କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
Breaking News

ବିଜେଡ଼ି ପରେ ବିଜେପିରେ ବିଭୀଷଣ

bjp

ଭୁବନେଶ୍ୱର,(ଓଟି): ବିଜେଡ଼ିରେ ଗୃହ ଭେଦି ବିଭୀଷଣ ଅଛନ୍ତି ବୋଲି ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ ଡ଼ା. ଦାମୋଦର ବାରମ୍ୱାର ଅଭିଯୋଗ କରି ଆସୁଥିଲେ। ଏହି ବିଭୀଷଣମାନେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଲୁଚାଛପା ବୈଠକ କରି ବିଜେଡ଼ି ବିରୋଧି କାର୍ଯ୍ୟକଳାପରେ ଲିପ୍ତ ଥିଲେ ବୋଲି ସେ ମତ ଦେଉଥିଲେ। ଡ଼ା. ରାଉତଙ୍କ କଥାକୁ ଗୁରୁତ୍ୱ ଦେଇ ବିଜେଡ଼ି ପକ୍ଷରୁ ଧର୍ମେନ୍ଦ୍ରଙ୍କ ଟିମରେ ଜଣେ ବିଭୀଷଣକୁ ଠାବ କରିଛନ୍ତି। ...

Read More »

ବିଜେପି ପାଇଁ ଖୁସି ଖବର; ପ୍ରଧାନମନ୍ତ୍ରୀ ପୁଣି ଓଡିଶା ଆସିବେ

modi

ଭୁବନେଶ୍ୱର, (ଓଟି): ଓଡିଶା ବିଜେପିର ସଂଗଠନ କଥା ବୁଝୁଥିବା ନେତା ଓ କର୍ମୀମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ‍୍‌ ଶୀଘ୍ର ଓଡିଶା ଆସୁଛନ୍ତି। ସମ୍ଭବତଃ ସେ ଜୁଲାଇ ଶେଷ ସପ୍ତାହ କିମ୍ୱା ଅଗଷ୍ଟ ପ୍ରଥମ ସପ୍ତାହରେ ଆସି ପାରନ୍ତି ବୋଲି ଜଣାପଡ଼ିଛି। ବିଜେପିର ରାଷ୍ଟ୍ରୀୟ ସ୍ତରର ନେତାମାନେ ଓଡ଼ିଶାରେ କିପରି କ୍ଷମତାକୁ ଆସିବେ ସେଥିପାଇଁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏଥିପାଇଁ ...

Read More »

ଜଗନ୍ନାଥ ହେଉଛନ୍ତି ସମ୍ପତ୍ତି: ଘରୋଇ ଟିଭି ଚ୍ୟାନେଲ‍୍‌ ଲାଭବାନ-ପ୍ରଶାସନ ଭକୁଆ

rath-yatra-live

ଶ୍ରୀମନ୍ଦିର ପ୍ରଶାସନ ଚାହିଁଲେ ଏହି ପ୍ରସାରଣ ଅଧିକାରକୁ ନିଜ ନିୟନ୍ତ୍ରଣରେ ରଖିପାରନ୍ତା। କେବଳ ନ୍ୟୁଜ୍‌ ସଂଗ୍ରହ ପାଇଁ ଅନୁମତି ଦେଇ ସିଧାପ୍ରସାରଣ ଦାୟିତ୍ୱକୁ ନିଜ ତୁଲାଇପାରନ୍ତା। ଦୂରଦର୍ଶନ ବା ଅନ୍ୟ କୌଣସି ସଂସ୍ଥା ସହ ମିଶି ପ୍ରଶାସନ ମଧ୍ୟ ଟିଭି ଚ୍ୟାନେଲ‍୍‌ଗୁଡ଼ିକୁ ଲାଇଭ ଭିଡିଓ ଫୁଟେଜ୍‌ ବିକ୍ରି କରି ଅତି କମ‍୍‌ରେ ୧ କୋଟି ଟଙ୍କା ଅର୍ଜନ କରିପାରନ୍ତା। ଯେଉଁ ଶ୍ରୀମନ୍ଦିରର ବଜେଟ‍୍‌ ଦିନକୁ ଦିନ ବଢ଼ୁଛି ଆଉ ସୀମିତ ...

Read More »

ରଥଯାତ୍ରାର ନଥି (୩): ଅର୍ଦ୍ଧରାତ୍ରରେ ପହଣ୍ଡି

ଇଂରେଜ ଶାସନ ସମୟରେ ଜେମ‍୍‌ ଫଗୁର୍ସନ‍୍‌ (୧୮୦୮-୧୮୭୬)ଙ୍କ ଦ୍ୱାରା ଅଙ୍କାଯାଇଥିବା ଏକ ଚିତ୍ର

ରଥାଯାତ୍ରା ଦିନ ପହଣ୍ଡିକୁ ନେଇ ଅନେକ ସମୟରେ ବିବାଦ ସୃଷ୍ଟି ହୁଏ। କେତେବେଳେ ଦଇତାଙ୍କ ଦାବିକୁ ଶୁଣିବାରେ ସରକାର ଅମଙ୍ଗ ହେବାରୁ ନୀତି ବିଳମ୍ୱ ହୁଏ ଆଉ କେତେବେଳେ ରଥ ତିଆରି କାର୍ଯ୍ୟରେ ବିଳମ୍ୱ ତଥା ପ୍ରଶାସନିକ କାରଣରୁ ଅହେତୁକ ବିଳମ୍ୱ ହୁଏ। ହେଲେ ୧୮୭୭ ରଥଯାତ୍ରାରେ ଯେଉଁଭଳି ଭାବେ ବିଳମ୍ୱ ହୋଇଥିଲା ତାହା ପୂର୍ବରୁ ପ୍ରାୟ କେବେ ହୋଇ ନଥିଲା। ପହଣ୍ଡି ସରୁ ସରୁ ରାତି ଅଧ ହୋଇଥିଲା। ...

Read More »

ଜମି ପାଇଁ ଅଟକିଛି ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳପଥ

rail-track

ଜୟପୁର,(ଓଟି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ ପ୍ରତିକ୍ଷିତ ଜୟପୁର- ମାଲକାନଗିରି ଏବଂ ଜୟପୁର- ନବରଙ୍ଗପୁର ରେଳପଥ ନିର୍ମାଣ କାର୍ଯ୍ୟ ଜମି ପାଇଁ ଅଟକିଛି। କେବିକେ ଅଞ୍ଚଳର ଏହି ଦୁଇ ପ୍ରମୁଖ ଭାଗକୁ କେନ୍ଦ୍ର ସରକାର ରେଳ ପଥ ଦ୍ୱାରା ଯୋଡି ଉନ୍ନତିର କଥା ଚିନ୍ତା କରୁଥିଲେ ବି ଜମି ପାଇଁ ପ୍ରକଳ୍ପ ଅଟକିଛି। ଦୀର୍ଘ ବର୍ଷ ହେବ ଏହି ଦୁଇ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବାରମ୍ୱାର ଦାବି ...

Read More »

ଅମୃତ ଯୋଜନା ଅନ୍ତଭୁର୍କ୍ତ ସହରମାନଙ୍କ ପାଇଁ ୫୩ ଟି ନୂଆ ପ୍ରକଳ୍ପ ମଞ୍ଜୁର

amrut-logo

– ଜଳ ଯୋଗାଣ ଓ ନର୍ଦମା ପରିଚାଳନା ପ୍ରକଳ୍ପ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ – ସହରାଞ୍ଚଳ ସଂସ୍କାର କାର୍ଯ୍ୟାନ୍ୱୟନରେ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟର ମାନ୍ୟତା ଭୁବନେଶ୍ୱର,(ଓଟି): ଅମୃତ ଯୋଜନା ଅନ୍ତଭୁର୍କ୍ତ ସହର ମାନଙ୍କରେ ଭତିଭୂମିର ବିକାଶ ନିମନ୍ତେ ପ୍ରାୟ ୫୩୮ କୋଟି ଟଙ୍କାର ୫୩ ଟି ନୂଆ ପ୍ରକଳ୍ପ ପ୍ରସ୍ତାବ ଅନୁମୋଦିତ ହୋଇଛି । ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ...

Read More »

ନବୀନଙ୍କ ନିଷ୍ପତ୍ତିକୁ ଜିଲ୍ଳା ନେତାଙ୍କ ଚ୍ୟାଲେଞ୍ଜ

Naveen-BJD-Biju

ପ୍ରବୀଣଙ୍କ ନେତୃତ୍ୱରେ ଆଗାମୀ ବିଧାନସଭା ନିର୍ବାଚନରେ ବିଜେଡ଼ି ସଫଳତା ହାସଲ କରିବା ସମ୍ଭବପର ନୁହେଁ: ଲକ୍ଷ୍ମଣ ଟୁଡୁ ବାରିପଦା,(ଓଟି): ନିକଟରେ ସଦ୍ୟ ସମାପ୍ତ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡ଼ି ଜିଲ୍ଲାରୁ ମୂଳପୋଛ ହେବାପରେ ଗତକାଲି ମୟୂରଭଞ୍ଜ ଜିଲ୍ଲା ବିଜେଡ଼ିର ନୂତନ ସଭାପତି ଭାବେ ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କୁ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି । କ୍ରମାଗତ ଦୁଇଥର ଜିଲ୍ଲା ସଭାପତି ଥିବା ପୂର୍ବତନ ...

Read More »

କେନ୍ଦ୍ର ବିରୋଧରେ ବିଜେଡ଼ିକୁ ମିଳିଗଲା ‘ଧାନ’ ପ୍ରସଙ୍ଗ

paddy_4

ଭୁବନେଶ୍ୱର, (ଓଟି): ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ରାମନାତ କେବିନ୍ଦଙ୍କୁ ଆଖିବୁଜା ସମର୍ଥନ ଘୋଷଣା କରି ବିଜେଡ଼ି ମୁଖିଆ ଚାରିଆଡୁ ସମାଲୋଚିତ ହେଉଛନ୍ତି। ବିରୋଧି କଂଗ୍ରେସ ସମେତ ନିଜ ଦଳର ବରିଷ୍ଠ ନେତାମାନେ ଏ ପ୍ରସଙ୍ଗ ଉଠାଇ ବିଜେଡ଼ିର ବିଜେପି ସହିତ ଭିତିରି ସମ୍ପର୍କ ରହିଛି ବୋଲି ସମାଲୋଚନା କରୁଛନ୍ତି। ଠିକ୍ ଏତିକି ବେଳେ ଘର ପୋଡିରୁ କୁଟା ଖିଅ ମିଳିଲା ଭଳି ଏବେ କେନ୍ଦ୍ର ସରକାରଙ୍କ ବିରୋଧରେ ଲୋକ ଦେଖାଣିଆ ...

Read More »

ପୁଣି ଟାଟା ହାତକୁ ଯିବ ଏୟାର ଇଣ୍ଡିଆ

tata

ମୁମ୍ୱାଇ: ବଡ଼ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆକୁ ବିକ୍ରି କରିବା ପାଇଁ ସରକାର ବିଚାର ଚିନ୍ତା କରୁଥିଲା ବେଳେ ଟାଟା ଗ୍ରୁପ‍୍‌ ଏହି ବିମାନ ସଂସ୍ଥାକୁ କ୍ରୟ କରିବା ପାଇଁ ବିଚାର କରୁଛି। ଟାଟା ଗ୍ରୁପ‍୍‌ ସିଙ୍ଗାପୁର ଏୟାର ଲାଇନ୍ସର ମିଳିତ ସହଯୋଗରେ ଏହି ରାଷ୍ଟ୍ରାୟତ ବିମାନ କମ୍ପାନୀକୁ ନିଜ ଅଧିକାରକୁ ନେବାର ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ଜୋର ଧରିଛି। ଯଦି ଟାଟା ଏହି ଦିଗରେ ଆଗକୁ ବଢେ ଏବଂ ...

Read More »

ଋାଷ୍ଟ୍ରପତି ନିର୍ବାଚନ: ଦଳିତ ବନାମ ଦଳିତ

meerakovind

କୋବିନ୍ଦଙ୍କ ବିପକ୍ଷରେ ମୀରା କୁମାର ମିଳିତ ବିରୋଧୀ ଦଳ ପ୍ରାର୍ଥୀ ନୂଆଦିଲ୍ଲୀ:  ଦେଶର ଜଣାଶୁଣା ଦଳିତ ନେତା ବାବୁ ଜଗଜ୍ଜୀବନ ରାମଙ୍କ କନ୍ୟା, ପାଞ୍ଚ ଥର ପାର୍ଲାମେଣ୍ଟ ସଦସ୍ୟ ତଥା ଲୋକସଭାର ପୂର୍ବତନ ବାଚସ୍ପତି ମୀରା କୁମାରଙ୍କୁ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ  ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରିଛନ୍ତି। ମୀରାଙ୍କ ପ୍ରାର୍ଥୀତ୍ୱକୁ ଗୁରୁବାର ପାର୍ଲାମେଣ୍ଟ ଭବନରେ ବସିଥିବା ବିରୋଧୀ ଦଳଙ୍କ ବୈଠକରେ ସର୍ବସମ୍ମତ ଭାବେ ମୋହର ଦିଆଯାଇଛି। ଜୁଲାଇ ୧୭ ତାରିଖରେ ହେବାକୁ ...

Read More »

ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ

shayama

-ଭୁବନାନନ୍ଦ ତ୍ରିପାଠୀ ସ୍ୱାଧୀନ ଭାରତରେ ସ୍ୱରାଜ,ସ୍ୱଦେଶୀ ଓ ସ୍ୱ-ତନ୍ତ୍ରର ପ୍ରତିଷ୍ଠା ପାଇଁ ଯେଉଁଁ କେତେଜଣ ମହାମନିଷୀ ଆଜୀବନ ଅଭିଯାନ ଚଳାଇଥିଲେ ସେମାନଙ୍କ ଭିତରେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଅନ୍ୟତମ। ୧୯୦୧ ମସିହା ଜୁଲାଇ ୬ ତାରିଖରେ ତାଙ୍କର ଜନ୍ମ, ଏବଂ ୧୯୫୩ ମସିହା ଜୁନ‌୍‍ ୨୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ୫୨ ବର୍ଷର ସ୍ୱଳ୍ପକାଳୀନ ଆୟୁ ଭିତରେ ଡ. ଶ୍ୟାମାପ୍ର‌୍‍ସାଦ ସାରା ଦେଶପାଇଁ ଯେଉଁ ଦୁଃସାହାସିକ ପଥ ...

Read More »

ନବୀନ-ମୋଦି ଦିନରେ କୁସ୍ତି, ରାତିରେ ଦୋସ୍ତି: କଂଗ୍ରେସ

congress-logo

-ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଉ। -ଶିଳ୍ପପତିମାନଙ୍କୁ ହଜାର ହଜାର କୋଟି ଟଙ୍କା ଋଣ ଛାଡ କରୁଥିବା ମୋଦି ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୮୦ ଟଙ୍କା ବୃଦ୍ଧି କରିବା ଧର୍ମକୁ ଆଖିଠାର ସଦୃଶ। -ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନବୀନ କାଳବିଳମ୍ୱ ନକରି ସମର୍ଥନ ଜଣାଇବା ନବୀନ-ମୋଦି ଦୋସ୍ତିର ଜ୍ୱଳନ୍ତ ପ୍ରମାଣ। ଭୁବନେଶ୍ୱର,(ଓଟି): ମୋଦି ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମାତ୍ର ...

Read More »

କୃଷି ଋଣ ଛାଡ ଓ ବିନା ସୁଧରେ କୃଷି ଋଣ ପାଇଁ ଅଣ୍ଟା ଭିଡ଼ିଲା ବିଜେପି

bjp

-ମୁଖ୍ୟମନ୍ତ୍ରୀ କହୁଛନ୍ତି କୃଷି ଋଣ ଛାଡ ବିଚାରାଧୀନ, ମାତ୍ର କୃଷିମନ୍ତ୍ରୀ କୃଷି ଋଣ ଛାଡକୁ ବିରୋଧ କରୁଛନ୍ତି -ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ କର୍ଣାଟକ ଭଳି ରାଜ୍ୟମାନେ କୃଷି ଋଣ ଛାଡ ଘୋଷଣା କରି ସାରିଲେଣି -କୃଷିଋଣ ନ ଛାଡିବା ପାଇଁ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ବିଜେଡି ମୁଖପାତ୍ରମାନେ ସୂଚନା ଦେଲେଣି -କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଦାୟିତ୍ୱ ନେବ ଦଳ, ଦାୟିତ୍ୱ ନେବା ବଦଳରେ ବିଜେଡି କେବଳ ଦାୟିତ୍ୱହୀନ ...

Read More »

କଟକ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟକାରିଣୀ ବୈଠକରେ ତୁ ତୁ ମେଁ ମେଁ

bjd

ବୈଜୟନ୍ତଙ୍କୁ ଡକା ଯାଇଥିଲା, ହେଲେ ସେ ଆସିଲେନି – ପ୍ରତାପ ଜେନା ମିଛ କହୁଛନ୍ତି ମନ୍ତ୍ରୀ, କାର୍ଯ୍ୟକାରିଣୀ ବୈଠକକୁ ମୋତେ ଡକାଯାଇନି କି ଫୋନ‌୍‍ କରାଯାଇନି: ବୈଜୟନ୍ତ ଭୁବନେଶ୍ୱର ,(ଓଟି): କଟକ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତଙ୍କ ଯୋଗଦାନ ନ କରିବା ନେଇ କଟକ ଜିଲ୍ଲା ସଭାପତି ତଥା ମନ୍ତ୍ରୀ ପ୍ରତାପ ଜେନା ଓ ସାଂସଦ ବୈଜୟନ୍ତଙ୍କ ମଧ୍ୟରେ କଥାକଟା କଟି ଆରମ୍ଭ ...

Read More »

ହୀରାକୁଦ ଜଳଭଣ୍ଡାର ପୋତି ହେଲାଣି, ପଟୁମାଟି କାଡିବାକୁ ସରକାର ଅକ୍ଷମ

Hirakud_1430292305u30

୨୦୦୦ ମସିହା ସୁଦ୍ଧା ୨୨୪୫ ମିଲିୟନ କ୍ୟୁବିକ ମିଟର ପଟୁମାଟି ଜମା ଭୁବନେଶ୍ୱର,(ଓଟି): ମହାନଦୀ ପାଣିକୁ ନେଇ ରାଜ୍ୟର ସମସ୍ତ ରାଜନୈତିକ ଦଳଗୁଡିକ ରାଜନୀତି କରିବାରେ ବ୍ୟସ୍ତ। ମହାନଦୀ ପାଣିକୁ ଅଟକାଇବା ପାଇଁ ହୀରାକୁଦରେ ୧୯୫୭ମସିହାରେ ଓଡିଶାରେ ଗୋଟିଏ ମାତ୍ର ବନ୍ଧ କରାଯାଇଛି। ବିଗତ ୬୦ବର୍ଷ ମଧ୍ୟରେ ଏହାର ରକ୍ଷଣା ବେକ୍ଷଣ କରାନଯିବାରୁ ଏହା କ୍ରମଶଃ ପୋତି ହୋଇଯିବା ସହିତ ଜଳ ଧାରଣ କ୍ଷମତା ହ୍ରାସ ପାଇବାରେ ଲାଗିଛି। ୨୦୦୦ ...

Read More »

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଂଗରେ କେନ୍ଦ୍ରର ଚାଷୀକୂଳ ପ୍ରତି ଚରମ ଉପହାସ;ବିଜେଡ଼ି

paddy

ଭୁବନେଶ୍ୱର,(ଓଟି): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ମାତ୍ର ୮୦ ଟଙ୍କା ବୃଦ୍ଧି କେନ୍ଦ୍ର ସରକାରଙ୍କର ଚାଷୀକୂଳ ପ୍ରତି ଚରମ ଉପହାସ। ଚାଷୀମାନଙ୍କ ପ୍ରତି ଏପରି ଧୋକା ଓ ନିଷ୍ଠୁରତା ସହିବାର ସବୁ ସୀମା ଟପିଯାଇଛି। କୃଷକମାନଙ୍କର ପ୍ରସଂଗ ଏକ ଜାତୀୟ ପ୍ରସଂଗ ଅଟେ ଏବଂ କେନ୍ଦ୍ର ସରକାରଙ୍କ ସମର୍ଥନ ବ୍ୟତୀତ ଏହାର ସମାଧାନ ହୋଇପାରିବ ନାହିଁ। କିନ୍ତୁ ସର୍ବନିମ୍ନ ସହାୟକ ମୂଲ୍ୟ ନେଇ କେନ୍ଦ୍ର ସରକାରଙ୍କର ଗତକାଲିର ...

Read More »

ବିଜେପିରେ ମିଶିବାକୁ ଗୋଡ଼ ଟେକି ବସିଛନ୍ତି କଂଗ୍ରେସ ଓ ଅସନ୍ତୁଷ୍ଟ ବିଜେଡ଼ି କର୍ମୀ

bjd-cong-bjp

ଆତଙ୍କିତ ଅବସ୍ଥାରେ ପୁରୁଣା ବିଜେପି କର୍ମୀ ନୟାଗଡ଼,(ଓଟି): ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମଗ୍ର ରାଜ୍ୟ ସମେତ ନୟାଗଡ଼ ଜିଲ୍ଲାରେ ବିଜେପି ଭଲ ଫଳ ପ୍ରଦର୍ଶୀତ କରିବା ସହ ଜିଲ୍ଲାରେ କଂଗ୍ରେସ ମୂଳପୋଛ ଅବସ୍ଥାକୁ ଆସିଛି। ଏଥିସହ ଜାତୀୟ ସ୍ତରରେ ଏବେ ବିଜେପିର ଲୋକପ୍ରିୟତା ବୃଦ୍ଧି ସାଙ୍ଗକୁ ସାଧାରଣ ଭୋଟରଙ୍କୁ ମୋଦି ମାନିଆ ଘାରିଥିବା ଲକ୍ଷ୍ୟ କରା ଯାଉଛି। କ୍ଷୟଷ୍ଣୁ କଂଗ୍ରେସ ଦଳର କର୍ମୀ ଓ କିଛି ନେତା ଏହି ...

Read More »