ପଦ୍ମ ପୁରସ୍କାର-୨୦୧୮ ଘୋଷିତ: ୭୩ଙ୍କୁ ପଦ୍ମଶ୍ରୀ, ୯ ଜଣ ପଦ୍ମ ଭୂଷଣ ଏବଂ ୩ ପଦ୍ମ ବିଭୂଷଣ; ଓଡ଼ିଶାରୁ ୪ଜଣଙ୍କୁ ପଦ୍ମଶ୍ରୀ

0
6

ଭୁବନେଶ୍ୱର, (ଓଟି): ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଚଳିତବର୍ଷର ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛନ୍ତି । ସମୁଦାୟ ୮୭ ଜଣଙ୍କୁ ୮୫ଟି ପଦ୍ମ ପୁରସ୍କାର ପ୍ରଦାନ କରାଯିବ । ଅର୍ଥାରତ୍‍ ୪ଜଣଙ୍କୁ ଯୁଗ୍ମ ଭାବେ ପୁରସ୍କୃତ କରାଯିବ । ସମୁଦାୟ ପଦ୍ମ ବିଜେତାଙ୍କ ଭିତରୁ ୪ଜଣ ହେଉଛନ୍ତି ଓଡ଼ିଶାର ବାସିନ୍ଦା ତଥା ଓଡ଼ିଆ । ଏହି ଚାରିଜଣଙ୍କ ଭିତରେ ଅଛନ୍ତି ସ୍ୱାଧୀନତା ସଂଗ୍ରାମୀ ଭବାନୀଚରଣ ପଟ୍ଟନାୟକ , ବିଶିଷ୍ଟ କଥାକାର ତଥା ପ୍ରାବନ୍ଧିକ ଚନ୍ଦ୍ରଶେଖର ରଥ, ପଥର ଶିଳ୍ପୀ ପ୍ରଭାକର ମହାରଣା, ଏବଂ ବୁଣାକାର ଓ  ଡିଜାଇନର୍‍ ଗୋବଦ୍ଧନ ପାଣିକା ।
ପରମ୍ପରା ଅନୁସାରେ ଆସନ୍ତା ମାର୍ଚ୍ଚ କିମ୍ବା ଏପ୍ରିଲ୍‍ ମାସରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ôଥବା ପଦ୍ମ ପୁରସ୍କାର ପ୍ରଦାନ ଉତ୍ସବରେ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବବ । ରାଷ୍ଟ୍ରପତି ଏହି ପୁରସ୍କାର, ମାନପତ୍ର ପ୍ରଦାନ କରିବେ ।
ପଦ୍ମ ପୁରସ୍କାର ଭାରତବର୍ଷର ଶ୍ରେଷ୍ଠ ବେସାମରିକ ସମ୍ମାନ ଭାବେ ଗ୍ରହଣ କରାଯାଏ । ଏବର୍ଷ ସମୁଦାୟ ୮୫ଜଣଙ୍କ ନାଁ ଏହି ପୁରସ୍କାର ପାଇଁ ଘୋଷଣା କରାଯାଇଛି । ସେଥିରେ ୭୩ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବାକୁ ସ୍ଥିର ହୋଇଥିବା ବେଳେ ୯ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୩ ଜଣଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ମଳିବ । ଶିକ୍ଷା, ସଂସ୍କୃତି, କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରତିବର୍ଷ ପ୍ରଦାନ କରାଯାଇଥାଏ । ଏହି ତିନି ବର୍ଗର ପୁରସ୍କାର ଭିତରୁ ପଦ୍ମ ବିଭୂଷଣ ପୁରସ୍କାରକୁ ସର୍ବୋଚ୍ଚ ପୁରସ୍କାର ଭାବେ ଗଅହଣ କରାଯାଏ । ଚଳିତବର୍ଷ ଯେଉଁ ପୁରସ୍କାର ଘୋଷଣା କରାଯାଇଛି ୧୪ ଜଣ ମହିଳା ରହିଥିବା ବେଳେ ୧୬ ଜଣ ବିଦେଶୀ, ତଥା ବିଦେଶରେ ରହୁଥିବା ଭାରତୀୟ ରହିଛନ୍ତି । ୩ଜଣଙ୍କୁ ମୋଣେତ୍ତର ସମ୍ମାନ ମଳିଛି । ଏହି ୮୫ଜଣଙ୍କ ଦୁଇଟି କ୍ଷେତ୍ରରେ ଯୁଗ୍ମ ପୁରସ୍କା ଘେଶଷଣା କରାଯାଇଛି ।
ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣ ପାଇଥିବା ପ୍ରତିଷ୍ଠିତ ବ୍ୟକ୍ତିମାନେ ହେଲେ ତାମିଲନାଡ଼ୁର ଇଲେୟାରାଜା, ମହାରାଷ୍ଟ୍ରର ଗୁଲାମ ମୁସ୍ତାଫା ଖାନ୍‍ ଏବଂ କେରଳର ପି ପରମେଶ୍ୱର ।
ସେହିପରି ୯ ଜଣ ପଦ୍ମ ଭୂଷଣ ବିଜେତାଙ୍କ ଭିତରୁ ୨ଜଣ ବିଦେଶୀ ନାଗରିକ । ଏହି ୯ ଜଣଙ୍କ ଭିତରେ ଅଛନ୍ତି କର୍ଣ୍ଣାଟକର ବିଲିୟରର୍ଡସ ଖେଳାଳି ପଙ୍କଜ ଆଡ୍‍ଭାନୀ, କେରଳର ଧର୍ମଗୁରୁ ଫିଲିପୋଜ୍‍ ମାର୍‍ କ୍ରିସୋସ୍ତେମ୍‍, ଝାଡ଼ଖଣ୍ଡର କ୍ରିକେଟର ତଥା ପୂର୍ବତନ ଭାରତୀୟ କ୍ରିକେଟ୍‍ କ୍ୟାପ୍ଟେନ୍‍ ମହେନ୍ଦ୍ର ସିଂହ ଧୋନୀ, ରଷର ରାଜନେତା ଆଲେକ୍‍ଜାଣ୍ଡର କାଡ଼ାକିନ୍‍, ତାମିଲନାଡ଼ୁର ପ୍ରତ୍ନତତ୍ତ୍ୱବିତ୍‍ ରାମଚନ୍ଦ୍ର ନାଗସ୍ୱାମୀ, ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ତଥା ସାହିତ୍ୟିକ ବେଦପ୍ରକାଶ ନନ୍ଦ, ଗୋଆର ଚିତ୍ରକର ଲକ୍ଷ୍ମଣ ପାଇ, ମହାରାଷ୍ଟ୍ରର ସଙ୍ଗୀତଜ୍ଞ ଅରବିନ୍ଦ ପାରିଖ୍‍ ଏବଂ ବିହାରର ବାସିନ୍ଦା ତଥା ସଙ୍ଗୀତଜ୍ଞ ସାରଦା ସିହ୍ନା ।
ଏବର୍ଷ ଯେଉଁ ୭୩ଜଣଙ୍କୁ ପଦ୍ମଭୂଷଣ ପୁରସ୍କାର ମିଳିଛି ସେଥିରୁ ୪ଜଣ ହେଉଛନ୍ତି ଓଡ଼ିଶାର ବାସିନ୍ଦା ତଥା ଓଡ଼ିଆ । ସେମାନଙ୍କ ଭିତରେ ଅଛନ୍ତି କଥାକାର ତଥା ସ୍ୱାଧୀନତା ସଂଗ୍ରାମୀ ଭବାନୀଚରଣ ପଟ୍ଟନାୟକ , ପ୍ରାବନ୍ଧିକ ଚନ୍ଦ୍ରଶେଖର ରଥ, ପଥର ଶିଳ୍ପୀ ପ୍ରଭାକର ମହାରଣା, ଏବଂ ପଟ୍ଟଚିତ୍ର ଶିଳ୍ପୀ ଗୋବଦ୍ଧନ ପାଣିକା ।
ଏହି ୭୩ଜଣଙ୍କ ଭିତରେ ୧୫ଜଣ ବିଦେଶୀ ତଥା ବିଦେଶରେ ରହୁଥିବା ଭାରତୀୟ ରହିଥିବା ବେଳେ ମହାରାଷ୍ଟ୍ରର ଅଭୟ ବାଙ୍ଗ୍‍ ଓ ରାଣୀ ବାଙ୍ଗ୍‍ଙ୍କୁ ମେଡିସିନ୍‍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯୁଗ୍ମ ବିଜେତା ଭାବେ ଘୋଷଣା କରାଯାଇଛି । ସେହିପରି କର୍ଣ୍ଣାଟକର ରୁଦ୍ରପଟନମ୍‍ ନାରାୟଣସ୍ୱାମୀ ଥରନଟମ୍‍ ଏବଂ ରୁଦ୍ରପଟନମ୍‍ ନାରାୟଣସ୍ୱାମୀ ତ୍ୟାଗରାଜନ୍‍ଙ୍କୁ କଳା ଓ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯୁଗ୍ମ ପୁରସ୍କାର ବିଜେତା ଭାବେ ଘୋଷଣା କରାଯାଇଛି ।