BIGtheme.net http://bigtheme.net/ecommerce/opencart OpenCart Templates

ଓଟିଭିକୁ ବୁମେରାଂ ହେଲା ପାଣ୍ଡିଆନ୍‍ ତୀର, ଖସିଲା ଜିଆର୍‍ପି

ଭୁବନେଶ୍ୱର, (ଓଟି): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଭି. କାର୍ତ୍ତିକେୟ ପାଣ୍ଡିଆନ୍‍ଙ୍କ ବିରୋଧରେ ନ୍ୟୁଜ୍‍ ମହଙ୍ଗା ପଡ଼ିଛି । ଚ୍ୟାନେଲର ମାଲିକ ତଥା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରାଜନୀତିକ ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ଚ୍ୟାନେଲ ସୃଷ୍ଟି କରୁଥିବା କଣ୍ଟେଣ୍ଟ୍‍ ଦର୍ଶକଙ୍କୁ ଆକୃଷ୍ଟ କରିପାରୁ ନାହିଁ ବୋଲି ବାର୍କ ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି ।

ଜାନୁୟାରୀ ଦ୍ୱିତୀୟ ସପ୍ତହର ବାର୍କ ରେଟିଂ ଅନୁସାରେ ଚ୍ୟାନେଲ୍‍ର ଜିଆର୍‍ପି ( ଗ୍ରସ୍‍ ରେଟିଂ ପଏଣ୍ଟ) ୨ ବର୍ଷରୁ ଉର୍ଦ୍ଧ୍ୱ ଦର୍ଶକ ବର୍ଗରେ ୮୭କୁ ଖସି ଆସିଛି । ଗତ ସପ୍ତାହରେ ତାହା ୧୦୧ ଥିଲା । ସେହିପରି ୧୫ ବର୍ଷରୁ ଉର୍ଦ୍ଧ୍ୱ ଦର୍ଶକ ବର୍ଗରେ ଚ୍ୟାନେଲ୍‍ର ଜିଆର୍‍ବି ୧୧୫ରୁ ୯୯କୁ ଖସି ଆସିଛି ।

ଏକ କାଳୀନ ୧୬ ପଏଣ୍ଟ ଜିଆରପି ଖସିବା ଚ୍ୟାନେଲ୍‍ ପାଇଁକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ବିବେଚନା କରାଯାଏ । ଯଦିଓ ଏହିଭଳି ଉତ୍‍ଥାନ ପତନ ଲାଗି ରହେବ କିନ୍ତୁ ଲଗାତାର ଏପରି ଲାଗି ରହିଲେ ଏହା ବଜାର ଉପରେ ଯଥେଷ୍ଟ ପ୍ରଭାବ ପକାଇଥାଏ ।

ଏହି ରିପୋର୍ଟ ଅନୁସାରେ ଜାନୁୟାରୀ ୬ରୁ ୧୨ ତାରିଖ ଭିତରେ ନ୍ୟୁଜ୍‍ ସେଭେନ୍‍ ୨ ପଏଣ୍ଟ ବଢ଼ି ୬୭ ଜିଆରପି ହାସଲ କରିଛି । ସେହିଭଳି ନ୍ୟୁଜ୍‍ ୱଲ୍ଡ ଓଡ଼ିଶା ୧ ପଏଣ୍ଟ ହାସଲ କରି ସମୁଦାୟ ଜିଆର୍‍ପି ୧୮ରେ ପହଞ୍ଚିଛି । ଏହା ୧୫ ବର୍ଷ ବୟସ୍କ ଦର୍ଶକ ବର୍ଗକୁ ନେଇ ଆକଳନ କରାଯାଇଛି । ଏହି ବର୍ଗରେ କନକ ନ୍ୟୁଜ୍‍ ୨ ପଏଣ୍ଟ ତଳକୁ ଖସିଛି । ଏହାର ସଦ୍ୟ ରିପୋର୍ଟ ଜିଆରପି ହେଉଛି ୨୪ । ଜୀ କଳିଙ୍ଗ ୫ ପଏଣ୍ଟ ତଳକୁ ଖସିଥିବା ବେଳେ କଳିଙ୍ଗ ଟିଭି ୧ ପଏଣ୍ଟ, ଏମ୍‍ବିସି ୨ ପଏଣ୍ଟ, ନ୍ୟୁଜ୍‍୧୮ ଓଡ଼ିଆ ୩ ପଏଣ୍ଟ ହରାଇଛନ୍ତି । ଏବେ ଜୀ କଳିଙ୍ଗର ଜିଆର୍‍ପି ୧୩ ଥିବା ବେଳେ କଳିଙ୍ଗ ଟିଭିର ୧୩, ଏମ୍‍ବିସି ୨୯, ଏବଂ ନ୍ୟୁଜ୍‍ ୧୮ ଓଡ଼ିଆ ସର୍ବନିମ୍ନ ୧୦ ଜିଆର୍‍ପି ହାସଲ କରିଛନ୍ତି । ସମୁଦାୟ ୮ଟି ନ୍ୟୁଜ୍‍ ପ୍ରସାରଣକାରୀ ଚ୍ୟାନେଲ୍‍ ଭିତରେ ନ୍ୟୁଜ୍‍-୧୮ ଓଡ଼ିଆ ଯାହା ପୂର୍ବରୁ ଈଟିଭି ଓଡ଼ିଆ ଭାବେ ପରିଚିତ ଥିଲା ତାହା ସର୍ବନିମ୍ନ ରେଟିଂ ପଏଣ୍ଟଧାରୀ ଚ୍ୟାନେଲ୍‍ ହୋଇଛି । ହୁଏତ ଏହା ନିଜର ବ୍ରାଣ୍ଡ୍‍ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହୋଇଥାଇପାରେ ।

About admin

Check Also

ବରଗଡ଼ ଗୁଳିମାଡ଼; କାହା ଦେହରେ ବାଜିନି ଗୁଳି : ଡାକ୍ତର

ବରଗଡ଼,(ଓଟି): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରା ଠାରେ ଗତକାଲି ବିଳମ୍ବିତ ରାତିରେ  ଦୁବୃର୍ତ୍ତଙ୍କ ଦ୍ୱାରା ଆକ୍ରମଣର ଶୀକାର ହୋଇଥିବା ...

Leave a Reply