କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
rice

ଓଡ଼ିଶାରେ ୭୭ ପ୍ରତିଶତ ଲୋକଙ୍କ ପାଇଁ ଟଙ୍କିକିଆ ଚାଉଳ ବ୍ୟବସ୍ଥା

ଭୁବନେଶ୍ୱର, (ଓଟି): ରାଜ୍ୟ ଜନସଂଖ୍ୟାର ୭୭ ପ୍ରତିଶତ ଲୋକଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ଟଙ୍କିକିଆ ସ୍ଖଉଳ ଓ ଗହମ ଯୋଗାଇବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାର କିଲୋଗ୍ରାମ‌୍‍ ପ୍ରତି ମାତ୍ର ୩ ଟଙ୍କା ଦରରେ ସ୍ଖଉଳ ଓ ୨ ଟଙ୍କା ଦରରେ ଗହମ ପ୍ରଦାନ କରୁଛନ୍ତି। ତେବେ ରାଜ୍ୟ ସରକାର ହିତାଧିକାରୀମାନଙ୍କୁ କିଲୋ ଟଙ୍କାଏ ଦରରେ ଚାଉଳ ଓ ଗହମ ଯୋଗାଉଛନ୍ତି। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮୬,୩୨,୮୮୪ ପରିବାରର ୩,୨୩,୬୮,୯୩୬ ହିତାଧିକାରୀଙ୍କୁ ସାମିଲ କରାଯାଇଛି ଯାହା କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ସଂଖ୍ୟାର ୯୯.୦୨ ପ୍ରତିଶତ। ରାଜ୍ୟର ଜନସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ୪,୧୯,୭୪,୨୧୮ ହୋଇଥିବା ବେଳେ ଏହାର ୭୭ ପ୍ରତିଶତ ଟଙ୍କିକିଆ ଚାଉଳ ଯୋଜନାରେ ସାମିଲ ହୋଇଛନ୍ତି। ଅଦ୍ୟାବଧି ରାଜ୍ୟରେ ୬,୮୦,୮୫୩ ସଂଖ୍ୟକ ରେସନ‌୍‍ କାର୍ଡ ବାତିଲ କରାଯାଇଛି। ଏହି କାର୍ଡ ମାଧ୍ୟମରେ ୨୪,୬୦,୪୯୫ ଲୋକଙ୍କ ପାଇଁ ଟଙ୍କିକିଆ ଚାଉଳ ବ୍ୟବସ୍ଥା ହୋଇଥିଲା।

ମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଆଧାରରେ ଓଡ଼ିଶାରେ ହିତାଧିକାରୀଙ୍କୁ ମୁଣ୍ଡପିଛା ମାସିକ ୫ କିଲୋ ଚାଉଳ/ଗହମ ଯୋଗାଇଦେବାର ବ୍ୟବସ୍ଥା ଅଛି। ଏହାଛଡ଼ା ଅନ୍ତୋଦୟ ଅନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ପରିବାରକୁ କିଲୋ ଟଙ୍କାଏ ଦରରେ ମାସିକ ୩୫ କିଲୋ କରି ଚାଉଳ ଦେବାର ବ୍ୟବସ୍ଥା ଅଛି।

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

Leave a Reply

Your email address will not be published. Required fields are marked *