରସଗୋଲାକୁ ଜିଆଇର ମାନ୍ୟତା ଦେବା ପାଇଁ ଚେନ୍ନାଇସ୍ଥିତ ଭାରତୀୟ ଭୌତ୍ତିକ ସଂପତ୍ତି କାର୍ଯ୍ୟାଳୟରେ ଏଥିପାଇଁ ଆବେଦନ କରିସାରିଥିଲେ । ତେବେ ରାଜ୍ୟ ସରକାର ଓଡ଼ିଶାରେ ରସଗୋଲାର ଉତ୍ପତ୍ତିକୁ ନେଇ ବିଜ୍ଞାନ ଓ ବୈଷୟିକ ବିଭାଗକୁ ଦାୟିତ୍ୱ ଦେଇଥିଲେ। ବିଭାଗ ପକ୍ଷରୁ ଏଥିପାଇଁ କମିଟି ଗଠନ କରାଯାଇ ରସଗୋଲାର ଉତ୍ପତ୍ତି ସଂପର୍କରେ ଖୋଳତାଡ଼ ଆରମ୍ଭ ହୋଇଥିଲା । କମିଟି ପକ୍ଷରୁ ବର୍ଷେ ହେବ ରସଗୋଲାର ଉତ୍ପତ୍ତି ସଂପର୍କିତ ଐତିହାସିକ ପ୍ରମାଣ ଦେଇଥିଲେ ହେଁ, ସରକାର ଏହା ଉପରେ ବିଶେଷଭାବେ ଆଗେଇ ନ ଥିଲେ।

ରସଗୋଲା ଓଡ଼ିଶାର ଏନେଇ ଅନେକ ପ୍ରମାଣ ରହିଛି । ଜଗନ୍ନାଥ ମନ୍ଦିରରେ ରସଗୋଲାର ବ୍ୟବହାର ଅନେକ ଶତାବ୍ଦୀ ତଳୁ ହୋଇ ଆସୁଛି । ତେବେ ଏହା କେବେ ଆରମ୍ଭ ହେଲା ତାହା ବାବଦରେ କୌଣସି ସଠିକ ପ୍ରମାଣ ନାହିଁ । ରଥଯାତ୍ରା ସମୟରେ ଅଭିମାନିନୀ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଜଗନ୍ନାଥ ତାଙ୍କୁ ରସଗୋଲା ଖୁଆନ୍ତି । ଏହି ରସଗୋଲା ଖୁଆଇବା ବିଧି ବଡ଼ଦେଉଳରେ ୬୦୦ରୁ ଅଧିକ ବର୍ଷର ପୁରୁଣା । ଉନ୍ନବିଂଶ ଶତାବ୍ଦୀର ଶେଷ ଆଡ଼କୁ କେଳୁ ଚରଣ ବେହେରା ପାହାଳ ଠାରେ ରସଗୋଲା ପ୍ରସ୍ତୁତକରି ବ୍ୟବସାୟ ଆରମ୍ଭ କରିଥିଲେ ।

ସେହିପରି ପଶ୍ଚିମବଙ୍ଗ ସରକାରର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ରସଗୋଲାର ଯୁକ୍ତିକୁ ବଳିଷ୍ଠ କରିବା ପାଇଁ ତଥା ଭୌଗୋଳିକ ସଙ୍କେତ(ଜିଆଇ)ର ମାନ୍ୟତା ପାଇଁ ଆବେଦନ କରିବା ସହିତ ଅଦାଲତରେ ଯାଚିକା ଦାୟର କରାଯିବ। ଜିଆଇ ଏମିତି ଏକ ସଂସ୍ଥା ଯିଏ ଉତ୍ପ।ଦର ଉତ୍ପତ୍ତି ସ୍ଥଳ ଚିହ୍ନଟ କରିଥାଏ। ପଶ୍ଚିମବଙ୍ଗ ସରକାର ଅଷ୍ଟାଦଶ ଶତାବ୍ଦୀରେ ପ୍ରସିଦ୍ଧ ମହୁର ନିର୍ମାତା ନବୀନ ଚୈନ୍ଦା ଦାସ ଦ୍ଵାରା ରସଗୋଲା ତିଆରି ହୋଇଥିବା ଯୁକ୍ତି ବାଢ଼ିଛି। ଏହା ଉନବିଂଶ ଶତାବ୍ଦୀରେ ହୋଇଥିବା ପଶ୍ଚିମବଙ୍ଗ ସରକାର କହିଛନ୍ତି।

About admin

Check Also

ଦେଢମାସ ହେଲା ସରକାରଙ୍କୁ ମିଳୁନାହାନ୍ତି ନୂଆ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଂକେତ ପରେ ଅକ୍ଟୋବର ୩ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ...

Leave a Reply

Your email address will not be published. Required fields are marked *

   Update :