କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ପିସି ସମ୍ପୂର୍ଣ୍ଣ ବନ୍ଦ ହୋଇ ପାରିବନି : ଡା ଦାମୋଦର ରାଉତ

ଭୁବନେଶ୍ୱର,(ଓଟି): ପିସି ସମ୍ପୂର୍ଣ୍ଣ ବନ୍ଦ ହୋଇ ପାରିବ ନାହିଁ, ତେବେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟର ପ୍ରଭାବ ପଡିଛି ବୋଲି କୃଷି ମନ୍ତ୍ରୀ ଡା. ଦାମୋଦର ରାଉତ ପ୍ରକାଶ କରିଛନ୍ତି। ବିରୋଧୀ ଦଳର ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ ତାଙ୍କର ବକ୍ତବ୍ୟକୁ ଗୃହରେ ଉଲ୍ଲେଖ କରିବା ପରେ ଡା ରାଉତ ଶୂନ୍ୟକାଳରେ ଏହା କହିଛନ୍ତି।
ଡ. ରାଉତ କହିଛନ୍ତି ଯେ ପିସି ବ୍ୟବସ୍ଥା ବ୍ରିଟିଶ ସାମ୍ରାଜ୍ୟବାଦ ସମୟରୁ ଆରମ୍ଭ ହୋଇଛି। ତେଣୁ ଲୋକ ମାନେ କହନ୍ତି ଯଦି କରିବ ଚାକିରୀ, ତେବେ ଥିବ ଉପୁରି ଓ ମାଛ ଖାଇବ ଇଲିସି, ଚାକିରୀ କରିବ ପୁଲିସି। ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଏହାକୁ ଦୂର କରାଯାଇ ପାରି ନାହିଁ। ଏହି ଦୁ‌୍‍ର୍ନୀତି ଅସ୍ଥି ମଜ୍ଜାଗତ ହୋଇ ସାରିଲାଣି। ତେଣୁ ଏହାକୁ ନେଇ ଆତ୍ମ ସମୀକ୍ଷାର ସମୟ ଆସିଛି।
ଡା ରାଉତ କହିଛନ୍ତି ଯେ ପିସି ବନ୍ଦ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ବକ୍ତବ୍ୟ ଦେଇଛନ୍ତି ତାହା ବୈଦ୍ୟୁତିକ ଶକ୍ ଭଳି ଆସିଛି। ଏହାର ପ୍ରଭାବ ତଳ ସ୍ତରରେ କିଛିଟା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କର ଏହା ହେଉଛି ଠିକଣା ସମୟରେ ଠିକଣା ମତ ବୋଲି ଡା. ରାଉତ ପ୍ରକାଶ କରିଛନ୍ତି।

About admin

Check Also

ଚାଷୀ ଆତ୍ମହତ୍ୟା ସମାଲୋଚନାରୁ ବଞ୍ଚିବା ପାଇଁ ବିଜେଡିର ଆଗୁଆ ଯୋଜନା!

ଭୁବନେଶ୍ୱର,(ଓଟି): ବରଗଡ ଜିଲ୍ଲା କଳାପାଣି ଗାଁର ଚାଷୀ ବୃନ୍ଦାବନ ସାହୁ ଆତ୍ମହତ୍ୟା ଘଟଣାରେ ଶାସକ ବିଜେଡିକୁ ବିଧାନସଭାରେ ଘେରିବା ଲାଗି ...

Leave a Reply

Your email address will not be published. Required fields are marked *

   Update :