କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
Breaking News

ଚାଷୀ ମୃତ୍ୟୁକୁ ରାଜନୀତିକରଣ କରାନଯାଉ : ବିଜେଡି

ଗୋଲକ ମହାପାତ୍ର ଜଣେ ହତ୍ୟାକରୀକୁ ଲୁଚାଇ ରଖିବାରେ ସହଯୋଗ କରିଛନ୍ତି ଭୁବନେଶ୍ୱର,(ଓଟି): ଜଣେ ଚାଷୀର ମୃତ୍ୟୁ ନିଶ୍ଚିତ ଭାବରେ ଦୁଃଖଦାୟକ। ଏଥିରେ ସମସ୍ତେ ଦୁଃଖିତ ଓ ମର୍ମାହତ ହେବା ଦରକାର। ଏଭଳି ମୃତ୍ୟୁକୁ ନେଇ ରାଜନୀତି କରିବା ଆଦୌ ବାଞ୍ଛନୀୟ  ନୁହେଁ। ବିଜେପି ଯେଉଁ ପ୍ରସଂଗକୁ ନେଇ ରାଜନୀତି କରୁଛି, ସେ ଆମିସମୀକ୍ଷା କରିବା ଦରକାର ବୋଲି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ...

Read More »

କାଉନସିଲର ଲକ୍ଷ୍ମୀଦତ ପ୍ରଧାନ ହତ୍ୟା ମାମଲା :ଗୋଲକ ମହାପାତ୍ରଙ୍କୁ ୩ଘଣ୍ଟା ଜେରା କଲା ଛତ୍ରପୁର ପୋଲିସ‌୍‍

ଭୁବନେଶ୍ୱର,(ଓଟି): ଛତ୍ରପୁରର କାଉନସିଲର ଲକ୍ଷ୍ମୀଦତ ପ୍ରଧାନ ହତ୍ୟାକାଣ୍ଡ ଘଟଣାରେ ଛତ୍ରପୁର ଥାନାରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ହାଜର ହୋଇଛନ୍ତି । ୨ ଟି ପର୍ଯ୍ୟାୟରେ ତାଙ୍କୁ ୩ ଘଣ୍ଟା ଜେରା କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଜେରା ପରେ ଗୋଲକ ସଂଧ୍ୟାରେ ଥାନାରୁ ବାହାରିଥିଲେ । ସେଠାରୁ ବାହାରିବା ପରେ ଶ୍ରୀ ମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପୋଲିସ‌୍‍ ତାଙ୍କୁ ଯାହା ଯାହା ପଚାରିଲା ସେ ତାର ...

Read More »

ଏସ୍‌ସିବିରେ ନୂଆ ଗାଇଡଲାଇନ ଜାରି : ଡାକ୍ତର ଅନୁପସ୍ଥିତ ରହିଲେ କଟିବ ଦରମା

କଟକ,(ଓଟି):  ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ (ଏସସିବି) ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି। ସବୁ ବିଭାଗୀୟ ମୁଖ୍ୟ ଓ ଜରୁରୀକାଳୀନ ଡାକ୍ତରଙ୍କୁ କଡା ନିର୍ଦ୍ଦେଶ ଜାରି କରିଛନ୍ତି ମେଡିକାଲ ଅଧୀକ୍ଷକ। ଏହି ଗାଡଲାଇନ ଅନୁସାରେ ଯେଉଁ ବିଭାଗରେ ଡାକ୍ତର ଅନୁପସ୍ଥିତ ରହିବେ, ସେଥିପାଇଁ ବିଭାଗୀୟ ମୁଖ୍ୟ ଦାୟୀ ରହିବେ। ଡାକ୍ତର ଅନୁପସ୍ଥିତ ରହିଲେ ସେମାନଙ୍କ ଦରମା ବନ୍ଦ ପାଇଁ ସୁପାରିଶ କରାଯିବ। ରୋଗୀ ଚିଠାରେ ଡାକ୍ତର କିମ୍ବା ...

Read More »

ଚାଷୀ ଆତ୍ମହତ୍ୟା ଦୁଃଖଦାୟକ: କୃଷିମନ୍ତ୍ରୀ

ଭୁବନେଶ୍ୱର,(ଓଟି): ବରଗଡ଼ ଜିଲ୍ଲା କଳାପାଣି ଗାଁର ଚାଷୀ ଆତ୍ମହତ୍ୟା ଦୁଃଖଦାୟକ ବୋଲି କହିଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ। ସେ କହିଛନ୍ତି, ପ୍ପଏହି ଘଟଣାର ତଦନ୍ତ ପାଇଁ ଏକ ତିନିଜଣିଆ ବୈଷୟିକ ଟିମ୍ ବରଗଡ଼ ପଠାଯାଇଛି। ଘଟଣା ନେଇ ବରଗଡ଼ ଜିଲ୍ଲାପାଳଙ୍କ ସହ କଥା ହୋଇଛି। ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି। କିଛି ଜାଗାରେ ପୋକ ଲାଗିଥିବା ମନ୍ତ୍ରୀ ସ୍ୱୀକାର କରିବା ସହ ଏହାର ଅନୁଧ୍ୟାନ ...

Read More »

ବିଜେପିର ଅଭିଯୋଗ: ଚାଷୀ ବୃନ୍ଦା ସାହୁ ମୃତ୍ୟୁ ପାଇଁ କୃଷିମନ୍ତ୍ରୀ ଦାୟୀ

ଭୁବନେଶ୍ୱର,(ଓଟି): ରାଜ୍ୟରେ ଚାଷୀକୂଳ ନାହିଁ ନଥିବା ହଇରାଣ ଓ ଦୁଃଖ ଦୁର୍ଦ୍ଦଶାର ସମ୍ମୁଖୀନ ହେବା କାରଣରୁ ପରିଶେଷରେ ଆତ୍ମହତ୍ୟା ଭଳି କଠୋର ପଦକ୍ଷେପ ପାଇଁ ନିଷ୍ପତି ନେବାକୁ ବାଧ୍ୟ ହେଉଛନ୍ତି। ଏହା ଆତ୍ମହତ୍ୟା ନୁହେଁ ବରଂ କଳଙ୍କ ଲାଗିଥିବା ସରକାର ଏବଂ ପ୍ରଶାସନର ଅପାରଗତା ଓ ସ୍ଥାଣୁତାର ପ୍ରତିଫଳନ। ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଆଦୈା ଚିନ୍ତିତ ନୁହନ୍ତି କିମ୍ୱା କାର୍ଯ୍ୟ କରୁନାହାନ୍ତି। ଫଳସ୍ୱରୁପ, ଚାଷୀସମୁହ ରାଜ୍ୟ ...

Read More »

ଭେଣ୍ଟିଲେଟରରୁ ବାହାରିଲା ଜଗା : କାଳିଆର ସ୍ବାସ୍ଥ୍ୟ ଟିକେ ମାନ୍ଦା

ଭୁବନେଶ୍ୱର,(ଓଟି): ଦ୍ବିତୟ ପର୍ଯ୍ୟାୟ ଅପରେସନ୍ ପରେ ଜଗା-କାଳିଆଙ୍କୁ ଅଲଗା କରାଯାଇଛି। ଆଜି ଜଗା-କାଳିଆଙ୍କୁ ତାଙ୍କ ମାଆ ପ୍ରଥମ ଥର ପାଇଁ ଦିଲ୍ଲୀ ଏମ୍‌ସରେ ଭେଟିଛନ୍ତି। ଉଭୟଙ୍କୁ ଦେଖିବା ପରେ ମାଆଙ୍କ ଆଖିରେ ଲୁହ ଜକେଇ ଆସିଥିଲା। ସେହିପରି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଦିଲ୍ଲୀ ଯାଇ ଜଗା-କାଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଜଗା-କାଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଜଗା ଆଜି ଭେଣ୍ଟିଲେଟରରୁ ବାହାରିଛି। ହେଲେ କାଳିଆର ସ୍ବାସ୍ଥ୍ୟ ଟିକେ ମାନ୍ଦା ରହୁଛି,ଏହା କହିଛନ୍ତି ...

Read More »

ଆଠଟି ରାଜ୍ୟରେ ହିନ୍ଦୁ ସଂଖ୍ୟାଲଘୁ !

ନୂଆଦିଲ୍ଲୀ,(ଓଟି): ଦେଶର ଆଠଟି ରାଜ୍ୟରେ ଏବେ ହିନ୍ଦୁ ସଂଖ୍ୟାଲଘୁ ।  ତେଣୁ  ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦିଆଯାଉ ବୋଲି ଦାବି କରି ଦିଲ୍ଲୀ ଭାରତୀୟ ଜନତା ପାର୍ଟିର ନେତା ତଥା ଆଡ୍‌ଭୋକେଟ୍‌ ଅଶ୍ୱିନୀ କୁମାର ଉପାଧ୍ୟାୟ ସୁପ୍ରିମ୍‌ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି। ଜନସ୍ୱାର୍ଥ ମାମଲାରେ ଉଲ୍ଲେଖ କରାଯାଇଛି: ୨୦୧୧ ଜନଗଣନା ଅନୁସାରେ  ଯେଉଁ ଆଠଟି ରାଜ୍ୟରେ  ହିନ୍ଦୁ ସଂଖ୍ୟାଲଘୁ ସେହି ସବୁ ରାଜ୍ୟ ଲକ୍ଷାଦ୍ୱୀପ-୨.୫ପ୍ରତିଶତ, ମିଜୋରାମ୍‌-୨.୭୫ପ୍ରତିଶତ, ନାଗାଲାଣ୍ଡ-୮.୭୫ପ୍ରତିଶତ, ମେଘାଳୟ-୧୧. ୫୩ପ୍ରତିଶତ, ଜମ୍ମୁ ଓ ...

Read More »

ପ୍ରଥମ ପର୍ଯ୍ୟାୟରେ ଗୋଲକ ମହାପାତ୍ରଙ୍କ ଜେରା ଶେଷ

ଛତ୍ରପୁର,(ଓଟି): ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମାଲାରେ ବିଜେପି ନେତା ଗୋଲକ ମହାପାତ୍ରଙ୍କ ପ୍ରଥମ ପର୍ଯ୍ୟାୟ ଜେରା ଶେଷ କରିଛି। ବିଜେପି ନେତା ତଥା ଗଂଜାମ ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ରଙ୍କୁ ଛତ୍ରପୁର ପୁଲିସ ପ୍ରଥମ ପର୍ଯ୍ୟାୟରେ ଜେରା କରିବା ପରେ ମଧ୍ୟାହ୍ନ ଭୋଜନ ପାଇଁ ଛାଡି ଦେଇଛି। ଛତ୍ରପୁର ଥାନାରେ ଗୋଲକଙ୍କୁ ଅପରାହ୍ନ ୧ଟା ୧୦ରୁ ୨ଟା ୧୦ ପର୍ଯ୍ୟନ୍ତ ଜେରା କରାଯାଇଥିବା ଜଣାପଡ଼ିଛି। ସେ ଅପରାହ୍ନ ୪ଟାରେ ପୁଣି ...

Read More »

ଟେଣ୍ଡର ଜାଲିଆତିର ଅନ୍ୟତମ ସ୍ଥାନ ପାଲଟିଛି ରାଜ୍ୟ ଆଇଟି ବିଭାଗ

ଭୁବନେଶ୍ୱର,(ଓଟି): ରାଜ୍ୟ ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି) ବିଭାଗ ଏବେ ଟେଣ୍ଡର ଜାଲିଆତିର ପ୍ରମୁଖ ସ୍ଥାନ ପାଲଟିଛି। ବିଭାଗ ଦ୍ୱାରା ପ୍ରଥମେ ଟେଣ୍ଡର ଆହ୍ୱାନ କରାଯାଉଛି। ବିଭିନ୍ନ ସଂସ୍ଥା ଟେଣ୍ଡର ପକାଇଲା ପରେ ତାହାକୁ ଖୋଲାଯାଉଛି। ସବୁଠାରୁ କମ‍୍‌ ଦର ଦେଇଥିବା ସଂସ୍ଥାକୁ ଚୟନ କରାଯିବା ପରେ କୌଣସି ବାହାନା ଦେଖାଇ ଟେଣ୍ଡର ବାତିଲ କରାଯାଉଛି। ଏଥିଯୋଗୁଁ ରାଜ୍ୟର ଆଇଟି ବ୍ୟବସ୍ଥା ଏବେ ଭୁଷୁଡିବାକୁ ବସିଲାଣି। ଏହାର ଉଦାହରଣ ହେଉଛି ...

Read More »

ଚାଷ ଜମିରେ ନିଆଁ ଲଗାଇବା ପରେ ବିଷ ପିଇଲେ ବୃନ୍ଦା ସାହୁ: ସପ୍ତାହକ ମଧ୍ୟରେ ୪ ଜଣ ଚାଷୀ ଆତ୍ମହତ୍ୟା

ବରଗଡ,(ଓଟି): ବରଗଡ଼ ଜିଲ୍ଲାର ଚାଷୀଙ୍କ ପାଇଁ  ପରିସ୍ଥିତି ଅସହ୍ୟ ହୋଇ ଉଠିଛି । ସରକାରଙ୍କ ମରୁଡ଼ି ସହାୟତା ଚାଷୀଙ୍କୁ ପ୍ରବୋଧନା ଦେଇ ପାରୁନାହିଁ । ପରିସ୍ଥିତି ଏମିତି ହୋଇଛି ଯେ ଗତ ସପ୍ତାହକ ମଧ୍ୟରେ ୪ ଜଣ ଚାଷୀ ଆତ୍ମହତ୍ୟା କରି ସାରିଲେଣି। ମାତ୍ର ଚାଷୀଙ୍କୁ ଏପରି ଚରମ ନିଷ୍ପତ୍ତି ନେବାରୁ ବଞ୍ଚାଇ ପାରୁ ନାହିଁ ସରକାରଙ୍କ ପ୍ରତିଶ୍ରୁତି। ଆଜି ବରଗଡ଼ ବ୍ଲକ୍‌ କଳାପାଣି ଗ୍ରାମର ଚାଷୀ ବୃନ୍ଦାବନ ସାହୁ( ୫୮) ...

Read More »

ପୁଲିସ ପକ୍ଷରୁ ନୋଟିସ୍ ଜାରି: ଆଜି ଛତ୍ରପୁର ଥାନାରେ ହାଜର ହୋଇପାରନ୍ତି ଗୋଲକ ମହାପାତ୍ର

ଭୁବନେଶ୍ୱର,(ଓଟି):  ଛତ୍ରପୁର ଏନଏସି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପି ନେତା ଗୋଲକ ମହାପାତ୍ରଙ୍କ ପାଇଁ ବଢିଲା ଅଡୁଆ । ଗତକାଲି ରାତିରେ ଛତ୍ରପୁର ପୁଲିସ ପକ୍ଷରୁ ନୋଟିସ୍ ଜାରି ହୋଇଛି ।  ଆଜି ଥାନାରେ ହାଜର ହୋଇପାରନ୍ତି ଗୋଲକ ମହାପାତ୍ର । ଦିନ ୧୨ଟା ସୁଦ୍ଧା ଗୋଲକ ଥାନାରେ ହାଜର ହୋଇପାରନ୍ତି ବୋଲି ଜଣାପଡିଛି । ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ କୃଷ୍ଣଚନ୍ଦ୍ର ନାୟକ ...

Read More »

କାଲିଠାରୁ ଖୋଲିବ ଶିମିଳିପାଳ

କୁମାରୀ, ଗୁଡ଼ଗୁଡ଼ିଆରେ ରାତ୍ରରହଣି ପାଇଁ ଓ୍ଵବ୍‌ସାଇଟ୍‌ରେ ଅଗ୍ରିମ ବୁକିଂ ଭୁବନେଶ୍ୱର,(ଓଟି): ନଭେମ୍ବର ମାସ ୧ ତାରିଖଠାରୁ ପର୍ଯ୍ୟଟକଙ୍କ ନିମନ୍ତେ ଶିମିଳିପାଳ ଅଭୟାରଣ୍ୟ ଖୋଲାଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ସୂଚନା ଦିଆଯାଇଛି। ଶିମିଳିପାଳକୁ ଯିବା ପାଇଁ ଥିବା ଦୁଇଟି ପ୍ରବେଶପଥ ଯଶିପୁର ପଟେ କାଳିଆଣି ତନଖି ଫାଟକ ଏବଂ ବାରିପଦରୁ ଲୁଲୁଙ୍ଗ ପଟେ ପିଠାବଟା ଫାଟକଦେଇ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ଯଶିପୁର ପଟେ ସର୍ବାଧିକ ୩୫ଟି ...

Read More »

ଜଣକର ଦୁଇ ପ୍ରକାରର ରକ୍ତ ନମୁନା: ବସ୍ତା ସରକାରୀ ଡ଼ାକ୍ତରଖାନାର ଲାବ କର୍ମଚାରୀଙ୍କ ଅଜବ ପରୀକ୍ଷା

ବାଲେଶ୍ୱର: (ସରୋଜ କୁମାର ବ୍ରହ୍ମ) ଜଣେ ମହିଳାଙ୍କ ଦୁଇ ପ୍ରକାର ରକ୍ତ ନମୁନା। ଏହା ଅସମ୍ଭବ ମନେ ହେଉ ଥିଲେ ମଧ୍ୟ ସମ୍ଭବ ହୋଇ ପାରିଛି ବସ୍ତା ସରକାରୀ ଡ଼ାକ୍ତରଖାନାର ଲାବ କର୍ମଚାରୀଙ୍କ ଦ୍ୱାରା ପ୍ରକାଶ ଯେ ଉତ୍ତର ବାଲେଶ୍ୱର ରେଫେରାଲ ହସପିଟାଲ ଭାବରେ ବେଶ ସୁପରିଚିତ ଆଉ ଚିକିସିା ପାଇଁ ରୋଗୀ ବସ୍ତା ଡ଼ାକ୍ତରଖାନାକୁ ଆସିଥାନ୍ତି। ସେହିପରି ଆଜି ମଧ୍ୟ ପଡ଼ୋଷ ରାସଗୋବିନ୍ଦପୁର ବ୍ଲକ ହାଣ୍ଡିଧୁଆ ଗ୍ରାମର ରମେଶ ...

Read More »

ଆଇପିଏସ୍‌ ସ୍ତରରେ  ଅଦଳବଦଳ: ବିକେ ଶର୍ମା ହୋମଗାର୍ଡ ଡିଜି

ଭୁବନେଶ୍ୱର,(ଓଟି): ଅଗ୍ନିଶମ ଓ ହୋମ‍୍‌ଗାର୍ଡ଼ ଡିଜି ବିନୟ ବେହେରାଙ୍କ ଅବସରର କିଛି କ୍ଷଣ ପରେ ରାଜ୍ୟ ସରକାର ଆଜି ବରିଷ୍ଠ ଆିପିଏସ‍୍‌ ସ୍ତରରେ ଏକ ଅଦଳ ବଦଳ ଘୋଷଣା କରିଛନ୍ତି। ତାଙ୍କ ସ୍ଥାନରେ ବରିଷ୍ଠ ଆଇପିଏସ‍୍‌ ତଥା ଜେଲ‍୍‌ ବିଭାଗ ଡିଜି ବିଜୟ କୁମାର ଶର୍ମାଙ୍କୁ ଅବସ୍ଥାପିତ କରାଯାଇଛି। ତାଙ୍କୁ ସିଭିଲ‍୍‌ ଡିଫେନ୍ସ ମହାନିଦ୍ଦେର୍ଶକ ଦାୟିତ୍ୱ ମଧ୍ୟ ଦିଆଯାଇଛି। ୧୯ଜଣ ଅଫିସରଙ୍କ୍ ଏହି ତାଲିକାରେ ଅଦଳବଦଳ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ...

Read More »

ଅଯୋଗ୍ୟ ସରକାରୀ କଳ: ଖର୍ଚ୍ଚ ନ ହୋଇ ଫେରିଗଲା ୩୦ହଜାର କୋଟି

ଭୁବନେଶ୍ୱର,(ଓଟି): ସରକାର ରାଜ୍ୟବାସୀଙ୍କ ପାଇଁ ଅନେକ ଯୋଜନା କରି ଲୋକମାନଙ୍କୁ ବହୁ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି। କିନ୍ତୁ ଲୋକଙ୍କ ଟିକସରେ ଦରମା ପାଉଥିବା ବାବୁମାନେ କେବଳ ନିଜ ଚାକିରି କିପରି ସୁରକ୍ଷିତ ରହିବ ସେହି କାମରେ ବ୍ୟସ୍ତ ରହି ରାଜ୍ୟର ଉନ୍ନୟନ କଥାକୁ ସମ୍ପୁର୍ଣ୍ଣ ଭୂଲି ଯାଉଛନ୍ତି ବୋଲି ବାରମ୍ୱାର ପ୍ରମାଣିତ ହେଲାଣି। ଫଳରେ ରାଜ୍ୟ ତଥା ରାଜ୍ୟବାସୀଙ୍କ ଉନ୍ନତି ପାଇଁ ବଜେଟରେ ବ୍ୟୟ ବରାଦ ହେଉଥିବା ଅର୍ଥ ବିନିଯୋଗ ...

Read More »

ରାଷ୍ଟ୍ରୀୟ ଏକତାରେ ସର୍ଦ୍ଦାର ପଟେଲଙ୍କ ଅତୁଳନୀୟ ଯୋଗଦାନ

ଦୀପକ ରାଜଦାନ ସର୍ଦ୍ଦାର ପଟେଲଙ୍କ ଅସାଧାରଣ ଦୃଷ୍ଟିକୋଣକୁ ଉପଲବ୍ଧି କରି ୨୦୧୫ରେ ଏକତା ପାଇଁ ଦୌଡ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଚାଣକ୍ୟଙ୍କ ପରେ କେବଳ ସର୍ଦ୍ଦାର ପଟେଲ‌୍‍ ହିଁ ଏପରି ବ୍ୟକ୍ତି ଥିଲେ ଯିଏ ଦେଶର ଏକତାକୁ ଗୋଟିଏ ସୂତ୍ରରେ ବାନ୍ଧି ପାରିଥିଲେ।   ଭାରତୀୟ ସ୍ୱାଧୀନତା ସଂଗ୍ରାମର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ‌୍‍ ସ୍ୱାଧୀନତା ପରେ ଭାରତକୁ ଏକଜୁଟ କରିବା ନିମନ୍ତେ ...

Read More »

ଦୟାନଦୀ ପାଣି ବ୍ୟବହାର ଉପଯୋଗୀ ନୁହେଁ

ଭୁବନେଶ୍ୱର, (ଓଟି):  ପାନୀୟ ଜଳ ପାଇଁ ରାଜଧାନୀବାସୀ ନିର୍ଭର କରୁଥିବା ଦୟା ନଦୀ  ପାଣି ଦୂଷିତ ହେଉଛି । ଦୟାନଦୀ ପାଣି ଚାଷ କି ପିଇବା ପାଇଁ ବ୍ୟବହାର ଯୋଗ୍ୟ ନୁହେଁ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି। ଭୁବନେଶ୍ୱରର ସବୁ ନାଳ ପାଣି ଗାଙ୍ଗୁଆ ନାଳରେ ପଡେ। ଏଠାକାର ପାଣି ଦୟାନଦୀରେ ମିଶୁଥିବାରୁ ନଦୀ ପାଣି ପ୍ରଦୂଷିତ ହୋଇଛି। ଏ ନେଇ ଆଜି ସମୀକ୍ଷା ବୈଠକ ହୋଇଥିଲା। ଏହାର ...

Read More »
   Update :