ଥମୁନି ପିସିସି ପାଲା

ପ୍ରସାଦଙ୍କୁ ହଟାଇବା ପାଇଁ କଂଗ୍ରେସ ନେତା ବିଜେପୁରରେ ଏକାଠି ହୋଇଥିଲେ : ସୁର ରାଉତରାୟ
ନୂଆ ଲୋକ ନିଯୁକ୍ତି ପାଇବା ପଯ୍ର୍ୟନ୍ତ ପ୍ରସାଦ ମୁଖିଆ
ମୁଁ ଏବେ ବି ପ୍ରସାଦ ହଟାଅ ମିଶନରେ ଅଛି : ତାରା ବାହିନୀପତି

ଭୁବନେଶ୍ୱର,(ଓଟି): ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ପୁଣି ଥରେ ବିସଫୋରକ ମନ୍ତବ୍ୟ ଦେଇଛନ୍ତି। ପ୍ରସାଦଙ୍କୁ ହଟାଇବା ପାଇଁ ତାଙ୍କ ଦଳର କିଛି ନେତା ବିଜେପୁରରେ ଏକାଠି ହୋଇଥିଲେ । ପ୍ରଣୟ ହାରିଲେ ପ୍ରସାଦଙ୍କୁ କାଢ଼ିବା ସୁବିଧା ହେବ ବୋଲି ଭାବେ ସେମାନେ ଏ କାମ କରିଥିଲେ। ନେତା ଗଲେ ଭାଷଣ ଦେଲେ ଟଙ୍କାଟିଏ ଦେଲେ ନାହିଁ । ପ୍ରସାଦ ସଭାପତି ରହିବେ କି ନାହିଁ ରାହୁଲ ନିଷ୍ପତି ନେବେ । ତାଙ୍କ ଉପରେ ରାଜ୍ୟ ନେତା କହିବା ଠିକ ନୁହେଁ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫାପତ୍ର ଏଆଇସିସି ସଭାପତି ରାହୁଲ ଗାନ୍ଧିଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇଯାଇଛି। ନୂତନ ପିସିସି ସଭାପତି ନିଯୁକ୍ତି ହେବା ପର୍ଯ୍ୟନ୍ତ ପ୍ରସାଦ ହିଁ ରାଜ୍ୟରେ କଂଗ୍ରେସର ମୁଖିଅ। ରହିବେ । ରାହୁଲ ଗାନ୍ଧି ନୂଆ ଲୋକ ନ ପଠାଇବା ଯାଏ ପ୍ରସାଦ ପିସିସି ମୁଖ୍ୟ ରହିବେ। ଇସ୍ତଫା ଗ୍ରହଣ ହୋଇଥିଲେ, ନୂଆ ଲୋକ ନିଯୁକ୍ତି ପାଇ ସାରନ୍ତେଣି। ତେବେ ଏହି ପଦବୀ ପାଇଁ ୧୪/୧୫ ଜଣ ବ୍ୟାକୁଳ ଥିଲେ। ଏବେ ସେମାନଙ୍କ ଆଶା ଫସର ଫାଟି ଯାଇଛି। ପିସିସି ମୁଖିଆ ହେବାକୁ ନରସିଂହ ମିଶ୍ର, ଶ୍ରୀକାନ୍ତ ଜେନା, ନିରଞ୍ଜନ ପଟ୍ଟନାୟକ, ଭକ୍ତ ଦାସ, ଚିରଂଜୀବ ବିଶ୍ୱାଳ, ରାମଚନ୍ଦ୍ର ଖୁଂଟିଆ, ନବ ଦାସ ପ୍ରମୁଖ ବ୍ୟାକୁଳ ଥିଲେ। ପ୍ରସାଦଙ୍କୁ ବିଦା କରିବାକୁ ବିଜେପୁରରେ ନିଜ ପ୍ରାର୍ଥୀଙ୍କୁ ହରାଇଲେ। ଖାଲି ଭାଷଣ ଦେଲେ କିଛି ହେବ ନାହିଁ, ପକେଟ‌୍‍ ରୁ ପଇସା ବାହାର କରୁନାହାନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ପିସିସି ସଭାପତି ପରିବର୍ତ୍ତନ ନହେବା ନେଇ ଶୃଙ୍ଖଳା କମିଟି ଅଧ୍ୟକ୍ଷା ସନ୍ଧ୍ୟା ମହାପାତ୍ର ବୟାନ ଦେବାକୁ ବୁଜବଳ ମାଝୀ ସମାଲୋଚନା କରିଛନ୍ତି। ପିସିସି ପରିବର୍ତ୍ତନ ପ୍ରସଙ୍ଗରେ ବୟାନ ଦେବା ଠିକ ହୋଇନି ବୋଲି ସେ କହିଛନ୍ତି ।

ସେହିପରି ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ପ୍ରସାଦ ବାବୁ ୨୦୧୯ ପର୍ଯ୍ୟନ୍ତ ପିସିସି ସଭାପତି ରହିବା ଉପରେ ବୟାନ ଦେବାର ଅଧିକାର ଶ୍ରୀମତୀ ମହାପାତ୍ରଙ୍କର ନାହିଁ । ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ସେ ତାଙ୍କ ମନଗଢାଣିଆ କଥା କହିଛନ୍ତି। ମୁଁ ଏବେବି ପ୍ରସାଦ ହଟାଅ ମିଶନରେ ଅଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ମୁଁ କଂଗ୍ରେସ କେବେହେଲେ ଛାଡିବି ନାହିଁ ଏବଂ ଜୟପୁର ନିର୍ବାଚନ ମଣ୍ଡଳୀରୁ ହିଁ ଲଢିବି। ଏହା ମୁଁ ମାନସିକ ସ୍ତରରେ ସ୍ଥିର କରିସାରିଛି ବୋଲି ଶ୍ରୀ ବାହିନୀପତି କହିଛନ୍ତି।

About admin

Check Also

ପେଟ୍ରୋଲ ଓ ଡିଜେଲ ଉପରୁ ଶୁଳ୍କ ହ୍ରାସ ପାଇବନି : ଜେଟଲି

ଭୁବନେଶ୍ୱର,(ଓଟି): ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କରେ ହ୍ରାସ କରାଯିବାର ସମ୍ଭାବନା ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ …

Leave a Reply