କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
Breaking News

ଗୃହରେ ଉଠିଲା ଚାଷୀଙ୍କ କଥା: କୃଷିମନ୍ତ୍ରୀଙ୍କ ଉତ୍ତରରେ ବିଜେପି ସଭ୍ୟଙ୍କ ଅସନ୍ତୋଷ; କକ୍ଷ ତ୍ୟାଗ

ଭୁବନେଶ୍ୱର,(ଓଟି): ମୁଁ ଚାଷୀ ଘରୁ ଆସିଛି । ଚାଷୀଙ୍କ ଦୁଃଖ କଣ ତାହା ଜାଣିଛି । ସେମାନଙ୍କ ଦୁଃଖ ଦୂର କରିବା ପାଇଁ ଯଥାସାଧ୍ୟ ଉଦ୍ୟମ କରୁଛି ବୋଲି କୃଷି ମନ୍ତ୍ରୀ ଦାମୋଦର ରାଉତ ପ୍ରକାଶ କରିଛନ୍ତି । ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ଦେବାକୁ ଗୃହରେ ନିଆଯାଇଥିବା ପ୍ରସ୍ତାବ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ଲାଗି ବିଧାନସଭା ଗୃହ କମିଟି ୨ ଥର ...

Read More »

ଓଡିଶା କଂଗ୍ରେସ ସଂଗଠନ ନବକଳେବରକୁ ପୁଣି ଝୁଲାଇଲେ ରାହୁଳ

ନିରଞ୍ଜନକୁ ନେଇ ମନସ୍ଥିର କରିପାରୁନାହାନ୍ତି ଗାନ୍ଧି ପରିବାର ଭକ୍ତଙ୍କ ପାଇଁ ଶ୍ରୀକାନ୍ତଙ୍କ ଓକିଲାତି ୩ଜଣ ଉପ-ସଭାପତି ପଦକୁ ନିରଞ୍ଜନଙ୍କ ନାପସନ୍ଦ ଭୁବନେଶ୍ୱର,(ଓଟି): ରାଜ୍ୟ କଂଗ୍ରେସର ନବକଳେବର ନେଇ ରାଜ୍ୟର ନେତାମାନେ ଅତ୍ୟନ୍ତ ବ୍ୟଗ୍ର ଥିଲେ ହେଁ ଦଳର ହାଇକମାଣ୍ଡ ତଥା ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଏହାକୁ ପୁଣି ଝୁଲାଇ ରଖିଛନ୍ତି । ଫଳରେ ଓଡିଶାରେ କଂଗ୍ରେସର ସ୍ଥିତି ସୁଦୃଢ ହେଉ, ଏ କଥା ରାହୁଲ ଚାହୁଁ ନାହାଁନ୍ତି ବୋଲି କର୍ମୀ ...

Read More »

ସୁବଳଙ୍କ ପୁଅ ସୁମିତଙ୍କୁ ବିଜେଡିକୁ ଆଣିବା ଦାୟିତ୍ୱରେ ନିରଞ୍ଜନ-ପଦ୍ମନାଭ-ସୁଶାନ୍ତ 

ଭୁବନେଶ୍ୱର,(ଓଟି): ରାଜ୍ୟରେ ବର୍ତ୍ତମାନ ବିଜେଡି-ବିଜେପି ମଧ୍ୟରେ ଜୋରଦାର ରାଜନୈତିକ ଛକାପପ୍ତା ଆରମ୍ଭ ହୋଇଯାଇଛି । ଏଭଳି ସମୟରେ ବିଜେପୁର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଅକାଳ ମୃତ୍ୟୁ ଶାସକ ବିଜେଡିକୁ ସବୁଠାରୁ ଅଧିକ ଅଡୁଆରେ ପକାଇଛି । ନିକଟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିଜେପି ବରଗଡ ଜିଲ୍ଳାରେ ବପୁଳ ବିଜୟ ହାସଲ କରି ଶାସକ ବିଜେଡିକୁ ପଛରେ ପକାଇ ଦେଇଛି । ଫଳରେ ବିଜେପୁର ଉପ ନିର୍ବାଚନରେ ଶାସକ ...

Read More »

ଚାଷରୁ ଆୟ ଓଡ଼ିଶାରେ ସବୁଠାରୁ କମ‌୍‍ କାହିଁକି?

ପ୍ରହଲାଦ କୁମାର ସିଂହ ଦଶ ବର୍ଷରେ ଓଡ଼ିଶାର ଚାଷୀ ପରିବାରଙ୍କ ଆୟ ଦୁଇଗୁଣ ବଢ଼ିଛି ଏବଂ ଆଉ ୧୦ ବର୍ଷ ଭିତରେ ଏହା ପୁଣି ଦୁଇଗୁଣ ବଢ଼ିବ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଙ୍ଗୁଆଳମାନେ କହୁଛନ୍ତି। ବାସ୍ତବରେ କିନ୍ତୁ ଓଡ଼ିଶାରେ ଚାଷୀ ପରିବାରର ନିରୋଳା ଚାଷରୁ ଆୟ ଏବେ ସମଗ୍ର ଦେଶରେ ସବୁଠାରୁ କମ‌୍‍। ରାଜ୍ୟ ସରକାର କୃଷି ବିଭାଗର ନାମ ବଦଳାଇ କରିଛନ୍ତି କୃଷି ଓ ...

Read More »

ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରେ ଝାଡ଼ଖଣ୍ଡର ୧୮ ପ୍ରକଳ୍ପ

  ଶିଳାନ୍ୟାସ ସତ୍ତ୍ୱେ ୪ ବର୍ଷ ଧରି ନିର୍ମାଣ ହୋଇପାରୁନି ରାଉରକେଲା ବ୍ୟାରେଜ‌୍‍ ଭୁବନେଶ୍ୱର,(ଓଟି): ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀର ଦୁଇ ଉପନଦୀ ଶଙ୍ଖ ଓ କୋଏଲ‌୍‍ ଉପରେ ଝାଡ଼ଖଣ୍ଡରେ ୧୨ଟି ଡ୍ୟାମ‌୍‍ ଓ ବ୍ୟାରେଜ‌୍‍ ନିର୍ମିତ ହୋଇସାରିଥିବା ବେଳେ ଆଉ ୬ଟିର ନିର୍ମାଣ କାର୍ଯ୍ୟ ଚାଲୁଛି। ତେବେ ରାଉରକେଲା ନିକଟବର୍ତ୍ତୀ ବୈକୁଣ୍ଠ ଘାଟଠାରେ କୋଏଲ‌୍‍ ନଦୀରେ ଏକ ବ୍ୟାରେଜ‌୍‍ ଓ ସେତୁ ପ୍ରକଳ୍ପ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ...

Read More »

ମନ୍ତ୍ରୀ ଓ ନେତାଙ୍କୁ ୧୫ଟି ଅଣ୍ଡାମାଡ଼ ଘଟଣାରେ ୮୯ ଗିରଫ

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉପରକୁ ଅଣ୍ଡାମାଡ଼ ଘଟଣାରେ ଏ ପର୍ଯ୍ୟନ୍ତ ଜଣେ ହେଲେ ଗିରଫ ହୋଇନାହାନ୍ତି ଭୁବନେଶ୍ୱର,(ଓଟି): ତିନିବର୍ଷ ମଧ୍ୟରେ ଓଡ଼ିଶାରେ ଅନ୍ୟୁନ ୧୬ଟି ସ୍ଥାନରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ନେତାମାନଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ତଥା ଆକ୍ରମଣ ହୋଇଛି। ଏଥିରୁ ତିନିଟି ଘଟଣା ବିଜେପିର ମନ୍ତ୍ରୀ ଓ ନେତାଙ୍କ ଉପରେ ହୋଇଥିବା ବେଳେ ଅବଶିଷ୍ଟ ୧୩ଟି ହୋଇଛି ବିଜେଡି ନେତାଙ୍କ ଉପରେ। ୧୫ଟି ଅଣ୍ଡାମାଡ଼ ଓ ...

Read More »

ମୁଖ୍ୟମନ୍ତ୍ରୀଙ୍କ ପ୍ରଶାସନିକ ଦକ୍ଷତା ଫେଲ ମାରିଛି : ବିଜେପି

ଭୁୁବନେଶ୍ୱର,(ଓଟି): ଗ କାଲି ଭୁବନେଶ୍ୱର ବମିଖାଲ ଫ୍ଲାଇ ଓଭର ବ୍ରିଜ ଭୁଷୁଡିବା ମାମଲାକୁ ରାଜ୍ୟରେ ସିରିଜ ପୋଲ ଭୁଶୁଡିବାର ସଦ୍ୟତମ ଘଟଣା। ବମିଖାଲ ପୋଲ ଭୁଷୁଡିବା ଓ ସାଧାରଣ ଲୋକ ମୃତାହତ ହେବା ପୂର୍ବରୁ ବାଙ୍କୀ – ଆଠଗଡର ସଂଯୋଗ ପାଇଁ ଜାତମୁଣ୍ଡିଆ ପୋଲ ଅଗଷ୍ଟ ୨୦୧୪ରେ ଭୁଷୁଡି ପଡିବା ସମୟରେ ୧୫ ଜଣ ବ୍ୟକ୍ତି ଆହତ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ନିଲମ୍ୱିତ ହୋଇଥିବା ଆସିଷ୍ଟାଣ୍ଟ ଇଂଜିନିୟର ଓ ଜେଇ ...

Read More »

ସାହୁକାର ଓ ଅଫିସରଙ୍କ ଶୋଷଣର ଶିକାର ହୋଇ ଆମ୍ୱ ଟାକୁଆ ଖାଉଛନ୍ତି କୁଟିଆ କନ୍ଧ

ଭୁବନେଶ୍ୱର,(ଓଟି): ରାଜ୍ୟର ଆଦିମ ଆଦିବାସୀମାନଙ୍କ ପାଇଁ କେନ୍ଦ୍ର ସରକାର ଦେଉଥିବା ସ୍ୱତନ୍ତ୍ର ଅନୁଦାନ ରାଜ୍ୟ ସରକାର ଖର୍ଚ୍ଚ କରିନପାରି ଫେରାଇ ଦେଉଛନ୍ତି । କିନ୍ତୁ ରାଜ୍ୟର ଆଦିମ ଆଦିବାସୀ କନ୍ଧମାଳ ଜିଲ୍ଲାର କୁଟିଆ କନ୍ଧମାନେ ସାହୁକାରମାନଙ୍କର ଶୋଷଣର ଶିକାର ହୋଇ ଭୋକବିକଳରେ ଆମ୍ୱ ଟାକୁଆ ଓ କୋଇଲି ଜାଉ ଖାଇବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟର ୬୨ ପ୍ରକାରର ଆଦିବାସୀଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅଞ୍ଚଳରେ କୁଟିଆ କନ୍ଧମାନେ ...

Read More »

କ୍ରମାଗତ ପୋଲ ଭୁଶୁଡିବା କ୍ଷେତ୍ରରେ କେବେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧନା!

ବିଜେଡି ମୁଖପାତ୍ରମାନେ ସୂଚନା ଦେବେ କି! ପୂର୍ତ୍ତ ସଚିବ ବିଜେଡି ପାଇଁ ଦଳୀୟ ପାଣ୍ଠି ସଂଗ୍ରହ କରୁନାହାନ୍ତି ତ? ଭୁବନେଶ୍ୱର,(ଓଟି): ରାଜ୍ୟର ପ୍ରତ୍ୟେକଟି ଘଟଣାରେ କିପରି ମଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦିଆଯାଇ ପ୍ରତ୍ୟେକ ଦିନ ବଡ ଗେଣ୍ଡୁମାଳରେ ସମ୍ୱର୍ଦ୍ଧିତ କରାଯିବ ସେଥିପାଇଁ ବିଜେଡି ନେତା, ମୁଖପାତ୍ର ଓ ସରକାରୀ କର୍ମଚାରୀମାନେ ତତ୍ପର ହୋଇପଡନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତରେ ଥିବା ପୂର୍ତ୍ତ ବିଭାଗରେ ବିଗତ ଏକ ବର୍ଷ ମଧ୍ୟରେ ୪ଟି ...

Read More »

ଏୟାରପୋର୍ଟରେ କଡ଼ାକଡ଼ି ହେବ ବନ୍ୟଜନ୍ତୁ ସାମଗ୍ରୀର ଯାଞ୍ଚ‌୍‍

ଅନଲାଇନ‌୍‍ କାରବାର ନେଇ ସତର୍କ ରହିବାକୁ ପୁଲିସକୁ ଡବ୍ଲ୍ୟୁସିସିବିର ପରାମର୍ଶ ଭୁବନେଶ୍ୱର,(ଓଟି): ରାଜ୍ୟରେ ହେଉଥିବା ବେଆଇନ‌୍‍ ବନ୍ୟଜନ୍ତୁ ସାମଗ୍ରୀର ଚୋରା ଚାଲାଣ ରୋକିବା ନେଇ ପଦକ୍ଷେପ ନେବାକୁ ୱାଇଲ୍ଡ ଲାଇଫ‌୍‍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଲ୍ୟୁସିସିବି) ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି। କେନ୍ଦ୍ର ସରକାରଙ୍କ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରାଳୟ ଅଧିନରେ ଥିବା ଏହି ସଂସ୍ଥା ଖାସକରି ଏଗୁଡ଼ିକର ଅନଲାଇନ‌୍‍ ବିକ୍ରି ଏବଂ ବିମାନବନ୍ଦରଗୁଡ଼ିକରେ ସୁରକ୍ଷା ଯାଞ୍ଚ‌୍‍ କଡ଼ାକଡ଼ି କରିବା ...

Read More »

ସୁବଳ ସାହୁଙ୍କ ପତ୍ନୀ ଭରସାରେ ବିଜେଡି!

ଦାମଙ୍କ ତେରଛା ବାଣ: ଅନୁକମ୍ପା ଭୋଟ ମିଳିବ କି ନାହିଁ କହିପାରିବି ନାହିଁ ଭୁବନେଶ୍ୱର,(ଓଟି): ରାଜ୍ୟରେ ଆଗାମୀ ଦିନରେ କ୍ଷମତା ହାସଲ ପାଇଁ ବିଜେପି ରଣ ହୁଂକାର ଦେବାରେ ଲାଗିଛି । ଅପର ପକ୍ଷରେ ରାଜ୍ୟର ନବୀନ ପଟ୍ଟନାୟକଙ୍କ ସରକାର ଲୋକାଭିମୁଖୀ ଓ ମତଦାତାଙ୍କ ପାଖରେ ଲୋକମାନଙ୍କର ଏବେ ବି ଅତୁଟ ରହିଛି ବୋଲି ପ୍ରମାଣିତ କରିବା ପାଇଁ ବିଜେଡି ସବୁ ପ୍ରକାରର ସମ୍ଭାବନାକୁ ପରଖିବାରେ ଲାଗିଛି । ଏପରିକି ...

Read More »

ବିଜେପି କର୍ମୀଙ୍କୁ ଅଧିକ ଉତ୍ସାହିତ କରୁଛି ବିଜେଡି!

ଭୁୁବନେଶ୍ୱର,(ଓଟି): ବିଗତ ତିନି ଦିନ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ବକ୍ତବ୍ୟକୁ ନେଇ ଶାସକ ବିଜେଡି ପକ୍ଷରୁ ଅପରିପକ୍ୱ ଭାବରେ ବିରୋଧ ପ୍ରଦର୍ଶନ କରାଯାଇଛି । ଏହାଦ୍ୱାରା ବିଜେପି ନେତା ଓ କର୍ମୀମାନେ ନିରୁତ୍ସାହିତ ହେବା ପରିବର୍ତେ ଅଧିକ ମାତ୍ରାରେ ଉତ୍ସାହିତ ହୋଇଥିବା ପରିଲକ୍ଷିତ ହୋଇଛି । ଅମିତ୍ ଶାହା ରାଜ୍ୟ ବିଜେପି ସଂଗଠନକୁ ନେଇ ଯେଉଁଭଳି ଢଙ୍ଗରେ ଆଗକୁ ବଢିବାରେ ଲାଗିଛନ୍ତି, ତାହା ବିଜେଡି ନେତାମାନଙ୍କୁ ...

Read More »

ରାଜ୍ୟରେ ୩୬୯୦୩ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଘର ନାହିଁ

ଭୁବନେଶ୍ୱର,(ଓଟି): ରାଜ୍ୟରେ ଶିଶୁ ଓ ମହିଳାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ଅଙ୍ଗନୱାଡି ଯୋଜନା ଚାଲୁରହିଛି । କିନ୍ତୁ ରାଜ୍ୟରେ ଥିବା ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ନିଜସ୍ୱ ଘର ନାହିଁ । ଫଳରେ ଅଙ୍ଗନୱାଡି କର୍ମୀ ନିଜର ଚାକିରି ବଞ୍ଚାଇବା ପାଇଁ ଭଙ୍ଗା ଘରେ କେନ୍ଦ୍ର ଚଳାଉଛନ୍ତି । ଖାଦ୍ୟ ଆଶାରେ ଏହି ଭଙ୍ଗା ଅଙ୍ଗନୱାଡି କେନ୍ଦ୍ରକୁ ଆସି କୋମଳମତି ଶିଶୁମାନେ ମୃତ୍ୟୁମୁଖରେ ପଡୁଛନ୍ତି । ଏଭଳି ଘଟଣା ପାଞ୍ଚବର୍ଷ ...

Read More »

ସ୍ୱାଇନ‍୍‌ ଫ୍ଲୁ: ମାସକରେ ୪୫ମୃତ-ଆଉ କେତେ ମଲେ ସରକାର ଚେତିବେ?

ଭୁୁବନେଶ୍ୱର,(ଓଟି): ରାଜ୍ୟରେ ସ୍ୱାଇନ ଫ୍ଲୁ ଆତଙ୍କ ତାର କାୟା ମେଲିବାରେ ଲାଗିଛି । ସ୍ୱାଇନ ଫ୍ଲୁର ମୁକାବିଲ୍ଲା କରିବା ପାଇଁ ସରକାର ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବରସୀଙ୍କୁ କେବଳ ପ୍ରତିଦିନ ଗଣମାଧ୍ୟମରେ ବିବୃତି ଦିଆଚାଲିଛି । କିନ୍ତୁ ସ୍ୱାଇନ ଫ୍ଲୁ ରୋଗୀ ଓ ମୃତ୍ୟୁ ସଂଖ୍ୟାରେ ରୋକ ଲାଗିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ରାଜ୍ୟରେ ସ୍ୱାଇନ ଫ୍ଲୁ ଆତଙ୍କ ମାସକ ତଳେ ଆରମ୍ଭ ହୋଇଥିଲେ ହେଁ ...

Read More »

ଜୋର ଧରିଲା ବିଜେପି-ବିଜେଡି ବିତର୍କ ରାଜନୀତି

ବିଜେଡି ସହ ଖୋଲା ବିତର୍କ ପାଇଁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ : ବିଜେପି ବିତର୍କରେ ଯଦି ପ୍ରଧାନମନ୍ତ୍ରୀ ବସିବେ, ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସିବେ:ବିଜେଡି    ଭୁବନେଶ୍ୱର,(ଓଟି): ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡିଶା ପ୍ରଦେଶରେ ବିକାଶ ହେଉ ନାହିଁ। ବିକାଶ ବାଟବଣା ହେବା ସହ ଭୀଷଣ ଭ୍ରଷ୍ଟାଚାର ବାଧକ ସାଜିଛି। ରାଜ୍ୟକୁ ଆସୁଥିବା କେନ୍ଦ୍ରୀୟ ସହାୟତା ଏବଂ ଅନୁଦାନର ବିନିଯୋଗ ବିକାଶ ପାଇଁ ହେଉନାହିଁ। ରାଜ୍ୟବାସୀଙ୍କ ବୃହତ ...

Read More »

ରାଜ୍ୟରେ ପ୍ରତିବର୍ଷ କ୍ୟାନ‍୍‌ସର ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ଭୁବନେଶ୍ୱର,(ଓଟି): ଓଡିଶା ଭଳି ଗରିବ ରାଜ୍ୟରେ ପ୍ରତିବର୍ଷ କ୍ୟାନ‍୍‌ସର ରୋଗୀଙ୍କ ସଂଖ୍ୟା ସହିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ଏକମାତ୍ର ସରକାରୀ ଅନୁଷ୍ଠାନ ଥିବାବେଳେ ହାତଗଣତି ଘରୋଇ ଚିକିତ୍ସାଳୟ ରହିଛି । ଫଳରେ କ୍ୟାନ‍୍‌ସର ରୋଗୀମାନେ ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରିବାକୁ ବାଧ୍ୟ ହେଉଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା ଗତ ଅଗଷ୍ଟ ମାସ ୧ତାରିଖରେ ...

Read More »

ବିଦ୍ୟୁତ‌୍‍ କମ୍ପାନୀଙ୍କ ଉପରେ ସରକାରୀ ଋଣ ବାକି ପଡ଼ିଛି ୫୮୦୫ କୋଟି ଟଙ୍କା

ଭୁବନେଶ୍ୱର,(ଓଟି): ବିଦ୍ୟୁତ‌୍‍ ବ୍ୟବସ୍ଥାରେ ସଂସ୍କାର ସହିତ ବିଦ୍ୟୁତ‌୍‍ ପରିବହନଜନିତ କ୍ଷତି ହ୍ରାସ ଓ ବିତରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଗ୍ରୀଡ‌୍‍କୋ ଓ ୪ଟି ବିଦ୍ୟୁତ‌୍‍ ବିତରଣକାରୀ ସଂସ୍ଥାଙ୍କୁ ଯେତେ ଋଣ ଯୋଗାଇଛନ୍ତି ସମୂଳ ସୁଧରେ ତାହାର ପରିମାଣ ୫୮୦୫ କୋଟି ଟଙ୍କାରୁ ଅଧିକ ହେଲାଣି। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଦେଇଥିବା ବିସ୍ତୃତ ହିସାବରୁ ...

Read More »
   Update :