କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
Breaking News

ଚାଷୀ ଆତ୍ମହତ୍ୟାକୁ ସରକାରଙ୍କ ଅସ୍ୱୀକାର

ଭୁବନେଶ୍ୱର, (ଓଟି): ମରୁଡ଼ି ଓ ଚକଡ଼ା ପୋକରେ ପ୍ରଭାବିତ ଚାଷୀମାନେ ଆତ୍ମହତ୍ୟା କରୁଥିବା ବେଳେ ରାଜ୍ୟ ସରକାର ବୁଧବାର ଏହାକୁ ଅସ୍ୱୀକାର କରିଛନ୍ତି। ବରଗଡ଼ ଜିଲ୍ଲାରେ ଗତମାସରେ ଜୀବନ ହାରିଥିବା ଚାଷୀ ବୃନ୍ଦା ସାହୁର ଆତ୍ମହତ୍ୟା ନେଇ ସରକାର ନୀରବ ରହିଛନ୍ତି। ସରକାର କହୁଛନ୍ତି ଫସଲହାନୀ ଯୋଗୁଁ ବୃନ୍ଦା ଆତ୍ମହତ୍ୟା କରି ନାହାଁନ୍ତି ବରଂ ଋଣ ବୋଝ ହେଉଛି ଆତ୍ମହତ୍ୟାର ମୁଖ୍ୟ କାରଣ। ବରଗଡ଼ କଳାପାଣି ଚାଷୀ ବୃନ୍ଦା ସାହୁ ଆତ୍ମହତ୍ୟା ...

Read More »

ରାଜ୍ୟରେ୧୧ଟି କୀଟନାଶକ କମ୍ପାନୀ ବ୍ଲାକ ଲିଷ୍ଟେଡ

ଭୁବନେଶ୍ୱର, (ଓଟି):  ନକଲି କୀଟନାଶକ ବିକ୍ରି କରୁଥିବା କମ୍ପାନୀ ବିରୋଧରେ ସରକାର ନେଇଛନ୍ତି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।  ନକଲି କୀଟନାଶକ ବିକ୍ରି କରୁଥିବା ୧୧ଟି କମ୍ପାନୀକୁ ରାଜ୍ୟ ସରକାର ବ୍ଲାକ ଲିଷ୍ଟେଡ କରିଛନ୍ତି । ଫଳରେ ଏହି ୧୧ଟି କମ୍ପାନୀ ଆଉ ରାଜ୍ୟରେ କୀଟନାଶକ ବିକି ପାରିବେ ନାହିଁ ବୋଲି କୃଷି ସଚିବ ସୌରଭ ଗର୍ଗ କହିଛନ୍ତି। ନକଲି କୀଟନାଶକକୁ ନେଇ ହୋ-ହଲ୍ଲା ହେବା ପରେ ସରକାର ବିଭିନ୍ନ କମ୍ପାନୀର କୀଟନାଶକ ନମୁନା ଯାଞ୍ଚ ...

Read More »

କୁମ୍ଭମେଳାରେ ଆକ୍ରମଣ କରିବାକୁ ଆଇଏସର ଅଡିଓ ଟେପ୍

ନୂଆଦିଲ୍ଲୀ:ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନ ଆଇଏସର ନଜର ପୁଣି ଥରେ ଭାରତ ଉପରେ ପଡିଛି । ଇରାକ ଓ ଇରାନରେ ଆଇଏସର ଗଡ ଭାଙ୍ଗୁଥିବାରୁ ଏହି ସଂଗଠନର ପରବର୍ତ୍ତି ଲକ୍ଷ୍ୟ ହେଉଛି ଭାରତ । ଏଥିପାଇଁ ପୂରା ଯୋଜନା ପ୍ରସ୍ତୁତ କରିଛନ୍ତି ଆଇଏସ ଆତଙ୍କବାଦୀ ସଂଗଠନ । ବିଶ୍ବର ଅନ୍ୟତମ କୁଖ୍ୟାତ ଆତଙ୍କବାଦୀ ସଂଗଠନ ‘ଇସଲାମିକ୍ ଷ୍ଟେଟ’ର ଆତଙ୍କବାଦୀ ନେତାମାନେ ଏକ ଅଡିଓ କ୍ଲିପ୍ ଜରିଆରେ ଭାରତ ବିରୋଧରେ ଯୁଦ୍ଧ ଡାକରା ...

Read More »

ବ୍ୟାଙ୍କ ଲୁଟ୍‌ ଯୋଜନା ବିଫଳ: ୯ ଅନ୍ତରାଜ୍ୟ ଲୁଟେରା ଗିରଫ

କେନ୍ଦୁଝର, (ସନ୍ତୋଷ ମହାପାତ୍ର): ବ୍ୟାଙ୍କ ଲୁଟ୍‌ ଯୋଜନା କରିଥିବା କେନ୍ଦୁଝର ସଦର ଥାନା ପୁଲିସ ୯ଜଣ ଅନ୍ତରାଜ୍ୟ ଲୁଟେରାଙ୍କୁ ମଙ୍ଗଳବାର ରାତିରେ ଗିରଫ କରିଛି। ଗିରଫ ହୋଇଥିବା ଲୁଟେରାମାନଙ୍କ ମଧ୍ୟରୁ ୪ଜଣ ଝାଡଖଣ୍ଡର ବୋଲି ପୁଲିସ କହିଛି। ବୁଧବାର ପୁଲିସ କହିଛି, ଶୁଆକାଟିସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ  ଲୁଟ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ବିଶେଷ ସୂତ୍ରରୁ ସୂଚନା ପାଇ ଏସ୍‌ଆଇ ବିଜୟ କୁମାର ମଲ୍ଲିକଙ୍କ ତତ୍ତ୍ୱାବଧାନରେ ସଦର ଥାନା ...

Read More »

କାଳିଆ ସ୍ୱାସ୍ଥ୍ୟାବସ୍ଥା ସ୍ଥିର: ହାତରେ ବଲ ଫିଙ୍ଗି ଖେଳୁଛିି ଜଗା

ଭୁବନେଶ୍ୱର, (ଓଟି):  କନ୍ଧମାଳ ଶିଶୁ ଜଗା ଓ କାଳିଆର ଯୋଡ଼ାମୁଣ୍ଡ ନୂଆଦିଲ୍ଲୀର ଏମ୍‌ସରେ ଅସ୍ତ୍ରୋରପଚାର ଦ୍ୱାରା ଅଲଗା ହେବା ପରେ ଜଗାର ସ୍ୱାସ୍ଥ୍ୟ କ୍ରମାଗତଭାବେ ସ୍ୱାଭାବିିକ ହେଉଛି । ଆଜି ଏମ୍‌ସରେ ପକ୍ଷରୁ ଜାରି ଫଟୋ ଓ ଭିଡିଓରେ ଜଗା ହାତରେ ବଲ ଫିଙ୍ଗି ଖେଳୁଥିବା, ଶୁଖିଲା ଖାଦ୍ୟହାତରେ ଧରି ଖାଉଥିିବାର ଭିଡ଼ିଓ ଆସିଛି। ଏଥିରୁ ଜଗାର ସ୍ୱାସ୍ଥ୍ୟାବସ୍ଥାରେ ଯେ ବେଶ୍‌ ଉନ୍ନତି ଘଟଥିବା ଜଣାପଡ଼ୁଛି। ଅପରପକ୍ଷେ ଏବେ ବି ବଳିଆର ...

Read More »

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ତରବରିଆ ସୂଚନା: ଓଡ଼ିଶାରେ ହୋଇଥିଲା ରସଗୋଲାର ଉତ୍ପତ୍ତି ଜିଆଇ ପଞ୍ଜିକରଣ ପାଇଁ ଆବେଦନ ଖୁବ‍୍‌ଶୀଘ୍ର

ଭୁବନେଶ୍ୱର, (ଓଟି): ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ହିଁ ହୋଇଥିବା ଓଡ଼ିଶା ସରକାର ଆଜି ଗଣମାଧ୍ୟମରେ ସ୍ପଷ୍ଟ କରିଛନ୍ତି। ଏନେଇ ସରକାରଙ୍କ ପାଖରେ ୮୦୦ ବର୍ଷର ଇତିହାସ ରହିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ‍୍‌ ବିଜ୍ଞପ୍ତିରେ କୁହାଯାଇଛି। ଏନେଇ ଖୁବ‍୍‌ ଶୀଘ୍ର ଭୌଗୋଳିକ ସୂଚକାଙ୍କ ( ଜିଆଇ) ପଞ୍ଜିକରଣ ପାଇଁ ଆବେଦନ କରାଯିବ ବୋଲି ଏହି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। “ବାଂଲାର‍୍‌ ରସୋଗୁଲ୍ଲା’ ଜିଆଇ ପଞ୍ଜିକରଣ ପାଇଁ ଏକ ...

Read More »

ରସଗୋଲା ଜିଆଇ ମାନ୍ୟତା: ଓଡିଶା ସରକାର ପାଗ ବାନ୍ଧୁ ବାନ୍ଧୁ କଚେରୀ ବରଖାସ୍ତ

ନିନ୍ଦିତ ହେଉଛନ୍ତି ସରକାର, ଭୁଲ‌୍‍ ସୁଧାରିବାର ବେଳ ଆସିଛି ଭୁବନେଶ୍ୱର,(ଓଟି): ‘ବାଂଲାର‌୍‍ ରସୋଗୁଲ୍ଲା’ ଭୌଗୋଳିକ ସୂଚକାଙ୍କ( ଜିଆଇ) ମାନ୍ୟତା ପାଇବା ପାଇଁ ଏକ ପ୍ରକାର ନିଶ୍ଚିତ ହୋଇଛି। ଏହା ସେମାନଙ୍କ ତତ୍ପରତାର ସୂଚନା ଦେଉଛି। ଅପରପକ୍ଷେ ଓଡ଼ିଶା ସରକାରଙ୍କ ପାଖରେ ସମସ୍ତ ତଥ୍ୟ ଥାଇ ମଧ୍ୟ ‘ରସଗୋଲା’ ବା ‘ଓଡ଼ିଶାର ରସଗୋଲା’ ପାଇଁ ସରକାର ଏଯାଏ ଜିଆଇ ମାନ୍ୟତା ପାଇବାକୁ ଆବେଦନ ବି କରିନାହାନ୍ତି। ‘ପାଗ ବାନ୍ଧୁ ବାନ୍ଧୁ କଚେରୀ ...

Read More »

ଚୀନ ଠାରୁ ଭାରତୀୟ ଭୂମିକୁ ମୁକୁଳାଇବା ପାଇଁ ନିଆଯାଇଥିବା ସଂକଳ୍ପକୁ ସ୍ମରଣ କରାଇବାର ଦିନ

ସମନ୍ୱୟ ନନ୍ଦ ନଭେମ୍ବର ୧୪ରେ ଭାରତୀୟ ପାର୍ଲାମେଂଟରେ ବର୍ତମ।ନ ପର୍ଯ୍ୟନ୍ତ ସବୁଠାରୁ ଗୁରୁତ୍ୱପୂର୍ଣ ଏବଂ ଐତିହାସିକ ପ୍ରସ୍ତାବ ଗୃହୀତ ହୋଇଥିଲା । ସାମ୍ରାଜ୍ୟବାଦୀ ଚୀନ ତିବତକୁ ଗ୍ରାସ କରିବା ପରେ ୧୯୬୨ ମସିହାରେ ଭାରତ ଉପରେ ଆକ୍ରମଣ କରିଥିଲା ଏବଂ ଭାରତର ହଜାର ହଜାର ବର୍ଗ ମାଇଲ ଜମି ଉପରେ ଅଧିକାର କରିଥିଲା । ଭାରତୀୟ ସଂସଦରେ ୧୯୬୨ ମସିହା ନଭେମ୍ବର ୧୪ ତାରିଖ ଦିନ ଚୀନ ଦ୍ୱାରା ଭାରତ ...

Read More »

 ପରିଚୟ ଫାଉଣ୍ଡେସନ‌୍‍ ପକ୍ଷରୁ ଏସିଡ‌୍‍ ପୀଡିତାଙ୍କୁ ନେଇ କିଆ ଫ୍ୟାଶନ ଶୋ

ଭୁବନେଶ୍ୱର,(ଓଟି): ପରିଚୟ ଫାଉଣ୍ଡେସନ‌୍‍ ଏବଂ ଛାଁୱ ଫାଉଣ୍ଡେସନ‌୍‍ର ମିଳିତ ସହଯୋଗିତାରେ ଏକ ଭିନ୍ନ ଧରଣର ଫ୍ୟାଶନ ଶୋ କିଆ ଫ୍ୟାଶନ ଶୋ’ର ୨ୟ ସଂସ୍କରଣ ଆୟୋଜିତ ହୋଇଯାଇଛି। ଏହି ଫ୍ୟାଶନ ଶୋ ମାଧ୍ୟମରେ ଏସିଡ‌୍‍ ପୀଡିତାମାନେ ନିଜର ପ୍ରତିଭା ଦେଖାଇବାର ସୁଯୋଗ ପାଇଥିଲେ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଗ୍ରା ଏବଂ ଲକ୍ଷ୍ନୌର ସିରୋଜ କ୍ୟାଫେରୁ ୮ଜଣ ଏସିଡ‌୍‍ ପୀଡିତାମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା। ସେହିପରି ଏସିଡ‌୍‍ ପୀଡିତାଙ୍କ ପାଇଁ ...

Read More »

ପୁଣି ପରଦାକୁ ଆସିବ ମାଧୁରି-ଅନିଲଙ୍କ ଯୋଡି

ମୁମ୍ୱାଇ: ୧୭ ବର୍ଷ ପରେ ପୁଣି ଏକାଠି ପରଦାକୁ ଆସିବ ଅନିଲ କପୁର ଓ ମାଧୁରୀ ଦୀକ୍ଷିତଙ୍କ ହିଟ‌୍‍ ଯୋଡି। ଏହି ଯୋଡି ଇନ୍ଦର କୁମାରଙ୍କ ଧମାଲର ପରବତୀର୍ ସିକ୍ୱେନ୍ସ ଟୋଟଲ ଧମାଲରେ ଅଭିନୟ କରିବେ। ୨୦୧୮ ଦୀପାବଳୀ ଅବସରରେ ଏହି ଫିଲ୍ମ ରିଲିଜ‌୍‍ ହେବ। ଏହି ଫିଲ୍ମର ସ୍କ୍ରିପ୍ଟ ପ୍ରଥମେ ମାଧୁରୀ ପଢିବା ପରେ ଅଭିନୟ ପାଇଁ ହଁ ଭରିଥିଲେ। ଏଥିରେ ରୋମାନ୍ସ ସିନ‌୍‍ ଅଧିକ ନଥିବା ବେଳେ ...

Read More »

ଶିଶୁ ଦିବସରେ ଶହୀଦ ବାଜି ରାଉତଙ୍କୁ ମନେ ପକାଇଲେ କ୍ରିକେଟ ତାରକା ବିରେନ୍ଦ୍ର ସେହୱାଗ

ଭୁୁବନେଶ୍ୱର,(ଓଟି): ଶିଶୁ ଦିବସରେ ଭାରତର ସ୍ୱାଧୀନତା ସଂଗ୍ରାମର ସବୁଠାରୁ କମ ବୟସର ବାଳୁତ ଶହୀଦ ବାଜି ରାଉତଙ୍କୁ ଶ୍ରଦ୍ଧାଂଜଳି ଦେଇଛନ୍ତି ବିଶିଷ୍ଟ କ୍ରିକେଟ ତାରକା ବିରେନ୍ଦ୍ର ସେହୱାଗ। ଶିଶୁ ଦିବସରେ ଓଡିଶାର ନୀଳକଣ୍ଠପୁରର ବାଜି ରାଉତଙ୍କ ବିଷୟରେ ସମସ୍ତେ ଜାଣିବା ଉଚିତ ବୋଲି ତାଙ୍କ ଟ୍ୱିଟରେ ଲେଖିଛନ୍ତି ସେହୱାଗ। ୧୨ ବର୍ଷର ଏହି ବାଳକ ଦେଶୀ ଡଙ୍ଗାରେ ଥିବା ବେଳେ ବ୍ରିଟିଶ ମାନେ ତାଙ୍କୁ ବ୍ରାହ୍ମଣୀ ନଈ ପାର କରିବାକୁ ...

Read More »

ସଂଗ୍ରହ ପୂର୍ବରୁ ୫ ରାଇସ ମିଲରୁ ମିଳିଲା ୨୨ ହଜାର ବସ୍ତା ଧାନ

ସମ୍ୱଲପୁର,(ଓଟି): ସମ୍ୱଲପୁର ଜିଲ୍ଲାରେ ଖରିଫ ଫସଲର ଧାନ ସଂଗ୍ରହ ଆରମ୍ଭ ହୋଇନଥିବା ବେଳେ ବିଭିନ୍ନ ରାଇସ ମିଲରେ ଧାନ ଠୁଳ ହୋଇଥିବା ଓ ଏହାକୁ ଚାଷୀମାନଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ କମ‌୍‍ ଦାମରେ ଖରିଦ କରାଯାଇଥିବା ଅଭିଯୋଗ ଉତାରୁ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହି କ୍ରମରେ ଜିଲ୍ଲାପାଳଙ୍କ ନିର୍ଦେର୍ଶ କ୍ରମେ ଗତକାଲି ଜିଲ୍ଲାର ୬୫ଟି ରାଇସ ମିଲ ମଧ୍ୟରୁ ବୁର୍ଲା ଓ ଅଇଁଠାପାଲି ଥାନା ଅଂଚଳରେ ...

Read More »

ମୁଖ୍ୟମନ୍ତ୍ରୀଙ୍କ ଟେଲିପ୍ରଂପଟର ସହାୟତାରେ ଥଙ୍ଗେଇ ଥଙ୍ଗେଇ ଓଡିଆରେ ଭାଷଣକୁ ରାଜ୍ୟବାସୀ ଭଲ ଭାବେ ବୁଝିଛନ୍ତି: ବିଜେପି

  ଭୁବନେଶ୍ୱର, (ଓଟି):  ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ଉଭୟେ କେବଳ ଘୋଷଣା ଓ ପ୍ରଚାର ସର୍ବସ୍ୱ। ରାଜ୍ୟର ସମସ୍ତ ବର୍ଗ ଲୋକେ ଆଜି ଦୁର୍ଦିନରେ ବାସ କରୁଥିବାବେଳେ, ନିଜର ଅପାରଗତା ଓ ସ୍ଥାଣୁତାକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର ମାଧ୍ୟମରେ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ବିଭ୍ରାନ୍ତ କରିବାର ଅପଚେଷ୍ଟା କରୁଛନ୍ତି। ରାଜ୍ୟର ବିକାଶ କିମ୍ୱା ଭ୍ରଷ୍ଟାଚାର ମୁକ୍ତ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ପ୍ରତିବଦ୍ଧତା ନଥିବା ମୁଖ୍ୟମନ୍ତୀ ...

Read More »

ବିଜେପି ମନଗଢ଼ା ଅଙ୍କ କହି ଲୋକଙ୍କୁ ବିଭ୍ରାନ୍ତି କରିବାକୁ ଅପଚେଷ୍ଟା କରୁଛ:ବିଜେଡି

ଭୁବନେଶ୍ୱର,(ଓଟି): ଚଳିତ ଶିଶୁଦିବସ ପାଳନ କରିବାର ଉଦ୍ଦେଶ୍ୟ ମହତ ଥିଲା। ସମସ୍ତ କାର୍ଯ୍ୟକ୍ରମ ସର୍ବସମ୍ମୁଖରେ ବ୍ୟାପକ ଆୟୋଜନ କରାଯାଇଥିଲା, ଯାହା ଓଡ଼ିଶାବାସୀ ଦେଖିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଆଜିର ଏହି ଶିଶୁଦିବସ କାର୍ଯ୍ୟକ୍ରମ ଆଗାମୀ ଓଡ଼ିଶାର ନିର୍ମାଣ ପାଇଁ ଉତ୍ସାହ ଓ ପ୍ରେରଣା ଦେଇଛି। ଏହି ଶିଶୁଦିବସ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଲାମାନଙ୍କର ମାର୍ଗଦର୍ଶନ କରାଇବା ସହିତ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପୁରସ୍କାର, ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ଓ ...

Read More »

ଶିଶୁ ଦିବସ ପାଳନ କରି ଭାଷା ଆନ୍ଦୋଳନକୁ ବିଭ୍ରାନ୍ତ କରିବାକୁ ଉଦ୍ୟମଶିଶୁ ଦିବସ ପାଳନ କରି ଭାଷା ଆନ୍ଦୋଳନକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ:ବୈଷ୍ଣବ ପରିଡ଼ା

ଭୁବନେଶ୍ୱର,(ଓଟି): ସରକାର ଶିଶୁ ଦିବସ ପାଳନ ଅବସରରେ ରାଜ୍ୟବ୍ୟାପୀ ବ୍ୟାପକ ଆୟୋଜନ କରି ପାଞ୍ଚ ବର୍ଷ ଧରି ରାଜ୍ୟରେ ଚାଲିଥିବା ଭାଷା ଆନ୍ଦୋଳନକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରିଛନ୍ତି ବୋଲି ଭାଷା ସୁରକ୍ଷା ସମ୍ମିଳନୀର ସଭାପତି ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଏବଂ ଓଡ଼ିଆ ପଢ଼ିବା ପାଇଁ ଛାତ୍ରମାନଙ୍କୁ ପ୍ରୋତ୍ସାହନ ଦେବାକୁ ଘୋଷଣା କରିଛନ୍ତି। କିନ୍ତୁ ସେ ଭୁଲି ଯାଉଛନ୍ତି ଓଡ଼ିଆ ...

Read More »

ବଦଳିବ ହୋମ୍ ଗାର୍ଡଙ୍କ ୟୁନିଫର୍ମ-ଟୋପି ଓ ଦରମା

ଭୁବନେଶ୍ୱର,(ଓଟି): ରାଜ୍ୟରେ ନିଯୁକ୍ତ ଥିବା ହୋମ୍ ଗାର୍ଡଙ୍କର ୟୁନିଫର୍ମ,ଟୋପି ଓ ଦରମା ବଦଳିବାକୁ ଯାଉଛି। ସେମାନଙ୍କୁ ଭଲ ଦରମା ତ ମିଳିବା ସହିତ ଆବଶ୍ୟକୀୟ ତାଲିମ ବି ଦିଆଯିବ। ଖାଲି ସେତିକି ନୁହେଁ, ସେମାନଙ୍କୁ ଅଗ୍ନିଶମ କାର୍ଯ୍ୟରେ ମଧ୍ୟ ଲଗାଯିବ। ଦୀର୍ଘଦିନ ଧରି ଅବହେଳିତ ହୋଇ ରହିବା ପରେ ଆଗାମୀ ଦିନରେ ପ୍ରାୟ ୧୫ ହଜାର ହୋମ୍ ଗାର୍ଡଙ୍କ ଭାଗ୍ୟ ଖୋଲିବ ବୋଲି ଜଣାପଡିଛି। ଓଡ଼ିଶାରେ ୧୯୬୧ ମସିହାରେ ପ୍ରଥମେ ...

Read More »

ଶିଶୁ ଦିବସରେ ରାସ୍ତାରୋକ କଲେ ଛାତ୍ରଛାତ୍ରୀ:୩୦୦ ପିଲାଙ୍କୁ ପଢ଼ାନ୍ତି ୪ଜଣ ଶିକ୍ଷକ

ମାଲକାନଗିରି,(ଓଟି): ବିରାଟ ଆୟୋଜନ ସହିତ ରାଜ୍ୟସ୍ତରୀୟ ଶିଶୁ ଦିବସ  ଭୁବନେଶ୍ୱରରେ ପାଳନ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ଏହାକୁ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି । ଖଇରପୁଟ ବ୍ଲକର ଆମ୍ବିକିପୁଟରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଆନୁସଙ୍ଗିକ ସୁବିଧା ନଥିବାରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିଦ୍ୟାଳୟ ସମସ୍ୟାର ସମାଧାନ ଦାବିରେ ଛାତ୍ରଛାତ୍ରୀମାନେ ସ୍କୁଲରେ ତାଲା ପକାଇ ରାସ୍ତା ଅବରୋଧ କରିଥିଲେ। ଆମ୍ବିକିପୁଟ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟରେ ପ୍ରାୟ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ...

Read More »
   Update :