ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂଙ୍କ ବାଚଳାମୀ

ପାୱାର କଟ ପାଇଁ ଜଙ୍ଗଲ ବିଭାଗ ଉପରେ ଦୋଷ ଲଦିଲେ

ଭୁବନେଶ୍ୱର,(ଓଟି): ବନ୍ଦେ ଉତ୍କଳ ଜନନୀ ସଙ୍ଗୀତରେ ପରିବର୍ତ୍ତନ ଆଣିବାକୁ ଆହ୍ବାନ କରି ଚର୍ଚ୍ଚାକୁ ଆସିଥିବା ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ ଅଘୋଷିତ ବିଜୁଳି କାଟ ପାଇଁ କରିଛନ୍ତି ବିତଣ୍ଡା ଯୁକ୍ତି କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଶକ୍ତିମନ୍ତ୍ରୀଙ୍କ ଏ ଯୁକ୍ତି ପରେ ମନ୍ତ୍ରିମଣ୍ଡଳରେ ରହିଥିବା ମନ୍ତ୍ରୀମାନଙ୍କ ପାରିବାପଣିଆକୁ ନେଇ ପୁଣି ଉଠିଛି ପ୍ରଶ୍ନ । ଅଘୋଷିତ ବିଜୁଳି କାଟ ପାଇଁ ସାଧାରଣ ଜନତା ହନ୍ତସନ୍ତ ହେଉଥିବା ବେଳେ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂଙ୍କ ପ୍ରତିକ୍ରିୟା ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଏପରିକି ଶକ୍ତିମନ୍ତ୍ରୀଙ୍କର ଏହିପରି ମନ୍ତବ୍ୟ ନିଜ ମୁଣ୍ଡରୁ ଦାୟିତ୍ବ ଖସାଇବା ପାଇଁ ଉଦ୍ଦିଷ୍ଟ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।

ଶକ୍ତିମନ୍ତ୍ରୀ ଶ୍ରୀ ସିଂ ଗଣମାଧ୍ୟମରେ ତାଙ୍କର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟରେ ଅଘୋଷିତ ବିଜୁଳି କାଟ ପାଇଁ ଜଙ୍ଗଲ ବିଭାଗକୁ ଦାୟୀ କରିଛନ୍ତି। ଗଛ କାଟିବା ପାଇଁ ଜଙ୍ଗଲ ବିଭାଗ ଠିକ୍ ସମୟରେ ଅନୁମତି ଦେଉନଥିବା ହେତୁ ଅଘୋଷିତ ବିଜୁଳି କାଟ ଘଟଣା ଘଟୁଛି ବୋଲି ମନ୍ତ୍ରୀ କହିଛନ୍ତି ।

ଗତ କିଛିବର୍ଷ ଧରି ରାଜ୍ୟରେ ଅଘୋଷିତ ବିଜୁଳି କାଟ ଜାରି ରହିଛି । ସେ ଖରା ହେଉ ଅବା ବର୍ଷା ସବୁ ସମୟରେ ଏପରି ଘଟଣା ଘଟିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଲୋକ ଏହାକୁ ନେଇ ରାସ୍ତାକୁ ମଧ୍ୟ ଓହ୍ଲାଇଛନ୍ତି । ତେବେ ଏ ସମୟରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଏହିପରି ବିତଣ୍ଡା ଯୁକ୍ତି ତାଙ୍କୁ ପୁଣିଥରେ ଚର୍ଚ୍ଚାକୁ ଆସିଛି ।

ନବୀନଙ୍କ ମନ୍ତ୍ରିମଣ୍ଡଳରେ ଗୋଟିଏ ବିଭାଗ ଅନ୍ୟ ବିଭାଗକୁ ଦୋଷ ଦେବା କିଛି ନୁଆ କଥା ନୁହେଁ । ଏପରି ଘଟଣା ବାରମ୍ବାର ଘଟୁଥିବା ବେଳେ ଏହାକୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ । ଏପରିକି ନବୀନଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀମାନେ ଦାୟିତ୍ବ ନନେଇ ଅନ୍ୟ ବିଭାଗକୁ ଦୋଷ ଦେଇ ଖସିଯିବାରେ ମାହିର ବୋଲି ଏବେ ସାଧାରଣରେ ଚର୍ଚ୍ଚା ଚାଲିଛି ।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply