କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
village_620

ଓଡ଼ିଶାରେ ଗ୍ରାମ ସଂଖ୍ୟା କେତେ-୫୦,୧୮୮ ନା ୪୭,୬୭୫?

ଭୁବନେଶ୍ୱର,(ଓଟି): ଓଡ଼ିଶାରେ ୫୦,୧୮୮ଟି ଗ୍ରାମ ରହିଛି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିବା ବେଳେ ରାଜ୍ୟରେ ୪୭,୬୭୫ଟି ଗ୍ରାମ ଥିବା କଥା ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ମହାରଥୀ ଆଜି ବିଧାନସଭାରେ ବିଜେପି ବିଧାୟକ ଦିଲିପ ରାୟଙ୍କ ଦୁଇଟି ପୃଥକ‌୍‍ ପୃଥକ‌୍‍ ପ୍ରଶ୍ନର ଉତ୍ତରରେ ଉଲ୍ଲେଖ କରିଛନ୍ତି।
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ପ୍ରସ୍ତୁତ ହୋଇଥିବା ରୋଡ‌୍‍ କୋର‌୍‍ ନେଟୱାର୍କ ଅନୁଯାୟୀ ରାଜ୍ୟରେ ସମୁଦାୟ ୫୦,୧୮୮ଟି ଗ୍ରାମ ଥିବା ବେଳେ ଏଥିରୁ ୨୯,୧୦୯ ଗ୍ରାମକୁ ସଡ଼କ ସଂଯୋଗ ନଥିଲା। ଏଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୧୮,୧୭୬ଟି ଅସଂଯୋଜିତ ଗ୍ରାମ ଯୋଗ୍ୟ ବିବେଚିତ ହେଉଥିବା ବେଳେ ସେଥିରୁ ୧୬,୫୫୫ ଗାଁକୁ ସଡ଼କ ସଂଯୋଗୀକରଣ ଲାଗି କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ଏଯାବତ‌୍‍ ଏଥିରୁ ୧୩,୦୪୮ ଗାଁକୁ ସଡ଼କ ସଂଯୋଗ କରାଯାଇଛି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କହିଛନ୍ତି।
ସର୍ବଶେଷ ସରକାରୀ ହିସାବ ଅନୁଯାୟୀ ଏବେ କେତୋଟି ଗ୍ରାମ ସଡ଼କ ଅଛି ଓ ଆଉ କେତୋଟି ଗାଁକୁ ସଡ଼କ ନାହିଁ ତାହାର ଜିଲ୍ଲାୱାରୀ ବିବରଣୀ ଉପସ୍ଥାପନ ସହିତ ରାଜ୍ୟର ସମସ୍ତ ଗ୍ରାମକୁ କେବେସୁଦ୍ଧା ସବୁଦିନିଆ ସଡ଼କ ବ୍ୟବସ୍ଥା ହେବ ବୋଲି ବିଧାୟକ ଶ୍ରୀ ରାୟ ଜାଣିବାକୁ ଚାହିଁଥିଲେ।
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ପ୍ରସ୍ତୁତ ହୋଇଥିବା ରୋଡ‌୍‍ କୋର‌୍‍ ନେଟ‌୍‍ୱାର୍କ ଅନୁଯାୟୀ ରାଜ୍ୟରେ ସମୁଦାୟ ୫୦,୧୮୮ଟି ଗ୍ରାମ ଥିବା ବେଳେ ଏଥିରୁ ଯୋଜନା ଆରମ୍ଭ ବେଳକୁ ୨୯,୧୦୯ ଗ୍ରାମକୁ ସଡ଼କ ନଥିଲା। ଅର୍ଥାତ‌୍‍ ଏହି ଯୋଜନା ଆରମ୍ଭ ବେଳକୁ ରାଜ୍ୟରେ ମାତ୍ର ୨୧,୦୭୯ ଗାଁକୁ ସଡ଼କ ଯୋଗାଯୋଗ ବ୍ୟବସ୍ଥା ଥିଲା। ୨୯,୧୦୯ଟି ଅସଂଯୋଜିତ ଗ୍ରାମ ଭିତରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୧୮,୧୭୬ଟି ଗାଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଆଉ ୧୦,୯୩୩ ଗ୍ରାମକୁ ସଡ଼କ ଯୋଗାଯୋଗ ବ୍ୟବସ୍ଥା ଘେନି ମନ୍ତ୍ରୀ ତାଙ୍କ ଉତ୍ତରରେ କିଛି ଦର୍ଶାଇନାହାନ୍ତି।
ସେହିପରି ଯୋଗ୍ୟ ବିବେଚିତ ୧୮,୧୭୬ ଗାଁରୁ ୧୬,୫୫୫ ଟି ଲାଗି ସଂଯୋଗୀକରଣ ପ୍ରସ୍ତାବକୁ କେନ୍ଦ୍ର ମଞ୍ଜୁରୀ ଦେଇଥିବା ବେଳେ ଆଉ ୧୬୨୧ ଗାଁର ରାସ୍ତା କିପରି ହେବ ସେ ସଂକ୍ରାନ୍ତରେ ବି ସ୍ପଷ୍ଟ ସୂଚନା ନାହିଁ। ତେବେ ୯୩୪ଟି ଯୋଗ୍ୟ ଗ୍ରାମକୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସଂଯୋଜିତ କରାଯାଇଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୨୫୦ରୁ ୧୦୦ ମଧ୍ୟରେ ରହୁଥିବା ଜନସଂଖ୍ୟା ବିଶିଷ୍ଟ ଗ୍ରାମକୁ ଜନସଂଖ୍ୟା ବରିଷ୍ଠତା ଭିତ୍ତିରେ ପର୍ଯ୍ୟାୟକ୍ରମେ ସଂଯୋଗ କରାଯିବା ପାଇଁ ବ୍ୟବସ୍ଥା ରହିଥିବା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଦର୍ଶାଇଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଯୋଗ୍ୟ ବିବେଚିତ ହେଉଥିବା ସମସ୍ତ ଗ୍ରାମକୁ ୨୦୧୯ ମାର୍ଚ୍ଚ ସୁଦ୍ଧା ରାସ୍ତା ସଂଯୋଗ ହେବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି।
ରାଜ୍ୟରେ ୫୦,୧୮୮ଟି ଗ୍ରାମ ରହିଥିବା ଘେନି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କହିଥିବା ବେଳେ ଓଡ଼ିଶାରେ ୩୦ ଟି ଜିଲ୍ଲାରେ ୪୭,୬୭୫ଟି ଗ୍ରାମ, ୬୮୦୧ ଗ୍ରାମ ପଞ୍ଚାୟତ ଓ ୩୧୪ଟି ପଞ୍ଚାୟତ ସମିତି ରହିଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ମହାରଥୀ ବିଧାୟକ ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଉଲ୍ଲେଖ କରିଛନ୍ତି। ଏହି ଗ୍ରାମଗୁଡ଼ିକ ମଧ୍ୟରୁ ୩୯,୬୬୮ଟି ଗ୍ରାମରେ ପାଇପ‌୍‍ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ବେଳେ ଅବଶିଷ୍ଟ ୮୦୦୭ଟି ଗ୍ରାମରେ ନଳକୂପ ଓ ପରିମଳ କୂପ ମାଧ୍ୟମରେ ପାନୀୟ ଜଳ ଯୋଗାଯାଉଛି। ସରକାରଙ୍କ ଆଥିର୍କ ଅନୁଦାନକୁ ଦୃଷ୍ଟିରେ ରଖି ଏହି ଗ୍ରାମଗୁଡ଼ିକରେ ପର୍ଯ୍ୟାୟକ୍ରମେ ପାଇପ‌୍‍ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ ସୂଚାଇଛନ୍ତି।

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

Leave a Reply

Your email address will not be published. Required fields are marked *