କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
Breaking News

କଂଗ୍ରେସ ବିଧାୟକ ଦଳରେ ଏକତା ରହିଲା, ଏବେ ପ୍ରସାଦ ହଟାଓ ଅଭିଯାନ ତେଜିବ

OPCC

ଭୁବନେଶ୍ୱର,(ନିପ୍ର): ରାଷ୍ଟ୍ରପତି ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ରାଜ୍ୟର ତିନିଟି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଏବଂ କଂଗ୍ରେସ ଆଶ୍ୱସ୍ତ ହୋଇଛନ୍ତି। କିନ୍ତୁ ସବୁଠୁ ବେଶୀ ଖୁସି ହୋଇଛି କଂଗ୍ରେସ। ଏହା ସହିତ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରମାଣିତ କରିଦେଇଛନ୍ତି ଯେ, ଓଡ଼ିଶାରେ କଂଗ୍ରେସ ବିଧାୟକ ଦଳ ଏକ ଓ ଅତୁଟ। ରାଷ୍ଟ୍ରପତି ନିର୍ବାଚନରେ ବିଧାନସଭାର ୧୪୭ ସଦସ୍ୟଙ୍କ ଭିତରୁ ୧୪୬ ଜଣ ମତଦାନ କରିଥିଲେ। ...

Read More »

ବିଜେଡି ବିଧାୟକ କଂଗ୍ରେସରେ ମିଶିବାକୁ ଆଗ୍ରହୀ : ତାରା ବାହିନୀପତି

tara

ଭୁବନେଶ୍ୱର,(ଓଟି): ନିରଂଜନ ପଟ୍ଟନାୟକ ପିସିସି ସଭାପତି ହେବେ ବୋଲି ଶୁଣିବା ପରେ ବିଜେଡିର ୭/୮ ଜଣ ବିଧାୟକ କଂଗ୍ରେସରେ ଯୋଗ ଦେବା ପାଇଁ ଆଗ୍ରହ ପ୍ରକାଶ କଲେଣି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ମନ୍ତବ୍ୟ ଦେଇଛନ୍ତି । କଂଗ୍ରେସରେ ମିଶିବା ପାଇଁ ସେମାନେ ଯୋଗାଯୋଗ କରୁଛନ୍ତି। ମୁଁ କେବେ ମିଛ କହେନାହିଁ । ସେମାନେ ଯୋଗ ଦେଉଛନ୍ତି କି ନାହିଁ ତାହା ଭବିଷ୍ୟତ କହିବ ...

Read More »

ଦନ୍ତାହାତୀ ଆକ୍ରମରେ ହାତୀ ଛୁଆର ମୃତ୍ୟୁ

Elepahat cub death dkl

ଢେଙ୍କାନାଳ,(ଓଟି): ଢ଼େଙ୍କାନାଳ ଜିଲ୍ଲା ଷଡଙ୍ଗୀ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କେନ୍ଦୁପଡା ଗ୍ରାମ ପଞ୍ଚାୟତର ଠାକୁରାପାଳ ଗ୍ରାମ ନିକଟରେ ଶୁକ୍ରବାର ଭୋର‌୍‍ ସମୟରେ ଏକ ହାତୀଛୁଆର ମୃତ ଦେହ ଉଦ୍ଧାର କରାଯାଇଛି। ହାତୀ ଛୁଆର ବୟସ ୫ରୁ ୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଦନ୍ତାହାତୀ ଆକ୍ରମରେ ହାତୀ ଛୁଆର ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି। ଖବରପାଇ ଅତିରିକ୍ତ ବନଖଣ୍ଡ ଅଧିକାରୀ ଜିତେନ୍ଦ୍ର ନାଥ ଦାସ, ରେଞ୍ଜର ଅଶୋକ କୁମାର ...

Read More »

ପଞ୍ଚାୟତ ନିର୍ବାଚନରେ ବିଜେଡ଼ିର ପରାଜୟର କାରଣ ଉପରେ ପ୍ରଶ୍ନ ଉଠାଇଲେ ପୂର୍ବତନ ବିଧାୟକ

bjd

ବାରିପଦା,(ଓଟି): ମୟୂରଭଞ୍ଜ ବିଜେଡ଼ିର ପରିବର୍ଦ୍ଧିତ ଜିଲା କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଶେଷ ହୋଇଛି। ଏଥିରେ ବିଜଦର ବହୁ ବାଦ ବିବାଦ, ଅନ୍ତର୍ଦ୍ୱନ୍ଦ, କଟାକ୍ଷ, ମାନଅଭିମାନ ଲୁଚିଛି ନା ପାଦ ଦୁଇଟି ଦିଶୁଛି ନ୍ୟାୟରେ ପଦାକୁ ପାଦ କାଢ଼ି ବାହାରି ଆସିଲା। ଏଥି ସହିତ ବିଜେଡ଼ିର ଜିଲା କମିଟି ଗଠନରେ ଯୋଗ୍ୟ ହିତାଧିକାରୀକୁ ଅଣଦେଖା କରାଯାଇଥିବାକୁ ନେଇ ମଧ୍ୟ ଦଳ ମଧ୍ୟରେ ଦେଖା ଦେଇଥିବା ଅସନ୍ତୋଷ ପରିଲକ୍ଷିତ ହେଲା। ସେହିପରି କାର୍ଯ୍ୟକାରିଣୀ ...

Read More »

ଗ୍ରାନାଇଟ ଖଣି ଯୋଗୁଁ କ୍ଷତିଗ୍ରସ୍ତ ୧୬ ବିଧବା ମହିଳାଙ୍କୁ ୪୬ ଲକ୍ଷଟଙ୍କା କ୍ଷତି ପୂରଣ ନିର୍ଦେଶ

Final-nhrc.jpg-newsx

କେନ୍ଦୁଝର,(ଓଟି): ଶେଷରେ ୧୬ ବିଧବା ଗରିବ ମହିଳାଙ୍କୁ ଅଦାଲତ ଦେଲେ ନ୍ୟାୟ। ୧୬ ବିଧବାଙ୍କୁ ମିଳିବ ୪୬ ଲକ୍ଷ ଟଙ୍କାର କ୍ଷତିପୂରଣ। କେନ୍ଦୁଝର ସଦର ବ୍ଲକର ମଦରଙ୍ଗାଯୋଡ଼ି ଗ୍ରାମ ନିକଟସ୍ଥ ଲାଉପଦଦା ସ୍ଥିତ ଗ୍ରାନାଇଟ ଖଣି ଓ କାରଖାନାରେ ବିପଦପୂର୍ଣ୍ଣ ଅବସ୍ଥାରେ କାର୍ଯ୍ୟରତ ଗ୍ରାମର ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଶ୍ରମିକ ପ୍ରଦୂଷଣ ଜନିତ କାରଣରୁ ବିଭିନ୍ନ ରୋଗରେ ଆକ୍ରାନ୍ତହୋଇ ଅତ୍ୟନ୍ତ ଦୟନୀୟ ଭାବେ ମୃତ୍ୟୁବରଣ କରିଥିଲେ। ଏମାନଙ୍କୁ ଖଣି ମାଲିକଙ୍କ ...

Read More »

ଆସିବ ନୂଆ ୨୦ଟଙ୍କିଆ ନୋଟ‍୍‌

Bussinrss

ଭୁବନେଶ୍ୱର,(ମଧୁମିତା ନାୟକ): ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ‍୍‌ଶୀଘ୍ର ବଜାରକୁ ଛାଡିବ ୨୦ଟଙ୍କିଆ ନୂଆ ନୋଟ‍୍‌। ଏହି ନୋଟ‍୍‌ ମହାତ୍ମାଗାନ୍ଧୀ ସିରିଜ୍‌ ୨୦୦୫ର ହେବ। ଏହାର ଡିଜାଇନ‍୍‌ ବର୍ତ୍ତମାନ ପ୍ରଚଳିତ ୨୦ଟଙ୍କିଆ ନୋଟ‍୍‌ ଭଳି ମଧ୍ୟ ରହିବ। ଗୁରୁବାର ଆରବିଆଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ନୂଆନୋଟ‍୍‌ର ନମ୍ୱର ପ୍ୟାନେଲ ଉପରେ ଏସ‍୍‌ ଲେଟର ଲେଖା ରହିବ ଏବଂ ଏଥିରେ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଦସ୍ତଖତ ରହିବ। ଆର‍୍‌ବିଆଇ ...

Read More »

ନିଲାମୀ ଖଣିଜ ବ୍ଲକ‌୍‍କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଲାଗି ରୋଡମ୍ୟାପ ପ୍ରସ୍ତୁତି ପାଇଁ ନିଦ୍ଦେର୍ଶ

modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଜ୍ଜ୍ୱଳା ଡିସକମ‌୍‍ ଗ୍ୟାରେଣ୍ଟି ଯୋଜନା (ଉଦୟ)ର ଅଗ୍ରଗତି ନେଇ ଆଜି ସାମୀକ୍ଷା କରିଛନ୍ତି। ଏହି ଯୋଜନା ଅଧିନରେ ରାଜ୍ୟମାନଙ୍କରେ ଚାଲିଥିବା ବିଦ୍ୟୁତ‌୍‍ ସଂସ୍କାର କାର୍ଯ୍ୟକ୍ରମର ତର୍ଜମା କରାଯାଇଥିଲା। ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଏହି ଯୋଜନାରେ ଉପଲବ୍ଧ ଋଣ, ତଦାରଖ ଫ୍ରେମୱାର୍କ, ଆର୍ଥିକ ପରିମାପଗୁଡିକର ଉନ୍ନତି, କାର୍ଯ୍ୟକାରୀ ଦକ୍ଷତା ବୃଦ୍ଧି ଏବଂ ଉପଭୋକ୍ତା ସଶକ୍ତିକରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ବୈଠକରେ କୋଇଲା ଖଣି ...

Read More »

ଦୁଇବର୍ଷରେ ସରିବ ରାଉରକେଲାର୨ୟ ବ୍ରାହ୍ମଣୀ ସେତୁ ନିର୍ମାଣ : ଗଡ଼କରୀ

gadakari

ରାଉରକେଲା,(ଓଟି):  ଆଜି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ରାଉରକେଲା ନିକଟରେ ବ୍ରାହ୍ମଣୀ ନଦୀର ଦ୍ୱିତୀୟ ସେତୁ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ବ୍ରାହ୍ମଣୀ ନଦୀ ଉପରେଏହି  ୬ ଲେନ୍‌ ବିଶିଷ୍ଟ ଆଧୁନିକ ସେତୁ ନିର୍ମାଣର  ଭୂମିପୂଜନ ଉତ୍ସବରେ ଯୋଗ ଦେବା ପରେ ୨୩ ନମ୍ବର ଜାତୀୟ ରାଜପଥ ତଥା ନୂତନ ଜାତୀୟ ରାଜପଥ ୧୪୩ର ବୀରମିତ୍ରପୁର-ବ୍ରାହ୍ମଣୀ ବାଇପାସ୍‌ ଅନ୍ତିମ ସେକ୍ସନର ମଧ୍ୟ ଶିଳାନ୍ୟାସ କରିଛନ୍ତି। ...

Read More »

ରାଷ୍ଟ୍ରପତି ନିର୍ବାଚନ: ବିଜେପି ଗଣିତ ଭୂଲ ହେଲା

ram-nath-kovind-26-1498438622

ବୈଜୟନ୍ତଙ୍କ ଟ୍ୱିଟ‍୍‌ ସତ୍ୟ ପ୍ରମାଣିତ ଭୁବନେଶ୍ୱର,(ନିପ୍ର): ଦେଶର ୧୪ତମ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପଅକାଶିତ ହୋଇସାରିଛି। ଏନଡ଼ିଏ ପ୍ରାର୍ଥୀ ରାମନାଥ କୋବିନ୍ଦ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ୟୁପିଏ ପ୍ରାର୍ଥୀ ମୈରା କୁମାରଙ୍କୁ ୩ଲକ୍ଷ ୩୪ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ଏହି ନିର୍ବାଚନ ଫଳାଫଳ ଅନୁସାରେ କୋବିନ୍ଦ ୬୫.୬୫ ପ୍ରତିଶତ ସହିତ ୭,୦୨,୦୪୪ ଭୋଟ ପାଇଥିବାବେଳେ ମୈରା ୩୪.୩୫ ପ୍ରତିଶତ ସହିତ ୩,୬୭,୩୧୪ ଭୋଟ ପାଇଛନ୍ତି। ଗତ ରାଷ୍ଟ୍ରପତି ନିର୍ବାଚନରେ ...

Read More »

ପାଇକ ବିଦ୍ରୋହ ୨ ଶହ ବର୍ଷ ପାଳନର ବର୍ଷ ବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

Paik

– ବରୁଣେଇ ପାହାଡକୁ ପାଇକ ବିଦ୍ରୋହର ସ୍ଥାୟୀ ସ୍ମାରକୀରେ ପରିଣତ କରିବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରସ୍ତାବ -ଷ୍ଟାଚ୍ୟୁ ଅଫ ଲିବର୍ଟି, ସର୍ଦାର ପଟେଲ ଷ୍ଟାଚ୍ୟୁ ଅଫ ୟୁନିଟି. ମହାରାଷ୍ଟ୍ରରେ ଛତ୍ରପତି ଶିବାଜୀଙ୍କର ବିଶାଳ ମୂର୍ତି ପରି ବକ୍ସି ଓ ଅନ୍ୟ ଯୋଦ୍ଧାଙ୍କ ସ୍ମୃତି ଚିହ୍ନ ପାଇଁ ପ୍ରସ୍ତାବ ଭୁବନେଶ୍ୱର,(ଓଟି): ଓଡ଼ିଶାର ପାଇକ ବିଦ୍ରୋହ ଭାରତ ସ୍ୱାଧିନତା ସଂଗ୍ରାମ ପୂର୍ବରୁ ହୋଇଥିଲା। ଏହାକୁ ପ୍ରଥମ ସଂଗ୍ରାମ କହିଲେ ଅତ୍ୟୁକ୍ତି ହେବ ନାହିଁ ...

Read More »

ପୁଣି ବସନ୍ତ ଚିତ୍ ପଟାଙ୍ଗ

basant panda

ଭୁବନେଶ୍ୱର,(ଓଟି): ‘ଦଳପତି ହିସାବରେ ସଫଳ ଓ ବିଧାୟକ ଭାବରେ ବିଫଳ’ ବୋଲି ପୁର୍ବରୁ କହିଥିବା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ନିଜ ଜିଲ୍ଲାରେ ଦଳକୁ ଜିତାଇ ସଫଳ ହେବା ସୁଯୋଗ ଥିଲା। କିନ୍ତୁ ଏହି ସୁଯୋଗକୁ ସଦୁପଯୋଗ କରିପାରିନାହାନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା। ପୁର୍ବରୁ ରଦ୍ଦ ହୋଇଥିବା ନୂଆପଡ଼ାର କୋମନା-୨ ଜୋନରେ ଜିଲ୍ଳା ପରିଷଦ ପାଇଁ ଆଜି ନିର୍ବାଚନ ହୋଇଥିଲା। ଏହି ନିର୍ବାଚନକୁ ବିଜେପି ରାଜ୍ୟ ...

Read More »

ଭୋଟ ଦେଇ ଜାଣୁନଥିବା ସାଂସଦ ଓ ବିଧାୟକ କେତେ ଯୋଗ୍ୟ

vote

ଭୁବନେଶ୍ୱର,(ନିପ୍ର): ସାଧାରଣ ଜନତାଙ୍କ ଲକ୍ଷାଧିକଭୋଟ ପାଇ ବିଧାନ ସଭା ଓ ସଂସଦଙ୍କୁ ନିର୍ବାଚିତ ହୋଇଥିବା ୭୭ଜଣ ନେତାମାନେ ଅଯୋଗ୍ୟ ବୋଲି ନିଜେ ପ୍ରମାଣିତ କରିଛନ୍ତି। ଏହି ଅଯୋଗ୍ୟ ପ୍ରମାଣ ଦେଇଥିବା ନେତାମାନଙ୍କ ମଧ୍ୟରେ ୨୧ଜଣ ସାଂସଦ ଥିବାବେଳେ ୫୬ଜଣ ବିଧାୟକ ଅଛନ୍ତି। ସାଂସଦମାନେ କେଉଁ ରାଜ୍ୟର ବୋଲି ଜଣାପଡ଼ିନଥିବାବେଳେ ବିଧାୟକମାନଙ୍କ ମଧ୍ୟରୁ ସବୁଠାରୁ ରାଜନୈତିକ ସଚେତନ ରାଜ୍ୟ ପଶ୍ଚିମ ବଙ୍ଗର ସର୍ବାଧିକ ୧୦ଜଣ ବିଧାୟକ ଥିବାବେଳେ ଦେଶର ରାଜଧାନୀ ଦିଲ୍ଲୀ ...

Read More »

ରାଜ୍ୟର ଏକମାତ୍ର ସରକାରୀ କର୍କଟ ଚିକିତ୍ସା କେନ୍ଦ୍ରର ସ୍ଥିତି ସାଘାଂତିକ : ବିଜେପି

ahrcc

ଭୂବନେଶ୍ୱର,(ଓଟି): କଟକସ୍ଥିତ ରାଜ୍ୟର ଏକ ମାତ୍ର ସରକାରୀ କର୍କଟ ଚିକିତ୍ସା କେନ୍ଦ୍ର ଆଚାଯ୍ର୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ଉପରେ ରାଜ୍ୟବାସୀ ନିର୍ଭରଶୀଳ। ମାତ୍ର ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତା ପାଇଁ ଏହି ଚିକିତ୍ସା କେନ୍ଦ୍ରଟି ବର୍ତ୍ତମାନ ଅବହେଳିତ ହୋଇପଡିଛି। କର୍କଟ ରୋଗୀମାନେ ଏହି ଚିକିତ୍ସା କେନ୍ଦ୍ରରେ ପାଉଥିବା ରେଡିଓଥେରାଫି ଚିକିସିାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏତଦ‌୍‍ ବ୍ୟତୀତ ରେଡିଓଥେରାପିର ଡାକ୍ତର ଶିକ୍ଷା ମଧ୍ୟ ସନ୍ଦେହ ...

Read More »

ବେପାରୀଙ୍କ ହାତକୁ ଯିବ ଲିଙ୍ଗରାଜଙ୍କ ଜମି : ନବୀନ ନିବାସ ପଛରେ ଏକରକୁ କୋଟିଏ ଟଙ୍କାରେ ଦେବାକୁ ମସୁଧା

secretariate

ଭୁବନେଶ୍ୱର,(ଓଟି): ନବୀନ ନିବାସ ପଛ ପଟେ ଥିବା ମହାପ୍ରଭୁ ଲିଙ୍ଗରାଜଙ୍କର ପ୍ରାୟ ୩ ଏକର ଜମିକୁ ଗୋଟିଏ ବ୍ୟବସାୟିକ ସଂସ୍ଥା ହାତରେ ଶାଗମାଛ ଦରରେ ଟେକିଦେବାପାଇଁ ଚାଲିଛି ମସୁଧା। ସଚିବାଳୟରେ ଏହି ଜମି ହସ୍ତାନ୍ତର ପାଇଁ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହେବାପରେ ଖୁବ‍୍‌ଶୀଘ୍ର ସରକାରୀ ଦର (ବେଞ୍ଚ ଭ୍ୟାଲ୍ୟୁ) ରେ ଏହି ଜମି ପ୍ରଦାନ କରାଯିବବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀର ସମ୍ଭ୍ରାନ୍ତ ଅଞ୍ଚଳ କୁହାଯାଉଥିବା ନବୀନ ...

Read More »

ଦେଶର ୧୪ତମ ରାଷ୍ଟ୍ରପତି ଭାବେ କୋବିନ୍ଦ ନିର୍ବାଚିତ

ଭୁବନେଶ୍ୱର,(ଓଟି): ଦେଶର ୧୪ତମ ରାଷ୍ଟ୍ରପତି ଭାବେ ଏନଡ଼ିଏ ପ୍ରାର୍ଥୀ ରାମନାଥ କୋବିନ୍ଦ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ୟୁପିଏ ପ୍ରାର୍ଥୀ ମୈରା କୁମାରଙ୍କୁ ପରାସ୍ତ କରିଛନ୍ତି। ଏହି ନିର୍ବାଚନ ଫଳାଫଳ ଅନୁସାରେ କୋବିନ୍ଦ ୬୫.୬୫ ପ୍ରତିଶତ ସହିତ ୭,୦୨,୦୪୪ ଭୋଟ ପାଇଥିବାବେଳେ ମୈରା ୩୪.୩୫ ପ୍ରତିଶତ ସହିତ ୩,୬୭,୩୧୪ ଭୋଟ ପାଇଛନ୍ତି। ଗତ ରାଷ୍ଟ୍ରପତି ନିର୍ବାଚନରେ ପ୍ରଣବ ମୁଖାର୍ଜୀ ୭,୧୩,୭୬୩ ଭୋଟ ପାଇ ବିଜୟୀ ହୋଇଥିଲେ। ଗତ ୧୭ ...

Read More »

ବଦଳି ଗଲାଣି ମୁଖ୍ୟମନ୍ତ୍ରୀଙ୍କ ଶୈଳୀ

naveen

ଭୁବନେଶ୍ୱର,(ଓଟି): ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପ୍ରଥମେ ଶପଥ ଗ୍ରହଣ କରିଥିଲେ। କିନ୍ତୁ ୨୦୧୭ ମାର୍ଚ୍ଚ ୫ ତାରିଖ ପରେ ନବୀନଙ୍କର ପୁରୁଣା ଠାଣି, ଚଳଣି, ଉଚ୍ଚାରଣ ଏବଂ ଆଚରଣ ସବୁକିଛି ବଦଳିଗଲାଣି। ଆଗରୁ ସେ ଯାହାକିଛି ନିଷ୍ପତ୍ତି ନେଉଥିଲେ, ମତଦାତା ଆଖିବୁଜି ତାକୁ ସମର୍ଥନ କରୁଥିଲେ। ପେଟ୍ରୋଲ ପମ୍ପ ନବୀନଙ୍କ ରାଜନୈତିକ ଜୀବନରେ ବିଗତ ୧୭ବର୍ଷର ଚମକପ୍ରଦ ପ୍ରଭାବ ଦେଖିବାକୁ ମିଳିଛି। ...

Read More »

ଧାମରା ବତୀ ଘର ପାଇଁ ଜମି ନାହିଁ : ଫେରିଗଲା ଅନୁଦାନ!

lighthouse

ଭୁବନେଶ୍ୱର,(ମଧୁମିତା ନାୟକ): ଭଦ୍ରକ ଜିଲ୍ଲାର ଧାମରା ବନ୍ଦରରେ ବତୀଘର ପାଇଁ ଜମି ମିଳୁ ନଥିବାରୁ ପ୍ରାୟ ୨ କୋଟି ଟଙ୍କା ଫେରି ଯାଇଥିବା ଜଣାପଡ଼ିଛି। ଏଠାରେ ପ୍ରକାଶଥାଉ କି ବ୍ରିଟିଶ ସରକାରଙ୍କ ଅମଳରେ ୧୯୨୮ ମସିହାରେ ଚାନ୍ଦବାଲିଠାରେ ନୌବାଣିଜ୍ୟ କେନ୍ଦ୍ର ସ୍ଥାପନ ହୋଇଥିଲା। ସେ ସମୟରେ ରେଙ୍ଗୁନ, ଜାଭା, ସୁମାତ୍ରା, କଲିକତା ଆଦି ସ୍ଥାନରୁ ଜାହାଜମାନ ଆସି ଚାନ୍ଦବାଲି ଠାରେ ପହଞ୍ଚୁଥିଲା। ଜାହାଜମାନଙ୍କର ଦିଗ ନିର୍ଣ୍ଣୟ କରିବା ପାଇଁ ଧାମରା ...

Read More »